The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

krushnaa sahoo

Abstract

4.8  

krushnaa sahoo

Abstract

ସେଇ ରାତି

ସେଇ ରାତି

5 mins
703


କିଟମିଟ୍ ଅନ୍ଧାର!!!ଶୂନଶାନ ରାସ୍ତା!!!ଦୂରଦୂରାନ୍ତ ଯାଏଁ କାହାରି ଦେଖା ନ ଥାଏ...

ମଝି ମଝିରେ ରାସ୍ତା କଡରେ ଗୋଟେ ବତୀଖୁଣ୍ଟ...ବାକି ମିଞ୍ଜି ମିଞ୍ଜି ଜନ୍ହ ଆଲୁଅ ଭରଷା....

    ଏକା ଚାଲିଛି ଦିବ୍ୟାଶା...ଖାଲି ପାଦ..ଡାହାଣ ହାତରେ ତାର ଜୋତା ହଳକ, ବାଁ ହାତରେ ଭ୍ୟାନିଟି ବ୍ୟାଗ୍।ଆଖିରୁ ଲୁହ ଅନବରତ ବୋହି ଚାଲିଛି। ମୋଡି ଯାଇଥିବା ପାଦ ଗଣ୍ଠିରେ ଖୁବ୍ ଜୋରସେ ଭିଡ଼ା ହେଇଥିବା କ୍ରେପ୍ କପଡାଟା ବି ତାର ଚାଲି ସଳଖି ଦେବାକୁ ଅସମର୍ଥ ମନେ ହେଉଛି। 

ରାତି ପ୍ରାୟ ସାଢେ ଦଶ ହେବ।

ଘରୁ!!!ଶାଶୁଘରୁ ପାଦ କାଢ଼ି ଚାଲି ଆସିଛି ସିଏ।

ସହର ପାର୍ଶ୍ଵବର୍ତ୍ତୀ ଇଲାକା ହୋଇଥିବାରୁ ଜନଶୂନ୍ୟ,ତଥାପି ଏକା ମାଡି ଚାଲିଛି ଦିବ୍ୟାଶା...ସହର ମଝାମଝି ଥିବା ମା'ଙ୍କ ଘର...ତା ନିଜ ଘର..ଅଭିମୁଖେ..................... 


   ଏକୁଟିଆ ମାଆ ର ଅଲିଅଳି ସନ୍ତାନ ସେ।ମାଙ୍କ ସରକାରୀ ଚାକିରି ଖଣ୍ଡିକ ଯୋଗୁ ଅର୍ଥର ସେପରି କିଛି ଅଭାବ ନଥିଲେ ବି କେତେ କଷ୍ଟରେ ମା ତାକୁ ଏକା ବଡ କରିଛିନ୍ତି।ତାଙ୍କରି ହିଁ ଅବିରତ ପ୍ରେରଣା ଯୋଗୁଁ , ସେ ଆଜି ନିଜ ଗୋଡ଼ରେ ଠିଆ,ଉଚ୍ଚ ପଦବୀରେ ଅଧିଷ୍ଠିତା।କିନ୍ତୁ ତାର ସବୁ ପଦବୀ ଆଜି ହାର୍ ମାନିଛି ସାମଜିକ ଭେଦଭାବ ଓ ପୁରୁଷର ଅହମିକା ଅଗରେ। 


    ଦିନ କେଇଟାରେ ମଣିଷଗୁଡା କେତେ ବଦଳି ଯାଆନ୍ତି ସତେ ।ଏଇ କିଛିଦିନ ଆଗରୁ ତ ଜୀବନ ଟା ତାର ସ୍ଵପ୍ନ ପରି ମନେ ହେଉଥିଲା ।ନିଜ ମନର ମଣିଷକୁ ଜୀବନ ସାଥୀ ରୂପେ ବାଛିଥିଲା, କେତେ ସୁଯୋଗ୍ୟ ପ୍ରସ୍ତାବକୁ ପାଦରେ ଏଡ଼ାଇ ଦେଇ। ମା ମଧ୍ୟ ଝିଅର ଖୁସି ଆଗରେ ମଥାନତ କରିଥିଲେ। 


-ଏକେ ତ ଶାଶୁଘର ପାଖରେ,ସିଏ ବିବାହ ପରେ ମଧ୍ୟ ମା'ର ଦେଖାଶୁଣା କରିପାରିବ। 

-ପୁଣି ଶାଶୁ ଶ୍ୱଶୁର ସମାଜରେ ଭଦ୍ର ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକ।

-ସ୍ଵାମୀ ତ ତାର... ପଢ଼ା ଦିନରୁ ପସନ୍ଦ ର ମଣିଷ।

-ତତସହିତ ଶାଶୁଘର ଲୋକଙ୍କର..ବିବାହ ପରେ ତା ମାକୁ ସେମାନଙ୍କ ଘରକୁ ନେଇ ଯିବାର ପ୍ରସ୍ତାବ...ନିଜ ପଦକ୍ଷେପ ଉପରେ ବିଶ୍ୱାସକୁ ତାର ଆହୁରି ଦୃଢୀଭୂତ କରାଇଥିଲା 

-ମା କଦାପି ତା ଝିଅର ଶାଶୁଘରେ ରହିବାକୁ ରାଜି ହେବନି ଜାଣି ଥିଲେ ମଧ୍ଯ, ଶାଶୁ-ଶ୍ୱଶୁରଙ୍କ ଚିନ୍ତାଧାରା ପାଇଁ ସେମାନଙ୍କୁ ମନଭରି ସମ୍ମାନ କରିଥିଲା ଏବଂ 

ଅତି ଆନନ୍ଦରେ ସ୍ୱାମୀଙ୍କର ଧର୍ମପତ୍ନୀ ସାଜି.... ଶାଶୁ ଶ୍ୱଶୁର ସ୍ୱାମୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲା।

     

      ସଂସାର ଗଢିବାର କିଛି ଦିନ ଅନ୍ତରାଳେ ସବୁ କିଛି ନିଜ ସ୍ଵପ୍ନ ଠାରୁ ଭିନ୍ନ ମନେ ହୋଇଥିଲା ତାକୁ, ଭିନ୍ନ ମନେ ହୋଇଥିଲେ ସମସ୍ତେ,ସେ ମନ ପସନ୍ଦର ମଣିଷଟା ମଧ୍ୟ।

-ମା'ଙ୍କ ଭଲ-ମନ୍ଦ ବୁଝିବା ତ ବହୁଦୂର...ତାଙ୍କ ପାଖକୁ ସେମାନେ ନା ନିଜେ ଯାଉଥିଲେ...ନା ତାକୁ ଯିବାକୁ ଦେବାରେ ଇଚ୍ଛୁକ ଥିଲେ।


-ନିଜଠାରୁ ନିଜ ପତ୍ନୀର ଉଚ୍ଚ ପଦବୀ ଓ କେଇଗୁଣା ଅଧିକ ଆୟ କୁ ବରଦାସ୍ତ କରି ପାରୁ ନଥିଲା ସ୍ଵାମୀଙ୍କ ପୁରୁଷପଣିଆ ।କଥା କଥାକେ ଯୁକ୍ତି,ରାଗ,ଉଚ୍ଚ ସ୍ବରରେ କଥାବାର୍ତ୍ତା ...ସ୍ଵାମୀଙ୍କର ନିତିଦିନିଆ ପାଠ୍ଯକ୍ରମ ହେବାକୁ ଲାଗିଥିଲା। ଶାଶୁ ଶ୍ୱଶୁର ମଧ୍ଯ ପୁତ୍ର ପ୍ରେମରେ ଭୁଲ୍ ଠିକ୍ ବିଚାର ଠାରୁ କୋଶେ ଦୂରରେ ଥାନ୍ତି। 


-ଧୀରେ ଧୀରେ ସମ୍ପର୍କରେ ତିକ୍ତତା... ତାପରେ ଅତି ପ୍ରତ୍ୟାଶିତ ବିରାଟ କଳହ। 


-ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇ ପଡିବାରୁ ଏବଂ ଦିବ୍ୟଶା ମାନସିକ ଚାପରେ ଅସୁସ୍ଥ ହୋଇ ଯିବାରୁ...

