Goutam Mohanty

Romance Tragedy Inspirational

4.2  

Goutam Mohanty

Romance Tragedy Inspirational

#ଅପେକ୍ଷା ର ଅନୁଭୂତି#

#ଅପେକ୍ଷା ର ଅନୁଭୂତି#

5 mins
701


   କୁହନ୍ତି ଅପେକ୍ଷାର ଫଳ ମିଠା ବୋଲି ,କିନ୍ତୁ ଅପେକ୍ଷା କରିବା ମୋତେ ବିଲକୁଲ୍ ଭଲ ଲାଗେନା। ମୋତେ ଲାଗେ ଅପେକ୍ଷା କରିବା ସବୁଠୁ କଷ୍ଟ ମୁହୂର୍ତ୍ତ ଆଉ କଷ୍ଟ ରେ ରହିବ ମୋତେ ମୋତେ ପସନ୍ଦ ନୁହେଁ। ଅପେକ୍ଷା ପସନ୍ଦ ନୁହେଁ ବୋଲି ମୋ ମେସେଜ ବି କାହା ଇନବକସ୍ ରେ ଅନସିନ ହେଇ ପେଣ୍ତିଂ ପଡୁ ସେ କଥା ବି ମୋତେ ବରଦାସ୍ତ୍ ହୁଏନି। ରାଗ ମୋର ମୁଣ୍ଡ ଉପରେ ତାଣ୍ଡବ କରେ, ଏ କଥା ଶେଖର ଙ୍କୁ ବି ଭଲ ରେ ଜଣା ଥିଲା । ତେଣୁ ମୁଁ ମେସେଜ କରିବା ମାତ୍ରେ ଶେଖର ସାଙ୍ଗେ ସଙ୍ଗେ ମୋ ମେସେଜ ର ରିପ୍ଲେ କରି ଦିଅନ୍ତି ଯଦି ବେସ୍ତ ବି ଥାନ୍ତି ଗୋଟେ ମେସେଜ ତ ନିଶ୍ଚୟ କରି କହିଥିବେ କି ସେ ବେସ୍ତ ଅଛନ୍ତି ବୋଲି। ଶେଖର ଆଉ ମୋର ସମ୍ପର୍କ କଲେଜ୍ ବେଳରୁ ।ପ୍ରାୟ ଛଅ ବର୍ଷ ହୋଇ ଗଲାଣି ତାଙ୍କର ମୋର ସମ୍ପର୍କ କୁ। ତାଙ୍କର ଆଉ ମୋର ଚିନ୍ତା ଧାରା ପୁରା ଅଲଗା। ଯଦି ମୁଁ ପୂର୍ବ ହୁଏ ତ ସେ ପଶ୍ଚିମ। ମୁଁ ପୁରା ଏକ ଯିଦିଆ, ଆଉ ସେ ସମୟ ସହ ନିଜକୁ ବଦଳେଇ ଦିଅନ୍ତି। ମୋ ରାଗ ସବୁବେଳେ ନାକ ଆଗ ରେ ଥାଏ କିନ୍ତୁ ସେ ମୋ ରାଗ କୁ ଢ଼ୋକି ହଜମ କରି ଦିଅନ୍ତି ଆଉ ନିଜ ଆଡୁ ସରି କହି ପୁଣି ଆମର ସମ୍ପକ ର ଗାଡ଼ି କୁ ଆଗକୁ ଗଡ଼େଇ ନିଅନ୍ତି । ସେ ମୋତେ ବହୁତ୍ ଭଲ ପାଆନ୍ତି ବୋଲି ଦାବି କରନ୍ତି। ହେଲେ ମୁଁ ଯେବେ ପଚାରେ କି ଏତେ ସାରା ଖରାପ୍ ଗୁଣ ଥିବା ପରେ ବି ମୋତେ କାଇଁ ଏତେ ଭଲ ପାଅ ବୋଲି ପଚାରିଲେ କୁହନ୍ତି କି ମୁଁ ଜାଣିଛି ତୁମେ ମୋ ଉପରେ ରାଗିବ, ଝଗଡ଼ା କରିବ, ମୋ ଠୁ ବାର ବାର ସରି ଶୁଣିବା କିନ୍ତୁ ମୋ ଠୁ କେବେ ଅଲଗା ହେବନି। ଜିଦିଆ ଟା ନା ଜିଦ୍ଦି ରେ ହେଉ ପଛକେ ମୋତେ କେବେ ଛାଡିବନି। ମୁଁ ବି ତାଙ୍କ କଥାରେ ହସିଦିଏ। କାରଣ ମୁଁ ବି ଜାଣିଛି ମୋ ରାଗ ପଛରେ ବହୁତ୍ ଭଲ ପାଇବା ଲୁଚି କି ରହିଛି। ସେ ପାଇଁ ବୋଧେ ଶେଖର ମୋତେ ପସନ୍ଦ ଥିଲେ କି ସେ ମୋ ଲୁଚି ଥିବା ଭଲ ପାଇବା କୁ ବୁଝି ପାରନ୍ତି। ତାଙ୍କର ମୋର ଏ ଖଟା କ ମିଠା ସମ୍ପର୍କ ଭଲ ରେ ଚାଲିଥିଲା। 


   ଶେଖର ଘର ର ଗୋଟେ ବୋଲି ପୁଅ। ଘର ର ପୁରା ଦାୟିତ୍ଵ ସମ୍ଭାଳି ବା ସହିତ ମୋତେ ବି କେବେ ବି ଅନୁଭବ କରେଇବାକୁ ଦିଅନ୍ତି ନାହିଁ ମୁଁ ତାଙ୍କ ଜୀବନ ର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ ବୋଲି। ବାହାଘର ବୟସ ହେବାରୁ ତାଙ୍କ ଘର ଲୋକ ଟିକେ ତତ୍ପର ଥିଲେ ତାଙ୍କ ବାହାଘର ପାଇଁ। ଶେଖର ଙ୍କୁ ଲାଗୁଥିଲା ଯେହେତୁ ସେ ତାଙ୍କ ଘର ର ଗୋଟେ ପୁଅ ତେଣୁ ତାଙ୍କ ଘର ଲୋକ ଆମ ସଂପର୍କ କୁ ସହଜ ରେ ଗ୍ରହଣ କରିନେବେ। କିନ୍ତୁ ଜାତି ଅଲଗା ଯୋଗୁଁ ଟିକେ ଦ୍ଵନ୍ଦ ରେ ଥିଲୁ। ଶେଖର ଙ୍କ ମୋ ପ୍ରତି ଥିବା ଭଲ ପାଇବା ମୋତେ ବିଶ୍ଵାସ ଦେଉଥିଲା କି ସେ ତାଙ୍କ ଘର ଲୋକଙ୍କୁ ରାଜି କରେଇ ଦେବେ। ଆମ ଘର ଲୋକ ମାନି ବେନି , ମୁଁ ଏକଥା ଭଲ ରେ ଜାଣିଥିଲି କିନ୍ତୁ ଶେଖର ଙ୍କୁ ମୁଁ ଛାଡ଼ି ବି ପାରିବିନି ଏ କଥା ବି ମୋ ମନରେ ସ୍ଥିର ଥିଲା । ଯଦି ଘର ଲୋକ ରାଜି ନ ହୁଅନ୍ତି ମୁଁ ଶେଖର ଙ୍କ ସହ ଚାଲିଯିବି, ପରବର୍ତ୍ତି ମୁହୂର୍ତ୍ତରେ ମୁଁ ମୋ ଘର ଲୋକଙ୍କୁ ବୁଝେଇ ଦେବି। ଏମିତି ବହୁତ୍ କଥା ତାଙ୍କ ମୋ ଭିତରେ ନିଷ୍ପତି ସରି ଯାଇଥିଲା।


   ଶେଖର ଙ୍କୁ ବାରମ୍ବାର ତାଙ୍କ ଘରେ ବାହାଘର ପାଇଁ ବାଧ୍ୟ କରାଯାଉଥିଲା। ବାଧ୍ୟ ହୋଇ ସେ ଆମ ସଂପର୍କ ବିଷୟ ରେ ତାଙ୍କ ଘର ଲୋକ ଙ୍କୁ କହିବାରୁ ତାଙ୍କ ଘରେ ଆମ ବିଷମ ଜାତି କଥା କୁ ନେଇ ମହାଭାରତ ହୋଇଗଲା । ତାଙ୍କ ମାଆ ପୁରୁଣା କାଳ ର ଚିନ୍ତା ଧାର କୁ ଜାବୁଡ଼ି ଧରିଥିଲେ। ତେଣୁ ତାଙ୍କୁ ବୁଝେଇବା ବହୁତ୍ କଷ୍ଟ ହେଉଥାଏ। ପ୍ରତି ଦିନ ତାଙ୍କ ଘରେ ରାଗ ଋଷା ଅଭିମାନ ଚାଲି ଥାଏ। ଶେଖର ବି ସେ ସବୁ କଥା ପାଇ ବହୁତ୍ ଦୁଃଖୀ ରହୁ ଥାନ୍ତି। ମୋତେ ବି ଏ ସବୁ ଭଲ ଲାଗୁନଥିଲା। ସେ ଦିନ ଶେଖର ବହୁତ୍ ଦୁଃଖୀ ଲଗୁଥାନ୍ତି। ଆବଜ୍ ବି ମୋ ଟା ଶୁଭୁଥିଲା। ବହୁତ୍ ବାଧ୍ୟ କରି ପଚାରିଲା ପରେ କହିଲେ କି ତାଙ୍କ ଘର ଲୋକ କାଳେ ତାଙ୍କ ପାଇଁ ଝିଅ ପସନ୍ଦ କରି ଦେଇ ଆସିଛନ୍ତି। ବହୁତ୍ କାନ୍ଦୁ ଥାନ୍ତି । ମୋତେ ତାଙ୍କ ଆଖିରେ ଲୁହ ବିଲକୁଲ୍ ବି ଭଲ ଲାଗେ ନାହିଁ। ତାଙ୍କ କାନ୍ଦ ଶୁଣି ନିଜକୁ ଧର୍ଯ୍ୟ ଧରି ପାରିଲିନି ବହୁତ୍ କାନ୍ଦିଲୁ ଦୁହେଁ। ଶେଖର ସେ ପଟୁ ନିଜ ଲୁହ ପୋଛି ବହୁତ୍ ଦମ୍ଭ୍ ରେ କହିଲେ, ବହୁତ୍ ହୋଇଗଲା ମୋ ଘର ଲୋକଙ୍କୁ ବୁଝେଇବା। ଏବେ ପାଣି ମୁଣ୍ଡ ରୁ ଉପରକୁ ଉଠି ସାରିଲାଣି। ଏବେ ଆଉ ସହିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ। ମୋତେ ଏବେ ଲାଗୁଛି ଆମେ ପାଲେଇଯିବ ଦରକାର୍। ପ୍ରଥମେ କୋଟ୍ ରେ ଯାଇ ବହାହୋଇ ଯିବା ପରେ ଘର ଲୋକ ଆମକୁ ବାଧ୍ୟ ହୋଇ ଗ୍ରହଣ କାରିନେବେ। ନା କଣ କହୁଛ?? ମୋତେ ଶେଖର ପଚାରିଲେ। ମୁଁ ସେ ଯାଏ ବି ଚୁପ୍ ଥାଏ। ତାଙ୍କ କଥା ଶୁଣି କହିଲି କି ଏ ସବୁ ଠିକ୍ ହେବ ?? ମୋତେ ତୁମ ଉପରେ ପୁରା ବିଶ୍ଵାସ ଅଛି। ତୁମେ ଯାହା ଭାବୁଥିବା ନିଶ୍ଚୟ ଠିକ୍ ଥିବା। ଏ ସବୁ ରାଗ ରେ ଆସି କହୁନ ତ । ଟିକେ ମୁଣ୍ଡ ଥଣ୍ଡା କର ଆଉ ଥରେ ଚିନ୍ତା କର। ଶେଖର ବହୁତ୍ ଦମ୍ଭ ରେ କହିଲେ ହଁ ମୁଁ ଭାବି ସାରିଛି। ମୁଁ ବି ତାଙ୍କ କଥାରେ ହ୍ନ ମାରିଦେଲି। ଦିନ ବାର ଠିକ୍ ହେଇଗଲା। ତିନି ଦିନ ପରେ ତାଙ୍କ ବାହାଘର ପାଇଁ ସ୍ଥିର ହୋଇଥାଏ। ତା ଭିତରେ ଆମେ ପଳେଇ ଯିବ ର ବେବସ୍ତା ହୋଇ ଗଲା। ଓକିଲ ବି ଠିକ୍ କରିଦେଲେ। ଆଉ ମୋତେ ଦିନ ୧୧ ଟା ରେ ରେଜିଷ୍ଟ୍ ଅଫିସ ର ପାଖରେ ପହଞ୍ଚି ଯିବା ପାଇଁ କହିଲେ। ମୁଁ ବି ସେଥିରେ ହଁ ଭରିଦେଲି। ଦୁଃଖ ତ ବହୁତ୍ ଥିଲା କି ଘର ଲୋକଙ୍କୁ ଠୁ ଦୁରେଇଯିବା ର। କିନ୍ତୁ ଖୁସି ବି ଥିଲି ଶେଖର ଆଉ ମୁଁ ଏକାଠି ହେଇ ଯିବୁ। ବାରମ୍ବାର ତାଙ୍କ ଘର ଯୋଗୁ ବହୁତ୍ ସମସ୍ୟା ସୃଷ୍ଟି ହୋଇ ସାରିଥିଲା। ସବୁ ପରେ ବି ଆମେ ଏକ ହେବାକୁ ଯାଉଥିଲୁ।


