#ସ୍ୱାର୍ଥପର#
#ସ୍ୱାର୍ଥପର#
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ .
ପ୍ରେମ କରିବା ଟା ବହୁତ ସହଜ ହେଲେ ପ୍ରେମ ର ରାସ୍ତା ରେ ଚାଲି ଲକ୍ଷସ୍ଥଳ ରେ ପହଁଞ୍ଚିବା ହୁଏତ ଭାଗ୍ୟ ରେ ଲେଖା ନଥାଏ ଅବା ଭୁଲ ବୁଝାବଣା ଯୋଗୁ ଅଧା ରାସ୍ତା ରେ ହାତ ଛାଡି ଯିବାକୁ ହୁଏ .
.
ଠିକ ସେମିତି ଘଟିଥିଲା ଲିପି ଓ ଧିରୁ ଙ୍କ ଜୀବନ ରେ ....
ଗୋଟିଏ କଲେଜ ହେଲେ କ୍ଲାସ ଅଲଗା
ଲିପି 2 ପଢ଼ୁଥିବା ବେଳେ ଧିରୁ 3 ରେ ପଢୁଥିଲା.
ପ୍ରଥମେ ପ୍ରଥମେ ପ୍ରେମ ମିଠା ମିଠା ଲାଗୁଥିଲା .
ଦୁହେଁ ହଷ୍ଟେଲ ରେ ରହି କ୍ଲାସ ନକରି ପାର୍କ ସିନେମା ଯାଇ ସମୟ ନଷ୍ଟ କରି ଜୀବନ କୁ ଉପଭୋଗ କରୁଥିଲେ.
ହେଲେ ପ୍ରେମ ରେ ଫାଟ ତ ସେତେବେଳେ ଆରମ୍ଭ ହେଲା ଯେବେ ଲିପି ର ପେପେର ରେ ବ୍ୟାକ ଲାଗିଲା .
.
ଲିପି-(ମନ ଦୁଃଖ ରେ) ତମେ ଆଉ ମତେ ଦେଖା କରିବନି.
ଧିରୁ- (ଆଶ୍ଚର୍ଯ୍ୟ ହେଇ)ଆରେ ,କଣ ହେଇଛି ? ଏମିତି କଣ କହୁଛ.
ମୁଁ କଣ କଲି .
ଲିପି- (କାନ୍ଦିକି) ତମରି ପାଇଁ ...ଆଜି ମୁଁ
ଧିରୁ- ତମେ ପ୍ରଥମେ କାନ୍ଦ ବନ୍ଦ କଲ.
ଲିପି- ଦେଖ ମୁଁ କହିଦେଲି ମତେ ଆଉ ଡିଷ୍ଟର୍ବ କରିବନି ମାନେ କରିବନି .
ତମରି ପାଇଁ ଆଜି ମୁଁ ଫେଲ ହେଇଛି .
ତମେ ମୋ ଜୀବନ କୁ କାହିଁକି ଆସିଲ.
.
ଧିରୁ-( ମନ ଦୁଃଖ ରେ) ପ୍ଲିଜ଼ ମନ ଦୁଃଖ କରନି ,ସବୁ ଠିକ ହେଇଯିବ .
ଲିପି- ମୋ ଜୀବନ ରେ ମୁଁ କେବେ ଫେଲ ହେଇନଥିଲି.
ଯଦି ପୁଣି ସେମିତି ହୁଏ .ମୋ ଭବିଷ୍ୟତ ନଷ୍ଟ ହେଇଯିବ ମୁଁ ଆତ୍ମହତ୍ୟା କରିଦେବି .
ଆଉ ସେଥିପାଇଁ ଦାୟୀ ତମେ ରହିବ.
.
ଲିପି ଏମିତି ବହୁତ କିଛି ଗାଳି ଦେଲା ଧିରୁ କୁ ...
କିଛି ଦିନ ସେମାନେ କଥା ହେବା ବନ୍ଦ କରିଦେଲେ .
.
ଧିରୁ ବିଚାରା ନିଜକୁ ଦୋଷ ଦେଉଥାଏ
ମୁଁ ତାକୁ ଲଭ କଲି ବୋଲି ସେ ପାଠ ପଢ଼ିପାରିଲାଣି.ତା ଭବିଷ୍ୟତ ନଷ୍ଟ ହେଇଯିବ.
ଧିରୁ ର ଇଛା ହେଉଥାଏ ଫୋନ କରିବାକୁ ହେଲେ ତା ବିବେକ ବାଧା ଦେଉଥାଏ .
କଣ ସତରେ ମୋ ପାଇଁ ତା ଭବିଷ୍ୟତ ନଷ୍ଟ ହେଇଯିବ.
ନା ..ନା ..ସେ ଯୋଉଠି ରହୁ ଖୁସି ରେ ରହୁ.
.
ଏମିତି ପରସ୍ପର କୁ ଛାଡି କେତେ ଦିନ ବା ରହିବେ .
କଲେଜ ଖୋଲିଲା ...
ଲିପି ,ଧିରୁ ପାଖକୁ ଆସି - ସେଦିନ ତମକୁ ବହୁତ କଥା କହିଦେଲି ନା ,ସରି ,ପ୍ଲିଜ଼
ମନ ଦୁଃଖ କରନି .
ମୁଁ କଣ କରିବି ..
ରେଜଲ୍ଟ କୁ ନେଇ ବହୁତ ଟେନ୍ସନ ରେ ଥିଲି.
ଭୁଲ ମୋର ଥିଲା .
.
ପ୍ଲିଜ଼ ଧନ ମନ ଦୁଃଖ କରିନି.
.
ଧିରୁ-( ତା ଫେରିବା ଦେଖି ବହୁତ ଖୁସି ହେଇଯାଇଥିଲା) ନାଇଁ ରେ ମୁଁ ତୁମ ଉପରେ ରାଗିନି .
ମୁଁ ତୁମକୁ ବହୁତ ମିସ କରୁଥିଲି .
ଇଛା ହେଉଥିଲା ଫୋନ କରିବି ବୋଲି ହେଲେ ତମେ ମତେ ରାଣ ନିୟମ ପକେଇଦେଇଥିଲ.
ମୁଁ ଆଜି ବହୁତ ଖୁସି
ମୋ ପାଗିଳି ପୁଣି ଫେରିଆସିଛି.
.
ଲିପି- ହେଲେ ଆମେ ଆଗ ଭଳି ଆଉ କଥା ହେବନି .
ମୋର ଇଛା ଅଛି ଗୋଟେ ଡାକ୍ତର ହେବା ପାଇଁ .
ଆଉ ଯଦି ତମ ସହ ଏମିତି ସମୟ ବିତେଇବି
ପଢ଼ିବି କେତେବେଳେ ...
ଧିରୁ-( ଯେତିକି ମନ ଖୁସି ଥିଲା ତା ଠୁ ଅଧିକ ଏ କଥା ଆଘାତ ଦେଇଦେଲା ,ଆଖି ର ଲୁହ କୁ ଆଖି ରେ ରହି
ଟିକେ ହସି ) ଏଇ କଥା
ତମେ ବେସ୍ତ ହୁଅନି .
ତମର ପଢା ରେ କିଛି ଅସୁବିଧା ହେବନି.
.
ଏମିତି କିଛି ଦିନ ଚାଲିଲା.
ଆଗ ଭଳି ଆଉ ସମ୍ପର୍କ ରହିଲାନି .
ଧିରୁ ର ପ୍ରେମ ବହୁତ ଥିଲେ ବି ଲିପି କୁ ପାଇବା ର ଆଶା କମି କମି ଗଲା .
ସେ ତାର ନିଜ ଲକ୍ଷ କୁ ଭୁଲି ଲିପି ଭବିଷ୍ୟତ ର ପ୍ରେରଣା ହେଲା.
କଲେଜ ର ପ୍ରଶ୍ନ ପତ୍ର ଚୋରି କରି ଲିପି କୁ ପରୀକ୍ଷା ରେ ଭଲ ମାର୍କ ରେ ଉତୀର୍ଣ୍ଣ କରେଇଲା .
.
