DR SAMIR RANJAN BEHERA

Romance Tragedy Thriller

4.4  

DR SAMIR RANJAN BEHERA

Romance Tragedy Thriller

ଗୋଟେ ରାତିକୁ ଲକ୍ଷେ

ଗୋଟେ ରାତିକୁ ଲକ୍ଷେ

7 mins
401


ରାଜେଶ ପଟ୍ଟନାୟକ l ସହରର ନାମୀ ଶିଳ୍ପପତି ଲଳିତ ମୋହନ ପଟ୍ଟନାୟକଙ୍କ ଏକ ମାତ୍ର ପୁଅ l ବଂଶ ଅଭିଜାତ୍ୟ ଅର୍ଥ ଆଉ ଅହମିକାର ଗର୍ବରେ ଉତ୍ତୁଙ୍ଗ ଶିଖରରେ ଲଳିତ ମୋହନ l ଅଚଳା ଚଳ ସମ୍ପତ୍ତିର ଅଧିକାରୀ ହୋଇବି ଅନ୍ତର ଭିତରେ ଖୁସି କେବେ ପାଇପାରନ୍ତିନି l ପରିବାର ହସ ଖୁସିକୁ ତାଙ୍କର ଧନର ନିକିତିରେ ମାପନ୍ତି ସେ l ଏକ ମାତ୍ର ପୁଅର ମନ କଥା କେବେ ବୁଝିବାକୁ ଚେଷ୍ଟା କରନ୍ତିନି, ବରଂ ମନକୁ ଅଭିଜାତ୍ୟର ମାପକାଠିରେ ମାପନ୍ତି ଲଳିତ ମୋହନ l ଆଉ ରାଜେଶ ଅଧିକଂଶ ସମୟରେ ମଦ ମାଂସ ଧୂମପାନରେ ବୁଡି ରହିଥାଏ l କାରଣ ରାଜେଶର ବିବାହ ହେଇଥିଲା ତା ଇଚ୍ଛା ବିରୁଦ୍ଧରେ ସହରର ବିଖ୍ୟାତ ପୁଞ୍ଜିପତି ତଥା ଏମ୍.ଏଲ୍.ଏ ବଦ୍ରି ନାରାୟଣ ମହାପାତ୍ରଙ୍କ ଝିଅ ନିଶା ମହାପାତ୍ର ସହିତ l ନିଶା ଥିଲା ଉଗ୍ର ଆଧୁନିକ କିନ୍ତୁ ରାଜେଶର ଉଗ୍ର ଅଭିଜାତ୍ୟର ଖୋଳ ଭିତରେ ଥିଲା ଗୋଟେ ଗୋଟେ ସରଳ ନିଷ୍କପଟ ମନ l ନିଶା ଲେଟ ନାଇଟ ପାର୍ଟି, ବାରରେ ମଦ ପିଇବା ନିଜ ବୟ ଫ୍ରେଣ୍ଡ ସହ ରାତି କଟେଇବା ଭଳି କଦର୍ଯ୍ୟ କାର୍ଯ୍ୟ ଖୁଲୁମ ଖୁଲା କରୁଥିଲା ଯେଉଁଟାକୁ ବାପା ଲଳିତ ମୋହନ ସହ୍ୟ କରିନେଲେ ମଧ୍ୟ ରାଜେଶ ବରଦାସ୍ତ କରୁନଥିଲେ, ସେଇଥି ପାଇଁ ସ୍ୱାମୀ ସ୍ତ୍ରୀ ଭିତରେ ବାରମ୍ବାର ହୁଏ ମତାନ୍ତର ଆଉ ମନାନ୍ତର l

ରାଜେଶ ବି କଣ କରିବ ବାହାଘର ଦିନଠୁଁ ସ୍ତ୍ରୀ ସହ ସମ୍ପର୍କ କଣ ଜାଣିଲାଣି l ଯବାନ ପିଲାଟା କେତେ ବା ସହିବ l ସେଇଥିଲାଗି ସହରର ବ୍ଲୁଷ୍ଟାର ବାର ଏଣ୍ଡ ହୋଟେଲକୁ ଅଧିକାଂଶ ସମୟ ଯାଇ ମଦ ପିଇବାରେ ମାତେ l

-" ଜୀବନଟା କିଛି ନାହିଁ ଭାୟ, ଏଠି ସବୁ ସ୍ୱାର୍ଥ ପଛରେ ଦିୱାନା, ସବୁ ଟଙ୍କା ପଛରେ ଆଉ ସବୁ ନଶା ପଛରେ ..