ଝିଅର ଦେହ ଖରାପ କଥା ଶୁଣି..ମା ଯାଇ କିଛିଦିନ ମଞ୍ଜୁରୀ ନେଇ ଝିଅକୁ ଘରକୁ ଆଣିଥିଲେ। 


    ଦିବ୍ୟଶା କିନ୍ତୁ ସୁସ୍ଥ ହେଲା ପରେ ମଧ୍ଯ ଶାଶୁଘର ଫେରି ଯିବାକୁ ସମ୍ପୂର୍ଣ୍ଣ ଅମଙ୍ଗ ହୋଇଥିଲା। ସେଥିରେ ମାଙ୍କ ସନ୍ଦେହ ଘନୀଭୂତ ହୋଇଥିଲା ଏବଂ କୌଣସି ମତେ ଦିବ୍ୟଶା ଠାରୁ ସମସ୍ତ କଥା ଶୁଣିବା ପରେ...ମା ତାକୁ, ତାଙ୍କ ଚିନ୍ତା ଛାଡି ନିଜ ଘରସଂସାର ସଜାଡ଼ିବାକୁ ଯଥାସମ୍ଭବ ବୁଝାଇଥିଲେ।

କିନ୍ତୁ କଥା ଖାଲି ମାଙ୍କ ଦାୟିତ୍ବ ବୁଝିବା ନ ବୁଝିବାର ନୁହେଁ,ଥିଲା ତା ଆତ୍ମସମ୍ମାନର ମଧ୍ଯ,ସେଥିପାଇଁ ରାଜି ହୋଇନଥିଲା ସିଏ। 

ଏପଟେ ଶାଶୁ ଶ୍ୱଶୁର ...ଏପରି ରୋଜଗାରକ୍ଷମ ,ସୁଗୃହିଣୀ ବୋହୂଟିକୁ ହରାଇବାକୁ ଆଦୌ ଚାହୁଁ ନଥିଲେ। ସେଥିପାଇଁ ନାନା କଥା ଚାତୁର୍ଯ୍ୟରେ ବୁଝାଇବାର ପ୍ରୟାସ ଜାରି ରଖିଥିଲେ। 


କିନ୍ତୁ କେବଳ ସ୍ଵାମୀଙ୍କ ନିବେଦନ ଓ ଅନେକ ମନ ଭୁଲାଣିଆ ପ୍ରସ୍ତାବରେ--ଯେମିତିକି ଆମେ ଜୀବନକୁ ନୂଆ କରି ଆରମ୍ଭ କରିବା,ପରସ୍ପରକୁ ସମୟ ଦେବା , ସମ୍ମାନ ଦେବା,ତିନି ମା-ବାପା(ତା ମା ଓ ଶାଶୁ ଶ୍ୱଶୁର)ଙ୍କର ଦାୟିତ୍ୱ ମିଳିମିଶି ବୁଝିବା ଇତ୍ଯାଦି ରେ...ରାଜି ହୋଇ ଶାଶୁଘର ଫେରି ଯାଇଥିଲା ଦିବ୍ୟଶା। 


- ପରନ୍ତୁ ସପ୍ତାହେ ନ ବିତୁଣୁ...ପରିସ୍ଥିତି "ଯଥା ପୂର୍ବଂ ତଥା ପରମ୍"। 


- ମା ଙ୍କ ପାଖକୁ ଯିବାର ଅନୁମତି ମଧ୍ୟ ନଥିଲା ।ସିଧା ସଳଖ ମନା ନ କଲେ ମଧ୍ୟ...ନାନା କଥା ଭୁଲାଇ ତାର ବାପଘର ଗସ୍ତକୁ ଏଡ଼ାଇ ଦିଆ ଯାଉଥିଲା।ସ୍ଵାମୀଙ୍କର ମଧ୍ଯ ଠିକ୍ ପୂର୍ବପରି ବ୍ୟବହାର ଯାରି ଥିଲା।ଶାରୀରିକ ନହେଲେ ବି ମାନସିକ ଭାବେ ନିର୍ଯ୍ୟାତନା ପରି ମନେ ହେଉଥିଲା ତାକୁ। 


-ତଥାପି କେବଳ ମା'ଙ୍କ କଥା ରଖି... ସବୁ ସହି ନେଇ ନିଜ ସଂସାର ସଜାଡିବାର ପ୍ରୟାସ ଜାରି ରଖିଥିଲା ଦିବ୍ୟଶା। 

    

     କିନ୍ତୁ ତା ପାଇଁ ସବୁକିଛି ଅସହ୍ଯ ହୋଇ ଉଠିଥିଲା ନୂଆବର୍ଷର 'ସେଇ ରାତି'ରେ... 


-ଦିନବେଳା ସବୁଦିନ ପରି ନିଜ ଅଫିସ ରେ ଡ୍ୟୁଟି ବଜାଇ, ସନ୍ଧ୍ୟାରେ ଘର ର ରୋଷେଇ ଦାୟିତ୍ଵ ତୁଲାଇଥିଲା.. 


- ନୂଆବର୍ଷ ରେ ସମସ୍ତେ ନିଜ ପରିବାର,ବନ୍ଧୁ ପରିଜନଙ୍କ ଗହଣରେ ଖୁସି ମନାଉଥିବା ବେଳେ ମା'ଟା ତାର ଘରେ ସମ୍ପୂର୍ଣ୍ଣ ଏକା ଥିବ।ପୁଣି କିଛିଦିନ ହେବ ତାର ଦେହଟା ବି ଭଲ ନଥିବାରୁ....ତା ପାଖରୁ ଯାଇ ଥରେ ବୁଲି ଆସିବାକୁ ଖୁବ୍ ଇଚ୍ଛା ହୋଇଥିଲା ଦିବ୍ୟଶାର। 


- ଶାଶୁଙ୍କୁ ଆସି ଅନୁମତି ମାଗିବା ମାତ୍ରକେ, ଶାଶୁ ରୋକଠୋକ ଭାବେ "ନା, କାହିଁକି ଯିବୁ, କିଛି ଦରକାର ନାହିଁ " ବୋଲି ଶୁଣାଇ ଦେଇଥିଲେ ।ସ୍ଵାମୀଙ୍କୁ ଆସି ନେହୁରା ହୋଇଥିଲା- ଶାଶୁଙ୍କୁ ଟିକେ ରାଜି କରାଇ ଦେବାକୁ,କିନ୍ତୁ ସେ ମଧ୍ୟ କର୍ଣ୍ଣପାତ କରି ନଥିଲେ ତା କାକୁତି-ମିନତି ରେ।

(ଭାବୁଥିଲା-ବାଃ.... ବାଃ ରେ ସମାଜ ...ବାଃ ତୋର ନିୟମ-କାନୁନ୍ ।ଯିଏ ଜନ୍ମଦାତ୍ରୀ...ଯାହା ପାଖେ ପ୍ରତିଟି ରକ୍ତ ବିନ୍ଦୁ ପାଇଁ ଋଣୀ... ତାକୁ ଦେଖିବାକୁ ଯିବାକୁ ପୁଣି...ଆଜିର ଅତ୍ୟାଧୁନିକ ଯୁଗରେ.. ନାରୀକୁ ଅନ୍ୟର ଅନୁମତି ଲୋଡ଼ା) 


-ସ୍ଵାମୀ ,ଶାଶୁ, ଶ୍ୱଶୁର ଖୁସି ଗପରେ ମସଗୁଲ ଥିବା ବେଳେ...ଦିବ୍ୟଶା ସାହାସ କରି...ଅଧ ଘଣ୍ଟାରେ ଫେରି ଆସିବ କହି- ଆଉଥରେ ଅନୁମତି ନିମନ୍ତେ ଅନୁରୋଧ କଲା---------- 


ଏଥର କିନ୍ତୁ ସେମାନେ ମନା କରିଦେବା ସହିତ ସହିତ...ତାକୁ ଏବଂ ତା ମା'ଙ୍କୁ କେତେ ଯେ ଅସମ୍ମାନିତ କରି କଥା ଶୁଣାଇ ଦେଇଗଲେ ତାର ଗଣତି ନ ଥିଲା.. 


