Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Jharana Satapathy

Inspirational

2.9  

Dr Jharana Satapathy

Inspirational

ମୁଁ ବି ପ୍ରତିଯୋଗିତାରେ ଭାଗ ନେବି

ମୁଁ ବି ପ୍ରତିଯୋଗିତାରେ ଭାଗ ନେବି

3 mins
895



ଦୂରରୁ ଲିମା ହାତରେ ମୋବାଇଲଟି ଧରି ମନ ଖୁସିରେ ଡେଇଁ ଡେଇଁ ଆସୁଥାଏ ଏକାଥରକେ କହିଚାଲୁଥାଏ ମୁଁ ମଧ୍ୟ ଏଥର ଏ ପ୍ରତିଯୋଗିତାରେ ଭାଗନେବି,ପୁରସ୍କୃତହେବା ସହ ଆଉ ଟଙ୍କାବି ପାଇବି। ମୁଁ ଏହି ସୁଯୋଗଟିକୁ ହାତଛଡା କରିବିନି ଲାଲା... ଲାଲା......। ମୁଁ ମଧ୍ୟ ଅଂଶ ଗ୍ରହଣ କରିବି।ନୂତନ ଯୁବପିଢିକୁ ଏହା ବରଦାନ ସ୍ବରୂପ।


କୁନି ମାଉସୀ ଦୂରରୁ ଡାକ ଛାଡିଲା ଆଲୋ ଲିମା ତୁ ବାୟାଣୀ ହେଲୁଣୁ ନା କଣ ତତେ ଶୁଣାଯାଉନି କି? ପାଗେଳି ଭଳି ହେଉଛୁ ? ଆଲୋ ଶୁଣୁ ତୁ କେଉଁ ପ୍ରତିଯୋଗିତାରେ ଭାଗ ନେବୁ ଖେଳକୁଦରେ କି ? ତତେ କେତେବେଳ ଠାରୁ ଡାକ ଛାଡୁଛି ତୁ ଖାଲି ଫୋନରେ ବ୍ୟସ୍ତ । ଇଲୋ ମା କି ଯୁଗ ହେଲାଲୋ... ଖାଲି ଦିନରାତି ମୋବାଇଲ ! ଖାଲି ଫୁନୁରେ ଦିନ ରାତି କଣ ନେଖୁଛୁ, ଆଉ କେଡେ ଜୋରରେ ବକର ବକର ହେଉଛୁ ! କାନରେ ଗୋଟେ ଗେଞ୍ଜିକରି କି ପାଲା ଲାଗିଛି ତତେ ହିଁ ଜଣାଲ ମା ! ମୁଁ ଜାଣେ ତୋର ପଢାପଢିରେ ସମୟ ଯାଏ । ବେଳେବେଳେ ପାଠ ପଢାସହ ଗଳପ,କବିତା ନେଖିବାକୁ ତୋର ଭାରି ସରଧା !  


ଆଜିକାଲି ତୋର କଣ ହୋଇଛି କି ? କାଗଜ କଲମ ବ୍ୟବହାର ନକରି ତୋ ଗଳ୍ପ, କବିତାଗୁଡାକ ମୋବାଇଲରେ ନେଖି ଚାଲିଛୁ । ଏ ମାଉସୀ ମୁଁ ପରା ଷ୍ଟୋରିମିରର୍ କଲେଜ ଲିଖନ ପ୍ରତିଯୋଗିତାରେ ଭାଗ ନେଉଛି । ଏବେ ଷ୍ଟୋରିମିରର୍ ସମସ୍ତ ମହାବିଦ୍ୟାଳୟକୁ ନେଇ ଏକ ପ୍ରତିଯୋଗିତା ଆରମ୍ଭ କରିଦେଇଛି । ଉପଯୁକ୍ତ ପ୍ରତିଯୋଗୀଙ୍କୁ ଏଥିନିମନ୍ତେ ନିମନ୍ତେ ଷ୍ଟୋରିମିରର୍ ତରଫରୁ ମାନପତ୍ର ଓ ଅନେକ କିଛି ସ୍ୱତନ୍ତ୍ର ଉପହାରର ମଧ୍ୟ ବ୍ୟବସ୍ଥା ହୋଇଛି । କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇମାସର ଇନର୍ଟନସିପ୍ କୋର୍ସ।


