STORYMIRROR

Dipti lekha Mishra

Abstract Action Others

5  

Dipti lekha Mishra

Abstract Action Others

ଶ୍ରୀଦେବୀ

ଶ୍ରୀଦେବୀ

1 min
387

ହେତୁ ପାଈବା ପରେ ଜାଣିଲି ଫିଲ୍ମର ଅର୍ଥ କଣ?ଜଣେ ହିରୋ ଜଣେ ହିରୋଈନ ଆଉ ଜଣେ ଭିଲିଅନ ଥିବ ଆଊ ସେମାନଙ୍କ ପରିବାର ସହ କାଛି ସଂପର୍କୀୟ ବି ଥିବେ।ତାକୁ ଉପଭୋଗ କରିବା ପାଇଁ ସାହୀ ପଡିଶା ଲୋକମାନେ ରିକ୍ସା କରି ଫିଲ୍ମ ହଲ ଦେଖିବାକୁ ଯାନ୍ତି ॥

ଦିନେ ମୋତେ ଇଛ୍ଥା ହେଲା ଫିଲ୍ମ ହଲ କଣ ଆଉ କେମିତି ଲୋକମାନେ ବସନ୍ତି କେମିତିକା ଟେଲିଭିଜନ ସ୍କ୍ରିନ ଇତ୍ୟାଦି ଇତ୍ୟାଦି॥

ଫିଲ୍ମ ଦେଖିବା କୁ ହେଲେ ତିନିଘଣ୍ଟାର ଧୈଯ୍ୟ ଦରକାର।ମୋ ପାଖରେ ସେ ଗୁଣ ନଥାଏ।ତଥାପି ପାରିବି ଭାବି ବାବାଙ୍କୁ ଆଉ ନାନୀଙ୍କୁ କହିଲି ଚାଲ ଆଜି ଆମେ ଫିଲ୍ମ ହଲ ଯିବା।ମୋ କଥାରେ ହଁ ଭରିବାକୁ ଇଛ୍ଥା ନଥିଲେ ବି ସବୁ ଯାଉଛନ୍ତି ପିଲାଟାକୁ ବି ନେବା ଭାବି ମୋ କଥାରେ ରାଜି ହୋଇଗଲେ।


ଆସନ୍ତାଦିନ ଫିଲ୍ମ ଯିବୁ।ମନରେ ଭାରି ଆନନ୍ଦ।ଲେନ ଫୋନରୁ ସବୁ ସାଙ୍ଗମାନଙ୍କୁ ଜଣାଇଦେଲି ।ଶ୍ରୀଦେବୀ ଦିଦିଙ୍କ ଫିଲ୍ମ ଯିବୁ ବୋଲି ଜଣେ ସାଙ୍ଗ ପଚାରିଲା।ମୁଁ କହିଲି ସିଏ ପୁଣି କିଏ?ସେ କହିଲା ଆରେ ଜାଣିନୁ ସେ ପୁରା ଅତି ସୁନ୍ଦରୀ ହିରୋଇନ।ହିନ୍ଦୀ ଫିଲ୍ମ ମାନେ ଶ୍ରୀଦେବୀ,ଜୁହିଚାୱଲା,ମାଧୁରୀ ଏମାନଙ୍କର ହିଁ ଦେଖିବାକୁ ଭଲ ଲାଗେ।

ମୁଁ କହିଲି ଆଛ୍ଥା ଏମିତି କଥା!ତାହେଲେବଢିଆ ହେଲା।

ହୄୄୄୄୄୄଦସ୍ପନ୍ଦନ ବଢିଚାଲିଲା।କେତେବେଳେ ଆସିବ ସେ ସମୟ ର ଅପେକ୍ଷା ରେ ଥାଏ॥

ବାବାଙ୍କୁ ପଚାରିଲି ବାବା ତୁମେ ଜାଣିଛ କି ଦିବ୍ୟଭାରତୀ ହିରୋଇନକୁ?ଶ୍ରୀଦେବୀ ହିରୋଇନକୁ?

ବାବା ସେମାନଙ୍କ ଫିଲ୍ମ ବିଷୟରେ ସମ୍ୟକ ଧାରଣା ଦେଲେ।ମୋ ମନ ରେ ଆହୁରି ଅପେକ୍ଷା କରିବାର ଶକ୍ତି ନଥୀଲା ।ସମସ୍ତେ ଗାଡି କରି ଗଲୁ।ବାପରେ ଏତେ ବଡ ଫିଲ୍ମହଲ।ଏତେ ବଡ ଟିଭି।ଛାନିଆ ହୋଇ ରହିଥିଲି ସେଦିନ।ଆଜି ଆଉ ସେ ଖୁସି ସେ ମଜା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract