STORYMIRROR

Soubhagini Parida

Tragedy

3  

Soubhagini Parida

Tragedy

ଚକୋଲେଟ

ଚକୋଲେଟ

1 min
5

ସାହି ର ଶେଷ ମୁଣ୍ଡ ରେ ନବ ସାହୁ ନୂଆକରି ଖୋଲିଥିବା ଦୋକାନ କୁ ଛୋଟ ଝିଅ ଟିଏ ଆସିଲା l ବୟସ ଛଅ କି ସାତ ହେବ lବଳିଲା ବଳିଲା ଦେହ,ମୁହଁ ରେ ନିର୍ମଳ ହସ l ଏ କଲୋନୀ ରେ କାହା ଘରକୁ ବନ୍ଧୁଘର ଭାବେ ଆସିଥିଲା ବୋଧେ କାରଣ ନବ ସାହୁ ଝିଅ ଟିକୁ ପ୍ରଥମ ଥର ପାଇଁ ଦେଖୁଥିଲା l

ହାତରେ ମୁଠେଇଥିବା ଟଙ୍କା ଟି ଥୋଇ କାଚବମ ରେ ଥିବା ଚକୋଲେଟ ଟିକୁ ଦେଖାଇ ସେ କହିଲା "ସେଇ ଚକୋଲେଟ ଟା ଦିଅ "l

ଦ୍ଵିତୀୟ ଦିନ, ତୃତୀୟ ଦିନ, ଚତୁର୍ଥ ଦିନ ସମାନ ଦୃଶ୍ୟ l ପଞ୍ଚମ ଦିନ ଝିଅଟି ଆଉ ଆସିଲା ନାହିଁ l ନବ ସାହୁ ଭାବିଲା ଝିଅଟି ନିଜ ଘର କୁ ଫେରିଗଲା ବୋଧହୁଏ l

ଦୁଇଦିନ ପରେ ଦୋକାନ ସାମ୍ନା ରାଜରାସ୍ତା ରେ ଶୋଭାଯାତ୍ରା ବାହାରିଥିଲା l ହାତରେ ମହମବତୀ ଓ ଝିଅଟିର ଫଟୋ ଧରି କିଛି ଲୋକ ବାହାରିଥିଲେ ନ୍ୟାୟ ପାଇଁ l ସେମାନଙ୍କ ମଧ୍ୟରେ ଚକୋଲେଟ ପାଇଁ ପଇସା ଦେଇଥିବା ଲୋକଟି ଥିଲା କି ନାହିଁ କେଜାଣି l


Rate this content
Log in

Similar oriya story from Tragedy