ସିଏ କଣ ଲ ମା ଷ୍ଟୋରିମିରର୍ ମାନେ କ'ଣ ? କୁନି ମାଉସୀ ତୁମେ କେଉଁ ଶ୍ରେଣୀ ଯାଏଁ ପାଠପଢିଛ ? ଆଗ କାଳର କଥା ତୁ ଜାଣିନୁ ମୋ ମା ମତେ ଦଶମ ଶ୍ରେଣୀ ଯାଏଁ ପାଠପଢାଇ ଘରେ ରଖିଦେଲା ।ତାପରେ ବାହାକରି ଛାଡିଦେଲା ।ନା ପାଠ..ଖାଲି ଚୁଲିମୁଣ୍ଡ ।କଥାରେ ଅଛି ଗାଁ କନିଆ ସିଙ୍ଗାଣିନାକି ମୁଁ ଏ ଗାଁର ଝିଅ ଏ ଗାଁର ଵୋହୁ ।ଢିଙ୍କି ସ୍ବର୍ଗକୁ ଗଲେ ମଧ୍ୟ ଧାନ କୁଟିବ ।


ଏ ମାଉସୀ ତୁମେ ତ ଦଶମ ଶ୍ରେଣୀ ଯାଏଁ ପାଠପଢିଛ ଷ୍ଟୋରିମିରର୍ ର ଅର୍ଥ କହିଲ ? ମୁଁ ଜାଣିଛି ଝିଅ ଷ୍ଟୋରି ମାନେ ଗପ ,ମିରର୍ ମାନେ ଦର୍ପଣ । ନାଇ ମାଉସୀ ଇଏ ଗୋଟେ ଆପ୍ ।ତାକୁ ପ୍ଳେ ଷ୍ଟୋରରୁ ଡାଉନଲୋଡ କରିବାକୁ ପଡେ।ସେଥିରେ ବିଭିନ୍ନ ଭାଷାରେ ବହୁ କବିତା ଗଳ୍ପ ପ୍ରତିଯୋଗିତା ହୁଏ ।ସେଥିରେ ପ୍ରତିଯୋଗିଙ୍କୁ ବଛାଯାଏ ।ଯାର ଭଲ କବିତା, ଗଳ୍ପ ହୁଏ ତାକୁ ମାନପତ୍ର ମିଳେ।ଷ୍ଟୋରିମିରର କେବଳ ଏକ ଅନଲାଇନ ପୋଟାର୍ଲ ।ଏହି ଓ୍ବେବ ପେଜ୍ ବାର୍ତାବହ ସାଜି ଲୁକାୟିତ ନବ ପ୍ରତିଭା,କବି ଲେଖକ ମାନଙ୍କୁଲୋକଲୋଚନକୁ ଆଣିବାରେ ଯଥେଷ୍ଟ ସହାୟ ହେଉଛି ।ଖାଲି ସେତିକି ନୁହେଁ ମାଉସି ସ୍କୁଲ ପିଲାମାନେ ସେଥିରେ ଭାଗ ନିଅନ୍ତି ଏବଂ ପୁରସ୍କୃତ ମଧ୍ୟ ହୁଅନ୍ତି । ମାସିକ ପତ୍ରିକାମାନ ପ୍ରକାଶ ପାଏ। ସୁ ନିର୍ବାଚିତ ଲେଖାମାନଙ୍କୁ ପତ୍ରିକାରେ ସ୍ଥାନ ଦିଆଯାଏ । ସାପ୍ତାହିକ ପ୍ରତିଯୋଗିତା ମଧ୍ୟ ହୁଏ ।


ଏହା ସଙ୍ଗେ ସଙ୍ଗେ ପ୍ରବନ୍ଧ ଆମ ରୋଷେଇକୁ ନେଇ ପତ୍ରିକାରେ ପ୍ରକାଶିତ ହେଉଛି ।ଷ୍ଟୋରିମିରର ତରଫରୁ ପ୍ରତ୍ୟେକ ବର୍ଷ ଶ୍ରେଷ୍ଠ ଲେଖକ ଲେଖିକା ମାନଙ୍କୁ ମନୋନିତ କରାଯାଉଛି ।ଓଡିଆ ସାହିତ୍ୟର ବିକାଶ ତଥା ନୂତନ ଲେଖକ ଲେଖିକା ମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶରେ ଷ୍ଟୋରିମିରର୍ ସର୍ବଦା କାର୍ଯ୍ୟରତ ।ସେଥିରେ ୫୨ ସପ୍ତାହ ଲିଖନ ପ୍ରତିଯୋଗିତା ଛଅଟି ଭାଷାରେ ଆରମ୍ଭ ହେଲାଣି ।ଲେଖା କେତେ ଜଣ ପଢିଛନ୍ତି ,ଲେଖାକୁ କେତେଜଣ ପସନ୍ଦ କରିଛନ୍ତି ତାହା ଅନୁସାରେ ବିଜେତା ଘୋଷଣା କରାଯାଉଛି । ସାପ୍ତାହିକ ଶ୍ରେଷ୍ଠ ଲେଖକ ଲେଖିକାମାନଙ୍କୁ ମତାମତ ଭୋଟ ଦେଇ ନିର୍ବାଚନ କରାଯାଏ ।ଷ୍ଟୋରିମିରର ଓ୍ବେବସାଇଟ୍ ରୁ ଅନେକ ଗଳ୍ପ,କବିତା ଓ ପ୍ରବନ୍ଧ ଗୋଟିଏ ପ୍ଲାଟଫର୍ମରୁ ବିନା ମୂଲ୍ୟରେ ପଢିବାର ସୁବିଧା ମିଳେ ।


ହଁ କିରେ ମା ମତେ ଟିକେ ବୁଝେଇଦେବୁ କି ? ହଁ ଲ ମା ମୁଁ କେତେଗୁଡାଏ କବିତା,ଗଳ୍ପ ସାଧା କାଗଜରେ ସାଇତି ରଖିଛି ।ମୁଁ ଭାରି କବିତା ପ୍ରେମୀ ।କବିତାମାନେ ମୋର ଜୀବନ।କବିତା,ଗଳ୍ପ ଲେଖିବାକୁ ଭାରି ଭଲଲାଗେ ।ସମୟର ଅଭାବ ଲାଗି ମୁଁ ଟିକେ ଲେଖା କମ୍ କରିଦେଇଛି ।ତଥାପି କେତେଗୁଡାଏ ଲେଖା ମୋ ପାଖରେ ଅଛି ।ମୋତେ ଆଜିଠୁ ତୁ ଷ୍ଟୋରିମିରର୍ ବିଷୟରେ ବୁଝେଇବୁ ।ମୁଁ ମଧ୍ୟ ସେଥିରେ ଭାଗ ନେବି ।ସମ୍ନାନର ସହ ମାନପତ୍ର ପାଇବି।ମୋର କବିତାମାନ ପ୍ରକାଶ ପାଇବ ଏବଂମୋର କବିତା ସବୁ ଅନ୍ୟ ମାନେ ପଢିବେ ।


କି ଭାଗ୍ୟ ମୋର ଆଜିଠୁ ମୁଁ ସମୟର ସଦୁପଯୋଗ କରି କବିତା ଗଳ୍ପ ଲେଖିବି ।ମୋ ପୁଅ ତ ଛତରାବାତରା ହୋଇ ବୁଲୁଛି ତା ମୋବାଇଲ ଧରି ।ମଉସାକୁ କହି ମୋ ପାଈଁ ଗୋଟିଏ ନୂଆ ଫୋନ ଆଣିବି ।ଷ୍ଟୋରିମିରର୍ ପ୍ରତିଯୋଗିତାରେ ଭାଗ ନେବି।ତୁ ଯାଇ ଏଠି ସମସ୍ତଙ୍କୁ ଷ୍ଟୋରିମିରର୍ ବିଷୟରେ କହିଦେଇ ଆସେ ।ଅଧିକାଂଶ ସ୍ତ୍ରୀଲୋକ ଘରର କାମଧାମ ସରିଲା ପରେ ଖାଲି ସାହି ପଡିଶା ସହ ଗପି ଗପି ସମୟ ବରବାଦ କରନ୍ତି ।ସେମାନଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ତାକୁ ବିକଶିତ କରିବାର ଜାଣନ୍ତି ନାହିଁ ।


ହଁ ହଁ ଲ ମା ତୁ ଆଜି ମତେ କେତଟି ଶିକ୍ଷଣୀୟ କଥା କହିଲୁ ।ଦେଖୁନୁ ମୋର କୁଳଙ୍ଗାର ପୁଅ ପାଠ ପଢି ବେକାରିଆ ।ନା କାମ ନା ଧାମ ,ଖାଲି ଜୁଆ ଖେଳ ।ବୋପାର ତ ପଇସା ଭାସୁଛି ,ତାକୁ ଉଡାଉଛି କଥାରେ ଅଛି ଆପଣା ପୁଅ ଭେଣ୍ଡି ।କୁଳଙ୍ଗାର ସଳା ବୋପାର ନା ପକାଇବ !ଖାଲି ବେକାରିଆ । ଏ ଷ୍ଟୋରିମିରର୍ ବିଷୟରେ କିଛି ଜାଣିଥାନ୍ତା,ଗଳ୍ପ ,କବିତାଟିଏ ଲେଖୁଥାନ୍ତା ।ଛି ଛି କୁଳଙ୍ଗାର । ହଁ ଲ ମା ମୁଁ ଆଜିଠୁ ଷ୍ଟୋରିମିରର୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବି । ମୋ ନା ସମସ୍ତେ ଜାଣିବେ ।ତାହା ହେଲେ ଅପେକ୍ଷା କାହିଁକି ?ଆଜିଠୁ ମୁଁ ଦାଖଲ କରିଦେଉଛି।



Rate this content
Log in

More oriya story from Dr Jharana Satapathy

Similar oriya story from Inspirational