  ମୁଁ ମନ୍ଦିର ବାହାନାରେ ଘରୁ ପଳେଇ ଆସିଲି। ଠିକ୍ ୧୧ ଟା ତା ପୂର୍ବରୁ ଯାଇ ଶେଖର କହିଥିବା ଜାଗାରେ ଅପେକ୍ଷା କରି ଥାଏ। ୧୧ଟା ବାଜିଗଲା ଶେଖର ପହଞ୍ଚି ନଥିଲେ। ବୋଧେ ଟ୍ରାଫିକ ରେ ଫଶି ଯାଇଥିବେ ଭାବି ଭାରି ବେସ୍ତ ଲାଗୁଥିଲା। ତାଙ୍କୁ ବାରମ୍ବାର କଲ୍ କରୁଥିଲି । ହେଲେ ଶେଖର ଫୋନ୍ ବି ରିଶିଭ କରୁ ନଥାନ୍ତି। ମୁଁ ଏକା ଝିଅ ଟା। ଭଲ ବି ଲାଗୁ ନଥିଲା। ଘଣ୍ଟେ ବିତିଗଲାଣି। ଆମ ରେଜୀଷ୍ଟ୍ ପାଇଁ ନଂବର୍ ବି ଆସିଗଲ। ହେଲେ ଏ ଯାଏ ଶେଖର ପହଞ୍ଚିଲେନି। ଓକିଲ ବି ବାରମ୍ବାର ଡାକୁ ଥାନ୍ତି।  ତେଣୁ ମୁଁ ବି ବେସ୍ତ ହୋଇ ବାରମ୍ବାର ଶେଖର କୁ କଲ୍ ଲଗାଉଥାଏ। ହେଲେ ସେ ପଟୁ କିଛି ବି ଉତ୍ତର ମିଳୁ ନଥିଲା। ଘଣ୍ଟା ଟେ ଯାଇ ଦୁଇ ଘଣ୍ଟା , ଦୁଇ ରୁ ତିନି ଘଣ୍ଟା ହେଇ ଗଲାଣି । ସେ ଓକିଲ ବି ଚିଡି ଯାଇ ବହୁତ୍ ଗାଳି କରୁଥିଲା। ମୁଁ ବସିବା ଜାଗାରୁ ଉଠି ଯାଇ ଗେଟ୍ ପାଖକୁ ଯାଉଥାଏ। ଏବଂ କଲ୍ ପରେ କଲ୍, ମେସେଜ ପରେ ମେସେଜ କରୁଥାଏ। ହେଲେ କିଛି ଉତ୍ତର ନ ପାଇ ନିରାଶ ଲାଗୁଥିଲା। ଯେତେ ଯେତେ ସମୟ ଗଡ଼ି ଚାଲିଥିଲା ସେତେ ସେତେ ନିରାଶ ର ବାଦଲ ମୋତେ ଢାଙ୍କି ଚାଲିଥାଏ। ଆସ୍ତେ ଆସ୍ତେ ମୁଁ ବି ନିସ୍ତେଜ୍ ହେବା କୁ ଲାଗିଲିଣି, ହେଲେ ମୋ ଅପେକ୍ଷା ର ଅନ୍ତ ଘଟୁ ନଥାଏ। ସକାଳ ଯାଏ ସନ୍ଧ୍ୟା ହେବାକୁ ଆସିଲାଣି। ମୁଁ ସେମିତି ବିନା ଖିଆ ପିଆ ରେ ଶେଖର ଙ୍କୁ ଅପେକ୍ଷା କରିଥାଏ। କିଛି ସମୟ ରେ ଅଫିସ ବି ବନ୍ଦ ହେବାକୁ ବସିଲା ।ତଥାପି ମୁଁ ସେମିତି ଅପେକ୍ଷା କରିଥାଏ। ସନ୍ଧ୍ୟା ଯାଇ ରାତି, ପୁଣି ସକାଳ ହେଇଗଲାଣି ଆଉ ମୁଁ ସେମିତି ସେ ୱାଇଟିଂ ରୁମ୍ ଟା ଗୋଟେ ଛୋଟ ବେଞ୍ଚ୍ ଉପରେ ବସି ବସି କେତେବେଳେ ଶୋଇ ପଡ଼ିଥିଲି। ହେଲେ ବିଶ୍ଵାସ ଭାଙ୍ଗୁନି ମୋର। ମୁଁ ବି କେଡେ ବୋକି ଟା ଥିଲି । ଏ ଯାଏ ବି ଆଶା ଧରି ବସିଥିଲି ସେ ଆସିବେ। ମୋ ଅପେକ୍ଷା ର ଅନ୍ତ ବି ହେଲା, ଯେତେବେଳେ ମୋ ଫୋନ୍ କୁ ମେସେଜ ଆସିଲା। ମୁଁ ମେସେଜ ଖୋଲି ଦେଖେ ତ ଗୋଟେ ଫୋଟୋ, ଶେଖର ବର ଭେଷରେ ଅନ୍ୟ ଏକ ଝିଅ ସହ ,ଯିଏ କି ତା ନା ର ସିନ୍ଦୂର ପିନ୍ଧିଛି। ଆଉ ଲେଖା ଅଛି କି ମୋତେ ଭୁଲ ବୁଝିବନି ମୁଁ ନିରୁପାୟ ଥିଲି। ମୋତେ ବାଧ୍ୟ ହୋଇ ବିବାହ କରିବାକୁ ପଡ଼ିଲା। ମୋ ମାଆ ଆତ୍ମହତ୍ୟା କରିବାର ଧମକ ଦେଇ ଏ ସବୁ କରେଇନେଲେ। ତୁମ ଅଜାଣତରେ ମୁଁ ମୋ ଜୀବନ ରେ ଆଗକୁ ବଢିଗଲି ତମେ ବି ଆଗକୁ ବଢ଼ି ଯିବ ବୋଲି ଆଶା କରୁଛି। ପାରିବ ଯଦି ମୋତେ କ୍ଷମା କରିଦେବା। 


   କିଛି କ୍ଷଣ ପାଇଁ ମୋ ଶରୀର ରୁ ଆତ୍ମା ଛାଡ଼ି ଗଲା ଭଳି ଲାଗିଲା। ହେଲେ ମୁଁ ବି କଣ୍ କରି ପାରିଥାନ୍ତି। ସମୟ ସହ ଆଗକୁ ବଢ଼ି ଯିବାର ଅଭ୍ୟାସ ତାର ଥିଲା କିନ୍ତୁ ମୁଁ ଜିଡିଆ ଟେ ନା ଆଜି ବି ତାକୁ ଭୁଲ ବୁଝି ପାରୁନି। ତା ପ୍ରତାରଣା କୁ ସହଜେ ଗ୍ରହଣ କରି ପାରୁନି। ଆଜି ବି ମୋ ହୃଦୟ ଚାହିଁ ବସିଛି ତା ଫେରିବା ର ଅପେକ୍ଷା ରେ.....


Rate this content
Log in

Similar oriya story from Romance