STORYMIRROR

Soubhagini Parida

Romance

3  

Soubhagini Parida

Romance

ସୁନାରୀ ଗଛ ର ଛାଇ

ସୁନାରୀ ଗଛ ର ଛାଇ

1 min
20


"ଭୁବନେଶ୍ୱର ଏସିଆ ର ଷଷ୍ଠ ଉତ୍ତପ୍ତ ସହର"ବାଇକ ଚଲାଉ ଚଲାଉ କହିଲା ଆଲେକ୍ସ l ପଛ ସିଟ ରେ ବସି ରୀମା ତା ପିଠି ରୁ ପୁଳାଏ ଚିମୁଟି ଦେଲା "ତୁମକୁ କିଏ କହୁଥିଲା ଏ ଗରମ ରେ ମୋତେ ଫୋନ ରେ ଧମକ ଦେବlପାଇଁ ଯେ ମୁଁ ନ ଆସିଲେ ତୁମେ କିଛି ଗୋଟାଏ କରିପକାଇବ l ଏତେ ପରାକ୍ରମ ଦେଖାଇବାର ଅଛି ତ ଯାଉନ ସୀମାନ୍ତ ରେ ଦେଶ ଜଗିବ, ହଉ ଚାଲ ଆଇନକ୍ସ ରେ ଥ୍ରୀଲର ମୁଭି ପଡିଛି ଦେଖିବା, ଡୋମୀନସ ରେ ଖାଇ ଫେରିବା l"

ଆଲୋକ ଓରଫ ଆଲେକ୍ସ ଜାଣେ, ମାସ ଶେଷ, ଘରୁ ଟଙ୍କା ଆସିନି l ସେ କହିଲା ସୁନାରୀଗଛ ଗୁଡା ଗ୍ରୀଷ୍ମ ରେ ଭାରି ରୋମାଣ୍ଟିକ ଲାଗନ୍ତି, ଚାଲ ଛାଇ ରେ ବସିବା,କିନ୍ତୁ ଏଠି ଏତେ ଭିଡ କାହିଁକି?

ରୀମା ମୁହଁ ମୋଡି କହିଲା ଯେଉଁ ମାନଙ୍କ ହାତରେ ଚାବୁକ ନଥାଏ ଅଥଚ ମନ ବେଗବାନ ଘୋଡା ପରି ଛୁଟୁଥାଏ ସେମାନେ ଏଠାରେ ବର୍ଷସାରା ଗହଳି କରନ୍ତି l

ଆଲେକ୍ସ ଦେଖିଲା ବାପା ପୁରୁଣା ଧୋତି ଓ ରବର ଚପଲ ପିନ୍ଧି ସୁନାରୀ ଛାଇ ରେ ଛିଡା ହୋଇଛନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance