Dipti lekha Mishra

Romance Inspirational Others

3  

Dipti lekha Mishra

Romance Inspirational Others

ମୋ ଭାଲେଣ୍ଟାଇନ

ମୋ ଭାଲେଣ୍ଟାଇନ

4 mins
235


ମୋ ଭାଲେଣ୍ଟାଇନ 

ବୟସ ଷୋହଳ କୁ ମନରେ ପ୍ରେମ ବିହ୍ବଳ । +୨ କଳାରେ ବିନାୟକ ଆଚାର୍ଯ୍ୟ କଲେଜ ରେ ପଢୂଥାଏ । ସ୍କୁଲ ଅପେକ୍ଷା କଲେଜରେ ପଢିବାର ଆଗ୍ରହ କିଛି ନିଆରା ଥିଲା । କଲେଜରେ ପଢିବା ବେଳକୁ ମୋନାଲିସା ବ୍ରହ୍ମପୁର ସହରରେ ରହୁଥାଏ । ହଷ୍ଟେଲରେ ପୁଣି ପଢିବା ଅର୍ଥ ଲଗାମ ନାହିଁ । ଯାହା କଲେ ତାହା ଚଳୁଥିଲା । ବାପା କି ମାଆ କିଏ ଆକଟ କରନ୍ତିନି । ଭାରୀ ଭଲ ଲାଗୂଥିଲା ପ୍ରତିଦିନର ପରିବେଶ ॥

ଦିନେ କଲେଜ କୂ ଗଲାବେଳେ ଜଣେ ଛବିଶି ବର୍ଷର ପୁଅଟି ତା ପାଖକୁ ଆସି ପ୍ରସ୍ତାବ ଦେଲା । ଗୋଲାପ ଫୁଲଟିଏ ବି ଦେଲା । ଆଉ ଉତ୍ତର ପାଇଁ ଅପେକ୍ଷାରେ ରହିଲି କହି ଯୋଗାଯୋଗ ନଂ ଟି ଲେଖିଦେଇ ପୁଅଟି ଚାଲିଗଲା ।

ଝିଅଟି ପ୍ରଥମେ ପ୍ରଥମେ ରାଗିଲା ହେଲେ ଠିକ ପାଂଚ ଦିନ ପରେ ଭାଲେଣ୍ଟାଇନ ଡେ ରେ ତାକୁ କଲ କଲା ଆଉ କହିଲା ମୁଁ ବି ତୁମକୁ ଭଲ ପାଇଗଲି ।

ମୋ ସାଙ୍ଗ ମାନେ ମୋନାଲିସା ମୋ ସହ କଥା ହେବା ଭିତରେ ମୋ ପ୍ରେମିକର କଲ ଆସିଲା । କିଛି ନ ବୁଝି ନ ଶୁଝି ମୋତେ କହିଲେ ତୁମେ ତୁମ ରାସ୍ତା ଦେଖ ଆଉ ମୋତେ ଭୂଲିଯାଅ । ମୁଁ ଆଉ କାହାର ହାତ ଧରିବାକୁ ଯାଉଛି ।

     ଆଖିବୂଜି ବହୂତ ଭଲ ପାଇଯାଈଥିଲି । ମୋ ବାପା ମାଆ ଭାଈ ଭଉଣୀଙ୍କ ଋକଟ ସତ୍ତ୍ବେ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ଓଡିଆ ମେଟ୍ରିମୋନି ରୁ ମୁଁ ତାଙ୍କ ସହ ପରିଚୟ ହୋଇଥିଲି । ଠିକ ଏକ ବର୍ଷ ତଳେ ଭାଲେଣ୍ଟାଇନ ଡେରେ ମୋ ସହ ଦେଖା ହୋଇଥିଲା । ଆଉ ମୁଁ ବି ଏମିତି ବୋକିଟେ ଯେ ମୋ ନିଜ ଲୋକଙ୍କ ପ୍ରତିଟି କଥାକୁ ବିରକ୍ତି ହେଉଥାଏ । କିଏ ଭଲ କହିଲେ ବି ରାଗିଯାଉଥାଏ । ମୋ ଆଖିରେ ଖାଲି ଭଲ ପାଇବା ଦିଶୁଥିଲା। ମୋ ସପନରେ ଖାଲି ସେ ହିଁ ଆସୁଥିଲେ । ସବୁବେଳେ ମୁଁ ତାଙ୍କ କଥା ଭାବି ଭାବି ଝୁଣ୍ଟୁଥିଲି । କିଏ ମୋତେ କମେଣ୍ଟ କଲେ ବି ଖାତିର ନଥିଲା । ଲୁଚିଛପି କେମିତି ଭିଡିଓ କଲ କରି କଥା ହୋଇଯାଏ । ଏମିତି ଭଲ ପାଉଥିଲୂ ଯେ ମୁଁ ଗାଧୁଆ ଘରେ ରହି ବି ଭିଡିଓ କଲ କରି କଥା ହେଉଥିଲି । ମୋ ଶରୀରକୁ ସେ ଆଊ ତାଙ୍କ ଶରୀରକୁ ମୁଁ ଦେଖୁ ଆଉ ଭଲ ପାଇବାର ସଙ୍କେତ ଗୂଡିକ ଦିଆ ନିଆ ହେଉ । ହେଲେ ଭାଲେଣ୍ଟାଇନ ଡେ ଦିନ ମୂହାଁମୂହିଁ ହେବା ପରେ ଦୁହେଁ ଆୟତ୍ତ ବାହାରକୁ ଚାଲିଯାଇଥିଲୂ । ମୋ ହାତ ଭିଡି ଧରିଲେ ଆଉ କହିଲେ ତମ ଅନୂମତି ମିଳିଲେ ମୁଁ ଲଡ୍ଜ ବୁକ କରନ୍ତି ଟିକେ ତମ ସ୍ପର୍ଶ ପାଇଥାନ୍ତି ।

ମୁଁ କିଛି ନ କହି ବି ହଁ ଟେ କରିଥିଲି । ଆଉ ରୁମରେ ପଶିବା ପର କଥା ନ କହିବା ଭଲ । ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ପ୍ରେମର ଚରମ ସୀମାରେ ପହଞ୍ଚି ଯାଈଥିଲୁ । ମୋ ଦେହ ସାରା ଶୀତେଇ ଉଠୁଥିଲା ଆଉ ଡର ବି ଲାଗୁଥିଲା । କିଛି ଅଧିକ ଭୂଲ ହେବା ଆଗରୁ ଆମେ ସଜାଗ ହୋଇ ରୁମ ଛାଡିଦେଲୂ । ଗୋପାଳପୁର ଆଡେ ସମୁଦ୍ର କୂଳକୁ ଚାଲି ଯାଇଥିଲୁ । ବହୁତ ସାରା ବାର୍ତ୍ତାଳାପ ପରେ ଆମେ ଘରକୁ ଫେରିଥିଲୂ ।

ମୁଁ ପୋଲିସ ଚାକିରିଟେ ପାଇଥିଲି । ଆଉ ସିଏ ଏକ ପ୍ରାଈଭେଟ କମ୍ପାନୀର ମାଲିକ ଥିଲେ । ଏଣୁ ଦୁହିଁଙ୍କ ପ୍ରସ୍ତାବ ବି ଘର ଲୋକ ଗ୍ରହଣ କରିସାରିଥିଲେ ।

ନିର୍ବନ୍ଧ ତାରିଖ ଠିକ ହୋଇଗଲା । ମୋ ବାପା ଙ୍କର ଇଛ୍ଥା ନ ଥିଲେ ବି ସମସ୍ତଙ୍କ ଇଛ୍ଥା କୁ ସମ୍ମାନ ଦେଇ ହଁ କରିଥିଲେ । ଠିକ ତିନି ମାସ ପରେ ନିର୍ବନ୍ଧ ହୋଇଥିଲା । ଆଉ ଦୁହେଁ ଶାରୀରିକ ସଂପର୍କ ରଖିବା ପାଇଁ ବାରମ୍ବାର ଦେଖା କରୁଥିଲୁ । ମିଛ ବାହାନା କରି ବାରମ୍ବାର ଲଡ୍ଜ ଯାଉଥିଲୁ । ବାହାଘରର ସ୍ବପ୍ନରେ ବିଭୋର ହୋଇଥିଲୁ ଦୁହେଁ ଆଉ ତାଙ୍କ ଘରର ସମସ୍ତଙ୍କ ସହ କଥା ହେଉଥିଲି ସମୟ ସମୟେ ।

ହେଲେ ଆଜିକାଲିର ଏ ଭ୍ରାମ୍ୟମାଣ ଯନ୍ତ୍ର ଟି ପାଇଁ ସବୁ ଗୋଳମାଳ ହେଉଥିଲା । ବାହାଘର ବି ମାର୍ଚ୍ଚ ମାସରେ ହେବାର ଘୋଷଣା ହୋଇସାରିଥିଲା । ହେଲେ ସେ ମୋର ପ୍ରଥମ ପ୍ରେମିକ ବିଷୟରେ ଜାଣିପାରିଥିଲେ ଫେସବୁକ ରୁ ଆଉ ମୋ ସହ ଫୋନ ରେ ରାଣ ନିୟମ ପକାଇ ସବୁ କଥା ପଚାରିଥିଲେ । ମୁଁ କହିବାକୁ ବାଧ୍ୟ ହୋଇଥିଲି । ଆଉ ତା ପରେ ସେ ମୋତେ ପ୍ରତିଦୀନ ସନ୍ଦେହ କଲେ । ତା ସହ ବି ଶାରୀରିକ ସଂପର୍କ ରଖିଛ କି ନାହିଁ ପଚାରି ପଚାରି ମୋତେ ଡ୍ୟୁଟି ସମୟରେ ବି ହଇରାଣ କରୁଥାନ୍ତି । ମୋତେ ଏତେ ଭଲ ପାଉଥାନ୍ତି ଯେ ସେ ସହି ପାରୁନଥାନ୍ତି ଆଉ ମୋତେ ହଇରାଣ କରୁଥାନ୍ତି ସନ୍ଦେହ କରି କରି ।

ମୋର ବି ଡର ଆସିଯାଇଥିଲା । ଆଉ ବାହା ହେବାର ଇଛ୍ଥା ନଥିଲା । ମୋ ଜୀବନ କୁ ମୁଁ ହିଁ ମୋ ହାତରେ ମୋ ଇଛ୍ଥାରେ ନଷ୍ଟ କରିସାରିଥିଲି । ଆଉ କିଏ ରାଜି ହେବ ମୋତେ ବାହା ହେବାକୂ ଭାବି ଡର ଲାଗୂଥିଲା । କାରଣ ମୋ ବାପା ମାଆ ମୁଁ ବାହା ନ ହେଲେ ମରିଯିବେ । ଆମ ଖରାପ ସଂପର୍କ ସେମାନେ ଜାଣିନଥିଲେ । ହେଲେ ଦିନେ ମଦ ନିଶାରେ ସେ ସମସ୍ତଙ୍କୁ କହିସାରିଥିଲେ । ସେ ଦିନ ମୋତେ ଅନେକ କଷ୍ଟ ହୋଇଥିଲା । ଆତ୍ମହତ୍ୟା କରିବାକୁ ଯାଇ ନିଦ ବଟିକା ଖାଇଦେଇଥିଲି । ହେଲେ ମୋ ଘର ଲୋକ ମୋତେ ବଞ୍ଚାଇ ଦେଇଥିଲେ ।

ଆଜି ମୋ ସାଙ୍ଗର ଭଲ ପାଇବା କୁ ସଠିକ ରୂପ ଦେଇପାରିଛି ହେଲେ ମୋ ଭାଲେଣ୍ଟାଇନ କୁ ମୁଁ ହରାଇଦେଈଛି । ଆଉ ଅଳ୍ପଦିନ ରହିଲା ବାହାଘର । ହେଲେ ହଠାତ ତାଙ୍କ ଫୋନ ପାଈ ମୁଁ ଆଉ ସମ୍ଭାଳି ପାରୁନଥିଲି । ପୁଣି ଥରେ ମରିବାକୁ ଯାଉଥିଲି । ବାରମ୍ବାର ମୋତେ ଲାଗୁଥିଲା ମୁଁ ସବୁ ହରେଇସାରିଛି । ହେଲେ ମୋ ସାଙ୍ଗ ଆଉ ତା ପ୍ରେମିକ ମୋତେ ପୁଣି ଥରେ ମୄତ୍ୟୁ ମୁଖରୂ ଉଦ୍ଧାର କରି ମୋତେ ଘରେ ନେଇ ଛାଡିଥିଲେ । ଆଉ ମୋ ବାପା ବୋଉ ବି ଭାଙ୍ଗିପଡିଥିଲେ । ଆମକୁ ନ ପଚାରି ତୁ ଏତୂ ଦୁର ଆଗେଇଲୁ ଠିକ ହେଲାନି କହି ବହୁତ ବୁଝାଇଥିଲେ । ସେ ଦିନ ମୁଁ ଜାଣିଲି ନିଜ ଲୋକଙ୍କ ଭଲ ପାଇବା ମହତ୍ତ୍ବ କେତେ? ଠିକ ଭାଲେଣ୍ଟାଇନ ପାଇନି ବୋଲି ମନରେ ଏ ଯାଏଁ କ୍ଷତ କିନ୍ତୁ ରହିଗଲା ।



Rate this content
Log in

Similar oriya story from Romance