STORYMIRROR

krushnakalyani sahoo

Inspirational Others

3  

krushnakalyani sahoo

Inspirational Others

ବିମାନ ଯାତ୍ରା ଓ English

ବିମାନ ଯାତ୍ରା ଓ English

3 mins
217

 


ଖୁସୀ ! ଖୁସୀ ! ଉଠିଯା ମା ,ଉଠେ ନହେଲେ ଡେରି ହେଇଯିବ, ଫ୍ଲାଇଟ୍ ମିସ୍ ହେଇଯିବ!ବାପାଙ୍କର ଏମିତି କିଛି କଥା କାନରେ ବାଜିବାରୁ ନିଦରୁ ଉଠିଲା ଖୁସୀ।ପିଲାଟି ଦିନରୁ ଯୁଆଡେ ବି ଯିବାର ଥିଲେ ନିଜର ବେଶଭୂଷା ସଜାଡିବାରେ ଟିକିଏ ଡେରି କରିଦିଏ ସେ।ସେଥିପାଇଁ ବାପାଙ୍କର ଚିରାଚରିତ ଅଭ୍ୟାସ ଅଛି କହିବାର ଖୁସି ତୋର ଡେରି ହେଇଯିବ। ବେଳେବଳେ ସମୟ ଆଗରୁ ବାହାରି ଯାଇଥିଲେ ବି ବାପାଙ୍କ ପାଟିରୁ ବାହାରିପଡେ 'ଖୁସୀ ତୋର ଡେରି ହେଇଯିବ।


ଏଇ କଥା ଭାବି ହସୁ ହସୁ ..ମନେ ପଡିଗଲା କି ଆଉ କେଇ ଘଣ୍ଟା ପରେ ଅଛି ତାର ଫ୍ଲାଇଟ୍।


ପ୍ରସାଦଙ୍କ ପାଖକୁ ଯିବ ସେ। ସ୍ଵାମୀ ତାର ଏକ ବଡ କମ୍ପାନୀରେ କାର୍ଯ୍ୟରତ ,ଓଡିଶା ବାହାରେ ରୁହନ୍ତି।ବିବାହ ପରେ ଖୁସୀ ମଧ୍ୟ ସେଠିକାର ବାସିନ୍ଦା। ଆର ମାସ ଛୁଟିରେ ଓଡିଶା ଆସିବା ସମୟରେ ପ୍ରସାଦଙ୍କ ସହିତ ନ ଯାଇ ନିଜ ମାଆ,ବାପାଙ୍କ ସହିତ କିଛିଦିନ ରହି ଯାଇଥିଲା।


ତରତର ହୋଇ ..ବଡ ମାଉସୀ ଦେଇଥିବା ନୀଳ ରଙ୍ଗର ସାଲୱାରକମିଜଟା ପିନ୍ଧି ,ମାଙ୍କ ହାତ ତିଆରି ଜଳଖିଆ ଖାଇ, ବ୍ୟାଗ୍ ପତ୍ର ସଜାଡି ବାପଘରୁ ବିଦାୟ ନେଲା କୋହଭରା ମନରେ ଖୁସୀ।


(ନିଜର ପ୍ରିୟଜନଙ୍କ ଠାରୁ ଦୂରେଇ ରହିବାର ଇଚ୍ଛା ନଥିଲେବି, ସମାଜର ନିୟମ ଓ କର୍ତ୍ତବ୍ଯର ଡୋରିରେ ତ ଆବଦ୍ଧ ନାରୀ-ଜୀବନ ଯୁଗେଯଗେ)।


