ପ୍ରିୟ ଡାଏରୀ- 4
ପ୍ରିୟ ଡାଏରୀ- 4
ଆଜି ସକାଳୁ ଝିପ ଝିପ ବର୍ଷା ହୋଇ ଆକାଶ ପରିଷ୍କାର ହୋଇଯାଇଛି, ଖୁବ ନନେ ପଡ଼ୁଛ ତମେ,ବର୍ଷା ରେ ଭିଜିବାକୁ ମନ କରିଛ ବୋଲି ପାଦ ଦୁଇଟା ଭିଯାଇଛି କେବଳ, ତମ ଅନୁପସ୍ଥିତି ରେ ତମ କଥା ମାନିବାରେ ଯେତିକି ଗୌରବ, ତମ ସାମ୍ନା ରେ ଦୁଷ୍ଟାମୀ କରିବାକୁ ସେତିକି ଭଲଲାଗେ ମୋତେ |ନହେଲେ କେମିତି ତମେ ରାଗିବ, ମୁଁ ଋଷିବି ଆଉ ତମେ ମନାଇବ? ସମ୍ପର୍କ ରେ ରାଗିବା ଋଷିବା ମନାଇବା ଗୋଟେ ପ୍ରକ୍ରିୟା ନହେଲେ ସମ୍ପର୍କ ଟ ସ୍ଥିରପାଣି ହୋଇଯାଏ ପରା |ଯାଃ ତମେ ବୁଝି ପାରିବନି ସେସବୁ, ତମେ Man of brain ଓ ମୁଁ woman of heart.
ଯେତେବେଳେ ମୋ ଭାବନା ମାନେ ଢ଼ୁ ଢ଼ୁ ମଥା ପିଟୁଥାନ୍ତି ଆବେଗ ରେ, ଯେତେବେଳେ ଭଲପାଇବା ରା ଶୀତଳ ମଧୁର ହ୍ରଦ ର ନୀଳନିଆଁ ରେ ମୁଁ ଲମ୍ଫ ପ୍ରଦାନ କରୁଥାଏ, ଫୁଲଚୁଇଁ ଚଢେଇ ଟେ ସାଜି ଦିଗବିଦ୍ଦିଗ ଖେଦୁଥାଏ,ଆକାଶ ର ମେଘ ପରି ଆଦିଗନ୍ତ ଭାସୁଥାଏ, ତମେ କେଇଖଣ୍ଡ ବହି ଭିତରେ ନିଜକୁ ହଜାଇ ଦେଇଥାଅ |ମନ ଛଟପଟ ହୁଏ, ଚୌଦିଗେ ପ୍ରଶ୍ନ ପରେ ପ୍ରଶ୍ନ ଦିଶେ, ଅସରନ୍ତି କଣ୍ଟାଝଣ୍ଟା ରାସ୍ତା ଦିଶେ, ତରଳିଯାଉଥିବା କଲିଜା ର ରକ୍ତ ଗଘ ହୁଏ, ହୁଗୁଳିଯାଏ ପ୍ରତିଜ୍ଞା ସେତେବେଳେ ତମେ ଫେରିଆସ ମୋ ପୃଥିବୀ କୁ |ମୁଁ ପାଲଟେ ସୁନାବ୍ୟ | ନଈ ରା ଛନ୍ଦମୁଖର ଧାର, ମଧୁର ସମ୍ଭାବନା ମାନେ ଗତ ଠାରନ୍ତି ଯମୁନା ରା ଭରାପାଣିଛାତି ଶାନ୍ତ ହୋଇଯାଏ |
ତମେ ମୋ ସବୁ ଗଳ୍ପ ର ନାୟକ,ସବୁ କାହାଣୀ ର ଚରିତ୍ର, ସବୁ ଉପକଥା ର ରାଜପୁତ୍ର, ତଥାପି ମସ୍ତିଷ୍କ ଓ ହୃଦୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆମକୁ ଲାଗିଯିବ ଢେର କିଛି ସମୟ
