STORYMIRROR

Soubhagini Parida

Romance Others

5  

Soubhagini Parida

Romance Others

ଇସ୍ କି ବର୍ଷା

ଇସ୍ କି ବର୍ଷା

6 mins
509

(ବର୍ଷା ବି ଜlଣେ କେଉଁଠି ବର୍ଷିବାର ଥାଏ, କେଉଁଠି ବର୍ଷିଗଲେ ମନ ଓଦା ହୁଏ, ମନ ଓଦା ହେଲେ ସେଥିରେ ପ୍ରେମ ର ବୀଜ ଅଙ୍କୁରିତ ହୁଏ, ସମ୍ପର୍କ ଶ୍ୟାମଳ ହୁଏ, ଜୀବନ ଉତ୍ସବ ପାଲଟିଯାଏ


ପୁଣ୍ୟଫଳ, ଭୁମି ଓ ଭୁମା, କ୍ୱାଂଟମ ଫିଜିକ୍ସ, ଭଙ୍ଗl ଦେଉଳ, ଜୀବନ ଦର୍ଶନ,ନିରବ ଘାତକ, ଛଟକ.

ରାତିରେ ଶ୍ଵେତା ଏଲିସାକୁ ପ୍ରଶ୍ନ କଲେ, ଚିନ୍ମୟ ବିଷୟ ରେ ତୁ ଆଉ କଣ ଜାଣୁ? ତାଙ୍କ ପରିବାର...।ଏଲିସା ତକିଆ ରେ ମୁହଁ ଲୁଚାଇ ଦେଇ କହିଲା, ରିସର୍ଚ୍ଚ କରିବି ।କଲେ କହିବି ।)


ମିଟ୍ ମାଇଁ ବୟଫ୍ରେଣ୍ଡ ଡ଼କ୍ଟର ତନ୍ମୟ!


ଚାଣ୍ଡେଲିଅର୍ ର ଝୁମା ଆଲୋକ ରେ ଜଣେ ହସ ହସ ଯୁବକଙ୍କୁ ଚିହ୍ନାଇ ଦେଲା ଏଲିସା।ଶ୍ଵେତା ଝିଅ ମୁହଁ କୁ କ୍ଷଣେ ଚାହିଁଲେ।କେତେ ଆତ୍ମବିଶ୍ୱାସ ସେ ଆଖି ଯୋଡିକରେ।କିଏ ଏତେ ଭରସା ଭରିଦେଲା ତା' ହୃଦୟରେ ତନ୍ମୟର ହାତ ଧରି ଜୀବନର ସାତସମୁଦ୍ର ତେର ନଈ ଏକାଠି ଅନାୟାସ ଅତିକ୍ରମ କରିବାର? ଯୌବନ ? ବର୍ଷା ? ଅବା ତନ୍ମୟ ?


ଯୁବକ ଜଣଙ୍କ ଏଥର ସାମାନ୍ୟ ନଇଁ ପଡିଲା ଶ୍ଵେତାଙ୍କ ପାଦସ୍ପର୍ଶ କରିବା ପାଇଁ ।ଶ୍ଵେତା ଭାବପ୍ରବଣ କଣ୍ଠ ରେ କହିଲେ. "ହେଲା ବାବା? ମୋ ସମଗ୍ର ଜୀବନର ପୁଣ୍ୟଫଳ ଏଲିସା ପାଇଁ ସଂଚିତ ଥିଲା, ଆଜି ତୁମେ ମଧ୍ୟ ଅର୍ଦ୍ଧେକ ଦାବିଦାର।ତୁମ ଦୁହିଁଙ୍କ ସମ୍ପର୍କକୁ ଅସ୍ବୀକାର କରିବାର କିଛି କାରଣ ନାହିଁ।କେବଳ ଶୁଭଦିନକୁ ଅପେକ୍ଷା।କିନ୍ତୁ ଏତେ ବିଳମ୍ବ କାହିଁକି ହେଲା?"


ଏଥର ଘରଭିତରେ ବର୍ଷୁକୀମେଘ ପରି ଝରି ପଡିଲା ଏଲିସା ।ତନ୍ମୟ ବି ଦୌଡ଼ି ଆସିଲା ଶ୍ଵେତାଙ୍କ ପାଖକୁ।ତାଙ୍କ ସମ୍ପର୍କକୁ ଏତେ ସହଜରେ ସ୍ୱୀକୃତି ମିଳିଯିବ ଅନୁମାନ କରିପାରି ନଥିଲା ସେ।ଫୁଲେଇ ହୋଇ ମୁହଁରେ ମୁହଁ ଘଷି କହିଲା-" ମମି! ଅଫିସ ଟାଇମ୍ ସାରିବାର ଦୁଇଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା! ଏତେ ବର୍ଷା ରେ ବାହାରି ହେଲାନି।"


ହଁ ଏଲିସା ପ୍ରେମ ରେ ପଡିଛି ବୋଲି ତା' ଚାରିପାଖରେ ଆଜି ବର୍ଷା ଅନୁଗ୍ରହ ଦେଖାଇଛି।ଗୋଟେ ସହର ର ଗୋଟେ ପଟେ ବର୍ଷା ଅଥଚ ତାଙ୍କ ପଟେ ଟୋପାଏ ନାହିଁ ।ବର୍ଷା ବି ଜାଣେ କେଉଁଠି ବର୍ଷିବାର ଥାଏ ।କେଉଁଠି ବର୍ଷିଗଲେ ମନ ଓଦା ହୁଏ ! ଯେଉଁ ମନ ଓଦା ହେଲେ ସେଥିରେ ପ୍ରେମର ବୀଜ ଅଙ୍କୁରୀତ ହୁଏ ।ସମ୍ପର୍କ ଶ୍ୟାମଳ ହୁଏ;ଜୀବନ ଉତ୍ସବ ପାଲଟି ଯାଏ ।


ତାଙ୍କୁ ବେଙ୍ଗାଲୁରୁରୁ ଓଡିଶା ଫେରିବା କୁ ଦେଇନାହିଁ ଏଲିସା।ଆଜି ଅଫିସ୍ ଯିବାବେଳେ କହିଥିଲା ଫେରିବା ବେଳେ ଗୋଟେ ବିରାଟ ସରପ୍ରାଇଜ଼ ନେଇ ଫେରିବ ।ଆଶ୍ଚର୍ଯ୍ୟ କରିଦେବ ତାଙ୍କୁ। ତାଙ୍କ ଜୀବନ କାଳ ମଧ୍ୟ ରେ ସେ ଏଭଳି ହେଇନଥିବେ କେବେ ।


ଓଃ ଏଇ ହେଉଛି ଏଲିସାର ସେଇ ସରପ୍ରାଇଜ଼, ଚମତ୍କାର ।ତାରୁଣ୍ୟ ରେ ଛଳଛଳ ମୁହଁ, ଭସାଭସା ଆଖି ।ଟିକେ ଲାଜ କୁଳା ମଧ୍ୟ ।ଆଜିକାଲି ସୋ-ଅଫ୍ କରିବାର ଜମାନା ରେ ଏମିତି ନିରୋଳା ଓଡ଼ିଆ ପୁଅଟିଏ ଖୋଜି ପାଇଲା ଏଲିସା।


'ସ୍କାଇମେଟ୍' ତରଫ ରୁ ଘୋଷଣା କରାଯାଇଛି ଯେ ଆସନ୍ତା ପାଞ୍ଚ ଦିନ ଓଡିଶା ରେ ଲଗାଣ ବର୍ଷା ହେବ। ଅଥଚ ବେଙ୍ଗାଲୁରୁ ର ଭୂମି ଓ ଭୂମା ମଧ୍ୟ ରେ ଗୋଟିଏ ଆପାର୍ଟମେଣ୍ଟ ମଧ୍ୟ ରେ ଝୁଲି ରହିଛନ୍ତି ସେ ।ନିଃସଙ୍ଗ ପକ୍ଷୀଟିଏ ପରି ଝୁରୁଛନ୍ତି ବର୍ଷାକୁ ।ବଉଳ ମେଘର ଭିଡ଼ ଭାଙ୍ଗି ଉଡିଯିବାକୁ ଚାହୁଁଛନ୍ତି ନିଜ ପ୍ରିୟ ଭୂମିକୁ । 


ଏଲିସା ତାଙ୍କ ଭାବ ପ୍ରବଣତା କୁ ନେଇ ହସେ।କହେ କିଏ ଅଛି ତମ ଅପେକ୍ଷାରେ? କେଉଁ ଆକର୍ଷଣରେ ଫେରିଯିବାକୁ ଚାହଁ ସେ ଓଡିଶା ମାଟିକୁ, ଯେଉଁଠି ମିଳିଛି ଖାଲି ପ୍ରତାରଣା? ହଁ ସେ ଜୀବନ ର ସେ ଦୁଃଖଦ ସ୍ମୃତି ସହିତ ବିଂଦୁଏ ମଧୁର ସ୍ମୃତି ଅଛି ବୋଲିତ ସେ ବର୍ଷା ଋତୁରେ ଝୁରନ୍ତି ଓଡିଶାକୁ, ଫେରିଯିବାକୁ ଚାହାନ୍ତି ନିଜ ଆପଣାର ମାଟିକୁ।

 

ଶୁଭଙ୍କର ଙ୍କ ସହିତ ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦ ପରେ ଆଉତ ଘଟିବାର ନଥିଲା କିଛି? ନା କିଛି ବି ଘଟି ନଥିଲା ତାଙ୍କ ଜୀବନରେ ।କ୍ୱାଣ୍ଟମ ଫିଜିକ୍ସର ବୈଜ୍ଞାନିକ ଶୁଭଙ୍କର ଯେ ତାଙ୍କୁ ଭାବୁଥିଲା ଉର୍ଜା ବା ତରଙ୍ଗ, ଯେ ସମ୍ପର୍କ କୁ ମନେ କରୁଥିଲେ ଯାନ୍ତ୍ରିକ, ଯେ ବିଶ୍ୱାସ କରୁଥିଲେ ତାଙ୍କ ଭଳି ସହସହ ଶ୍ଵେତା ଭିନ୍ନ ରୂପରେ ଲକ୍ଷଲକ୍ଷ ପୃଥିବୀ ରେ ଆତଜାତ ହେଉଛନ୍ତି । ତାଙ୍କୁ ନେଇ ସଂସାର ଗଢିବା ଟା ସହଜ ନଥିଲା ।ଶ୍ଵେତା ରାଜି ହୋଇଯାଇ

