STORYMIRROR

krushnakalyani sahoo

Tragedy Others

3  

krushnakalyani sahoo

Tragedy Others

ଶାଶୁଘର ଚାଲିଯିବି....

ଶାଶୁଘର ଚାଲିଯିବି....

2 mins
268

ଝିଅବିଦା ସମୟରେ ସୁମଧୁର କଣ୍ଠରେ ଗୀତଟି ବାଜୁ ଥାଏ- 'ମୁଁ ମୁଣ୍ଡରେ ଓଢ଼ଣା ଦେବି..ଶାଶୁଘର ଚାଲିଯିବି'...... 


ଉଫ୍...ଶାଶୁଘର

ଏକା ଶବ୍ଦ ଟି ଯଥେଷ୍ଠ ତା ବର୍ଣ୍ଣନା ପାଇଁ

ଝିଅ ମାନଙ୍କ dictionary ରେ ସବୁଠୁ ଭୟାନକ ଶବ୍ଦ ବୋଧେ !

କଥାରେ ଅଛି " ଭଲ ହେଉ ଅବା ମନ୍ଦ, ଶାଶୁଘର ଜମପୂର" ।


କିଏ ସେ କରିଛି ଏ ନିୟମ ,ଝିଅ ବିଦା ହେବ, ଶାଶୁଘର ଯିବ ?

କାହିଁ ପୁଅ ବିଦା ହଉନି, ଶାଶୁଘର ଯାଉନି ???


ପ୍ରଶ୍ନଟି ବେଶ୍ ଜଣାଶୁଣା,ଚିରାଚରିତ।

ଅଗଣିତ ଜଣ ଅଗଣିତ ଥର ଅଗଣିତ ଜଣଙ୍କୁ ପଚାରିଥିବେ।

ହେଲେ -ନା ତାର ଉତ୍ତର ମିଳିଛି, ନା ସେ ଲୋକ ଧରା ପଡିଛି। 


......ବିବାହ ମଣ୍ଡପରୁ ଝିଅ ଆସି ପହଞ୍ଚିଲା ଘରେ... ନିଜ ଘରୁ ବିଦା ନେବ। 

କୌଣସି ଏକ କାରଣରୁ ବିଗିଡି ଯାଇଥିବା ଦେଢ଼ଶୂରଙ୍କର ବଡପାଟିରେ...ତିନି ମିନିଟରେ ବାହାରିବା...କଥାଟା ଝିଅଟିର କାନରେ ଗଳୁଗଳୁ...ଘଡ଼ଘଡ଼ି ର ପ୍ରଥମ ଶବ୍ଦ ପରି ଘଡ୍ କିନା ଶବ୍ଦ ହେଲା ଛାତି ଭିତରେ ....ଛାତି ଭିତରଟା ଫାଟି ଯିବକି ଆଉ!!ତା ପୂର୍ବରୁ ଏମିତି ତ ଲାଗୁ ନଥିଲା କାହିଁ!!

ମେକ୍ଅପ୍ ଆଉ ଫୋଟୋ ଉଠାରେ ମନ ଗଗନରେ ଉଡୁଥିଲା । 

ବେଦୀରେ ବାହା ହୋଇ ଗଲା ବୋଲି ତିନି ମିନିଟରେ ବାହାରି ଚାଲି ଆସିବ ନିଜ ଘରୁ!!

ବିଗିଡି ଥିବା ବରଟି ପାରମ୍ପରିକ ପଖାଳ ଖିଆକୁ ଅମଙ୍ଗ ହେବାରୁ....ଶ୍ୱଶୁର ଘର ପକ୍ଷର କେହିଜଣେ କହିଲେ- ଏବେ ବାହାରିବୁ ,ବିଦା ସମୟ ହେଲା-

ମାଉସୀ, ପିଉସୀ,ଭଉଣୀ,ସାଙ୍ଗସାଥୀ....ସମସ୍ତେ କାନ୍ଦିବାରେ ଲାଗିଲେ..ସିଏ ମରିଗଲା ପରି।ହଁ ବୋଧେ ମରିଗଲା ଝିଅଟା ସେଦିନ??