ବିମାନ ବନ୍ଦର ପାଖରେ ପହଞ୍ଚି..ସାଙ୍ଗରେ ଯାଇଥିବା ସାନ ଭାଇକୁ Bye କହି.. ପ୍ରବେଶଦ୍ୱାରରେ ଜଗିଥିବା ଗାର୍ଡଙ୍କୁ ନିଜର ଟିକେଟ୍ ଓ ପରିଚୟପତ୍ର ଦେଖାଇ ଭିତରକୁ ଗଲା ଖୁସୀ। Airport ଭିତେର ପ୍ରଥମେ ନିଜ ବ୍ୟାଗଗୁଡ଼ିକୁ check କରାଇ,ସମ୍ପୃକ୍ତ Airlines କାଉଣ୍ଟର କୁ ଯାଇ Boarding pass ପାଇଁ ଧାଡିରେ ଠିଆ ହେଲା।


ନିଜର ପାଳି ଆସିବାରୁ କାଉଣ୍ଟର ଆଗରେ ଠିଆ ହୋଇ ପରିଚାଳିକା ଜଣଙ୍କୁ ଟିକେଟ୍, ପରିଚୟପତ୍ର ଇତ୍ଯାଦି ବଢାଇ ଦେଲା।(କଥାଟି ଆରମ୍ଭ ଏଇଠୁ)।


ସେଗୁଡ଼ା ଯାଂଚ୍ କରିସାରି, ଇଂରାଜୀରେ ' how many luggage do uuuuuuuu!!!' ପଚାରୁ ପଚାରୁ ରହି ଯାଇଥିଲେ ପରିଚାଳିକା ଜଣକ...ଖୁସୀ ଉପରେ ଭଲରେ ଦୁଇ /ତିନିଥର ନଜର ବୁଲାଇଦେଇ ଓଡିଆରେ କହିବାକୁ ଲାଗିଲେ - କେତୋଟି ବ୍ୟାଗ୍ ଅଛି ଆପଣଙ୍କର?କିଛି ସମୟ ହାଲୁକା ଅପମାନିତ ବୋଧକରି ,ହତବାକ ହୋଇ 'ଦୁଇଟା' ବୋଲି ଉତ୍ତର ଦେଲା ଖୁସୀ।ତାପରେ ଆଉ କେତଟି ପ୍ରଶ୍ନକୁ ଅଣଓଡ଼ିଆ କର୍ମଚାରୀ ଜଣକ ଖଣ୍ଡି ଓଡିଆରେ ପଚାରିଲା ବେଳକୁ ...ଖୁସୀ ଭାବମଗ୍ନ ।


ଆଗରୁ ଅନେକବାର ବିମାନ ଯାତ୍ରା କରିଛି ସେ, କାହିଁ ଏମିତି ପରିସ୍ଥିତି କେବେ ତ ହୋଇନି।ବହୁତ କିଛି ଏପଟ ସେପଟ ଚିନ୍ତା କଲା ପରେ ଅନୁଭବ କରି ପାରିଥିଲା ସେ ତଫାତଟାକୁ ।


ତଫାତଟା ତାର ପୋଷାକ ରେ।ଆଗରୁ ଯେତେଥର ଯାଇଛି ,ସବୁଥର ଆଧୁନିକ ପୋଷାକ ପରିଧାନ କରିଥାଏ , ହେଲେ ଏଥର ସାଲୱାରକମିଜଟା ପିନ୍ଧି ଥିବାରୁ.. 'ସାଧାରଣ ଝିଅଟିଏ ଇଂରାଜୀ ଜାଣି ନଥାଇପାରେ ଭାବି' ପରିଚାଳିକା ଜଣକ ବହୁ ଚେଷ୍ଟାରେ ଓଡିଆରେ ପଚାରିଥିବା... ବୁଝିପାରିଲା ସେ।(ସମାଜଟା ସେମିତି,ମଣିଷକୁ ବାହ୍ୟ ଆଭୁଷଣରୁ judge କରାହୁଏ ।ସମସ୍ତଙ୍କ ଜୀବନରେ ଏମିତି କିଛି ପରିସ୍ଥିତି କେବେ ନା କେବେ ତ ଆସିଥିବ।)