ଥିଲେ ଶୁଭଙ୍କର ଙ୍କ ପ୍ରସ୍ତାବ ରେ ।କିଛି ମାଗିନଥିଲେ ମଧ୍ୟ ଆଲିମୋନି ରେ ସୁରମ୍ୟ ବଙ୍ଗ୍ଲୋ, ଦାମୀ ଗାଡି, ଢେର ବ୍ୟାଙ୍କ ବାଲାନ୍ସ ମିଳିଥିଲା ତାଙ୍କୁ।ଡିଭୋର୍ସ ପେପର୍ ରେ ଶେଷ ସ୍ଵାକ୍ଷରଟି କରିବାବେଳେ ଶ୍ଵେତା ଛଳଛଳ ଆଖିରେ ପ୍ରଶ୍ନ କରିଥିଲେ, ଶୁଭଙ୍କର! ମୋତେ ଫେରାଇ ଦେଇ ପାରିବ ସେଇ ଫେରି ଯାଇଥିବା ଋତୁ କେତୋଟି ? କେତୋଟି ବର୍ଷା, କେତୋଟି ବସନ୍ତ ? ପ୍ରତିବଦଳରେ ନେଇଯାଅ ତୁମ ଧନରତ୍ନ।ଶୁଭଙ୍କରଙ୍କ ଆଖି ଦି'ଟା ବି ଓଦା ହୋଇ ଯାଇଥିଲା ପାୱାର ଗ୍ଲାସ୍ ଭିତରେ! ତା'ପରେ ଗୋଟେ ବର୍ଷା ରାତିରେ ପ୍ୟାକର୍ସକୁ ଡକାଇ ତାଙ୍କ ଜରୁରୀ ଦ୍ରବ୍ୟ କୁ ନୂଆ ଠିକଣା ରେ ପହଂଚାଇ ଦେବା ର ନିର୍ଦେଶ ଦେଇ ବାହାରି ଯାଇଥିଲେ ସେ ।


ରୁଚିରା କୁ ବିବାହ କରିବାର ପନ୍ଦର ବର୍ଷ ବିତି ଯାଇଛି ।ଶୁଭଙ୍କର ଙ୍କ ଦୁଇଟି ପୁଅ ।ସୁଖୀ ସଂସାର ।କିନ୍ତୁ ଆଜିବି ବର୍ଷା ଦେଖିଲେ ଶ୍ଵେତାଙ୍କର ମନେ ପଡ଼ିଯାଏ ସେ ବିଚ୍ଛେଦର ରାତି ।ମନତଳ କ୍ଷତଟା ଉଖୁରିଯାଏ ।ରକ୍ତ ଝରେ ।


ନିଃସଙ୍ଗ ଜୀବନରେ ଯେ ସବୁଠାରୁ ବେଶି ମନେପଡେ, ସେ ସବୁକାଳେ ପ୍ରେମିକ ହୋଇ ନପାରେ ,ପରମ ଆତ୍ମୀୟବି ହୋଇପାରେ ।ମନେପଡିଯାଏ ପ୍ରଣୟଙ୍କ କଥା।ଦୂର ସମ୍ପର୍କୀୟ ରୁବି ମାଉସୀଙ୍କ ପୁଅ ପ୍ରଣୟ ।ଏମ୍ଏ ପରୀକ୍ଷା ଅଳ୍ପଦିନ ବାକିଥାଏ ।ଦିନେ ରୁବି ମାଉସୀ ଅଚାନକ ପହଂଚି ପ୍ରସ୍ତାବ ଦେଇଥିଲେ, "ନାନୀ, ଭାବୁଛି ଶ୍ଵେତାକୁ ମୋ ଘରକୁ ବୋହୁ କରି ନେବି ।ଯେତେବେଳେ ଇଛା ହେବ ଝିଅକୁ ଆସି ଦେଖିଯିବୁ।ଶ୍ଵେତା ମୋ ଘରେ ବୋହୁ ପରି ନୁହେଁ ଝିଅ ପରି ରହିବ।" 


ଶ୍ଵେତା ଜୀବନ ରେ ସେ ଥିଲା ପ୍ରଥମ ପ୍ରସ୍ତାବ।ରୁବି ମାଉସୀ ଫେରିଯିବା ପରେ ପ୍ରଣୟ ଙ୍କ ଫୋନ୍ ଆସିଥିଲା।ଠାରେ ତାଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା ହେବାପାଇଁ ଡାକିଥିଲେ ସେ।ପାର୍କ ? ରେଷ୍ଟୁରାଣ୍ଟ୍? ସିନେମା ହଲ୍? ନା ବାବା ନା।କିଏ ଯଦି ଦେଖି ନେଇ ଘରେ ଖବର ଦିଏ? ଶେଷ ରେ ଶ୍ଵେତାଙ୍କର ଭୟ ଜଡିତ ପ୍ରଶ୍ନ ର ଉତ୍ତର ଦେଇଥିଲେ ପ୍ରଣୟ -"ନା ମୋ ବନ୍ଧୁ ଘରେ ।ମାତ୍ର ୫ ମିନିଟ୍ ପାଇଁ ଆସିବ।" ସେଇ ପ୍ରଥମ ଦେଖା, ସାମାନ୍ୟ କଥାବାର୍ତ୍ତା।ଭଲପାଇବାର ନିରବ ସ୍ବୀକାରୋକ୍ତି ।ସମ୍ପର୍କ ଗଢିବାର ଦୃଢ଼ ପ୍ରତିଶ୍ରୁତି ।