ମା ବାପାଙ୍କ ଅବସ୍ଥା କହିଲେ ନସରେ,ତା ସହିତ ଶ୍ୱଶୁର ଘର ପକ୍ଷଙ୍କୁ,ବରକୁ ..ସେମାନଙ୍କର ଗୋଡ ଧରା ଅନୁରୋଧ ଝିଅଟିକୁ ଭଲରେ ରଖିବାକୁ...

ଏଥର ଘଡଘଡି,ଚଡଚଡି,ବନ୍ୟା,ବାତ୍ୟା ସବୁ ଏକା ସଙ୍ଗେ ମାଡି ଆସିଲେ,ହୁଲୁସ୍ତୁଲୁ ହେଇଗଲା ଝିଅଟିର ଦେହମନ,ବୁନ୍ଦା ବୁନ୍ଦା ରକ୍ତ ବୋହି ଚାଲିଲା ଛାତିରୁ ଆଖିରୁ ....... 


ଭିଡି ଭିଡି ନେଇଗଲା ବେଳେ... କବାଟକୁ ଧରି ତାର ପ୍ରଥମ ପ୍ରତିରୋଧ- ନା ମୁଁ ଯିବିନି ...

ବୁହେ କାକୁତିମିନତି - ନା ମୁଁ ଯିବିନି.....

ତା ପରେ ଭେଁ ଭେଁ ...ପୃଥିବୀ ଫଟା ଚିତ୍କାର 

ଶତସିଂହର ବଳରେ ଜାବୁଡି ଧରୁ ଥିଲା ମଣିଷ,ଜିନିଷ ଯାହା ତାର ହାତରେ ପଡୁଥିଲା.... 


ପୃଥିବୀ ଓଲଟି ଯାଆନ୍ତା କି!!ତା ଲେହେଙ୍ଗା,ଚୁନରି,ଚକଚକ କରୁଥିବା ଅରଖ ନୂଆ ସୁନା ଗହଣା ଗୁଡା ନେଇ ଯାଆନ୍ତେ କି!!ଖାଲି ତାକୁ ଛାଡି ଦିଅନ୍ତେ ..ନ ନେଇ!!

ବାସ୍ ତା ପରେ ସବୁ ଝାପ୍ସା....

ପାଣି ମାଡରେ ଆଖି ଖୋଲିଲା ବେଳକୁ.. ସମାନ ପରିସ୍ଥିତି....

୪-୫ ଜଣ ଟେକି ନେଉଥିଲେ ଦାଣ୍ଡ ଗେଟ ଆଡ଼େ ବାହାର୍ କରି ଦେବାକୁ....

ପୁଣି ଶତସିଂହର ର ବଳ....ନା ମୁଁ ଯିବିନି....

ଏଥର କିଛି କାମ କଲାନି..ଟେକି ନେଇ...ସଜା ହୋଇଥିବା କାରରେ ପୁରାଇ ଡୋର ବନ୍ଦ କରିଦେଲେ....ବୋଧେ ଭାଇ ଜାବୁଡି ଧରି ଥାଏ........ 


ଓହଃ କି କଷ୍ଟ,ମୃତ୍ୟୁ ଠୁ ନିଶ୍ଚେ ଅଧିକ,ଛାତି ଚ୍ଛିନ୍ନ ବିଚ୍ଛିନ୍ନ ଯନ୍ତ୍ରଣା ମାଡରେ.....

ବଡ ରୁ ସାନ ଭେଁ ଭେଁ... କ୍ରନ୍ଦନ ତାନ ରେ କମ୍ପୁଥିଲା ପାରିପାର୍ଶ୍ଵ...

ବୋଧହୁଏ ଦେବୀ ଦେବତା ବି ସମ୍ଭାଳି ନପାରି କାନ୍ଦୁଥିଲେ ..... 


ବାସ୍ ଗାଡି ଗଡିଲା..... 


ମିଠା ମିଠା କଣ୍ଠରେ ବାଜୁ ଥାଏ 

ମୁଁ ମୁଣ୍ଡରେ ଓଢ଼ଣା ଦେବି...ଶାଶୁଘର ଚାଲିଯିବି....(ସ୍ଵପ୍ନରୁ ସତ୍ୟାସତ୍ୟ ର ପ୍ରଭେଦ ବତାଇ....)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy