କୁଆଁରୀ କନ୍ୟା
କୁଆଁରୀ କନ୍ୟା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ରାକେଶର ବାପା ଓ ମା ଚାଲିଯିବା ପରେ ତା ଟିକି ଭାଇ ଅନିଲ ହିଁ ତାର ସବୁକିଛି ଥିଲା.ରାକେଶ ନିଜେ ଖଟି ଭାଇକୁ ପଢେଇବା ପାଇଁ ଚେଷ୍ଟା କରୁଥିଲା ନିଜେ ଅଳ୍ପ ଖାଇ ଭାଇକୁ ଅଧିକ ଖାଇବାକୁ ଦେଉଥିଲା. ସେତେବେଳେ ରାକେଶର ବୟସ 14 ବର୍ଷ ହେଇଥିବା ବେଳେ ଅନିଲକୁ 9 ବର୍ଷ. ରାକେଶ ଗୋଟେ ସାଇକେଲ ଦୋକାନରେ କାମ କରି ନିଜର ଓ ତା ଭାଇର ଗୁଜୁରାଣ ମେଣ୍ଟାଉଥିଲା . ଭାଇକୁ ବଡ ମଣିଷ କରିବାରେ ତାର ଏକମାତ୍ର ସ୍ବପ୍ନ ଥିଲା. ଦଶମ ବୋର୍ଡ ପରୀକ୍ଷା ପାଖେଇ ଆସୁଥାଏ ଭାଇକୁ ରାତିରେ ଡର ଲାଗିବ ବୋଲି ନିଜେ ଅନିଦ୍ରା ରହି ସାନ ଭାଇ ପାଖେ ଜଗି ବସିଥାଏ. ରାକେଶ ଯେବେ ପରଦିନ ସାଇକେଲ ଦୋକାନକୁ ଯାଇ କାମ କରିବା ଆରମ୍ଭ କରେ .ତାକୁ ନିଦ ପ୍ରବଳ ଆସେ.ଏମିତି ବାରମ୍ବାର ରାକେଶର କାମରେ ଅବହେଳା ହେବାରୁ ମାଲିକ ଜାଣିଶୁଣି ଓଜନିଆ ଲୁହା ତା ହାତ ଉପରକୁ ଫୋପାଡ଼ି ଦିଏ.
ରାକେଶ - ବୋଉ ଲୋ ମରିଗଲି ଲୋ କହି ହାତରେ ଜାବୁଡି ଧରି କାନ୍ଦେ ଧୀରେ ଧୀରେ ହାତ ଫୁଲିଯାଏ .ଗୋଟେ ହାତରେ ଆଖିରୁ ଲୁହ ପୋଛି କାନ୍ଦି କାନ୍ଦି ଘରକୁ ଚାଲିଆସେ.
ଅନିଲ- ଭାଇ ତୋ ହାତ କେମିତି ଭାଙ୍ଗିଲା .ଚାଲ ଡାକ୍ତରଖାନା ଯିବା.
ରାକେଶ-( ଭାବିଲା ଯେତିକି ପଇସା ଅଛି ଯଦି ଡାକ୍ତରଖାନା ରେ ଖର୍ଚ୍ଚ କରିଦେବା ପୁଣି ଖାଇବା କଣ) ଆରେ ନାଇଁରେ ଆମ ପାଖ ଗାଁ ରେ ସେ ହାଡ ଭଙ୍ଗା ସେକ ଦେଇ ରେକୁଳା ତେଲ ଟିକେ ମାରିଦେଲେ ଭଲ ହେଇଯିବ.
ଅନିଲ- ନା ,ନା ମୁ କିଛି ଶୁଣିବିନି ,ତୁ ମୋ ସହ ଆସିଲୁ.
ରାକେଶ- ତୁ ପାଗଳା କାଇଁ ଏମିତି ହେଉଛୁ.ସବୁ ଟଙ୍କା ତ ଖର୍ଚ୍ଚ ହେଇଯିବ ଆମେ ଖାଇବା କଣ.
ଅନିଲ- ତୁ ଚିନ୍ତା କରନି ମୋ ପାଖରେ ଅଛି ପା. ତୁ ଯୋଉ ପକେଟ ଖର୍ଚ୍ଚ ଦେଉ ସେ ସବୁ ମୁ ସାଇତିକି ରଖିଛି. ତୋର ହାତ କେମିତି ଭାଙ୍ଗିଲା କହିଲୁ.
ରାକେଶ- କାମ କରୁ କରୁ.
ଅନିଲ- ମିଛ କହନି ,ତୁ ଏତେ ବର୍ଷ ହେବ କାମ କଲୁଣି ତୋର ପୁଣି ଭୁଲ ହେବ.
ମୁଁ ଜାଣିଛି ଏ ସବୁ କାମ ତୋର ମାଲିକର .
ମୋ ଭାଇ ସରାଳିଆ ଦେଖି କଣ ଯାହା ନାହିଁ ତାହା କରିବ ନା କଣ .ସତରେ ଭାଇ ତୁ ଏମିତି ସରଳ ହୋ ନାହିଁ ମୁହଁରେ ଜବାବ ଦେବା ଶିଖ,ଦୁନିୟା ରେ ଜୋର ଯାର ସେ ହିଁ ଜିତିବ.
ରାକେଶ- କଣ ସବୁ କହି ଯାଉଛୁ .ତୁ ମନ ଦେଇ ପାଠ ପଢି ସରେ ତା ପରେ ମୁ ଛାତି ଫୁଲେଇ ଚାଲିବି .
10 ବର୍ଷ ପରେ......
ରାକେଶ କାମରୁ ଫେରି କବାଟ ଖୋଲି ଦେଖେ ତ ଅନିଲ ଦୌଡ଼ି ଦେଇ ଫ୍ୟାନରେ ଝୁଲୁଛି .ରାକେଶ ଚିତ୍କାର କରି ସଂଗେସଂଗେ ତାକୁ ଧରି ତଳକୁ ସୋଇ ତାକୁ ଉଠେଇବାକୁ ଚେଷ୍ଟା କରେ
ଆଖିରୁ ଝର ଝର ଲୁହ ବୁନ୍ଦା ଝରିପଡ଼ୁଥାଏ ଅଣନିଶ୍ୱାସୀ ହେଇ କାନ୍ଦି ବି ପାରୁନଥିଏ .
ଉଠରେ ଅନିଲ, ଦେଖ ତୋ ପାଇଁ ନୂଆ ବାଇକ ଆଣିଛି .
ଆ ମତେ ଟିକେ ଗାଡିରେ ବସି ବୁଲେଇବୁ.
ସବୁକିଛି ସରିଯାଏ ଯାହା ସ୍ବପ୍ନ ଦେଖିଥିଲା ଯାହା ଆଶା କରିଥିଲା ନିଜର ତ୍ୟାଗର ମହତ୍ୱ ବି କିଛି ରହିଲାନି . ରାକେଶର gf ପୂଜା ରାକେଶକୁ ଧର୍ଯ୍ୟ ଧରିବାକୁ କୁହେ.
ରାକେଶ ସବୁବେଳେ ଭାଇ ପାଇଁ ମନ ଦୁଃଖରେ ରହିଲା.
ଗୋଟେ ବର୍ଷ ପରେ....
ଆରେ ଏ କଣ ମୁଁ ଯାହା ଜିନିଷ ଅସଜଡ଼ା କରି ଯାଇଥିଲି ତାକୁ କିଏ ସଜାଡ଼ିଲା .ପୂଜା ଘରକୁ ଆସିଥିଲେ କି ? ଫୋନ ଟିକେ କରିଦିଏ.
ରାକେଶ- ପୂଜା,ତମେ ଆଜି ଆମ ଘରକୁ ଆସିଥିଲ କି .
ପୂଜା- ନା ତ. କଣ ହେଇଛି.
ରାକେଶ- ମୁଁ ମୋର ଘରର ଜିନିଷ ଅସଜଡ଼ା ହେଇଥିଲା .ତାକୁ କିଏ ସଜାଡି ଦେଇଛି .ହେଲେ ବଡ ଅଜବ କଥା ମୁଁ ଘରେ ତାଲା ଦେଇ ଯାଇଥିଲି.
ପୂଜା- ତମେ ବେସ୍ତ ହୁଅନି ମୁଁ ଯାଉଛି.
ପୁଣି 2 ଦିନ ପରେ ସେମିତି ହେଲା..ରାତି ହେଇଥାଏ .
ରାକେଶ- (ମନ ରେ ଭୟ) ପୂଜା ମତେ ବହୁତ ଡର ଲାଗୁଛି .
ମତେ ଲାଗୁଛି କିଏ ଭୂତ ଏମିତି କରୁଛି.
ପୂଜା- ତମେ ବେସ୍ତ ହୁଅନି ମୁଁ ଏବେ ଯାଉଛି.
ପୂଜା ଆସି ପହନ୍ଚି ଯାଏ .
ପୂଜା- ତମେ ଚାଲ ମୋ ରୁମ ରେ ରହିବ.
ରାକେଶ- ନା ,ସେଠିକା ଲୋକ ଖରାପ ଭାବିବେ.
ପୂଜା- ତମେ ପୁଅଟେ ହେଇ ଏତେ ଡ଼ରୁଛ କଣ .ମୁଁ ଅଛି କେହି କିଛି ଖରାପ ଭାବିବେନି .
ରାକେଶ- ହୋଉ ଚାଲ.ମୁଁ ମୋ ବାଇକରେ ଯାଉଛି.
ରାକେଶ ଓ ପୂଜା ଗୋଟେ ଛାତ ତଳେ ମିଶିକି ରହିଲେ .
କିଛି ଦିନ ପରେ ...
ରାକେଶ - ମୋ ବାଇକ ଟା ଖରାପ ହେଇଯାଇଛି ମତେ ଗୋଟେ ଜାଗାରେ ଛାଡି ଦେବ.
ପୂଜା- ସନ୍ଧ୍ୟା ହେଇ ଆସିଲାଣି କୋଉଠି କୁ ଯିବ.
ରାକେଶ- ସେଇ ମଶାଣି ପାଖକୁ .
ପୂଜା-(ଜୋର ପାଟିରେ ହସିବାକୁ ଲାଗେ) ହି ହି ହି ... । ଆଉ ଥରେ ଭାବି ଦେଖ&n
bsp;,
ତମେ ମସାଣି କୁ ଯିବ ବୋଲି କହୁଛ.
ରାକେଶ- ସତ କହୁଛି. ଆଜି ମୋ ଭାଇର ବର୍ଷି .
ପୂଜା- ଦିନରେ ତ ଯାଇପାରିଥାନ୍ତା .
ରାକେଶ- ନା ଏବେ ଯିବି .
ପୂଜା- ତମେ ଡରିବ ବୋଲି ମନା କରୁଛି .
ସେଠି ଜାଣିଛ ଡାହାଣୀ ଗୁଡା ରହୁଛନ୍ତି .
ରାକେଶ- ତମେ ଚାଲିଲ.
ପୂଜା- ହୋଉ ଆସ.
ଦୁହେଁ ମିଶିକି ଗଲେ ସେ ମସାଣି ପାଖକୁ .
ସେଠି ପହଞ୍ଚୁ ପହଞ୍ଚୁ କିଛି ଝିଅ ମାନେ କାନ୍ଦିବାର ଶୁଣାଗଲା . ପୂଜା ଏମିତି ଡାହାଣୀ ମାନଙ୍କର କ୍ରନ୍ଦନ ଶୁଣି ତା ଲୋମ ଟାଙ୍କୁରି ଉଠୁଥାଏ .
ପୂଜା ରାକେଶ ର ହାତ ଟାଣି - ଚାଲ ଚାଲ ଆମେ ଏଠୁ ପଳେଇବା.
ରାକେଶ ର ହାତ ଯେତେ ଟାଣୁଥାଏ ସେ ହଲୁ ବି ନଥାଏ .
ପୂଜା ଆଶ୍ଚର୍ଯ୍ୟ ହେଇଯାଏ ...
ତମକୁ ଡର ଲାଗୁନି.
ରାକେଶ-( ବଡ ପାଟିରେ ହସି) ଡର ପୁଣି ମତେ
ହା ହା ହା ହା ହା ହା
ଏ ଯୋଉ ଡାହାଣୀ ମାନଙ୍କର କାନ୍ଦିବାର ସ୍ୱର ଶୁଣୁଛ ସେମାନେ ହେଉଛନ୍ତି ସବୁ କୁଆଁରୀ ଝିଅ ଆଉ ତାଙ୍କୁ କନ୍ଦେଇ କନ୍ଦେଇ ମାରି ଏଠି ପୋତି ଦେଇଛି ଏଇ Devil .
ପୂଜା- ତମ ଭିତରେ ଭୂତ ପଶିଛି ନା କଣ .ଏମିତି ପାଗଳ ଭଳି କଥା ହେଉଛ.
ରାକେଶ-(ପୂଜା ର କେଶ କୁ ଧରି ) ତତେ କଣ ଛାଡ଼ିଦେବି ଭାବିଛୁ .
ଆଜି ତୋ ପାଳି .
ଆଜି ତୁ ମାରିବୁ .
ପୂଜା- ( କାନ୍ଦିକି) ପ୍ଲିଜ଼ ମତେ ଛାଡ .
ରାକେଶ- (ରାଗିକି)ଜାଣିଛୁ ଏଠି 5 ଜଣ ଝିଅ ଙ୍କୁ ମୁଁ ବେହୋସ କରି ଜିଅନ୍ତା ପୋତି ଦେଇଛି .
ଏମାନେ ସବୁ ମୋ ଭାଇର ମରିବାର କାରଣ .
ଏମାନେ ମୋ ଭାଇର ମାରିବାର ଗୋଟେ ଗୋଟେ କାରଣ.
(କାନ୍ଦିକି) ମୋ ଭାଇ ତ କାହାକୁ କିଛି କହେନି .ସତ୍ୟ,ନ୍ୟାୟ ରାସ୍ତାରେ ଚାଲେ .
ପ୍ରଥମ ଝିଅ ଯିଏ କି ତାର ସ୍ୱାର୍ଥ ପାଇଁ ମୋ ଭାଇକୁ ଲୋକଙ୍କ ସାମ୍ନାରେ ଅପମାନ କଲା . ମୋ ଭାଇ ମନ ଦୁଃଖରେ ଆସି ସବୁ ମତେ କହେ ଆଉ ମୁଁ ତାକୁ ବୁଝେଇ ଦିଏ .
ଦ୍ୱିତୀୟ ଝିଅ- ନିଜ bf କୁ ବଂଚେଇବ ବୋଲି ମୋ ଭାଇକୁ ବିନା ଦୋଷରେ ପୋଲିସରେ ଦେଇଦେଲା, କଣ ଭୁଲ ଥିଲା ମୋ ଭାଇର .
ତଥାପି ମୋ ଭାଇକୁ ବୁଝେଇଲି .
ତୃତୀୟ ଝିଅ ଯିଏ କି ମୋ ଭାଇର ପସନ୍ଦ ଥିଲା ଆଉ ତାକୁ ଭଲ ପାଉଥିଲା .ସେଇ ତୃତୀୟ ଝିଅର ଦୁଇ ଜଣ ଝିଅ ଶତ୍ରୁ ଥିଲେ, ସେ ଦୁଇ ଜଣ ଝିଅ ମୋ ଭାଇ ଜୀବନକୁ କଳା ବାଦଲ ନେଇ ଆସିଲେ ଆଉ ମୋ ଭାଇ ଯାହାକୁ ଭଲ ପାଉଥିଲା ସେ ହିଁ ଶେଷରେ ଧୋକା ଦେଲା.
