Siddhartha Tripathy

Romance Tragedy Inspirational

4.7  

Siddhartha Tripathy

Romance Tragedy Inspirational

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

3 mins
626



   କର୍ପୁର ଉଡିଯାଇଛି, କନା ପଡିରହିଛି। ଏଇ ଯେମିତି ବ୍ରହ୍ମପୁର। ପୁର୍ବର ରେଶମୀ ସହର ନାଆଁ ସହିତ ଆଜି ନୂଆଁ ନାଆଁଟିଏ ଯୋଡିହୋଇଯାଇଛି, ଅପରାଧପ୍ରବଣ ସହର।



   ପାଉଁଶ, ହଁ ହଁ ପାଉଁଶ, ଅଗ୍ନିର ଶେଷ ସନ୍ତକ। ପ୍ରେମ ଅସଫଳ ସ୍ଥିତିକୁ ଯିବା ସମୟରେ କୁହୁଳୁଥାଏ ପାଉଁଶତଳର ନିଆଁ ପରି। ଆଶାର ସାମାନ୍ୟ କିରଣର ପରିପ୍ରକାଶରେ ପୁଣି ପାଉଁଶ ତଳର ନିଆଁ ବନିଯାଏ ଦହଦହ ଅଗ୍ନିଶିଖା।




   ବିନୋଦ ଓ ବନିତା ଭିତରେ ସାମାନ୍ଯ ବୁଝାମଣାର ଅଭାବରୁ ଆଜି ପାଲଟିଯାଇଛି ପାଉଁଶ ତଳର ନିଆଁ। ବିନୋଦର ଯୁକ୍ତି ଆଜିକାଲିର ଛୁଆ, ବିବାହ ନିଶ୍ଚିତ, ପ୍ରେମର ମଜା ତ ନେଇଛେ, ଶାରିରୀକ ସମ୍ପର୍କରେ ଆପତ୍ତି କାହିଁକି ବନିତାର ? ବନିତାର ଯୁକ୍ତି, ନାରୀର ସର୍ବସ୍ବ ଇଜ୍ଜତ ଟିକକ। କେତେ ଆଧୁନିକା ତଥା ସହରୀ ହେଲେ ବି ଶାରିରୀକ ସମ୍ପର୍କକୁ ସହଜରେ ଗ୍ରହଣ କରିପାରୁନଥିଲା ବନିତା। ପାଉଁଶତଳର ନିଆଁ ଲିଭିନଯାଇ ଦହଦହ ନିଆଁ ହୋଇଯାଆନ୍ତା କି ?


 

     ସବୁ ସ୍ୱପ୍ନ ସତ ହୁଏନା। ସବୁ ପାଉଁଶ ତଳର ନିଆଁ ପୁଣି ଜଳିଉଠେନା, ବରଂ ସମ୍ପୁର୍ଣ୍ଣ ପାଉଁଶରେ ପରିଣତ ହୁଏ। ଠିକ୍ ସେମିତି ଘଟିଲା ବନିତା ସହ ସେଇଦିନ ଯେଉଁଦିନ ବିନୋଦ ପୁଣି ଶାରୀରିକ ସମ୍ପର୍କ ପାଇଁ ବାଧ୍ଯ କଲା। ଶିକ୍ଷିତା ଝିଅ ବନିତା ଠିକ୍ ବୁଝିପାରୁଥିଲା ବିନୋଦର ମନସ୍ତତ୍ତ୍ୱ। ଛିନ୍ନ କଲା ସମ୍ପର୍କ।



   ବର୍ଷାସାଙ୍ଗକୁ ଅନ୍ଧକାର। ଅତି ସନ୍ତର୍ପଣରେ ଆଗକୁ ପାଦବଢାଉଛି ବନିତା। ନେଟୱାର୍କ ବି ନାହିଁ, କାହାକୁ କିଛି ନକହି ଏକା ବାହାରି ଆସିଛି ଗ୍ରୁହାଭିମୁଖେ। ପାଣିର ଛମଛମ ଶବ୍ଦ ସାଙ୍ଗକୁ ଛପ୍ ଛପ୍ ଶବ୍ଦ ଶୁଣି ପଛକୁ ଅନାଇ ଦେଖିଲା ଅନତି ଦୁରରୁ ଛାୟାଟିଏ ତାର ନିକଟବର୍ତ୍ତୀ ହେବାରେ ଲାଗିଛି। ଭୟ ପାଇଗଲା ବନିତା। ପ୍ରଥମତଃ ବର୍ଷାରାତିରେ ସେ ଏକା ଝିଅ, ଦ୍ୱିତୀୟତଃ ବ୍ରହ୍ମପୁର ସହର। ଚୁପଚାପ ଠିଆ ହୋଇଗଲା ବର୍ଷାରେ। ପାଖରେ ଯୁବକଜଣକ ତା ମୁହଁକୁ ବଲବଲ ଅନାଇ ରହିଛି। ଅନ୍ଧାର ସାଙ୍ଗକୁ ମୁହଁସାରା ପାଣି। ଯୁବକଟିକୁ ଦେଖିପାରୁନଥାଏ ବନିତା। ଯୁବକଟି ହାତରେ ଧରିଥିବା ଛତାଟି ବନିତାର ମୁଣ୍ଡ ଉପରେ ରଖିଥିଲା। ବର୍ଷା ସାଙ୍ଗକୁ ଥଣ୍ଡା ଓ ଭୟରେ ଥରିଉଠୁଥିଲା ବନିତା। ମଣିଷ ଆଜି ସକାଳୁ କାହା ମୁହଁ ଦେଖିଥିଲା କେଜାଣି।



     ଯୁବକଟି କହିଲା, ମ୍ୟାଡମ ଭୟ କରିବାର କିଛିନାହିଁ, ମୁଁ ଆପଣଙ୍କୁ ସାହାଯ୍ଯ କରିବାକୁ ଆସିଛି। ଝିଅପିଲାଟି ଏକା ଏଇ ବର୍ଷାରେ ଏତେ ରାତିରେ ଯିବାଟା ନିରାପଦ ନୁହେଁ।ଚିଡିଉଠି କହିଲା ବନିତା ,ଅବଳା ଦୁର୍ବଳା ନୁହେଁ, ଆଜିକାଲିର ଯୁଗରେ ଆମ ସୁରକ୍ଷା ଆମେ ଠିକ୍ ଜାଣୁ, କାହାର ସାହାଯ୍ଯର ଆବଶ୍ୟକତା ନାହିଁ। ଆପଣ ଆସିପାରନ୍ତି। ମ୍ୟାଡମ, ଆପଣ ଭୁଲ୍ ବୁଝୁଛନ୍ତି। ରାଗିଉଠି ବନିତା କହିଲା, ଆଚ୍ଛା ଜବରଦସ୍ତି, ଆପଣ ଏଠାରୁ ଯିବେ ନା ପାଟିକରିବି କହିଲା ବନିତା। ଚୁପଚାପ ଠିଆ ହୋଇଗଲା ଯୁବକଜଣକ। ଆଗକୁ ବଢିଲା ବନିତା।


  ଟିକିଏ ଆଗକୁ ଗଲାପରେ ଦୁଇଢଣ ବାଇକଆରୋହୀ ଅସଭ୍ୟ ଭାଷାର ପ୍ରୟୋଗ ଆରମ୍ଭ କଲେ। ଅସହାୟ ହୋଇ ଚାରିପଟକୁ ଅନୋଉଥିଲା ବନିତା। ହଠାତ୍ ଯୁବକଜଣକ ପହଞ୍ଚିଗଲା। ବାଇକଆରୋହୀ ଦୁଇଜଣ କହୁଥିଲେ, ଶଳା ବର୍ଷାକୁ ବଢିଆ ମାଲଟା ହାତଛଡା ହୋଇଗଲା। ଏଇଠି ତ ସବୁଝିଅଙ୍କ ପାଞ୍ଚ ପାଞ୍ଚଟା ପ୍ରେମିକ। ଆମକୁ କଣ ମିଳିବ ?



