Er.Siddhartha Sankar Tripathy

Abstract Tragedy Inspirational

3  

Er.Siddhartha Sankar Tripathy

Abstract Tragedy Inspirational

ଶେଷ ଦୃଶ୍ୟର ସଂଳାପ

ଶେଷ ଦୃଶ୍ୟର ସଂଳାପ

3 mins
207



 ଜାନୁଆରୀ ମାସ ସିମନ୍ତିନିର ସିନ୍ଦୁର ପରି ଦାଉ ଦାଉ ଜଳୁଥାଏ, ଧିରେ ଧିରେ ଡିସେମ୍ବର ଆସିଲା ବେଳକୁ ଲାଗେ ଦୁଃଖିନୀ ବିଧବା। ଏକ ଅନୁଭୁତି, ଅଭୁଲା ସ୍ମୃତିଅନୁଭୂତିର ଗନ୍ତାଘର ଡିସେମ୍ବର।


ବଇଦଠୁଁ ନିରାଶ ହୋଇ ଫେରି ଆସିଛି ବଳିଆ। ମୁଣ୍ଡ ଚକକର ଖାଉଛି। କ'ଣ କରିବ ସେ। ପାଞ୍ଚବର୍ଷର ଝିଅ ପ୍ରମିଳା ଅସୁସ୍ଥ ହୋଇପଡ଼ିଛି। ଆଜିକୁ ପନ୍ଦରଦିନ ହେବ ଜ୍ଵର ଛାଡ଼ୁନାହିଁ। କତରା ଧରି ଖାଲି କୁନ୍ଥେଇ ହେଉଛି। ତଣ୍ଟିରେ ପାଣି ଗଳୁନି।


ବଳିଆ ବସି ଭାବୁଛି, ଏଇ ପାଞ୍ଚଦିନ ଆଗରୁ ପ୍ରମିଳା କହୁଥିଲା, ବାପା ! ଏସନ ନୂଆଁ ବର୍ଷରେ ସାମ୍ନା ସୁକାନ୍ତବାବୁଙ୍କ ବଡ଼ ଭୋଜି କରିବେ, ନାଚ ଗୀତ ହେବ, ତାଙ୍କ ଝିଅ ସୁରେଖା ବିଦେଶରୁ ଇଂରାଜୀ ବର ନେଇ ଆସିଛି, ସେମନେ ବି ନାଚିବେ। ବା ' ମୋତେ ନୂଆଁ ବର୍ଷ ପୂର୍ବଦିନ ଦୁଇଶହ ଟଙ୍କା ଦେବୁ ମୁଁ ସୂରେଖା ଦିଦିଙ୍କୁ ଦେବି।୩୧ ତାରିଖ ରାତିରେ ସେଠି ନାଚିବି ଓ ଖାଇବି।



ପ୍ରମିଳାର ମାଆ ଖାଲି କାନ୍ଦୁଛି। ଆଜି ୩୧ ତାରିଖ। ବୃଦ୍ଧ ଜରଦ୍ଗବ ପରି ସାମ୍ନା ଘରୁ ଲକ୍ଷ୍ୟ କରୁଛି ମୁଁ। ପ୍ରମିଳାର ମାଆ କହୁଛି, ବିକଳ ହେଉଛି, ଝିଅଟା କ'ଣ ମରିଯିବ ? ତମେ ବଇଦ ଠାରୁ ଔଷଧ ଆଣିଲ ନାହିଁ ? ଆମ ଦୁଃଖ ସେ ସାମ୍ନା ଇଞ୍ଜିନିୟର ସିଦ୍ଧାର୍ଥ ବାବୁଙ୍କୁ ଜଣେଇଲ ନାହିଁ । ଏବେ କ'ଣ କରିବା ଯେ ?



ଦୀର୍ଘଶ୍ଵାସ ମାରି ବଳିଆ କହିଲା, ସେ ସିଦ୍ଧାର୍ଥବାବୁ ଆମକୁ ଦେଖିଲେ ଗରଗର। ତା ସରକାରୀ ବାସଭବନ ଯାଗାରେ ଆମେ ଝୋପଡ଼ି ବନେଇଛେ। ସେ ଦେବନାହିଁ କିଛି। ବଇଦ ପାଖୁ ଯାଇଥିଲି, ସେ ସିଧା ମନାକଲେ ଉଧାରିରେ କିଛି ଦେବେ ନାହିଁ। 


ପ୍ରମିଳା ମାଆ ଚିହିଁକି ଉଠି କହିଲା,  " ଆମେ କ'ଣ କୁଆଡେ଼ ପଳେଇ ଯାଉଛୁ ଯେ ତାଙ୍କ ପଇସା ପୈଠ କରିବୁ ନାହିଁ ? "

ବଳିଆ ବୁଝେଇବା ଢଙ୍ଗରେ କହିଲା, ବଇଦଗ ଔଷଧ ପ୍ରସ୍ତୁତି ଖର୍ଚ୍ଚ ଅଧିକ। ତାଠାରୁ ସମସ୍ତେ ଧାର ନିଅନ୍ତି। ତା'ର ବି ପେଟ ପାଟଣା ଅଛି ନା। ତାଛଡ଼ା ଆମ ଘର ପାଇଁ ଏ ଯାଏଁ ସେ ମାଗଣାରେ ଅନେକ ଟଙ୍କାର ଔଷଧ ଦେଇସାରିଲେଣି।


ଦୁଃଖରେ ଭାଙ୍ଗିପଡି ପ୍ରମିଳାର ମାଆ କହିଲା, ଏବେ କ'ଣ ହେବ, ତାକୁ ଆଉ ମୁଁ ଚାହିଁପାରୁନାହିଁ । ଭଗବାନ ଆମରି ଭାଗ୍ୟରେ ଏତେ ଦୁଃଖ ରଖିଥିଲେ ? ଏଇ କିଛିଦିନ ଆଗରୁ ପ୍ରମିଳା କହୁଥିଲା,୩୧ ତାରିଖରେ ସୁକାନ୍ତ ବାବୁଙ୍କ ଘର ସାମ୍ନାରେ ଲାଇଟ ଲାଗିଥିବ, ବାଜା ବଜୁଥିବ, ନୂତନ ବର୍ଷକୁ ସ୍ବାଗତ କରି ସେ ନାଚିବ।


ସାମ୍ନା ସୁକାନ୍ତବାବୁ ଘରେ ଆନନ୍ଦର ଉଲ୍ଲାସ। ସୁକାନ୍ତବାବୁଙ୍କ ସୁରେଖା ଓ ତା ଇଂରାଜୀବର ନାଚୁଛନ୍ତି। ଆତସବାଜିରେ ଦୁଲୁକୁଛି ଭୂଇଁ। ବନ୍ଧୁଚର୍ଚ୍ଚା ଖିଆପିଆରେ ବ୍ୟସ୍ତ ପରିବାର। ରାତିରେ ଜିରୋନାଇଟ ପାଇଁ ଅର୍ଥ ସଂଗ୍ରହ ବି ଚାଲିଛି। ଜଣ ପିଛା ଦୁଇଶହ ଟଙ୍କା।


ପ୍ରମିଳାର ମାଆ ଯେତେ ଆକଟ କଲେ ବି ବଳିଆ କୂହେ, " ସୁକାନ୍ତ ବାବୁ କହୁଛି ନୂଆଁ ବର୍ଷ ପରେ ଦେବ।" ପ୍ରମିଳାର ମାଆ ରାଗିଯାଇ କୁହେ, " ଆମ ମଜୁରୀ ଆମକୁ ଦେବ, ଏଥିରେ ମୁଁହ ଲାଜ କାହିଁକି ? "

ବଳିଆ କେବଳ ଏତିକି କୁହେ, " ସେ ବଡ଼ଲୋକ । "


କଥା ସେଇଠି ଅଟକି ଯାଏ। କିନ୍ତୁ ବଳିଆର ସରଳ ପ୍ରାଣ ଛଟପଟ ହୁଏ। ତା'ର ଝିଅର ଚିକିତ୍ସା ପାଇଁ ଅର୍ଥ ନିତାନ୍ତ ଆବଶ୍ୟକ । ସୁକାନ୍ତବାବୁଙ୍କ ଠାରୁ ତାର ପ୍ରାପ୍ୟ ପାଇବାର ଅଛି। ବଳିଆ ସ୍ଥିର ହୋଇପାରେ ନାହିଁ। ଅଭିମାନର ପରଦା ତା ' ସରଳ ମୁହଁରେ ଶୋଭା ପାଇବାକୁ ଛଟପଟ ହୁଏ। ଆଖିର ତତଲା ଲୁହ ତାକୁ ଆକ୍ତାମାକ୍ତା କରି ପକାଏ। ଗୋଟିଏ ଉହୁକି ଉଠିବାର ଆଶ୍ରାରେ ବାନ୍ଧି ହୋଇଯାଏ କର୍ମ ପ୍ରବଣତା। କିନ୍ତୁ ଆଗେଇବାର ଉପସର୍ଗ ଡରପଣର ବେଙ୍ଗଳାରେ ଛଟପଟ ହେଉଛି। କିଛି ଉପାୟ ନାହିଁ। ରାସନ ଦୋକାନରୁ ସବୁ ଉଧାରି ଆସୁଛି, ସେ ବି ଅମଙ୍ଗ ହେଲାଣି।


ସାମ୍ନା ସୁକାନ୍ତଵାବୁଙ୍କ ଘର ସାମ୍ନାରେ ବିଶେଷ ସାଜସଜ୍ଜା। ବାହାରୁ ଗାୟକ ଆସିଛନ୍ତି।୩୧ ସନ୍ଧ୍ୟା। ସୁକାନ୍ତବାବୁଙ୍କ ଝିଅ ସୁରଭି ଅର୍ଦ୍ଧନଗ୍ନ ଉଗ୍ରାଧୁନିକତାର ପ୍ରସାଧନ ସହ ପୋଷାକଚର୍ଯା କରି ଇଂରେଜୀବାବୁଟା ସହ ଘର ସାମ୍ନାରେ ଓଠ କୁ ଓଠ ମିଶେଇ ନାଚି ନାଚି ତାର ଉନ୍ମତ୍ତ ଯୌବନର ପରିପ୍ରକାଶ କରୁଛି।


