STORYMIRROR

Soubhagini Parida

Drama

3  

Soubhagini Parida

Drama

କନ୍ୟାବିଦା

କନ୍ୟାବିଦା

1 min
11

ଏଲିନା ସାଙ୍ଗମାନଙ୍କ ବାହାଘର ରେ କନ୍ୟାବିଦା ବେଳେ କନ୍ଦାକଟା ଦେଖି ନିଜ ବାହାଘର ରେ ଆଦୌ କାନ୍ଦିବନି ବୋଲି ପଣ କରିଥିଲା l ବ୍ରlଇଡଲ ମେକଅପ ରେ ଦଶ, ପନ୍ଦର ହଜାର ଟଙ୍କା ଖର୍ଚ୍ଚକରି କାନ୍ଦିକାନ୍ଦି ଧୋଇପକେଇବା କେଉଁ ବୁଦ୍ଧିମତା ର ପରିଚୟ ଯେ?

କିନ୍ତୁ ଭାବିବା ଓ କରିବା କଣ ସମାନ କଥା? ନିଜ ବାହାଘର ରେ ଏଲିନା କାନ୍ଦିକାନ୍ଦି ବେହୋସ ହୋଇଗଲା l ତା କାନ୍ଦିବା ଦେଖି ବନ୍ଧୁବାନ୍ଧବ କାନ୍ଦିଲେ, ବାପା ମା ଢେର ଲୁହ ଝରାଇଲେ, ସାନ ଭଉଣୀ ର ଗଳା ବସିଗଲା l

ଏଲିନା ର କନ୍ୟାବିଦା ପରେ ସମସ୍ତେ ଘରକୁ ଫେରିଲେ, ତଥାପି ଦୂରରେ କେହିଜଣେ ଠିଆହୋଇ ତା ଯିବା ରାସ୍ତା କୁ ଚାହିଁ ରହିଥିଲା l

ରାସ୍ତା ରେ ଏଲିନା କୁ ତାର ନବବିବାହିତ ସ୍ୱାମୀ ଆକାଶ ପ୍ରଶ୍ନ କଲେ-ଏଲି! ଗୋଟେ ଝିଅ ବାହାଘର ରେ କିଏ ସବୁଠାରୁ ବେଶୀ କାନ୍ଦେ ଜାଣ?

-ମା

-ନାଁ

-ସାନଭଉଣୀ

-ନାଁ

-ତେବେ କିଏ?

-ତାର ପ୍ରେମିକ, ଏଲିନା ର ଗାଲରେ ସରୁ ଚୁମା ଟିଏ ଦେଇ କହିଲେ ଆକାଶ l


Rate this content
Log in

Similar oriya story from Drama