-ଯେଉଁଠି ସେମାନେ ନିଜେ କହିବା କଥା- 'ମା ଅସୁସ୍ଥ, ଯା ବୁଲି ଆସିବୁ'...କେହି ନହେଲେ ତା ସ୍ଵାମୀ ତ ଅନ୍ତତଃ କହି ପାରିଥାନ୍ତେ..ତାଙ୍କର କଣ କିଛି ବି କର୍ତ୍ତବ୍ୟ ନାହିଁ....ସେଇଠି ଓଲଟା ଏପରି ବ୍ୟବହାର

- ତା ପର୍ଯ୍ୟନ୍ତ କଥା ଥିଲେ ଚଳିଥାନ୍ତା..ମା ଙ୍କ ଅସମ୍ମାନ ସେ କଦାପି ସହ୍ୟ କରିପାରିବନି।

- "ବାସ ବହୁତ ହେଲା"--ବୋଲି ଆପଣା ଛାଏଁ ଉତ୍ତର ବାହାରି ପଡିଥିଲା ତା ପାଟିରୁ। ସବୁବେଳେ ଚୁପ୍ ରହୁଥିବା ବୋହୂଟି ମୁହଁରୁ ଉତ୍ତର ଶୁଣି ହତବାକ ହୋଇ ଯାଇଥିଲେ ସେମାନେ। 

- ପରବର୍ତ୍ତୀ ମୁହୂର୍ତ୍ତରେ "ମୁଁ ଯାଉଛି ବୋଲି" କହି ଦେଇ..ସେଇ ଘର ପିନ୍ଧା ଲୁଗାରେ..ନିଜର ସବୁ କାଗଜ ପତ୍ର ଥିବା ଭ୍ୟାନିଟି ବ୍ୟାଗ୍ ଆଉ ଜୋତା ହଳକ ଧରି... ଘରୁ ବାହାରିଥିଲା ଦିବ୍ୟଶା। ପଛ ରୁ ଖାଲି ସ୍ୱାମୀଙ୍କ କଣ୍ଠରୁ ଶୁଭିଥିଲା ପଦୁଟିଏ---"ଆଉ ଫେରିବୁନି"।

        

..................... ଚାଲିଛି ଦିବ୍ୟଶା...ଚିତ୍କାର କରି ପଚାରି ଚାଲିଛି ଶୂନ୍ୟତାକୁ...ଝିଅ ଜନ୍ମ କଣ ପାପ??ଝିଅଟିଏ ମା-ବାପାଙ୍କର ଦାୟିତ୍ଵ ବୁଝିବାର ଇଚ୍ଛା ରଖିବା କଣ ଭୁଲ୍??

ମା'କୁ ଥରେ ଦେଖିବାକୁ ଇଚ୍ଛା କରିବା କଣ ଏତେ ବଡ଼ ଭୁଲ୍??ସେ ଜଦି ମାର ଝିଅ ନହୋଇ ପୁଅଟିଏ ହୋଇ ଥାନ୍ତା ,ଏ ପରିସ୍ଥିତି ହୁଏତ କେବେ ବି ଆସି ନଥାନ୍ତା।

ଯଦି ଝିଅ ଜନ୍ମ ପାପ, ତାର ସୃଷ୍ଟି ହିଁ କାହିଁକି କଲ ଭଗବାନ?? 

କାହିଁକି ସମସ୍ତଙ୍କ ମନରେ ପୁଅଟିଏ ପାଇବାର ଆକାଂକ୍ଷା ଥାଏ??

କାହିଁକି ଆଶୀର୍ବାଦ ଦେଲା ବେଳେ ସମସ୍ତେ "ପୁତ୍ରବତୀ ହୁଅ" ବୋଲି କୁହନ୍ତି??

