STORYMIRROR

Chittaranjan Lenka

Romance

3.7  

Chittaranjan Lenka

Romance

କେଡେ ଯତନରେ ଅତି ଗୋପନରେ ରଖିଥିଲି ମୋର ମନ

କେଡେ ଯତନରେ ଅତି ଗୋପନରେ ରଖିଥିଲି ମୋର ମନ

1 min
44.6K


 

କେଡେ ଯତନରେ   ଅତି ଗୋପନରେ

ରଖିଥିଲି ମୋର ମନ

ଦେଇ ମୁଁ ନ ଥିଲି   କେବେ ବି କାହାକୁ

ପାଇ ସୁଦ୍ଧା ପ୍ରଲୋଭନ

 

କାହିଁକି ଆସିଲୁ     ଜୀବନେ ମୋହର

ଝିଙ୍କି ନେଲୁ ମୋର ମନ

ମୋର ହସ କାନ୍ଦ   ସୁଖ ଦୁଃଖ ସବୁ

କଲୁ ନିଜେ ନିୟନ୍ତ୍ରଣ

 

ଦୁଃଖ ବି ନ ଥିଲା   ବନ୍ଧା ପଡିଥିଲା

ମୋର କଅଁଳିଆ ମନ

କି ଦୋଷରେ ତାକୁ  କଲବଲ କଲୁ

ମରିଲା ପାଇ କଷଣ

 

ମନ ମରିଗଲେ    ଶରୀର ଟଳଇ

ଯେହ୍ନେ ବୃକ୍ଷ ଚେର ବିନା

ରାଣ ମୋ ରହିଲା   ଦୁଃଖ କରିବୁନି

ହଜିଗଲେ ମୋ ଠିକଣା

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance