STORYMIRROR

Dr Jharana Satapathy

Action Inspirational Others

4  

Dr Jharana Satapathy

Action Inspirational Others

ଉତ୍ତରାଧିକାରୀ

ଉତ୍ତରାଧିକାରୀ

2 mins
220

ରତନ ସିଂ, ବିକ୍ରମ ସିଂ ରାଣୀ ଦୁର୍ଗାଦେବୀଙ୍କ ଦୁଇପୁତ୍ର ଅଟନ୍ତି। ରତନ ସିଂ ଜ୍ୟେଷ୍ଠ ଏବଂ ବିକ୍ରମ ସିଂ କନିଷ୍ଟ । ରାଜା ହରବଜନ ସିଂଙ୍କ ମୃତ୍ୟୁପରେ ଶାସନଭାର କାହା ହାତରେ ନ୍ୟସ୍ତ ରହିବ ଏଥିପାଇଁ ଅଧିକ ଚିନ୍ତିତ ହୋଇପଡିଲେ ରାଣୀ ଦୁର୍ଗାବତୀ। କାରଣ ଦୁଇପୁତ୍ର ଯାକ ନାବାଳକ ଥିଲେ। ଏଥିପାଇଁ ସେ କିଛିଦିନ ନିଜେ ସିଂହାସନ ଆରୋହଣ କରିଥିଲେ। 


ନାବାଳକ ଥିବା ସର୍ତ୍ତେ ବୀରତ୍ବ କ୍ଷେତ୍ରରେ ଦୁଇଜଣ ଯାକ ରାଜକୁମାର ଜଣେ ଜଣକଠୁ ଅଧିକ ପ୍ରଭାବଶାଳି ଥିଲେ। ଜଣେ ଆଲେକଜାଣ୍ଡର ସଦୃଶ ହେଲାବେଳେ ଆଉ ଜଣେ ଠିକ୍ ଵାହୁବଳୀ ପରି। ଛୋଟବେଳୁ ହିଁ ନିଜ ନିଜର ଉଦ୍ଦେଶ୍ୟ ଥିଲା ରାଜ୍ୟଜୟ କରିବା। ଜ୍ୟେଷ୍ଠ ରାଜକୁମାର ମନେମନେ ଭାବୁଥିଲେ ମାତାଙ୍କୁ ବନ୍ଦିକରି ଷଡଯନ୍ତ୍ର ରଚାଇ ନିଜେ ଯେତେ ଶୀଘ୍ର ସିଂହାସନ ଆରୋହଣ କରିବ ଏବଂ ସାରା ପୃଥିବୀକୁ ଜୟ କରି ନିଜ ଅଧିନରେ ରଖିବ। ଠିକ୍ ସେଭଳି କନିଷ୍ଠ ଯୁବରାଜଙ୍କ ଉଦ୍ଦେଶ୍ୟ ଥିଲା ବାହୁବଳୀ ସଦୃଶ ନିଜ ବାହୁଵଳରେ ଅକ୍ତିଆର କରି ଏକ ପ୍ରମୁଖ ଯୋଦ୍ଧା ହେବା ।


ରାଣୀ ଉତ୍ତରାଧିକାରୀ ସ୍ବରୂପ ଦୁଇଜଣଙ୍କ ଭିତରୁ କାହାକୁ ଚୟନକରିବେ ଏଥିପାଇଁ ଏକ ପରୀକ୍ଷା କରିବା ପାଇଁ ଚାହିଁଲେ। 


ଦୁହିଁଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ ଜଣେ ଉତ୍ତରାଧିକାରୀ ରୂପେ ସିଂହାସନ ଆରୋହଣ ପାଇଁ ଏକ ରାଜାର କେଉଁ କେଉଁ ଗୁଣ ରହିବା ଆବଶ୍ୟକ ? 


