ନାଲିପାନ ବିବି
ନାଲିପାନ ବିବି
ସମିତା,ଏ ସମିତା ଶୁଣୁଛ।ଡାକ ପକାଇଲେ ପ୍ରକାଶ ବାବୁ।ଚାହା ନେଇ ପାଖରେ ପହଞ୍ଚୁ ପହଞ୍ଚୁ ସମିତା କହିଲେ ତୁମେ ଯେମିତି ଚିଲ୍ଲୋଉଛ ଏଇନେ ଚାହାଟା ଢଳିଯାଇଥାନ୍ତା। କ'ଣ ହେଲା? ଝିଅ ପରୀକ୍ଷା ରେ ପ୍ରଥମ ହୋଇଛି।ଇତି....,ଏ ଇତି....
ବାରିପଟରେ ଖେଳୁଥିଲି ମୁଁ। ବାପାଙ୍କ ଡାକରେ ଦୈ।ଡି ଆସି ପାଖରେ ପହଞ୍ଚିଲି।ତୋର ରେଜଲ୍ଟ ଆସିଯାଇଛି।କ୍ଳାସରେ ଫାଷ୍ଟ ହୋଇଛୁ।ମାଆ କହିଲା ଓଃ ୪ର୍ଥକକ୍ଷାରେ ଫାଷ୍ଟ ହୋଇଛି କହି ବାପା କେତେ ଫୁଲେଇ ହେଉଛି।ମାଆର କଥାରେ ମନେ ମନେ ରାଗିଗଲି।ମାଆ ଭଲ ପାଊନି ନା ଈର୍ଷା କରୁଛି।ବାପା କହିଲେ ଦେଖିବ ରୁହ ମୋ ଝିଅ ଜିଲ୍ଲାପାଳ ହେବ। ଜିଲ୍ଲାପାଳ ଇତି ଦାସ।ମନଟା ଫୁଲି ଉଠିଲା।ବାପା ମୁଁ ଖେଳିବାକୁ ଯାଉଛି କହି ଚାଲିଲି ଗାଆଁ ପାଖ ଆମ୍ୱତୋଟାକୁ। ସୁରେନ୍ଦ୍ର ଅପେକ୍ଷା କରିଥିଲେ।ମିଶିକି ଖେଳିଲୁ।ଢେଲା ମାରି ଆମ୍ବ ପାରିଲୁ।ସାହୁକାରଘର ଜଗୁଆଳି ପାଟିକରିବାରୁ ଦୈ।ଡିଦୈ।ଡି ଯେ ଯାହା ଘରକୁ ଚାଲିଗଲୁ। ଧିରେଧିରେ ସମୟ ଅତିବାହିତ ହେଲା। ସୁରେନ୍ଦ୍ର ସହ ସମ୍ପର୍କ ନିବିଡ଼ ହେଲା।
ପ୍ରେମ ଏକ ସୁନ୍ଦର ଶବ୍ଦ। ପରିବାର ସହ ପ୍ରେମ ଆଜିକାଲି ବିରଳ। କିନ୍ତୁ ଯୁବକ ଯୁବତୀ ପ୍ରେମ କରୋନା ପରି ସର୍ବବ୍ୟାପ୍ତ। ଫେସବୁକ୍,ୱ।ଟସଆପରେ ପ୍ରେମ, ତାପରେ ସମ୍ପର୍କ, ତାପରେ ବିଚ୍ଛେଦ।କାରଣ ଆଜିକାଲିର ପ୍ରେମରେ ଅଶ୍ଳିଳତା,ଆବିଳତା। କିନ୍ତୁ ମୋର ଓ ସୁରେନ୍ଦ୍ର ର ପ୍ରେମ ଥିଲା ଭିନ୍ନ।ପ୍ରେମ ଥିଲା ଅଗାଢ ବିଶ୍ୱାସ ର। ପ୍ରଥମରୁ ସର୍ତ୍ତ ଥିଲା ବାହାଘର ପୁର୍ବରୁ ଶାରିରୀକ ସମ୍ପର୍କ ମନା। ସୁନ୍ଦର ଥିଲା ଜୀବନ। ସୁରେନ୍ଦ୍ର ବି ଭଲ ପଢୁଥିଲା। ଦୁହେଁ ଗାଆଁ ପାଖ କଲେଜର ଛାତ୍ର। ଦୁହିଁଙ୍କର ଗୋଟିଏ ସମସ୍ୟା ଥିଲା,ଘରେ କହିବା କେମିତି? ମୁଁ ବ୍ରାହ୍ମଣ ଓ ସୁରେନ୍ଦ୍ର ଇତର ଜାତିର। ତଥାପି ମନ ଦ୍ରୃଢ କରି କହିଲି ବ୍ୟସ୍ତ ହୁଅନି ସମୟ ଆସିଲେ ଘରେ ବୁଝେଇ ଦେବି। ଛୁଟିଦିନରେ ବି କଲେଜ ଯିବା ବାହାନାରେ ଘଣ୍ଟା ଘଣ୍ଟା ଗପିବାକୁ ଲାଗିଲୁ।ଜୀବନ ସରସ, ସୁନ୍ଦର ଲାଗୁଥିଲା।
ସତ କେବେ ଲୁଚି ରହେନା। ହଠାତ୍ ବାପାଙ୍କ କାନରେ ଆମ ପ୍ରେମ ଓ ମିଳାମିଶା କଥା ପଡ଼ିଗଲା। ମୋତେ ବାପାମାଆ ସିଧା ସିଧା ଜେରା କଲେ।ଅନନ୍ୟୋପାୟ ହୋଇ ସବୁ ସତ କହିଲି। ବାସ୍,ତା ପରଠୁ ମୋର କଲେଜ ଯିବା ବନ୍ଦ। ସୁରେନ୍ଦ୍ର ପାଗଳ ପରି ଆମ ଘର ଚାରିପଟେ ଘୁରି ବୁଲିଲା। ସବୁଦିନ ସମାନ ଯାଏନା। ବାପାମାଆ ଙ୍କୁ ଗାଆଁ ପାଖରେ ଭୋଜି ପାଇଁ ନିମନ୍ତ୍ରଣ ଆସିଲା। ସୁରେନ୍ଦ୍ର କୁ ମିଶିବା ଯାଗା ଓ ସମୟ ଚିଠି ଦ୍ୱାରା ଜଣାଇ ଦେଲି।
୨ ଦିନ ପରେ....
ବାପାମାଆ ଭୋଜି ଖାଇବାକୁ ବାହାରିଗଲେ ବିଳମ୍ବ ରେ। ମୁଁ ତରବରରେ ଚାଲିଲି ଆମ ପୁରୁଣା ମିଳନ ସ୍ଥାନକୁ।ସମୟ କମ୍। ଉତ୍କଣ୍ଠା, ଉଦ୍ବେଗ ର ସହ ସକାଳ ଠାରୁ ଅପେକ୍ଷା କରିଥିଲେ ସୁରେନ୍ଦ୍ର। ବହୁତ କାନ୍ଦିଲୁ ଦୁହେଁ। ଦୁହେଁ ଦୁହିଁଙ୍କ ବିନା ବଞ୍ଚିବା ଅସମ୍ଭବ। ସୁରେନ୍ଦ୍ର ପ୍ରସ୍ତାବ ଦେଲେ ଆମେ ଘର ଛାଡ଼ି ଚାଲିଯିବା।ପୁରୀରେ ବାହାଘର କରିବା। ତାପରେ ସୁନାର ସଂସାର।ଏ ସମାଜ,ଏ ଦୁନିଆ ଆମ ପ୍ରେମକୁ ସମ୍ମାନ ଦେବନାହିଁ ଇତି। ସ୍ଥିର ହେଲା ଦୁଇଦିନ ପରେ ବାହାରିଯିବା। ଗାଆଁରୁ ଭୁବନେଶ୍ୱର, ସେଠାରୁ ପୁରୀ। ତାପରେ ସୁରେନ୍ଦ୍ର ଚାକିରୀ ଅନ୍ବେଷଣ କରିବେ। ଧିରେଧିରେ ଘରେ ରାଜି କରାଇନେବା। କଥାରେ ଅଛି ପାଣି ଅନ୍ଧ, ପ୍ରେମ ଅନ୍ଧ।ସେୟା ହିଁ ହେଲା। କିଛି ବିଚାର ନକରି ଚୁପଚାପ୍ ଘର ଛାଡିଲି। ପହଞ୍ଚି ଗଲୁ ଭୁବନେଶ୍ୱର। ଗାଆଁରୁ କେବେ ବାହାରକୁ ଯାଇନଥିଲି।ମନରେ ଶଙ୍କା,ଏପଟେ ପ୍ରେମ। ମିଶ୍ରିତ ପ୍ରତିକ୍ରିୟା ଥିଲା ମନ ଓ ବିବେକର।ବିବେକ କହୁଥିଲା ଭୂଲ କଲୁ,ମନ କହୁଥିଲା ଠିକ୍ ଅଛି। ସୁରେନ୍ଦ୍ର ସହ ଅଟୋରେ ଷ୍ଟେସନ ଚାଲିଲି। ଟ୍ରେନ ବି ଆସିଗଲା।ପଚାରିଲି,ସୁର, ବସ୍ ନାହିଁ କି, ଟ୍ରେନ୍ ରେ କାହିଁକି ଯାଉଛେ? ସୁରେନ୍ଦ୍ର କହିଲା ମୁଁ ଗାଆଁରୁ ରାସନ ଦୋକ
ାନରୁ ଫୋନ୍ କରିଥିଲି ମୋ ସାଙ୍ଗକୁ।ସେ ଚେନ୍ନାଇରେ ରହୁଛି।ସେ କହିଲା ସେଠାରେ ଚାକିରୀ ହୋଇଯିବ, ତାପରେ ତିରୁପତି ରେ ବାହା ହୋଇଯିବା।କେତେ ସମୟ ଲାଗିବ ଚେନ୍ନାଇ ପହଞ୍ଚିବାକୁ? ସୁରେନ୍ଦ୍ର କହିଲା ୨୪ ଘଣ୍ଟା।ବ୍ୟସ୍ତ ହୁଅନି,୨,୩ ଦିନରେ ଚାକିରୀ ହୋଇଯିବ, ତା'ପରେ ତିରୁପତି ଯାଇ ବାହା ହୋଇଯିବା। ହଁ ଭରିଲି ମୁଁ। ଜିଲ୍ଲାପାଳ ସ୍ୱପ୍ନ ଦେଖୁଥିବା ବାପା,ଜନ୍ମଦାତ୍ରୀ ମାଆ ଟିକେ ବି ମନେ ପଡୁନଥିଲେ ମୋର।ଓଲଟି ତାଙ୍କରି କଟକଣା ପାଇଁ ଚିଡା ଲାଗୁଥିଲା।
ପହଞ୍ଚିଗଲୁ ଚେନ୍ନାଇ।ଏକ ବଖରିଆ ଛୋଟିଆ ଘର।ତା ଭିତରେ ଦୁଇଜଣ ଅଜଣା ଯୁବକ।ଘରସାରା ସିଗାରେଟ ଖଣ୍ଡ।ମଦ ର ବାସ୍ନା ବାନ୍ତି ବାନ୍ତି ଲାଗୁଥିଲା ମୋତେ। ଚାରିଆଡ଼କୁ ଅନାଇ ରହିଲି। ବ୍ୟସ୍ତ ହୁଅନି କହି ସୁରେନ୍ଦ୍ର ସବୁ ସଫା କରିଦେଲେ। ବାଃ! ମୋର କି ଭାଗ୍ୟ,ମୋ ଭାବି ସ୍ୱାମୀ କେତେ ସଂସ୍କାରୀ ।ହେଲେ ଅନ୍ୟ ଦୁଇଜଣକୁ ମୋତେ କେମିତି କେମିତି ଲାଗୁଥିଲା। ରାତିରେ ମୁଁ ଖଟରେ ଶୋଇଗଲି, ସେମାନେ ଚଟାଣରେ। ପରଦିନ ଚାକିରୀ ଅନ୍ବେଷଣରେ ତିନିହେଁ ବାହାରିଗଲେ। ମୁଁ ନିତ୍ୟକର୍ମ ସାରି ଖୁସିରେ ରୋଷେଇ କଲି। ସେମାନେ କହିଥିଲେ ବାହାରେ ଖାଇକରି ଆସିବେ। ମୁଁ ରୋଷେଇ କରି ଖାଇସାରିଲି। ବ୍ୟାଗ୍ ରେ କ'ଣ ସବୁ ଧରି ତିନିହେଁ ଫେରିଲେ। ଚାକିରୀ କ'ଣ ହେଲା ପଚାରିଲି। ସୁରେନ୍ଦ୍ର କହିଲେ ଖୋଜା ଚାଲିଛି,ଦିନେ ଦୁଇଦିନ ମଧ୍ୟରେ ମିଳିଯିବ। ତାପରେ ସମସ୍ତେ ମିଶି ଖୁସିରେ ଥଣ୍ଡାପାନୀୟ ପିଇଲୁ।
କେତେବେଳେ ନିଦ ଭାଙ୍ଗିଲା ଜାଣିନି।ଉଠିପାରିଲିନି। ଯନ୍ତ୍ରଣା ହେଉଥିଲା।ବିବସ୍ତ୍ର ଥିଲି ମୁଁ। ତିନିଜଣ ମଦ୍ୟପାନ କରି ଠୋ ଠୋ ହସୁଥିଲେ। କଷ୍ଟରେ ଉଠି ସୁରେନ୍ଦ୍ର କୁ କହିଲି ଛିଃ! ତୁମେ ଏତେ ଅମଣିଷ। ବିଶ୍ୱାସ ରେ ବିଷ ଦେଲ।ଏ କ'ଣ କଲ? ସବୁକିଛି ଛାଡ଼ି ତୁମ ହାତ ଧରିଲି।ଛୁଆ ବେଳରୁ ତୁମକୁ ପଢ଼ିବାରେ ମୋର କେଉଁଠି ଭୂଲ ରହିଲା?ସାଙ୍ଗ ଜଣେ ପାନଖିଆ ଦାନ୍ତନିକୁଟି କହିଲା,"ଆବେ ପରଶୁ ଯାବେ ପରଶୁ ଆଇଏ ପର୍ଶୁରାମ,ପୈସା କ୍ୟା ନକରେ କାମ"। ସୁରେନ୍ଦ୍ର କୁ ଅର୍ଥ ଦରକାର ଥିଲା ତା ଘରକୁ ପଠାଇବାକୁ। ତୁମେ ତାର ରୋଜଗାରର ମାଧ୍ୟମ।ମୋତେ ଛାଡ କହି ଯିବାକୁ ଉଦ୍ୟତ ହେଲି। ପୁଣି ତିନିଜଣକ ପାଶବିକ ଅତ୍ୟାଚାର। ଦୁର୍ବିସହ ଲାଗିଲା ଜୀବନ। ତାପରେ ଆରମ୍ଭ ହେଲା ମୋର କଳଙ୍କିତ ଅଧ୍ୟାୟ।ଆଉ ଜଣକୁ କିଛି ଅର୍ଥ ବିନିମୟରେ ବିକ୍ରି କରିଦେଲେ ସେମାନେ।ସେ ମୋତେ ନେଇଆସିଲା ଭୁବନେଶ୍ୱର। ପ୍ରତିଦିନ ମରିମରି ବଞ୍ଚିଲି। ମୁଁ ମରିବିନି, ପ୍ରତିଶୋଧ ନେବି ସ୍ଥିର କଲି।କୈ।ଶଳକ୍ରମେ ଖସି ଗାଆଁକୁ ଚାଲିଆସିଲି। ଗାଆଁ ସାରା ମୁହଁ ମୋଡୁଥିଲେ।ଘର ତାଲା ପଡିଥିଲା।ପଡିଶାଘର ନାନୀ ଗରଗର ହୋଇ କହିଲା କୁଆଡେ଼ ଆସିଲୁ? ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲି ମୋ ବାପାମାଆ କୁଆଡେ଼ ଗଲେ?ନାନୀ କହିଲା ତୁ ଗଲା ପରେ ଗାଆଁ ରେ ପଞ୍ଚାୟତ ବସି ତୋ ବାପାମାଆଙ୍କୁ ଗାଆଁ ଛାଡି ଯିବାକୁ ନିର୍ଦ୍ଦେଶ ହେଲା। ସ୍ୱ।ଭିମାନୀ ଲୋକଗୁଡାକ ଆତ୍ମହତ୍ୟା କରିଦେଲେ। ଚୁପଚାପ୍ ପାଦ ଫେରାଇଲି ଭୁବନେଶ୍ୱର।ଲୁହ ଆଉ ନଥିଲା। ପହଞ୍ଚିଗଲି ଥାନାରେ।ଥାନାବାବୁଙ୍କୁ ସବୁ କହିଲି।ଥାନାବାବୁ ବାପ ବୟସର ଲୋକ। ଆଶ୍ଵ।ସନା ଦେଇ କହିଲେ ଝିଅ,ପାଖରେ ମୋ କ୍ୱ।ର୍ଟର,ତୁ କିଛି ଖାଇନୁ ଲାଗୁଛି, ଚାଲ୍ ଖାଇକି ଆସିବା। ତାଙ୍କରି ପଛେ ପଛେ ଚାଲିଲି।କ୍ୱ।ର୍ଟର ଭିତରେ ପୁଣି ଧର୍ଷଣ।ରକ୍ଷକ ଭକ୍ଷକ ସାଜିଲେ କହିବି କାହାକୁ।ପହଞ୍ଚିଗଲି କୋଠିରେ। କାଲିର ଅଖ୍ୟାତ ପଲ୍ଲୀର ଜିଲ୍ଲାପାଳ ହେବାର ସ୍ୱପ୍ନ ଦେଖୁଥିବା ଇତି ଦାସ ଆଜି ବଦନାମ ଗଳିର ନାଲିପାନ ବିବି!!
ହେ ସଭ୍ୟ ସମାଜର ସଭ୍ୟ ମନୁଷ୍ୟ କହି ପାରିବ ଭୁଲ୍ କାହାର? ଅନାବିଳ,ଅନାସକ୍ତ ପ୍ରେମର, ବିଶ୍ୱାସ ର,ନା ତୁମପରି ଭଦ୍ରମୁଖା ପୁରୁଷ ମାନଙ୍କର କ୍ଷଣିକ ଉତ୍ତେଜନାର? ମଦ୍ୟପଟିଏ କହୁଥିଲା,ଏ କ'ଣ ନିଜକୁ ନିଜେ ଗପୁଛୁ,ଜଲଦି ଚାଲ୍,ମୋ ନିଶା ଉତୁରିଯିବ।ପାନପିକରେ ପାନଛେପ ପକାଇ ଠୋ ଠୋ ହସୁଥିଲା"ନାଲିପାନବିବି"