STORYMIRROR

Soubhagini Parida

Others

3  

Soubhagini Parida

Others

ଡେଲିଭରୀ ବୟ

ଡେଲିଭରୀ ବୟ

1 min
3

ସୋନାଲି ସହିତ ବିବାହ ର ମାସେ ପରେ ଶ୍ରୀମୟ କୁ ସରକାରୀ କାର୍ଯ୍ୟ ରେ ସପ୍ତାହେ ପାଇଁ କୋରାପୁଟ ଯିବାକୁ ପଡିଲା |ସମୟ ମିଳିଲେ ସେ ସୋନାଲି ର ଭଲ ମନ୍ଦ ପଚାରି ବୁଝେ |

ଦିନେ ଅପରାହ୍ନ ରେ ଶ୍ରୀମୟ ର ଫୋନ ଶବ୍ଦ ରେ ନିଦ ଭାଙ୍ଗିଗଲା ସୋନାଲି ର

-ବେବି!ଆଜି ରାତିରେ ରୋଷେଇ କରିବନି, ତୁମ ପାଇଁ ପିଜା ଅର୍ଡର କରିଦେଇଛି

-କେଉଁ ପିଜ଼ା

-ଚିକେନ

ଆରେ ମୁଁ ସୋମବାର ରେ ଚିକେନ ଖାଏନି ତୁମେ ଜାଣିନ

ଓଃ ସିଟ! ଅର୍ଡର ତ ପହଂଚି ଗଲାଣି ଆଜି ଦିନ ତ ଚଳେଇ ଦିଅ ବାହାରେ କଲିଙ୍ଗବେଲ ଶବ୍ଦ ଶୁଭିଲା 

ସୋନାଲି ଦେଖିଲା କ୍ୟାପ ପିନ୍ଧି କେହିଜଣେ ତା ହାତକୁ ପିଜ଼ା ପ୍ୟାକେଟ ବଢ଼ାଇ କହିଲା ବିଲ ପେମେଣ୍ଟ ସରିଛି

ସେ ସ୍ୱର ଚି଼ହ୍ନl ଚି଼ହ୍ନl ଲାଗିଲା ସୋନାଲି କୁ l ସୋନାଲି ତl ମୁହଁ ଦେଖିବାକୁ ଚେଷ୍ଟା କଲା l ଡେ଼ଲିଭରୀ ବୟ ହସିଦେଇ କହିଲା ତୁମେ ସୋମବାର ରେ ଚିକେନ ଖାଅନି ସେଥିପାଇଁ ଚିଜ, ମସୃମ ଵାଲା ଆଣିଛି, ଖାଇଦିଅ l ସୋନାଲି ଦେଖିଲା ସେ ଦେବବ୍ରତ l


Rate this content
Log in