Siddhartha Tripathy

Romance Tragedy Inspirational

4.4  

Siddhartha Tripathy

Romance Tragedy Inspirational

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

2 mins
785



    ଆମ ସମୟରେ ଫେସବୁକ, ୱାଟସଆପ୍, ଇନଷ୍ଟାଗ୍ରାମ ନଥିଲା। ତା ବୋଲି କଣ ପ୍ରେମ ନଥିଲା ? ପ୍ରାୟୋଜିତ ବାହାଘରରେ କଣ ସ୍ୱାମୀ ସ୍ତ୍ରୀ ହେଲା ପରେ ପ୍ରେମ ହୁଏନା ? ଆଜ୍ଞା ହଁ ହୁଏ। ହେ ଆଧୁନିକ ଯୁବପିଢି !! ତମେ ଯଦି କହିବ, ନା ପ୍ରାୟୋଜିତ ବାହାଘର ଓ ସ୍ୱାମୀ ସ୍ତ୍ରୀ ହେଲାପରେ ପ୍ରେମ ହୁଏନାହିଁ, ତାହେଲେ ମୁଁ କହିବି ତମେ ପ୍ରେମ ଜାଣନାହିଁ। ତମେ ପଥଭ୍ରଷ୍ଟ ପଥିକ। 


  କିଛିଦିନ ପୁର୍ବରୁ ମତେ ଜଣେ ଲଳନା ପଚାରିଲେ, ଆପଣ କଣ ଇନଷ୍ଟା କରନ୍ତି ? ବୁଝିନପାରି ପଚାରିଦେଲି ଇନଷ୍ଟା ମାନେ କଣ ? ଲଳନା କହିଲେ ଆରେ ବାବା, ଇନଷ୍ଟାଗ୍ରାମର ସର୍ଟଫର୍ମ ଇନଷ୍ଟା। ଆଜ୍ଞା ଆଜିକାଲିର ପ୍ରେମ ବି ସର୍ଟଫର୍ମରେ। ପ୍ରେମ ନାଆଁରେ ଅଶ୍ଳିଳତା। 



   ପ୍ରେମ ତ ଆବାହମାନ କାଳରୁ ଚାଲିଆସିଛି। କଳାକହ୍ନେଇ ତ ଇନଷ୍ଟାଗ୍ରାମ କିମ୍ୱା ଫେସବୁକରେ ରାଧାରାଣୀଙ୍କୁ ପ୍ରେମନିବେଦନ କରି ନଥିଲେ। ରାମ ସୀତା ତ ସ୍ୱାମୀ ସ୍ତ୍ରୀ ହେବା ପୁର୍ବରୁ ପ୍ରେମ କରିନଥିଲେ। ତାହେଲେ କଣ ପୁରାଣ ପ୍ରୁଷ୍ଠାର ପ୍ରେମ ମିଥ୍ୟା ? 


   ସେଇ ଲଳନା ଜଣକ ଉପଦେଶ ଦେଲେ, ଆଜ୍ଞା ଏଇ ଇନଷ୍ଟା, ଫେସବୁକ ସବୁ ଆମପରି ଯୁବତୀଙ୍କ ପାଇଁ। ସ୍ମିତହସି ମୁଁ କେବଳ ଏତିକି କହିଲି ତାମାନେ କଣ ମୁଁ ରାମଚନ୍ଦ୍ରଙ୍କ ସମୟର ବ୍ୟକ୍ତି କି ? ବୋଧେ ଅଭଦ୍ର ଲୋକଟା ଭାବିନେଲେ ସେ ମୋତେ। 



 କଳିଯୁଗ ରାମାୟଣରେ ଭାଇର ମୋବାଇଲ ଭଉଣୀ ଦେଖିବା ମନା ଓ ଭଉଣୀର ଭାଇ। ସେଇଠି ତ ସରିଗଲା ପ୍ରେମ, ମରିଗଲା ଆତ୍ମିୟତା। ଲେଖକ ଭାଇର ଲେଖିକା ଭଉଣୀ। 


 ଦିନେ ଲକ୍ଷ୍ୟ କଲି ଚଳଚଞ୍ଚଳ ଭଉଣୀଟି ଚୁପଚାପ। ମନମାରି ବସିରହୁଛି। ବାହାଘର ବୟସ ଉପନୀତ। କଣ ହୋଇଛି ପଚାରିଲେ ଉତ୍ତର ନାହିଁ। ସରକାରୀ ବିଦ୍ୟାଳୟରେ ଭୁତ ଅଛି କହି ଦଶମଶ୍ରେଣୀ ଏରୁଣ୍ଡିବନ୍ଧ ଡେଇଁଲାନାହିଁ। ପାଠପଢାରେ ଡୋରି ବନ୍ଧାହେଲା। 


ହଠାତ୍ ଦିନେ ନଜର ପଡିଗଲା ଭଉଣୀଲିଖିତ କବିତାଟି ଉପରେ। ଚମକି ଉଠିଲି ମୁଁ। 

କବିତାଟି ଥିଲା ଏଇପରି ;;--


ତୁମେ ଯିବା ପରେ ବଦଳି ଯାଇଛି ମୁଁ 

        ବଦଳି ଯାଇଛି ଜୀବନ


ଲିଭି ଯାଇଛି ଓଠର ହସ 

ଅଟକି ଯାଇଛି ସ୍ପନ୍ଦନ । 


ଜାଣିତ ନଥିଲି ଭଲ ପାଇବାର 

ଏମିତି ମିଳିବ ପାଉଣା 


ଜିଇଁଛି କି ନାହିଁ ଜାଣି ନାହିଁ ମୁହିଁ 

କିଏ ଶୁଣିବ ମୋ କାନ୍ଦଣା । 


ଭାଗ୍ୟରେ ନଥିଲା ପ୍ରେମ ପରିଣୟ

ଏକାନ୍ତ ମୋ ଶେଷ ଠିକଣା 


ଦୁଇ ଦିନ ପ୍ରେମ ଆଖିରେ ନଚାଇ 

ପ୍ରଭୁ! 

କରିଦେଲ ମୋତେ ଖେଳନା । 


ଭାଗ୍ୟ ଭଗବାନ ଆଉ ତୁମେ ମିଶି 

ରଚିଲ ଏ କି ଖେଳ

ପ୍ରତାରଣା ଖାଲି ଲେଖା ଥିଲା ବୋଲି 

ଜଣାଇଲା ଆଜି ଏ ବେଳ


ଏମିତି ଅବୁଝା ରହିଲି ମୁଁ ଆଜି 

ଆଜି କେହି ବୁଝି ପାରୁ ନାହିଁ


କେମିତି କାହାଣୀ ଲେଖିଲ ହେ ପ୍ରଭୁ

ନିଜର ହିଁ ପଢିଲେ ନାହିଁ ।



 ବାସ୍ ! ବୁଝିପାରିଲି ବିରହୀ ଭଉଣୀର ବିରହବେଦନାର ବେସୁରା ରାଗିଣୀ। ଜହ୍ନ ପାଖାପାଖି ପହଞ୍ଚିଯିବାର ପ୍ରଚେଷ୍ଟା କରୁଥିବା ଗୁଡିଟି ଆଜି ପାତାଳମୁଖା। ଲୁଚେଇଛପେଇ ଭଉଣୀର ମୋବାଇଲ ଘାଣ୍ଟୁଘାଣ୍ଟୁ ଜାଣିପାରିଲି, ପ୍ରେମିକପ୍ରବର ଦୁଇବର୍ଷର ପ୍ରେମକୁ ପଦାଘାତ କରି ସନ୍ଦେହ ଓ ନଷ୍ଟଚରିତ୍ରର ଆଖ୍ୟା ଦେଇ ଅନ୍ୟ ରାସ୍ତାରେ। ତାର କାରଣ ଏକାନ୍ତ ମିଳନର ଅଭାବ। ସରିଗଲା ପ୍ରେମ। ଭଉଣୀକୁ ଧୈର୍ଯ୍ଯ ଦେଇ ଯେତେ ବୁଝାଇବାକୁ ଚେଷ୍ଟାକଲି, ସେ ପୁଅଟା କାମୁକ ଲମ୍ପଟ। କିନ୍ତୁ ଦୁଇ ବର୍ଷର ପ୍ରେମ ଆଗରେ ହାରିଗଲା ଭାଇ ଭଉଣୀର ଜନ୍ମଜନ୍ମାନ୍ତର ପ୍ରେମ। ବୁଝିପାରୁନଥିଲି ମୁଁ ଏଇ ଯୁବପିଢିଙ୍କ ପାଖରେ ପ୍ରେମର ସଂଜ୍ଞା କଣ ? 


ବହୁତ ଅନୁସନ୍ଧାନ ପରେ....

 ହଠାତ୍ ଦିନେ .....


ଭଉଣୀର ପ୍ରେମିକକୁ ଆବିଷ୍କାର କଲି ତା ସ୍ତ୍ରୀ ସହିତ। ସବୁ ପ୍ରମାଣ ପାଇଲା ପରେ ବି ଭଉଣୀର ଉକ୍ତି, ନା ନା ସେ ଭଲ ଓ ଭଗବାନ ତାଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ। ହଁ ଘଣ୍ଟ ତ ଘୋଡାଇଲେ, ହେଲେ ଭଗବାନ ନୁହଁ ପୋଲିସ। କାରଣ ସେହି ପ୍ରେମିକପ୍ରବରର ଚାରିଚାରିଟି ସ୍ତ୍ରୀ। 

ବହୁତ ବୁଝେଇଲା ପରେ ବି ଆଜି ଭଉଣୀ ଅବିବାହିତା। 


ହେ ଫେସବୁକ, ଇନଷ୍ଟା ପିଢି ! ସେ ଭୁଲ୍ କରନାହିଁ। ପ୍ରେମ ପାପ ନୁହେଁ। କିନ୍ତୁ .....

" ବୁଝିବିଚାରି କାମ କଲେ, 

ପ୍ରମାଦ ନପଡଇ ଭଲେ " ।



ହେ ଆଧୁନିକ ଭବିଷ୍ୟତ !! ଓହରି ଯାଅ ମରୀଚିକାରୁ ! ବାଛନାହିଁ *ନିଷିଦ୍ଧ ଇଲାକା* ।


Rate this content
Log in

Similar oriya story from Romance