ତା ପରେ ଧିରୁ ନିଜେ ଚାକିରୀ କରି
ଲିପି କୁ
MBBS ପଢ଼େଇବା ର ସବୁ ଖର୍ଚ୍ଚ ବହନ କରେ.
ଲିପି- ଏତେ ସବୁ ହେଲା ପରେ,ତମେ ମୋ ପାଇଁ ଏତେ ସବୁ କରୁଛ.
ଧିରୁ- ତମକୁ କଥା ଦେଇଥିଲି ନା ,ସେହି କଥା ରଖୁଛି .
ଲିପି- ଚାଲ ଆଜି ଟିକେ କୁଆଡେ ବୁଲିବାକୁ ଯିବା.
ଧିରୁ- .....
ଲିପି- କଣ ହେଲା.
ଧିରୁ- ନାଇଁ ମନ ଭଲ ନାହିଁ .
.
ଲିପି ର ଫାଇନାଲ ଏକ୍ଜାମ ଯେତେ ପାଖେଇ
ଧିରୁ ସେତେ ଦୁରେଇ ଦୁରେଇ ଯାଉଥାଏ .
ଯେବେ ଲିପି ଗୋଟେ ଡାକ୍ତର ହେଇଯାଏ
ସେହି ଦିନ ଠୁ
ଧିରୁ ,ଲିପି ଠାରୁ ବହୁତ ଦୂର କୁ ଚାଲିଯାଏ .
.
ଲିପି ବହୁତ ଖୋଜେ ହେଲେ ଧିରୁ ର ଖବର ମିଳେନି.
.
ଦୀର୍ଘ 4 ବର୍ଷ ପରେ ....
ଲିପି ସହ ଧିରୁ ର ଏକ ମାର୍କେଟ ରେ ଦେଖା ହେଇଯାଏ .
ଧିରୁ ଟିକେ ସ୍ମିତ ହାସ୍ୟ ଦେଇ ଚାଲିଯାଏ .େ ଏ ହସ ଯେମିତି ଲିପି ର ହୃଦୟ କୁ ଆଘାତ କରେ .
ଆଉ ଅନ୍ତର ଆତ୍ମା କୁହେ ଲିପି ତୁ ମଣିଷ ଚିହ୍ନିବରେ ଭୁଲ କରିଦେଲୁ .
ଯିଏ ନିଜ ଲକ୍ଷ ଭୁଲି ତୋ ଲକ୍ଷ ପୂରଣ କରିଥିଲା
ତୁ ତାକୁ ଲକ୍ଷ୍ୟହୀନ ମଣିଷ କରେଇଦେଲୁ .
ତୁ ଭୁଲ କରିଦେଲୁ ଲିପି
ତୁ ଭୁଲ କରିଦେଲୁ.
.
ଏତେ ସବୁ ଭାବି ଲିପି ,ଧିରୁ ର ସାଙ୍ଗ ସହ କଥା ହେଇ କଲ କୁ କନ୍ଫରେନ୍ସ ରେ ଧିରୁ କୁ ଆଣିବାକୁ କୁହେ.
.
ଲିପି- (ଧୀର ସ୍ୱର ରେ) ତମେ କେମିତି ଅଛ?
ଧିରୁ-(ଲିପି ର ସ୍ୱର ଶୁଣି ଆଖିରେ ଲୁହ ଆସିଯାଏ)
ଲିପି- (କାନ୍ଦିକି)ମୁଁ ଜାଣିପାରୁଛି ତମେ କାନ୍ଦୁଛ .ପ୍ଲିଜ଼ କାନ୍ଦ ନି .
ମୁଁ ଜାଣିଛି ତମେ ମତେ ଆଜି ବି ଭଲ ପାଅ.
ଚାଲ ନା
ପୁଣି ଆଗ ଭଳି ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବା.
ଧିରୁ-(ଆଖିରୁ ଲୁହ ପୋଛି ,ଦୀର୍ଘ ନିଶ୍ୱାସ ନେଇ) ନା ଆଉ ହେଇ ପାରିବନି .
ମୁଁ ଚାହେ ତମେ ଯୋଉଠି ବି ରୁହ ଖୁସି ରେ ରୁହ .