ଓଡିଆ Medium ଛାତ୍ରୀ ହୋଇ ମଧ୍ୟ ,ଇଂରାଜୀ କଥାବାର୍ତ୍ତାରେ ..ଖୁସୀର ଭାରି ଦୁର୍ବଳତା।ଏପରି ପରିସ୍ଥିତିରେ କଣ କରିବ?ଚୁପଚାପ ନିଜର Boarding pass ନେଇ ପଳେଇବ ନା କିଛି କହିବ ..ଭାବୁ ଭାବୁ-ମ୍ୟାଡମ୍!ମ୍ୟାଡମ୍! ଡ଼ାକି ଖୁସୀ କୁ ଭାବନାରୁ ବର୍ତ୍ତମାନକୁ ଆଣିଲେ ପରିଚାଳିକା ଜଣକ।


ଦିଲ୍ଲୀରୁ ତାକୁ ଆଉ ଗୋଟେ flight ବଦଳେଇବାର ଥିବାରୁ,ପରିଚାଳିକା ଜଣକ ଆଉ କିଛି ପ୍ରଶ୍ନ ପଚାରିବା ମାତ୍ରକେ-ଏକ ଦୀର୍ଘ ନିଶ୍ବାସ ଛାଡି ହଠାତ୍ "ଫିନ୍ ଫିନ୍ English" ରେ ଉତ୍ତର ଦେଇଦେଲା ଖୁସୀ ,ଫେସବୁକ୍ ରୁ ଶିଖି ଥିବା କିଛି ନୂଆ ଇଂରାଜୀ ଶବ୍ଦ ମିଶାଇl ଆଶ୍ଚର୍ଯ୍ୟଚକିତ ପରିଚାଳିକା ଜଣକ ହସିଦେଇ Boarding pass ବଢ଼ାଇ ଦେଇଥିଲେ ଖୁସୀ ହାତକୁ. ଖୁସୀର ଖୁସିର ସୀମା ନଥିଲା।


Security checking ପରେ Flight ଭିତରକୁ ପଶିଲା ବେଳେ ମନେ ମନେ ଭାବୁଥାଏ- ବହୁତ୍ ହେଲା ସମାଜ ବିଷୟରେ କହିବା ଆଉ ଲେଖିବା ।ଯୁଗ ବଦଳିଛି..ଯୁଗ ସହିତ ଆମେ ନିଜ ମର୍ଯ୍ୟାଦା ନ ହରାଇ କିଛିଟା ବଦଳିବାରେ ଭୁଲ ଅବା କୋଉଠି।ସାଧାରଣତଃ ଦେଖାଯାଏ ହିନ୍ଦୀ କି ଇଂଲିଶ ପଦେ କହିବାର ପରିସ୍ଥିତି ଆସିଲେ ଆମ ଓଡିଆ ନାରୀମାନଙ୍କର, ମୁଖ୍ୟତଃ ଗୃହିଣୀମାନଙ୍କର ଫ୍ୟୁଜ୍ ଉଡ଼ିଯାଏ। 


ଆଜିକାଲି ସ୍ମାର୍ଟ ଫୋନଟେ ଅବା କାହା ପାଖେ ନାହିଁ?ସୋସିଆଲ୍ ମିଡିଆ ଯେମିତିକି ଫେସବୁକର ବ୍ୟବହାର କିଏ ନଜାଣେ?ସେଥିରେ ମାଳମାଳ ହିନ୍ଦୀ, ଇଂରାଜୀ ଭାଷା କହିବା -ଶିଖାଇ ଦେବାର ଭିଡ଼ିଓ। ସେଥିରୁ କିଛି ଶିଖି, ଆଗକୁ ଏମିତି ପରିସ୍ଥିତିଟିଏ ଆସିଲେ - (ନିଜ ଭାଷାକୁ ସମ୍ମାନ ଦେବା ସହିତ)ଫିନ୍ ଫିନ୍ ହିନ୍ଦୀ କି ଇଂରାଜୀରେ ପଦୁଟିଏ ହେଇଯାଉ! କଣ କହୁଛନ୍ତି ଓଡିଆଣୀ ମାନେ ??


Rate this content
Log in

Similar oriya story from Inspirational