ଏଠି କେହି କାହାର ନୁହଁ, ଖାଓ ପିଓ ମସ୍ତି କର ଆଉ ନିଶାର ନଶାରେ ଡୁବି ଯାଅ ...........l"

ଜୀବନଟା ବୀତସ୍ପୃହ ହେଇ ଉଠୁଥିଲା ରାଜେଶ ପଟ୍ଟନାୟକର l

ସେଦିନ ବ୍ଲୁଷ୍ଟାର ବାର ଆଣ୍ଡ ହୋଟେଲ ବହୁତ ପିଇ ଦେଇ ନିଶାରେ ଡୁବି ଥିଲା l ସତେ ସେ ନିଶାର ଅତ୍ୟାଚାରର ନଶାକୁ ଭୁଲିବା ପାଇଁ ନିଶା ଭିତରେ ଡୁବି ଯାଇଥିଲା ସେ l

ହଟାତ ରାଜେଶ କାନରେ ପଡିଲା ଏକ ରୋମାଞ୍ଚକ ଶବ୍ଦ, ପାଖରେ ବସିଥିବା ଆଉ ଜଣେ ମଦୁଆ କହୁଥାଏ 

-" ଆବେ ସାଙ୍ଗ ଆଜି ଏ ହୋଟେଲରେ ସେ ଦଲାଲ କହୁଥିଲା କଣ ଗୋଟେ ନୂଆ ମାଲ ଏଣ୍ଟ୍ରି ହେଇଛି, ମାଲର ରେଟ ହେଲା 

ଗୋଟେ ରାତିକୁ ଲକ୍ଷେ l"

-" କଣ ବେ ..ସେଇଟା ମାଲ ନା ସୁନା ....ତାର ଦେହରେ କଣ ସୁନା ଫଳୁଛି, ଶଳା ଗୋଟେ ରାତି ପାଇଁ ଲକ୍ଷେ ....ହେ ହେ ..

ଆମର ଭାଇ ଔକାତ ନାହିଁ, ଆମର ଶହେ ଦୁଇଶହ ହେଲେ ଚାଲିଲା l"

-" କିଏ ସେ ଅପ୍ସରୀ, ଗୋଟେ ରାତିକୁ ଲକ୍ଷେ, ଠିକ ଅଛି ମ୍ୟାନେଜରଙ୍କୁ କଣ୍ଟାକ୍ଟ କର, ସେ ଲଳନା ସହ ରାତି ବିତେଇବାର ଔକାତ କେବଳ ରାଜେଶ ପଟ୍ଟନାୟକ ବ୍ୟତୀତ ଏ ସହରରେ ଆଉ କାହାର ଅଛି l"

-" ହେଲୋ ଖୁସି ମାଡାମ, ହୋଟେଲ ମ୍ୟାନେଜର କହୁଛି ଆପଣଙ୍କ ମନମୁତାବକ କଷ୍ଟମର ମିଳିଗଲା, କିନ୍ତୁ କଥା ଏପଟ ସେପଟ ଯେମିତି ନହୁଏ l"

-" କିଏ ସେ କଷ୍ଟମର ?? କଣ ତାର ନାମ ??

-" ରାଜେଶ ତା ନାମ, ପୁରା ଆଡ୍ରେସ ତ ମାଡାମ କହିପାରିବିନି ନିୟମ ନାହିଁ l'

-" ଓକେ, ହଁ କହିଦିଅ l"

- " ଓକେ ମାଡାମ ରାତି 10, ତ୍ରିଶୁଳିଆ ଛକ l"

ଖୁସି ଓରଫ ଖୁସି ମହାନ୍ତି କାହିଁକି କେଜାଣି ଏକ ଅଫୁରନ୍ତ ଖୁସିରେ ଉତ୍ତଳା ହେଇଗଲେ l

" ଏକ ବର୍ଷର ପରିଶ୍ରମ ଆଜି ସାର୍ଥକ ହେବ, ଆଜି ବର୍ଷେ ହେଲା କେଉଁ କଷ୍ଟମର ବି କଲ ଦେଇ ନଥିଲେ, ଯଦିଓ ମଝିରେ ଦୁଇ ତିନି ଥର କଷ୍ଟମର ଆସିଥିଲେ ମୁଁ ବାହାନା କରି ସେମାନଙ୍କୁ ରିଜେକ୍ଟ କରି ପଇସା ଫେରେଇ ନେବାକୁ କହୁଥିଲି ଆଉ ମୁଁ ମେକପ ନେଉ ନଥିଲି, ଆଜି କିନ୍ତୁ ନେବି ବହୁତ ମେକପ ନେବି, ପାର୍ଲର ଯାଇ ମେକପ ନେବି 

ଆଜି ମୁଁ ଚାହିଁବିନି ଯେମିତି କଷ୍ଟମର ହାତ ଛଡା ନହେଉ, କାରଣ ଯାହା ପାଇଁ ଆଜି ଏକ ବର୍ଷ ହେଲା ଚାହିଁ ବସିଛି ସେ ଆଜି ମୋ ସ୍ୱପ୍ନ ହେଇ ଆସୁନି ତ ??

ଖୁସି ସେଦିନ ଖୁସିରେ ନାଚିଉଠିଲା, କଷ୍ଟମର ପାଇବା ଖୁସିରେ କି ଆଉ କଣ ଜଣା ତ ନଥିଲା କିନ୍ତୁ ଏକ ଅହେତୁକ ସ୍ପୁର୍ତ୍ତି ତା ଅନ୍ତରରେ ଖେଳୁଥିଲା, ମନକୁ ମନ ଖୁସିରେ କୁରୁଳି ଯାଉଥିଲା l

ମେକପ ନେଲା ପରେ ବି ନିଜକୁ ରଜନୀଗନ୍ଧାର ଗଜରା ଗଭାରେ ଖୁସି ଦେଇଥିଲା l ଉତ୍ତେଜକ ପରିପାଟୀ ବଦଳରେ ସୁନ୍ଦର ନାଲିପାଟଟେ ପିନ୍ଧିଲା l " ଆଜି ମୋ କଷ୍ଟମରକୁ ପୁରା ଚମକେଇ ଦେବି, ପୁରା ତୃପ୍ତି କରେଇବି, ନହେଲେ ଲକ୍ଷେ ଟଙ୍କାର ମୂଲ୍ୟବୋଧ ହେବନି l"

ନିର୍ଦ୍ଧାରିତ ସମୟରେ ଖୁସି ତ୍ରିଶୁଳିଆ ଛକରେ ପହଂଚିଗଲା l ଆଉ ହୋଟେଲର ଦଲାଲ ସହାୟତାରେ ବ୍ଲୁଷ୍ଟାର ହୋଟେଲର ରୁମ ନୁମ୍ବର 104ରେ ପହଁଚିଲା ଆଉ ଅପେକ୍ଷା କରି ବସିଥାଏ ସତେ କେଉଁ ଏକ ଦେବଦାସୀ ସାଜି ତା ପ୍ରାଣ ପ୍ରିୟା ପାଇଁ, ସତେ ଯେମିତି ଚତୁର୍ଥୀ ରାତିରେ କେଉଁ ଏକ ସ୍ତ୍ରୀ ସାଜି ତା ପତିଦେବ ପାଇଁ ପ୍ରଥମ ମିଳନ ଅପେକ୍ଷାରେ l ଭାବନା ରାଇଜରେ ଡୁବି ଯାଇଥାଏ ଖୁସି ଆଜି କାହିଁ କେତେ ବର୍ଷ ପରେ ତା ଆଶା ସଫଳ ହେବ l 

ହଟାତ କବାଟ ଠକ ଠକ ହେଲା l

ଖୁସି କବାଟ ଖୋଲି ରାଜେଶକୁ ଦେଖିଲା ନିଶାଶକ୍ତ ଭାବେ l ମନରେ ଖୁସିର ଉନ୍ମାଦନା ଯେତିକି ଭରି ରହୁଥିଲା, ସେତିକି ହୃଦୟ ଯନ୍ତ୍ରଣାରେ ବି କଷ୍ଟ ପାଉଥିଲା ଖୁସି l ରାଜେଶକୁ ଧରି ଧରି ବେଡ଼ରେ ବସେଇଛି l

-" ୱାଓ ଲକ୍ଷେ ଟଙ୍କା ମାଲ, ହଁ ମସ୍ତ ଲାଗୁଛି, ହେଲେ ଗୋଟେ ରାତିକୁ ଲକ୍ଷେ କାହିଁକି, ଅଧିକା ନୁହଁ କାହିଁକି l ଚଳିବ, 

ଭଲ ନହେଲେ ବି ମନ୍ଦ ନୁହଁ, ଟିକେ ଡ଼ିସକାଉଣ୍ଟ ହେଇଥିଲେ ଭଲ ହେଇଥାନ୍ତା l ମୁଁ ରାଜେଶ ପଟ୍ଟନାୟକ ବୋଲି ଏ ଲକ୍ଷେ ଟଙ୍କା ଚଢେଇ ପାଇଁ ରାଜି ହେଲି ନହେଲେ ଆଉ କାହାର ଔକାତ ଅଛି ଏ ସହରରେ ?? l"

ନିଶାରେ ଡୁବି ଯାଇଥିଲେ ରାଜେଶ, କଣ କହୁଥିଲେ ସେ ନିଜେ ଜାଣି ପାରୁନଥିଲେ l ଖୁସି ବି ସବୁକିଛି ଶୁଣି ନିରବ ରହିଥିଲା l

ହଠାତ୍ ରାଜେଶ ଏକ ହିଂସ୍ର ବ୍ୟାଘ୍ର ପରି ଖୁସିକୁ ଜାବୁଡି ଧରିଲା ତାର କାମନାର ଅଗ୍ନିକୁ ନିର୍ବାପିତ ପାଇଁ, ଖୁସି ବି ଖୁବ ଶିହରି ଉଠିଥିଲା, ବର୍ଷ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି, ଖୁସି ବି ସମର୍ପି ଦେଲା ତା ସାଇତା ଯୌବନ l କିନ୍ତୁ ଅଳ୍ପ ସମୟ ଭିତରେ ରାଜେଶ ନିଶାର ଦୁନିଆରେ ନିଶାଶକ୍ତ ଭାବେ ଶୋଇପଡ଼ିଲା l ଖୁସି, ରାଜେଶର ଜୋତା ବ୍ଲେଜର ସାର୍ଟ ଓହ୍ଲେଇ ଦେଇ, ଅତି ସ୍ନେହ ପୂର୍ବକ ମୁଣ୍ଡ ପାଖରେ ବସି ରହିଲା l

ରାଜେଶର ମୁଣ୍ଡ ଆଉଁସୁ ଆଉଁସୁ ଖୁସି ହଜିଯାଏ ସ୍ମୃତିର ଗଭୀରତାରେ l ରାଜେଶ ଆଉ ଖୁସି ଗୋଟେ କଲେଜରେ ପଢ଼ନ୍ତି l ରାଜେଶର ଘର କଟକରେ, କିନ୍ତୁ ଖୁସିର ଘର ନୟାଗଡର ଦଶପଲ୍ଲାରେ l ରାଜେଶ ଥିଲା ପୁଞ୍ଜିପତି ଲଳିତ ମୋହନର ପୁଅ l ଖୁସିର ବାପା ଶଦାଶିବ ଲଳିତ ମୋହନଙ୍କ ଘର ବଗିଚାରେ ମାଳି ଭାବେ କାମ କରନ୍ତି l ମୋହନ ବାବୁଙ୍କ ସର୍ଭେଣ୍ଟ କ୍ୱାଟର୍ସରେ ରହନ୍ତି ସେମାନେ, ପରିବାର କହିଲେ ଖୁସି ଆଉ ତା ବାପା ମା l ଦରମା ଆକାରରେ ଯାହା ଗଣ୍ଡେ ପାଉଥିଲେ ତିନି ପ୍ରାଣୀ ଚଳି ଯାଉଥିଲେ l ଖୁସି ବହୁତ ଭଲ ପାଠ ପଢୁଥିଲା ବୋଲି ଲଳିତ ବାବୁ ଖୁସିର ପାଠ କଥା ବୁଝନ୍ତି ଆଉ ରେଭେନ୍ସାରେ ନାମ ଲେଖାନ୍ତି l ରାଜେଶ ବି ରେଭେନ୍ସାରେ ପାଠ ପଢୁଥିଲା ଏକା ବ୍ୟାଚରେ l ଦୁହେଁ ଏକା ସାଙ୍ଗରେ ଯିବା, ଏକାଠି ଖାଇବା, ଏପରିକି ଘରେ ଗୋଟେ ରୁମରେ ପାଠ ପଢିବା, ଏସବୁକୁ ଲଳିତ ବାବୁ ସହଜରେ ନେଇଯାଉଥିଲେ l ହେଲେ ଯୌବନର ଉଦ୍ଦାମତା ବାଢ ବନ୍ଧ ତ କେବେ ମାନେନି l ରାଜେଶ ଆଉ ଖୁସିର ସମ୍ପର୍କ ଆକର୍ଷଣରେ ପରିଣତ ହେଇଗଲା ଆଉ ଶେଷରେ ପ୍ରେମ l ପ୍ରେମ ପକ୍ଷୀ ହେଇ ଉଡ଼ିବୁଲିଲେ ଏ ଡାଳରୁ ସେ ଡାଳକୁ l ବାପା ମା ବିଶ୍ୱାସରେ ବିଷ ଦେଇ ସେମାନେ ରଚି ଚାଲିଲେ ପ୍ରେମର ତାଜମହଲ l ସୁଯୋଗ ଦେଖି ଯୌବନର ଢେଉରେ ବି ଡୁବିବାକୁ ପଛେଇଲେଣି l ଘର ଭିତରେ ପାଠ ପଢ଼ା ବାହାନାରେ ସେମାନେ ଯୌବନର ଚପଳତାରେ ଖେଳିବାକୁ ଲାଗିଲେ l

ସମୟ ବିତିଚାଲିଲା, ଏହା ଭିତରେ ୩ ପରୀକ୍ଷାଫଳ ବାହାରି ସାରିଥିଲା, ରାଜେଶ ଫେଲ ହେଇଯାଇଥିଲା ଆଉ ଖୁସି ଥାର୍ଡ଼ ଡିଭିସନ l ସତ କେବେ ଲୁଚି ରହେନା l ଖୁସି ଆଉ ରାଜେଶର ପ୍ରେମ ସମ୍ପର୍କ ଲଳିତ ବାବୁଙ୍କ ନଜରକୁ ଆସିଲା l ଏପଟେ ପୁତ୍ରର ଅକୃତକାର୍ଯ୍ୟ ସେପଟେ ଚାକର ଝିଅ ସହ ପ୍ରେମ l ଲଳିତ ମୋହନ ରକ୍ତଚାଉଳ ଚୋବେଇବାକୁ ଲାଗିଲେ l ଆଉ ଅତି କର୍କଶ ଭାଷାରେ ଗାଳିଦେଇ ସଦାଶିବକୁ ଚାକିରୀରୁ ବାହାର କରିଦେଲା l ଆମେ ଆଖିରେ ଆଖିଏ ଲୁହ ନେଇ ଗାଁକୁ ଚାଲିଗଲୁ l ଛାତ ଉପରୁ ରାଜେଶ ଅନେଇଥାଏ l ଆଉ ସେବେଠାରୁ ଆଜି 2 ବର୍ଷ ହେଇଗଲା ଦେଖା ହେଇନି l

