ସର୍ତ୍ତ
ସର୍ତ୍ତ
ପୁଅ ଶୋଭନ ଆଉ ଝିଅ ରବିନା ଦୁହେଁ ବହୁତ ଭଲ ପାଉଥିଲେ ଦୁହେଁଙ୍କୁ । ପାଠପଢା ସରୁ ତା ପରେ ବିବାହ କରିବା ବୋଲି ଝିଅଟି କହିବାରୁ କିଛିଦିନ ବିତିଗଲା । ତା ପରେ ଦୁହେଁ ବାହା ହେବା ପାଇଁ ଘରେ କଥା ପକେଇବାକୁ କଥା ହେଲେ । ଘରେ ଜଣାଇବା ପରେ ବହୁ ଦ୍ଵନ୍ଦ୍ୱ ପ୍ରତିଦ୍ୱନ୍ଦ୍ୱ ଭିତରେ ଦୁଇ ପରିବାର ରାଜି ହୋଇଥିଲେ ବାହାଘର କରିବାକୁ ।
ପୁଅର ସର୍ତ୍ତ...ଝିଅକୁ
ଦେଖ ଆମେ ଦୁହେଁ ଭଲ ଭାବେ ଦୁହେଁଙ୍କୁ ଜାଣିଗଲେଣି । ହେଲେ ଏବେ ପରିବାର ଭିତରେ ରହିବା ଏଣୁ କିଛି ସର୍ତ୍ତ ତୁମକୁ ମାନିବାକୁ ହେବ ।
ଯାହାକି???ଝିଅ ପଚାରିଲା...
ପୁଅ କହିଲା ମୋ ବୋଉ ବାବା ଯାହା ବି କହିବେ ତୁମକୁ ଶୁଣିବାକୁ ହେବ । ରୋଷେଇ ସହ
ଘରେ ସବୁ କାର୍ଯ୍ୟ ସମ୍ପାଦନ କରିବାକୁ ହେବ । ମୋତେ କିଛି ପଚାରିବା ଆଗରୁ ବାବା ମାମାଙ୍କୁ ପଚାରିବ ସେମାନେ ମନା କଲେ ଚୁପ ରହିଯିବ ।
ହଁ ପାଠପଢା ଆଉ କରିପାରିବନି । ଡିମାଣ୍ଡରେ ଦୁଇଚକିଆଯାନ ସହ ପାଟ ଆଉ ମୁଦି ଦେବାକୁ କହିବ । ତୁମର ଆବଶ୍ୟକ ଜିନିଷ ବି ସବୁ ଆଣିବ ।
ଝିଅ-ସବୁ ସର୍ତ୍ତ ଶୁଣିବା ପରେ କହିଲା ମୁଁ ତୁମ ନାମ ଜପ କରି ବହୁତ ବଡ଼ ଭୁଲ କରିଦେଇଛି । ଯାହା ହେଉ ଭଗବାନ ବହୁତ ମହାନ । ମୋ ଭଳି ଝିଅକୁ ରାସ୍ତା ଦେଖାଇଦେଲେ । ନତୁବା ମୁଁ ବଞ୍ଚିକି ବି ମରିବା ଭଳି ହୋଇଯାନ୍ତି । ତୁମ ଏଇ ସର୍ତ୍ତ ସବୁ ଅନ୍ୟ ଝିଅ ପାଇଁ ବ୍ୟବହାର କର । ମୁଁ ଆଜିଠାରୁ ତୁମ ସହ ସବୁ ସମ୍ପର୍କ କାଟିନେଲି ।