କାହିଁକି ଝିଅଟିଏ ଜନ୍ମ ହୋଇଗଲେ, ଯେତେ ସମ୍ଭ୍ରାନ୍ତ ପରିବାର ହେଲେ ମଧ୍ୟ,କଉ ଅନ୍ତର୍ନିହିତ କୋଣ ରେ ଲୁଚାଇ ମନକୁ ଟିକେ ଶୁଖାଇ ଦିଅନ୍ତି। 

ସଦ୍ୟ ଜନ୍ମିତ ହେଉ ଅବା ବଢି ଯାଇ ଥାଉ -ସବୁବେଳେ ଝିଅଟିଏ ହି କାହିଁକି କଉ ଆବର୍ଜନା ଭିତରୁ ,କଉ ଜଙ୍ଗଲ ରୁ ତ ପୁଣି କଉ ରାସ୍ତା କଡରୁ ଉଦ୍ଧାର ହୁଏ ।କାହିଁକି??

ଖାଲି କାଗଜ କଲମରେ ନାରୀକୁ ଶ୍ରେଷ୍ଠ ନକରି,ସର୍ବଂସହା ନକହି,ସାଧାରଣ ଭାବେ ବଞ୍ଚିବାକୁ ଦିଆ ଯାଉନାହିଁ କାହିଁକି??କାହିଁକି??

ଚିତ୍କାର କରି ପଚାରି ଚାଲିଛି ଶୂନ୍ୟତାକୁ, ଅନ୍ଧାରକୁ, ସମାଜ,ଦୁନିଆ ଓ ଈଶ୍ବରଙ୍କୁ??

ଆଜି ତାର ପ୍ରଶ୍ନରେ ସମସ୍ତେ ନିରୁତ୍ତର!! 


କିନ୍ତୁ ତା ଉତ୍ତର ସେ ନିଜେ ଖୋଜି ପାଇଛି। 


-ପ୍ରାପ୍ତ ବୟସରେ ପୁଅ ହିଁ ମା-ବାପାଙ୍କୁ ପାଖରେ ରଖିବାର,ଦାୟିତ୍ଵ ବୁଝିବାର ନିୟମ, ଅଧିକାର ଓ ସେଇ ମୋହ ଟିକକ ପାଇଁ ତ ...ପୁଅ ଜନ୍ମ ଶ୍ରେଷ୍ଠ ।

-ଏବଂ ସମାଜ ସେଇ ସମାନ ଅଧିକାର ଝିଅ ଠୁ ଛଡ଼ାଇ ନେଇ ଥିବାରୁ....ଝିଅ ଅଲୋଡା। ସେଇଥି ପାଇଁ ତ ପୁରୁଷପଣିଆରେ ମସ୍ତ ହୋଇ ପୁରୁଷ ନାରୀକୁ ନିଜ ଅଧୀନ କରି ଚାଲିଛି।

ଜଦି ଏଇଟା ହିଁ ନାରୀ ପୁରୁଷ ଭେଦଭାବ ର କାରଣ,ତାହେଲେ ସେ ଦୂରକରିବ ଏ ଭେଦଭାବ, ଏ ନିୟମ। 


..........କିଛି ସମୟ ଅନ୍ତରାଳେ....

welcome...welcome....କହି ବାଜି ଉଠେ ମା'ଙ୍କ ଘରର କଲିଂ ବେଲ୍।ଏତେ ରାତିରେ କିଏ ବୋଲି ଭାବି...ଅଧା ଖୋଲା କବାଟରୁ...ଦୁଆରମୁହଁରେ ଏ ଅବସ୍ଥାରେ ଦିବ୍ୟଶାକୁ ଦେଖି ...ପ୍ରଶ୍ନ ଘେରା ହୋଇ ପଡ଼ନ୍ତି ମା।

ଦିବ୍ୟଶାର ଶେଷ ଏବଂ ଏକମାତ୍ର ଉତ୍ତର- 

"Happy New year ମା',ମୋତେ welcome କରିବନି!!!!!

ଆଜିଠୁ ମୁଁ ତୁମର ପୁଅ"।।।।।।।।।।।।।।।।।।।(ପୂର୍ଣ୍ଣଚ୍ଛେଦ)



Rate this content
Log in

More oriya story from krushnaa sahoo

Similar oriya story from Abstract