ସ୍ମୃତିର ଗର୍ଭରେ ବୁଡି ରହିଥିବା ଖୁସି ଭାବବିହ୍ୱଳ ହେଇ ଉଠିଛନ୍ତି l କେଇ ଟୋପା ଲୁହ ରାଜେଶର ଓଠରେ ଅଜାଣତରେ ପଡିଯାଇଥାଏ l ହଟାତ ରାଜେଶ ଉଠିପଡ଼ି ଆଖି ମଳି ମଳି ଦେଖିଲେ ...ଆଉ ନିଜକୁ ବିଶ୍ୱାସ କରିପାରିଲେନି ..

" ଖୁସି ...................ତୁ ............ଏଠି .........ଏ ଅବସ୍ଥାରେ ..........l"

-" ହଁ ରାଜେଶ, ଦଇବ ଦଉଡି ମଣିଷ ଗାଇ ...କଣ ଆଉ କରିଥାନ୍ତି, ସେଦିନ ତୁମ ଘରୁ ବାହାରିଗଲା ପରେ ଆମେ ଗାଁକୁ ପଳେଇଲୁ, ଆମର ସେଇ ଦୁଃଖର କୁଡ଼ିଆଟାକୁ ପୁଣି ନିଜର କରି ଚଳିବାକୁ ଲାଗିଲୁ l କିଛି ଦିନ ଚାଲିଗଲା, ବାପା ଜାଣିବାକୁ ପାଇଲେ ଯେ ମୁଁ ଅନ୍ତଃସତ୍ଵା l ବାପା ଅତି କ୍ରୋଧିତ ହେଇ ମୋତେ ମାରିବାକୁ ଉଦ୍ୟତ ବେଳେ ହାର୍ଟ ଆଟାକରେ ଚାଲିଗଲେ l ମାଆ ଆଉ ମୁଁ ଚଳିବାରେ ବହୁତ କଷ୍ଟ ହେବାରୁ, ଏଇ କଟକ ପଳେଇଆସିଲୁ, ମୁଁ ଗୋଟେ କୋଚିଂ ସେଣ୍ଟରରେ ପାଠପଢେଇ ଯାହା ବି କିଛି ପାଏ ଆମେ ମାଆ ଝିଅ ଚଳିଯାଉ l"

-" ତାହେଲେ ଏଠି, ଏ ବେଶ୍ୟା ବୃତ୍ତି .........??"

-" ନା ରାଜେଶ ମୁଁ ବେଶ୍ୟାବୃତ୍ତି କରିନି କି କରୁନି l ଆଜି ବି ଏ ଖୁସି ତୁମର ସେଇ ପୂଜା ଫୁଲ ହେଇ ଅଛି l ସେଦିନ ମୁଁ ଲୋକ ନିନ୍ଦା ସହି ନପାରି ଆତ୍ମହତ୍ୟା ପାଇଁ ଯାଉଥିଲି, କିନ୍ତୁ ସୋନାଲି ମୋତେ ରାସ୍ତାରେ ଅଟକେଇଲା ଆଉ ସେ କହିଲା ଯେ " ଖୁସି ରାଜେଶକୁ ମିଛରେ କୁହା ଯାଇଛି ତୁ ବାହାହେଇ ଯାଇଛୁ, ଆଉ ସେଇଥିପାଇଁ ରାଜେଶ ତୋତେ ଘୃଣା କରିଛି ଆଉ କାହାକୁ ବାହା ହେଇଯାଇଛି l ତୁ ଆତ୍ମହତ୍ୟା କରନି ବରଂ ତୋ ନ୍ୟାଯ୍ୟ ଦାବି ପାଇଁ ରାଜେଶ ଘରକୁ ଯାଆ ଆଉ ସତ କଥା କହିଦେ l "