ସନ୍ତୁଳନ କଥା ରେ ମୋ ଭିତର ଆସନ୍ତୁଳନ ଟ ବଢିଗଲା |ଏଇତ ମୁକୁଳିଛି ସେ ସମସ୍ୟା ରୁ |
ଗତ ସପ୍ତାହ ରେ ମୁଣ୍ଡ ଘୁରେଇଲା ପରି ମନେହେଲା,କାର୍ଯ୍ୟବ୍ୟସ୍ତ ଟ ଯୋଗୁଁ ହେଉଥିବ ମନେକରି ସେଥିପ୍ରତି ଧ୍ୟାନ ଦେଲିନାହିଁ, ପରଦିନ ଚଶମା ରେ ଟିକେ କାମ ଦିଶିବାର ଅନୁଭବ ହେଲା, ଘରପାଖ କ୍ଲିନିକ ରେ ରେ ପରୀକ୍ଷା କଲି, ସେଠାରେ ତମ ମୁହଁ ଦିଶି ଯାଉଥିଲା କେତେଥର ସେଠାକୁ ତମ ସହିତ ଯାଇଛି, ପ୍ରତିଥର ତମ ଆଖିରେ କୋମଳ ଆବେଗ ଟିକେ ଦେଖିବାକୁ କେତେ ଝୁରି ମରେ ମୁଁ, ପ୍ରତିଥର କୁହ ଚସମିସ ଚଶମା ରେ ତୁମେ ଅଧିକା ସୁନ୍ଦରୀ ଦିଶ |
କିନ୍ତୁ ସେଦିନ ମୋ ସମସ୍ୟା ଦେଖି ଡାକ୍ତର ମୋତେ ନାନାଦି ପ୍ରଶ୍ନ କଲେ, ହଠାତ ଅନ୍ଧାର ଦିଶୁଚି କି, ମୁଣ୍ଡ ଭିତରେ ବିସ୍ଫୋରଣ ହେଲାପରି ଲାଗୁଚି କି, ଚାଲିବା ସମୟ ରେ ବାଲାନ୍ସ ରହୁନି କି? କଣ ଉତ୍ତର ଦେଲି ମନେ ନାହିଁ, ଶେଷ ରେ ସେ ମୋତେ MRI କରିବାକୁ କହିଲେ |
- MRI କାହିଁକି, ବ୍ରେନଟ୍ୟୁମର ସନ୍ଦେହ କରୁଛନ୍ତି କି ସାର? ଆକୁଳ କଣ୍ଠ ରେ ପ୍ରଶ୍ନ କଲି |
- ସାମାନ୍ୟ ଟେଷ୍ଟ ନାଁ ଶୁଣି ଏତେ ଭୟ କରୁଛନ୍ତି ହସିଦେଲେ ଡାକ୍ତର ଜଣଙ୍କ
ଆଃ ସେ କଣ ବୁଝିବେ ଛାତି ରେ ଛାତିଏ ଭଲପାଇବା ନେଇ ବାଟ ଚାଲୁଚି ମୁଁ ଆଉ ଗୋଟିଏ ଶବ୍ଦରେ ମୁଁ ଇଡିଯିବି ନିଜ ଭିତରୁ |ମୁଁ ଏତେଶୀଘ୍ର ଏ ପୃଥିବୀ ରୁ ବିଦାୟ ନେବାକୁ ଚାହେଁନା, ତୁମକୁ କହିବାର ଅଛି ଅନେକ କଥା ଯାହା ଏଯାଏ କହିପାରିନି |
ମୋବାଇଲ ରେ ତମ ଫୋଟୋ ଦେଖିଲି ଅନେକ ସମୟ ଯାଏ, ଯେଉଁଟା ଗତଥର ଉଠାଇ ତମ ପ୍ରୋଫାଇଲ ରେ ସେଥିପାଇଁ କରିଥିଲି, ମୋ ପ୍ରିୟ ନୀଳ ରଙ୍ଗର ସୁଟ ରେ
ନର୍ସ ମୋତେ ଟଙ୍କା ଡିପୋଜିଟ କରି ନିର୍ଦିଷ୍ଟ ଚାମ୍ବର କୁ ଯିବାକୁ କହିଲେ |