ଚତୁର୍ମାସ ଯୋଗୁଁ ବାହାଘର ଚାରିମାସ ଘୁଂଚି ଯାଇଥିଲା ଓ ବାପା ଶେଷରେ ଅଡ଼ି ବସିଥିଲେ ଶୁଭଙ୍କରଙ୍କ ସହିତ ବାହାଘର ହେବ । ସେ ପ୍ରଣୟ ଠାରୁ ଅନେକ ଗୁଣରେ ସମ୍ପନ୍ନ, ପ୍ରତିଷ୍ଠିତ ଓ ଦେଖିବାକୁ ସୁଦର୍ଶନ।ପ୍ରଣୟ ଙ୍କୁ ଅଜାଣତରେ ହୃଦୟ ଦେଇ ବସିଥିବା ଶ୍ଵେତା ଆସିଥିଲେ ଶୁଭଙ୍କରଙ୍କ ପତ୍ନୀ ହୋଇ।


ପ୍ରଣୟଙ୍କ ସହିତ ଦ୍ଵିତୀୟବାର ଦେଖା ହୋଇଥିଲା ଟ୍ରେନ୍ ରେ ।ସେଦିନ ତାଙ୍କ ସହଯାତ୍ରୀ ଥିଲେ ପ୍ରଣୟ।ମୁମ୍ବାଇରୁ ଶୁଭଙ୍କରଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଫେରିବାବେଳେ ପ୍ରଣୟ ଫେରୁଥିଲେ ମୁମ୍ବାଇର ଟାଟା ମେମୋରିଆଲ୍ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟରୁ ସଦ୍ୟ ପତ୍ନୀକୁ ହରାଇ।ସେଦିନ ବର୍ଷା ଦୁହିଁକୁ ଚପଲ କରିବାକୁ ଅନେକ ଚେଷ୍ଟା କରିଥିଲା।ବାହାରେ ବର୍ଷା ହେଉଥିଲା ମାତ୍ର ଏସି କମ୍ପାର୍ଟମେଣ୍ଟ ଭିତରେ ନିବୁଜ ଝରକା ଡେଇଁ ସେମାନଙ୍କୁ ଛୁଇଁ ପାରୁନଥିଲା।ଯେଉଁ ଚତୁର୍ମାସ୍ୟାର ମେଘ ସେମାନେ ଙ୍କ ସମ୍ପର୍କ କୁ ଇତି କରିଥିଲା, ସେ ବର୍ଷା ଅଭିସାର ରଚିଥିଲା ଦୁହିଁ ଙ୍କୁ ମିଳେଇବା ପାଇଁ ।


ତା'ପରେ ପ୍ରଣୟ ଅନେକବାର ଫୋନରେ କଥା ହୁଅନ୍ତି ।ନିଜ ମନତଳ କଥା କହିବାକୁ ପ୍ରୟାସ କରନ୍ତି ।ଶ୍ଵେତା ନୀରବ ରୁହନ୍ତି ।ମନେମନେ କହନ୍ତି ଆଜି ବି ମୋ ଝିଅ ତା' ବାବାଙ୍କୁ ଭଲପାଏ ।ମୋ ଜୀବନରେ ଅନ୍ୟ ପୁରୁଷକୁ ସେ ହୁଏତ ଗ୍ରହଣ କରିନପାରେ।କାହିଁକି କେଜାଣି ମନ ଭୟକରେ ନୂଆ ସମ୍ପର୍କଟିଏ ଯୋଡିବା ପାଇଁ।ଆଉ ପ୍ରଣୟ? ନିଜନିଜ ପରିଧି ଭିତରେ ହିଁ ଆମ ଜୀବନ ର ଆରମ୍ଭ ଓ ଶେଷବିନ୍ଦୁ ଥାଏ ।ନିଜେ ବିସ୍ତାରିତ ହୋଇଗଲେ ଅକ୍ଷପଥରୁ ବିଚ୍ୟୁତ ହେବାର ଭୟଥାଏ।


ଆଜି ଏଲିସା ବଡ଼ ହୋଇଛି ।ନିଜର ଜୀବନସାଥୀ ଚୟନ କରିବାର ଶତ ସାହସ୍ ବି ଜୁଟାଇ ପାରିଛି ।ମା' ର ଭଙ୍ଗା ସଂସାର ଦେଖି ନିଜେ ସଂସାର କରିବାକୁ ଭୟ କରିନାହିଁ ।


ପୁରୁଣା ଭଙ୍ଗା ଦେଉଳ ଦାଢ଼ର ବର୍ଷାଭିଜା ପାରା ଯୋଡକ ପରି ସେମାନଙ୍କ ଉଡିବାର ଆଗ୍ରହ ଦେଖି ଶ୍ଵେତାଙ୍କ ମନକହୁଛି, ଆହାଃ କାହା ନଜର ନଲାଗୁ ସେମାନଙ୍କ ସମ୍ପର୍କରେ।


ଜଳଖିଆ ଦୁଇପ୍ଲେଟ୍ ଆଣି ଟିପୟ ଉପରେ ଥୋଇ ଶ୍ଵେତା ପ୍ରଶ୍ନ କଲେ, "ତୁମ ବାପା କେଉଁଠି ରୁହନ୍ତି?" 


ତନ୍ମୟ ଶୁଦ୍ଧ ଓଡ଼ିଆରେ ଉତ୍ତର ଦେଲା: ମା' ପିଲାବେଳୁ ଚାଲିଯାଇଛନ୍ତି।ବାପା ଝାରସୁଗୁଡାରେ ସିନିଅର୍ ଏକସାଇଜ୍  

ଅଫିସର ।


ଚମକି ପଡୁ଼ପଡୁ ନିଜକୁ ସମ୍ଭାଳି ନେଲେ ଶ୍ଵେତା। ରାତିରେ ଶ୍ଵେତା ଏଲିସାକୁ ପ୍ରଶ୍ନ କଲେ, ଚିନ୍ମୟ ବିଷୟ ରେ ତୁ ଆଉ କଣ ଜାଣୁ? ତାଙ୍କ ପରିବାର...।ଏଲିସା ତକିଆ ରେ ମୁହଁ ଲୁଚାଇ ଦେଇ କହିଲା, ରିସର୍ଚ୍ଚ କରିବି ।କଲେ କହିବି ।