ଲିପି-( କାନ୍ଦିକି ) ଏମିତି କଣ କହୁଛ ଧନ .
ତମକୁ ମୋ ରାଣ ସତ କହିବ
ତମେ କଣ ମତେ ଭଲ ପାଅନି.
ଧିରୁ- ପ୍ଲିଜ଼ ,ରାଣ ପକାଅ ନି .ମୁଁ ତମକୁ ଆଜି ବି ଭଲ ପାଏ , ସେଥିପାଇଁ ତ ଆଉ କୋଉ ଝିଅ କୁ ମୋ ଜୀବନ ରେ ଆସିବାକୁ ଦେଇ ନାହିଁ .
ତମେ ହିଁ ମୋର ପ୍ରଥମ ଆଉ ଶେଷ ପ୍ରେମ
ହେଲେ ତମକୁ ନିଜର କରିବାର ଇଛା ମରିଯାଇଛି .
ମୋର ଗୋଟେ ଛୋଟ ଅନୁରୋଧ ରଖିବ
କେବେ ମୋ ସହ କଥା ହେବାକୁ ମତେ ବାଧ୍ୟ କରିବନି
ବହୁତ କଷ୍ଟ ହେଉଛି ରେ ତୋ ସ୍ୱର ଶୁଣିଲେ.
ନା ତତେ ପାଇବା ର ଇଛା ଅଛି
ନା ନିଜକୁ ଖୁସି କରେଇବାର .
ସବୁ କିଛି ସରିଯାଇଛି .
.
ଏତିକି କହି ଫୋନ କାଟିଦିଏ .
.
ଲିପି ନିଜକୁ ଆଜି ପର୍ଯ୍ୟନ୍ତ ବି ଧିକ୍କାର କରୁଛି .
"ଜୀବନ ର ଲକ୍ଷ ସିନା ପାଇଗଲି
ହେଲେ ଜୀବନ ର ଖୁସି କୁ ହରେଇ ବସିଲି "
.
ଲିପି ଆଜି ବି ଧିରୁ ର ରାସ୍ତା କୁ ଅପେକ୍ଷା କରି ରହିଛି
କାଳେ ତା ଧିରୁ ଫେରି ଆସିବ.
.
କାହାଣୀ ଟି ଏଇଠି ଅଟକିଛି .
ଯଦି ଧିରୁ ଭାଇ ଏ କାହାଣୀ ଟି ପଢୁଛନ୍ତି ତେବେ ଆପଣ ଙ୍କୁ ଅନୁରୋଧ ଲିପି ର ଭୁଲ କୁ କ୍ଷମା କରି ତାକୁ ଆପଣେଇ ସୁଖର ସଂସାର କରନ୍ତୁ .
Msg for u -ମଣିଷ ଜୀବନ ରେ ଭୁଲ ତ କରିଥାଏ .
କ୍ଷମା କରିଦେଲେ କ୍ଷତି କଣ.
"ଧୋକା ପାଇଥିବା ଲୋକ ଠୁ
ଧୋକା ଦେଇ ଅନୁତାପ କରୁଥିବା ପିଲା ଠୁ ଦୁଖୀ କେହି ନାହାନ୍ତି"
.
ଆମେ ଭଲ ଭାବେ ଜାଣିଛନ୍ତି .ଆମ ଖୁସି ଆମ ନିଜର ଙ୍କ ପାଖରେ ଥାଏ.
ତଥାପି ଆମେ ବୋକା ନିଜ ସ୍ୱାର୍ଥ କୁ ଦେଖୁ.ଆଉ ଦୁଃଖ ହେଲେ ଭାଗ୍ୟ କୁ ଦାୟୀ କରୁ.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଥିଲା .
କାହାଣୀ ଟି ଧିରୁ ଭାଇ ଙ୍କ ପାଖକୁ ଯିବା ପାଇଁ ଗୋଟେ ସେୟାର କରନ୍ତୁ.
ହୁଏତ ଏହି ସେୟାର ତାଙ୍କ ଜୀବନ କୁ ସଜାଡି ଦେଇପାରେ .