ତମ ବାହାଘର ଶୁଣି ଶେଷ ଆଶା ବି ମଉଳିଗଲା ମୋର, ମୋ ପେଟରେ ଥିବା ତମ ସନ୍ତକକୁ ଧରି ମୁଁ ଫେରି ଆସିଲି ତୁମ ଘର ପାଖକୁ ନ୍ୟାୟ ପାଇବା ଆଶାରେ, ତମକୁ କେବେଳ ସତ କଣ ଜଣେଇବା ଆଶାରେ, କିନ୍ତୁ ତମ ପାଖରେ ପହଂଚିବା ମୋ ପକ୍ଷେ ଅସମ୍ଭବ ଥିଲା l ତମ ଘର ଗେଟ ଆଗରେ ସେଦିନ ରାତିତମାମ ପଡିରହିଲି ତମକୁ ଟିକେ ଦେଖା କରିବି ବୋଲି, କିନ୍ତୁ ତୁମ ବାପା ଆଦେଶରେ ସେଠୁ ମୋତେ ମାଡ ମାରି ତଡି ଦିଆଗଲା l ଆଉ ତମ ବାପା ବି ତମକୁ ଦେଖା କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଲେ l ଛାତିରେ ପାହାଡ଼ ସମ କୋହ ନେଇ ଫେରିଗଲି ଗାଁକୁ l ସେଇଠି ଆମ ପୁଅ ଜନ୍ମ ହେଲା, କିନ୍ତୁ ସେତିକିରେ ସରିନଥିଲା.. ଗାଁ ଲୋକ କଳଙ୍କିନି ବେଶ୍ୟା କହି ଆମ ମା, ଝିଅକୁ ତଡ଼ିଦେଲେ l ପୋଲିସର ଆଶ୍ରୟ ନେଲୁ ହେଲେ ସବୁ କିଛି ଅରଣ୍ୟ ରୋଦନ ହେଇଗଲା l

ଶେଷରେ ବାଧ୍ୟ ହେଇ ଆମେ ମା ଝିଅ ମହାନଦୀ କୁଳରେ ଗୋଟେ ବସ୍ତିରେ ରହିଲୁ l ମୁଁ ଗୋଟେ କୋଚିଂ ସେଣ୍ଟରରେ ପିଲାମାନଙ୍କୁ ପାଠ ପଢ଼ାଏ l ଯାହା କିଛି ହୁଏ, ମାଆ ଝିଅ ଚଳିଯାଉ l ଯାମିନୀ ଅପା, କାନ୍ତା ବାଇ, ଶଶୀ ଅପା ଏମାନେ ମୋ ପାଇଁ ଭଗବାନ ପାଲଟି ଯାଇଥିଲେ l ଆମ ପୁଅକୁ ଆଉ ମୋ ମାଆକୁ ଆଉ ମୋତେ ବି ବହୁତ ଭଲ ପାଆନ୍ତି ଏମାନେ l