ଏପଟେ ପ୍ରମିଳା ବାଉଳିଚାଉଳି ହେଉଛି ହେଲେ ବଳିଆ ନିର୍ବିକାର ହୋଇ ନିଜ ପିତୃତ୍ଵକୁ ଧିକ୍କାରୁଛି।

ମୂଲଗଣ୍ଡେ ପାଇଁ ପ୍ରାଣାନ୍ତକ ଲଢେଇ। ଏଠି ଦୁଃଖର ମାତ୍ରା ବଢୁଛି।


ହଠାତ ଲାଇଟ୍ ଲିଭିଗଲା। ନିକଟରେ ଥିବା ଟ୍ରାନ୍ସଫାର୍ମର ଖୁଣ୍ଟରୁ ଶଦ୍ଦହେଲା। ସବୁ ଅନ୍ଧାର। ଛକରେ ଶୋଇଥିବା କୁକୁରର କାନ୍ଦଣା ଶୁଭୁଚି। ତା ' ସାଙ୍ଗକୁ ଆମ୍ୱ ଗଛରୁ ଭାସି ଆସୁଚି ପେଚାର ଶବ୍ଦ। ଦାଣ୍ଡରେ ଥାଇ ସବୁ ଦୃଶ୍ୟ ଅଦୃଶ୍ୟ କ୍ଷଣକରେ ଆସି ପୁଣି ମିଶୁଥିବା ଚିତ୍ରପଟରେ ଆଶଙ୍କିତ ହେଉଛି ବଳିଆର ମନ।

ଘର ଭିତରୁ ଜୋରରେ କାନ୍ଦି ଉଠିଲା ପ୍ରମିଳାର ମାଆ।


ବଳିଆ ଘର ଭିତରକୁ ଦୌଡ଼ିଗଲା। ପ୍ରମିଳା ଶୋଇଛି। ତା ' ଉପରେ ମଥା କୋଡ଼ି କାନ୍ଦୁଛି ତା ' ମାଆ। ତାକୁ ଦେଖି କହୁଛି, " ଆମ ପ୍ରମିଳା ....."

ବଳିଆ ପ୍ରମିଳା ପାଦକୁ ଛୁଉଁଚି, ପରେ ତା ହାତ ନାଡ଼ି ଚିପୁଛି ଏବଂ ତା କପାଳରେ ହାତ ଦେଇ ସ୍ଥିର ହୋଇ ଯାଉଛି ; ହାତ ଗୋଡ ଅଚଳ ଓ ନିର୍ବାକ।

ଲାଇଟ ଆସିଯିବା ପରେ ପୁଣି ମାଇକରେ ବାଜୁଛି , " ଆସିଛି ଏକା ଯିବି ମୁଁ ଏକା ଏକା ହୋଇ ..... "


ଏହି ବର୍ଷ ୨୦୨୩ ସରିବା ପାଇଁ ଅଳ୍ପ ସମୟ ବାକି ଅଛି। ବର୍ଷ ଆରମ୍ଭ ଓ ବିଦାୟୀ ବର୍ଷ ଭିତରେ ସେମିତି କିଛି ଚମତ୍କାର କରିବାର ସୁଯୋଗ ନାହିଁ। ମୁଁ ବିରାଟ କିଛି ପରିବର୍ତ୍ତନ ଚେଷ୍ଟା କରି ଅସଫଳ ହୋଇଛି, ପ୍ରତିଜ୍ଞା ଭାଙ୍ଗିଛି। ଆଶା କରିବି ନୂତନ ବର୍ଷରେ କିଛି ପୁରଣୀୟ କିଛି ଅପୂରଣୀୟ ଆଶାକୁ ଫଳବତୀ କରିବି।

ହଠାତ ଘର ସାମ୍ନାରେ ରାମ ନାମ ସତ୍ୟ ହୈ ଶୁଣି ଧ୍ୟାନ ଭାଙ୍ଗ ହେଲା, କବାଟ ଫାଙ୍କରେ ଦେଖିଲି, ପ୍ରମିଳାର ଯୁଇ। ସାମ୍ନାରେ ସୁକାନ୍ତବାବୁଙ୍କ ଘର ଲୋକେ ଫୁସୁରୁଫାସର ହେଉଥିଲେ, ଏତେ ଅର୍ଥ ଆମଦାନୀ ହୋଇ ଉତ୍ସବ ହେଉଛି, ଏହି ସମୟରେ ହିଁ ଏ ମଜୁରିଆ ଘର ଏହି ଯାତ୍ରା ନୂତନ ବର୍ଷର ଆଗମନକୁ ଫିକା କରିଦେଲା। ମୋ ଦରଦୀ ଆଖି କୋଣରୁ ଲୁହ ପୋଛୁଥିଲି ଓ ଭାବୁଥିଲି, କାହାର ମାଘ ମାସ, କାହାର ସର୍ବନାଶ । ଏଇ ତ ଜୀବନ !




Rate this content
Log in

Similar oriya story from Abstract