     ଛତାଧରି ଚାଲିଲା ଯୁବକଜଣକ। ପଚାରିଲା ମ୍ୟାଡମ, ମୁଁ ଆପଣଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇଆସିଲି। ଅଥଚ ଆପଣ ଏମିତି ରୁକ୍ଷ ବ୍ଯବହାର କଲେ କାହିଁକି। ମୁଁ ତ ଖରାପ ବ୍ଯବହାର କରିନଥିଲି। ବନିତା କ୍ଷମାପ୍ରାର୍ଥନା କରିବା ସହ ତାର ପ୍ରଥମ ପ୍ରେମ ଓ କାମ ବିଷୟ ବର୍ଣ୍ଣନା କରିବା ସହ ଆଉ ସେସବୁ ପାଶ୍ଚାତ୍ଯ ସଂସ୍କୃତିର ପାଲରେ ପଡିବାର ନାହିଁ କହିଲା। ହସୁଥିଲା ଯୁବକଜଣକ।ଘରପାଖହେବାରୁ ବିଦାୟ ନେଲା ଯୁବକଜଣକ। ଧନ୍ୟବାଦ ଜଣାଇଲା ବନିତା। ଆଶ୍ଚର୍ଯ୍ଯ ହୋଇଯାଇଥିଲା ଯୁବକଜଣକ। ଏତେ ସମୟ କଥାବାର୍ତ୍ତା ଭିତରେ ବନିତା ଯୁବକଜଣକର ନାଆଁ ବି ପଚାରିନଥିଲା। 


କିଛିମାସ ପରେ ......


ବାପାମାଆଙ୍କ ସହମତିରେ ବାହାଘର ସମ୍ପନ୍ନ ହେଲା ବନିତାର ,ନିକଟ ସହରର ଇଞ୍ଜିନିୟର ସହ। ଖୁସିଥିଲା ବନିତା। ବଦଳିଯାଇଥିଲା ପ୍ରେମର ପରିଭାଷା ତାପାଇଁ। ଏମିତି ଲମ୍ପଟ ଗୁଡାକୁ ବର୍ଷ ବର୍ଷ ପ୍ରେମକଲାପରେ ଶାରୀରିକ ମିଳନର ଆହ୍ବାନ ନହେଲେ ପ୍ରତ୍ୟାଖ୍ୟାନର ଧମକ ଦେଉଥିବା ପ୍ରେମିକ ଅପେକ୍ଷା ବିବାହକରି ସ୍ୱାମୀକୁ ସେଇ ପ୍ରେମବନ୍ଧନରେ ବାନ୍ଧିରଖିବାର ଆନନ୍ଦ ନିଆରା। 

 ବାସରରାତ୍ରି। ନାରୀ ଜୀବନର ପ୍ରତିକ୍ଷିତ ସ୍ୱପ୍ନର ରାତ୍ରି। ପହଞ୍ଚିଗଲେ ସ୍ୱାମୀ, ଓଢଣାଟେକି ଉପହାରଟିଏ ବଢାଇଦେଲେ ବନିତାକୁ। ଚିଠିସହ ଗୋଲାପଫୁଲଟିଏ। ଚିଠିଟିର ଶିର୍ଷକ ଥିଲା " *ପାଉଁଶତଳର ନିଆଁ*"। ଚିଠିଟି ପଢି ଧାରଧାର ଲୁହ ଗଡାଉଥିଲା ବନିତା। ତାର ଆଉ ବୁଝିବାର ବାକି ନଥିଲା। ସେହି ବର୍ଷାରାତିର ଯୁବକଜଣକ ହିଁ ତାର ସ୍ୱାମୀ। କିଛିସମୟପରେ ଦହଦହ ହୋଇ ଜଳୁଥିଲା ପାଉଁଶତଳର ନିଆଁ। ବଢୁଥିଲା ଦୁଇଟିଶରୀରର ତାପମାତ୍ରା। ହସୁଥିଲା ଜହ୍ନ ଆକାଶରେ।


Rate this content
Log in

Similar oriya story from Romance