ସେଥିପାଇଁ ସେ 5 ଜଣ ଝିଅଙ୍କୁ ଜିଅନ୍ତା ପୋତି ପକେଇଲି .କାହାକୁ ମିଛ କହି ଫସେଇବା ସାମାନ୍ୟ ଭୁଲ ନୁହେଁ. କାହାକୁ ଧୋକା ଦେବା ସାମାନ୍ୟ ଭୁଲ ନୁହେଁ, ମନରେ ହିଂସା ଅହଂକାର ରଖି ଅନ୍ୟ କୁ କଷ୍ଟ ଦେବା ସାମାନ୍ୟ ଭୁଲ ନୁହେଁ .
ମୋ ଭାଇ ଠିକ କହୁଥିଲା ,ଏ ଦୁନିୟାରେ ସରଳ ହେଇ ବଂଚିବା ବହୁତ କଷ୍ଟ .
ପୂଜା- ( କାନ୍ଦିକି) ହେଲେ ମୁଁ କଣ କଲି .
ରାକେଶ- ଓ ହୋ ଲୋ ,କିଛି କରିନି ପିଲାଟା .
ଜଣକୁ ଭଲ ପାଇଁ ଆଉ ଜଣକ ପାଖରେ ରାତି ବିତେଇବା କଣ ସାମାନ୍ୟ ଭୁଲ . ମୁଁ ତ ସେହି ଦିନ Devil (ରାକ୍ଷସ) ପାଲଟି ଗଲି ଯେତେବେଳେ ତତେ ଆଉ କୋଉ ପୁଅ ସହ ଦେଖିଲି . ବାପା ମା ଚାଲିଗଲା ପରେ ମୋର ବଂଚିବାର ଆଶା ମୋ ଭାଇ ଥିଲା . ଆଉ ମୋ ଭାଇ ଚାଲିଗଲା ପରେ ଭାବିଲି ତୋ ମୁହଁ ଚାହିଁ ବଞ୍ଚିବି ।
ହେଲେ ତୁ ଛି...
ପୂଜା- ମତେ ମାରି ତମେ କି ଖୁସି ପାଇବ?
ରାକେଶ- ଯାହାର ପରିବାର ନାହିଁ ପ୍ରେମ ନାହିଁ କେହି ନାହିଁ ସେ ବା କୋଉ ଖୁସି ଆଉ ଖୋଜିବ.
ମୋ ମନ ଏତିକିରେ ଶାନ୍ତି ନାହିଁ , ତୁ ମାରିବା ପରେ ମୁଁ ମାରିବି .
ବାକି ପରିଶୋଧ ନର୍କରେ ତମ ମାନଙ୍କ ସହ ନେବି .ରାକେଶ ପୂଜାକୁ ବେହୋସ କରି ପୋତି ଦେବା ପରେ ନିଜେ ବି ଗାତ ଖୋଳି ପୋତି ହେଇଗଲା.
= ଯେକୌଣସି ଭୁଲ କରିବା ପୂର୍ବରୁ ଥରେ ଅପରପକ୍ଷ କୁ ଯାଇ ଦେଖିବ ସେ ଭୁଲର ପରିଣାମ ନିଜେ ସହ୍ୟ କରିପାରିବ ତ?
.
ଅଜାଣତ ରେ ବଡ ଭୁଲ କ୍ଷମା ଯୋଗ୍ୟ ହୋଇଥାଏ .
ଜାଣି ଜାଣି ସାମାନ୍ୟ ଭୁଲ କରିବା ମହାପାପ ହେଇଥାଏ.
.
ମଣିଷ ଖରାପ ହେଇନଥାଏ ମଣିଷ ର ବୁଦ୍ଧି ଖରାପ ହେଇଥାଏ .
ତ ଚେଷ୍ଟା କର ହୃଦୟ ରୁ ସବୁ ନିର୍ଣ୍ଣୟ ନେବାକୁ ଆଉ ସତ୍ୟ ନ୍ୟାୟ ଧର୍ମ କୁ ରକ୍ଷା କର.
ଧର୍ମ_ରକ୍ଷତି_ରକ୍ଷିତାଃ
ତୁମେ ଧର୍ମ କୁ ରକ୍ଷା କର
ଧର୍ମ ତୁମକୁ ରକ୍ଷା କରିବ.