ଓଃ ଆଜିକାଲିକା ପିଲା ମାନେ ବିବାହଟାକୁ କଣ ଭାବନ୍ତି? ଖେଳ ଘର! ମା କହୁଥିଲା ଅଜା କୁଆଡେ ବାପାଙ୍କ ମୂଳଘର ର ସଦର ଦରଜା ଠାରୁ କୂଅ ଚାନ୍ଦିନୀ ପର୍ଯ୍ୟନ୍ତ ଦେଖିଥିଲେ।ଶ୍ଵେତା ବିବାହ ସମୟରେ ତାଙ୍କ ବାପା ଖୋଜି ବସିଲେ ପାତ୍ର ର ଯୋଗ୍ୟତା, ବୃତ୍ତି, ପ୍ରତିଷ୍ଠା ।ଏବେ ଏଲିସା ଏସବୁକୁ ଲୋଡ଼େ ନାହିଁ।ଲୋଡ଼େ କେବଳ ସ୍ନେହ ପ୍ରେମ ଦେଇ ପାରୁଥିବା ସମାସ୍କନ୍ଦ ମଣିଷଟେ ।ବାଃ ଚମତ୍କାର ଜୀବନ ଦର୍ଶନ ନେଇ ବଂଚିଛନ୍ତି ଆଜିର ଯୁବପିଢ଼ି ।    


ସକାଳ ହୋଇଥିଲା ।ରବିବାର ଯୋଗୁଁ ଅଲିସାର ଅଫିସ୍ ନାହିଁ ।ବାହାରେ ବର୍ଷାର ଆସର।ଶ୍ଵେତା ଝରକା ପାଖକୁ ଉଠି ଆସି ଦେଖିଲେ ଛତା ଧରି କେହି ଜଣେ ଠିଆ ହୋଇଛନ୍ତି ।ଛତା ଭିତରେ ମୁହଁଟି ଲୁଚି ଯାଇଥିବାରୁ ଚିହ୍ନି ହେଉନାହିଁ।ଫୋନ ରିଂ ହେବା ରୁ ଶ୍ଵେତା ଉଠି ଆସିଲେ ଝରକା ପାଖରୁ ।ସେ କଲ୍ ପ୍ରଣୟର ଥିଲା- ଶ୍ଵେତା! ବର୍ଷା, ଦିନେ ତୁମ ଜୀବନରୁ ସବୁ କିଛି ଛଡାଇ ନେଇଥିଲା; ଚତୁର୍ମାସ୍ୟା ଯୋଗୁଁ ମୋତେ ଓ ଅନ୍ୟ ଏକ ବର୍ଷାରେ ଶୁଭଙ୍କରଙ୍କୁ ।ଏବେ ଆଉ ଗୋଟେ ବର୍ଷା ଋତୁ ଆସିଛି ତୁମ ଜୀବନ ରେ ସବୁ କିଛି ଫେରାଇଦେବା ପାଇଁ ।ନିରବତା ହିଁ ନିରବ ଘାତକ ।ନିରବ ହୋଇ ଯାଅ ନାହିଁ।ତନ୍ମୟ ଏଲିସା ବିଷୟରେ କହିବା ପରେ ମୁଁ ଚାଲି ଆସିଛି ସେମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଓ ଆମ ବନ୍ଧୁତାର ସମ୍ପର୍କ ର ମୋହର ଲଗାଇବା ପାଇଁ।ମୁଁ ତଳେ ଛତା ଧରି ଅପେକ୍ଷା କରିଛି ।ଶୀଘ୍ର ଓହ୍ଲାଇ ଆସ ।


 ଶ୍ଵେତା ବୁଝି ପାରୁନାହାନ୍ତି।ଦୀର୍ଘ ବର୍ଷ ଧରି ଯେଉଁ ବର୍ଷାର ସ୍ମୃତିକୁ ଛାତି ତଳେ ଚାପି ରଖିଥିଲେ, ସେ ଛାତି ତଳୁ ଫିଟିପଡି କେଉଁ ଛଟକରେ ବାହାରେ ନୃତ୍ୟ କରୁଛି । ତାଙ୍କ ପାଟିରୁ ଅନେକ ବର୍ଷପରେ ପ୍ରଣୟଙ୍କ ପାଇଁ ଅନୁରାଗର ଶବ୍ଦ କେତୋଟି ବାହାରି ଆସିଲା- ଇସ୍ କି ବର୍ଷା !    


Rate this content
Log in

Similar oriya story from Romance