ଗୋଲାପୀ ଚିଠି
ଗୋଲାପୀ ଚିଠି
ଡାକଵାଲା ଚିଠି ଚିଠି ଡାକ ଛାଡିଲା l ତିଥି ଟିଭି ରେ କାର୍ଟୁନ ସୋ ଦେଖାଇ ଖୁଆଉଥିଲେ ନାତୁଣୀ କୁହୁ କୁ l ପୁଅ ବୋହୁ ଦୁଇଜଣ ଙ୍କର କର୍ପୋରେଟ ଚାକିରୀ, ସକାଳେ ଯାଇ ସନ୍ଧ୍ୟା ରେ ଫେରନ୍ତି l ସେମାନଙ୍କ ମୁଣ୍ଡ ରେ ଶିଖର ଛୁଇଁବାର ଭୂତ ସବାର l ପୁଅ କହୁଥିଲା କୁହୁକୁ ବେବୀସିଟର ରେ ଛାଡ଼ିବା ପାଇଁ, ସେ ମନlକଲେ l ସୁମନ୍ତଙ୍କ ଦେହାନ୍ତ ପରେ ଜୀବନ କୁ ବ୍ୟସ୍ତ ରଖିବାକୁ କୁହୁ ତ ଏକମାତ୍ର ମାଧ୍ୟମ l
କିନ୍ତୁ ଏ ଇଣ୍ଟରନେଟ ଯୁଗ ରେ ଚିଠି କିଏ କାହାପାଖକୁ ପଠାଏ? ମନକୁମନ ପ୍ରଶ୍ନ କଲେ ସେ l
ଡାକଵାଲା ଠାରୁ ଚିଠି ଟି ଆଣି ଖୋଲି ଦେଖି ଆଶ୍ଚର୍ଯ୍ୟ ହେଲେ ତିଥି l ଚିଠି ରେ କେବଳ ଗୋଟିଏ ଶବ୍ଦ ଲେଖାଥିଲା "ତିତଲୀ " ତିଥି ହସିଦେଲେ, ଅନେକ ବର୍ଷ ତଳେ ଏହି ନାମରେ କେହିଜଣେ ତାଙ୍କୁ ଡାକୁଥିଲା l ଏତେବର୍ଷ ପରେ ଚିଠି ଦେବା ଵାଲା ରହିଯାଇଛି ସେଇ ଗୋଲାପୀ ଚିଠି ରେ l ସତରେ ସମ୍ପର୍କ ର ବୟସ ବଢ଼େନି l
