Dipti lekha Mishra

Tragedy Inspirational Others

3  

Dipti lekha Mishra

Tragedy Inspirational Others

ଭୂଲ କାହାର

ଭୂଲ କାହାର

2 mins
165



ଅମାବାସ୍ଯା ଦିନ କନ୍ୟା ସନ୍ତାନଟି ଜନ୍ମ ହେଲା । ଏଥିରେ ଭୂଲ କାହାର ମୁଁ ଜାଣିନି କିନ୍ତୁ ଦୋଷୀ ଦୋଷୀ ଲାଗିଲା ନଣନ୍ଦର ଆଡୁଆ ତାଡୁଆ କଥା ଶୁଣି । ଶ୍ବଶୁରଙ୍କ କଥା ନ ହେବା ଯୋଗୁଁ । ସମସ୍ତଙ୍କ ମନରେ ଦ୍ବନ୍ଦ ଥୀଲା ଯେ ଏ ଝିଅର ଭବିଷ୍ଯତ କଣ ହେବ? ଏ ଝିଅ କାହା ଜୀବନ ନେଇଯିବନି ତ?ବ୍ରାହ୍ମଣ କୁଆଡେ କହିଲା ଘରର ମୂରବୀ ଉପରେ ବିପଦ ଅଛି । ଆରେ ହଁ ଆମ ଗାଁରେ ଅମାବାସ୍ୟା ଦିନ ରାମା ଘର ଝିଅ ଜନ୍ମ ହୋଈଥିଲା । ତାଙ୍କ ଘର ଉଜୁଡିଗଲା କହିଲେ ଜଣେ ପଡୋଶୀ ବେଡରେ ଥୀବା ମହିଳା ।


ଅସମାହିତ ପ୍ରଶ୍ନ ସବୁ ମୋ ମନକୁ ଆନ୍ଦୋଳିତ କରୁଥୀଲା । ଝିଅକୁ ଦେଖି ମୋତେ ଭାରି କଷ୍ଟ ହେଲା । ସମସ୍ତେ ଭାବିଲେ ଝିଅ ଜନ୍ମ ହେଲା ବୋଲି ମୋ ମନ ଦୁଃଖ । କିନ୍ତୁ ନା ତା ତିଥି ବାର ନକ୍ଷତ୍ର ପାଇଁ ବାରକଥା ବାରଜଣଙ୍କ ଠାରୁ ଶୁଣି ଶୁଣି ମୂଁ ଦୁଃଖିତ । ଏକଥା କେହି ବୁଝିପାରୁନଥିଲେ । ମୋ ସ୍ବାମୀ କିନ୍ତୁ ମୋତେ ଐତେ ଭଲ ପାନ୍ତି ଯେ ମୋ ଦୁଃଖ ଦେଖି ସହିପାରନ୍ତିନି॥ଉଚ୍ଚ ସ୍ବରରେ କହିଲେ ମୋ ପିଲା ମୁଁ ସମ୍ଭାଳିବି କାହାର ଏଥିରେ କିଛି କଷ୍ଟ କରିବା ଦରକାର ନାହିଁ । ତା ଭାଗ୍ୟରେ ଯାହା ଥିବ ତାହା ହେବ । ଝିଅ ବଡ ହୋଈ ବାହାଘର ହେଲା । ବାହାଘରର କିଛିଦିନ ଭିତରେ ଶାଶୁ ଶ୍ବଶୁର ଇହଧାମ ତ୍ୟାଗ କଲେ । ଏସବୁ ପାଇଁ ଦୋଷ ଲଦାଗଲା ଝିଅର ଅମାବାସ୍ୟା ତିଥିରେ ଜନ୍ମହେବାକୁ । ହେଲେ ଏଥିରେ ଦୋଷ କାହାର? କଣ ମୋ ଝିଅର? ତା ହେଲେ ପ୍ରଭୂ ଅମାବାସ୍ୟା କାହିଁକି କରାନ୍ତି?ରାତି କାହିଁକି କରାନ୍ତି । ଏଣୂ ପ୍ରଭୂଙ୍କ ଦୋଷ ବୋଲି ମୁଁ ଭାବେ । ମୁଁ ଭଲ ଭାବେ ପ୍ରାର୍ଥନା କରିପାରିନି ବୋଲୀ ଭାବେ । କେଜାଣି କେମିତି ଝିଅର ସ୍ବାମୀ ଏସବୁ କଥାକୁ ସମାଧାନ କରିଥିଲେ । ବହୁତ ଦିନ ପରେ ହେଉ ପଛେ ଝିଅ ଖୁସିରେ ଅଛି ।


Rate this content
Log in

Similar oriya story from Tragedy