ରାଜମାତାଙ୍କ ପ୍ରଶ୍ନର ଉତ୍ତର ଦେଇ ବଡ ଯୁବରାଜ କହିଲେ ଜଣେ ରାଜାଙ୍କର ରାଜ୍ୟଜୟ ମନୋବୃତ୍ତି ରହିବା ନିହାତି ଆବଶ୍ୟକ। ଏଥିପାଇଁ ଆବଶ୍ୟକ ହେଲେ ହିଂସା, ଲୁଣ୍ଠନ, ଅରାଜକତା କରାଇ ବଳପୂର୍ବକ ରାଜ୍ୟଜୟ କରିବା ଉଚିତ୍। 


ଅନ୍ୟ ପକ୍ଷରେ କନିଷ୍ଠ ପୁତ୍ର ଉତ୍ତରରେ ରାଜମାତାକୁ କହିଲେ ବାହୁବଳୀ ପରି ବଳ ପୂର୍ବକ ରାଜ୍ୟଜୟ କରିବା ମନୋବୃତ୍ତି ରହିବା ନିହାତି ଆବଶ୍ୟକ। ନିଜର ବଳ କୌଶଳେ ସବୁ ସମ୍ଭବ। ଏଥିପାଇଁ ମନ ଭିତରେ ଦମ୍ଭ ରହିବା ଆବଶ୍ୟକ।


କିନ୍ତୁ ରାଣୀ ଦୁଇପୁତ୍ରଙ୍କ ଏପରି କଥାରେ ଅସମର୍ଥ ପ୍ରକାଶ କରି ଉତ୍ତରାଧିକାରୀ ରୂପେ ସେମାନେ ଆଦୌ ଯୋଗ୍ୟ ବିବେଚିତ ନୁହନ୍ତି କହି ରାଜସଭାରେ ଘୋଷଣା କରିଦେଲେ। ଏହାଦେଖି ଦୁଇଜଣ ଯାକ କ୍ରୋଧିତ ହୋଇ ଜଣେ ଜଣକୁ ହତ୍ୟାକରିବା ପାଇଁ ଆଗେଇ ଆସିଥିଲେ। ଶେଷରେ ପରିସ୍ଥିତି ଏପରି ହେଲା ସିଂହାସନ ଆରୋହଣ ପାଇଁ ତୃତୀୟ ବିଶ୍ବଯୁଦ୍ଧ ସଦୃଶ ଏକ ଘମାଘଟ ଲଢେଇ ହୋଇଯାଇଥିଲା ପରସ୍ପର ମଧ୍ୟରେ।


ରାଜମାତା ସର୍ବସମୁଖରେ ଘୋଷଣା କରିକହିଲେ ଖାଲି ରାଜ୍ୟଜୟ କରି ଧନସମ୍ପତ୍ତି ଲୁଣ୍ଠନ କରି ସାମ୍ରାଜ୍ୟ ବଢାଇଦେଲେ ଶାନ୍ତି କେବେ ଆସିଯାଏ ନାହିଁ। ମୁଁ ଅଣନିଶ୍ବାସ ହୋଇଗଲିଣି ତୁମର ଏ ପ୍ରକାର ମନୋବୃତ୍ତି ଦେଖି । ପ୍ରକୃତ ବିଜୟ ହେଉଛି ଶାନ୍ତି, ମୈତ୍ରୀ ଏବଂ ପ୍ରୀତିର ଜୟ।


ବିକ୍ରମ ସିଂ ତୁ ବାହୁବଳି ସାଜି ନିଜ ବାହୁବଳରେ ରାଜ୍ୟ କରିବା ଆଦୌ ଠିକ୍ କଥା ନୁହଁ। ଠିକ୍ ସେମିତି ରତନ ସିଂ ତୁ ଆଲେକଜାଣ୍ଡର ଭଳି ବାରମ୍ବାର ଆକ୍ରମଣ କରି ରାଜ୍ୟ ଜୟଲାଭ କରିଵା କଥା ଭାବୁଛୁ ଏହା ଠିକ୍ କଥା ନୁହଁ।


ସ୍ନେହ, ଶ୍ରଦ୍ଧା, ପ୍ରେମର ଜୟ ହିଁ ପ୍ରକୃତ ଜୟ। ଶେଷରେ ଦୁଇପୁଅ ଏହି କଥା ମାନିନେଇଥିଲେ ଏବଂ ରାଜମାତାକୁ ସମ୍ମାନ ଦେଇଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action