ଖୁବ ଭୟ ଲାଗୁଥିଲା, ନର୍ସ ଜଣଙ୍କ ମୋ ଦେହରୁ ପୋଷାକ ଖୋଲି ସବୁଜ ଗାଉନ ପିନ୍ଧିବାକୁ କହିଲେ, ହାତଘଣ୍ଟା, ଗହଣା କାଢି ହେୟାର କ୍ଲିପ୍ସ ଖୋଲି ବାଳ ଖୋଲା କରିଦେଲେ, ଏକ ଶୁଭ୍ର ରଙ୍ଗର ମୋଟୋରାଇଜେଡ଼ ବେଡ଼ ରେ ଶୁଆଇ ଦେଇ ଇଞ୍ଜେକ୍ସନ ଦେଲେ ଓ ଦୁଇ କାନ ରେ ବଡ ଦେଲେ ଓ କହିଲେ ସ୍ଥିର ଭାବରେ ଶୋଇବା ପାଇଁ | ଧୀରେ ଧୀରେ ବେଡ଼ ଟି ଗୋଟିଏ ଗୋଲାକାର ଅଂଶ ଭିତରେ ପ୍ରବେଶ କଲା,କାଗା ଝର୍କା ସେପାଖେ କମ୍ପୁଟର ସ୍କ୍ରୀନ ରେ ଚୁମ୍ବକୀୟ କ୍ଷେତ୍ର ରେ ରେଡ଼ିଓ ୱେବସ ମାଧ୍ୟମ ରେ ମୋ ବ୍ରେନ ରା କ୍ରସ ସେକ୍ସନ ଇମେଜ ଦେଖୁଥିଲେ ଏକ୍ସପର୍ଟ ଜଣଙ୍କ, କ୍ରମାଗତ ଭାବରେ ଏକ କର୍କଶ ଶବ୍ଦ ମୋତେ ବିଚଳିତ କରୁଥିଲା, ତମକୁ ଖୁବ ମନେପକାଉଥିଲି, ଭାବୁଥିଲି ଜୀବନ କେତେ ଛୋଟ, ପ୍ରତିଜ୍ଞା କଲି ତମକୁ କେବେ ଦୁଃଖ ଦେବିନାହିଁ |
ସମୟ ଶେଷ ହେଲା, ସାଥିରେ ଯାଇଥିବା ମୋ ବାନ୍ଧବୀ ମୋ ରଙ୍ଗ ଉତୁରି ଯାଇଥିବା ମୁହଁ କୁ ଦେଖି କହିଲା ଏ ମିଷ୍ଟି! କିଛି ହେବନି ତୋର କେତେକଥା ଲେଖିବାର ଅଛି, ସେସବୁ ନଲେଖି ତୁ ଏ ଦୁନିଆଁ କୁ ଗୁଡବ|ୟ କାହିଁ ପାରିବୁ ନାହିଁ | ଭାବିଲି ତମକୁ କଲ କରିବି, ମାତ୍ର ଦୂରରେ ଥାଇ ତମେ ବ୍ୟସ୍ତ ହେବ, କାମ ରେ ମନ ଲଗାଇ ପାରିବ ନାହିଁ, ଶହ ଶହ ପ୍ରଶ୍ନ ପଚାରି ମୋତେ ବ୍ୟସ୍ତ କରିବ, ବରଂ ରିପୋର୍ଟ ଆସିଲେ ମେସେଜ କରିଦେବି|
କିଛି ସମୟ ପରେ ଡାକ୍ତର ଟଙ୍କା ଚାମ୍ବର କୁ ଡାକିମ ହାତ କୁ ରିପୋର୍ଟ ଟା ବଢ଼ାଇଦେଇ କହିଲେ everything ok. ବାସ ଦୁଇଟି ଶବ୍ଦ ରେ ମୋ ମୁଣ୍ଡ ରୁ ଓଲ୍ହାଇଗଲା ପାହାଡ ପ୍ରମାଣ ଦୁଶ୍ଚିନ୍ତା, ପୃଥିବୀ ଦିଶିଲା ସତେଜ|
ମୁଁ ଧୀରେ ଧୀରେ ତାଙ୍କ ଚାମ୍ବର ରୁ ବାହାରୁଥିଲି ଏଇ ବିଶ୍ୱାସ ରେ ଯେ ମୋ ଧୂଳି ମାଟି ର ସ୍ୱର୍ଗ ଏବେ ମୋ ଅପେକ୍ଷା ରେ |