କାନ୍ତା ବାଇ, ଯାମିନୀ ଅପା ବେଶ୍ୟା ବୃତ୍ତି କରନ୍ତି, ସେମାନେ ହିଁ କହିଲେ ତମେ ବ୍ଲୁଷ୍ଟାର ହୋଟେଲ ଆସୁଛ ବୋଲି l ମୁଁ ମୋ ଦୁଃଖ କଥା ଯାମିନୀ ଅପା ଆଉ କାନ୍ତା ବାଇଙ୍କୁ କହିଲି, ସେମାନେ କେବେଳ ତମ ପାଇଁ ମୋ ନାମ ବେଶ୍ୟା ଲିଷ୍ଟରେ ରେଜିଷ୍ଟ୍ରେସନ କରିଦେଲେ, ଆଉ ତାଙ୍କର ପରାମର୍ଶ ଅନୁସାରେ ମୋ ମୂଲ୍ୟ ଗୋଟେ ରାତିକୁ ଲକ୍ଷେ ଧାର୍ଯ୍ୟ ହେଲା ଆଉ ମାଲିକକୁ କୁହାଯାଇଥିଲା, କେବଳ ଆଉ କେବଳ ରାଜେଶ ପଟ୍ଟନାୟକ ଯଦି ଗ୍ରାହକ ହୁଅନ୍ତି ତାହେଲେ ଅନୁମତି ପ୍ରାପ୍ତ ହେବ l କାରଣ କାନ୍ତା ବାଇ ଜାଣିଥିଲେ ରାତିକ ଲକ୍ଷେ ତାଙ୍କର ଝିଅ ପାଇଁ କେବଳ ରାଜେଶ ପଟ୍ଟନାୟକର ଅଛି l ଵାସ ଏହିଦିନ ପାଇଁ ମୋତେ ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡିଛି l 

ମୁଁ ବେଶ୍ୟା ବୃତ୍ତି କରିନି ରାଜେଶ, ତମର ଏ ଖୁସି ଆଜି ବି ତମର ହେଇ ଅଛି, ସିଏ ଆଉ କାହାର ଗଳା ମାଳା ହେଇନି l 

ଖୁସି ଆଖିରେ ଅମାନିଆ ଲୁହ ବନ୍ଧ ବାଢ ଭାଙ୍ଗୁଥିଲା l ଦୀର୍ଘନିଃଶ୍ୱାସ ପକେଇ ନିରବ ହେଇଗଲା ସେ l ରାଜେଶର ପାଟିରେ ବି ଭାଷା ନଥାଏ, ଖୁସି ପ୍ରତି ହେଇଥିବା ତିଳ ତିଳ ଅନ୍ୟାୟର ପ୍ରତିବିମ୍ବ ତା ଆଖିଆଗରେ ଉଦ୍ଭାସିତ ହେଉଥିଲା l ଘୃଣା ଆସୁଥିଲା ତା ଷ୍ଟାଟସ ପରିବାର ଆଉ ତା ନିଜ ଉପରେ l ଧିକ୍କାର ଆସୁଥିଲା ଏ ଧନସମ୍ପତ୍ତି ପାଇଁ l 

ନିରବ ହେଇ ବସିଥାଏ ରାଜେଶ, ପୂର୍ବକାଶରେ ସୂର୍ଯ୍ୟ ଉଙ୍କି ମରିଲାଣି l ରାଜେଶର ଆଖିରେ ଲୋତକର ବନ୍ୟା l ଖୁସି ଲୋତକ ପୋଛି ଦେଇ ରାଜେଶର କପାଳରେ ଗୋଟେ ଚୁମ୍ବନ ଆଙ୍କିଦେଇଛି l ଆଉ ଚାଲିଯାଇଛି l ହଠାତ ରାଜେଶ ଖୁସିର ହାତ ଧରି ପକେଇଛି ...

-" ଖୁସିରେ ଏ ରାଜେଶ ଏବେ ବି ତୋତେ ଝୁରୁଛି ....ତୁ ଯାଆନାରେ ...ଫେରିଆ ଖୁସି ...ତୁ ଫେରିଆ ମୋ ଜୀବନକୁ ....ଆମେ ବହୁତ ଦୁରକୁ ଚଳିଯିବା ଯେଉଁଠି ଆମକୁ ଧୋକା ଦେବା ପାଇଁ କେହିନଥିବେ l

ଭୋ ଭୋ ହେଇ କାନ୍ଦିଉଠିଛି ଖୁସି ...ଆଉ ରାଜେଶ ଆଲିଙ୍ଗନ କରିନେଇଛି ତା ବାହୁ ବନ୍ଧନରେ l



Rate this content
Log in

Similar oriya story from Romance