ଅପେକ୍ଷା
ଅପେକ୍ଷା
ମୁଁ ସପ୍ତମ ଶ୍ରେଣୀ ରେ ପଢିଲା ବେଳେ ଭାବୁଥିଲି ଭଗବାନ କେତେ ବିଚିତ୍ର ।କୋଉଠି ଅଛନ୍ତି ଥରେ ଯଦି ଦେଖାଦିଅନ୍ତେ ମୁଁ ସବୁ ପ୍ରଶ୍ନ ପଚାରି ଆଶାନୁରୂପକ ଉତ୍ତର ପାନ୍ତି। ସେ ଏକା ଏତେ ବଡ ଦୁନିଆ,ପଶୁପକ୍ଷୀ, ବିଚକ୍ଷଣ ଫୁଲ ,ଫଳ, ପତ୍ର ,ପାହାଡ ,ନଦୀ ,ସାଗର,ଅଦ୍ଭୁତମଣିଷ ସବୁ କେମିତି ଗଢିଲେ?ଦିନରାତି, ସୁଖଦୁଃଖ, ବଡ଼ସାନ ,ଅଧିକା କମ ,ଜୀବ ନିର୍ଜୀବ ସବୁ କେମିତି ଗଢିଲେ ଜାଣିପାରନ୍ତି। ଆଉ ସବୁଠୁ ମୂଲ୍ୟବାନ ଗଛ ର ଉଦ୍ଭାବନ କେମିତି ଯେ କଲେ କେଜାଣି ।
ପ୍ରଭୁ ଙ୍କୁ ଆମ ଘରେ ସବୁ ଭାରି ବିଶ୍ୱାସ କରୁଥିଲେ ଆଉ ତା ଠାରୁ ଅଧିକ କର୍ମ ଉପରେ ବିଶ୍ୱାସ ରଖୁଥିଲେ। ମୋ ନନା ,ବୋଉ ,୪ଜଣ ବଡବାପା, ୨ଜଣ ବଡ଼ମା,୬ଜଣ ବଡ ନାନୀ,୨ଜଣ ବଡ ଭାଇ ସବୁ ଚାହିଁଥିଲେ ଘରଟିକୁ ଶକ୍ତ ରଜ୍ଜୁରେ ବାନ୍ଧିକି ରଖିବା ଲାଗି ତେଣୁ ସାରଣୀ ପ୍ରସ୍ତୁତ ହେଉଥିଲା।ସାରଣୀ ଅନୁସାରେ ସମସ୍ତେ ନିଜ ନିଜ କାମ କରୁଥିଲୁ। ସକାଳୁ ଉଠି କସରତ କରିବା,ଫୁରସତ ସମୟରେ ଗଛରେ ପାଣି ଦେବା ,ଘାସ ଉପାଡିବା,ଯଜ୍ଞ କରିବା ସହ ବହି ସଜାଡ଼ିବା ଆଉ ନିଜ ଲୁଗାପଟା ନିଜେ ସଫା କରି ଇସ୍ତ୍ରୀ କରିବା,ନିଜ ବାସନ ନିଜେ ଧୋଇବା ଏସବୁ ଶିଖାଇବା ପାଇଁ କେତେ ଯେ ଧରଣର ଗପ ସବୁ କହୁଥାନ୍ତି ବାପାମାନେ ବାପରେ ବାପ ।
ଗାଁ ରେ ଥିବା ଗଛ ର ଯତ୍ନ କିପରି ନେବାକୁ ହେବ ସେ ବିଷୟରେ ଆମ ଘରେ ଅଧିକ ଚର୍ଚ୍ଚା ହେଉଥାଏ।ଗଛ ଆମ ଭଳି ଜୀବନ ଥିବା ପିଲାଟିଏ।ତାକୁ ଅତି ଯତ୍ନ ରେ ନ ରଖିଲେ ଭଗବାନ କୁଆଡେ ଅତିଷ୍ଠ ହୋଇପଡନ୍ତି ଆଉ ବସ୍ତ୍ରବାସହୀନ କରିଦିଅନ୍ତି।ଏଣୁ ଗଛ ଆମ ବଡ ସମ୍ପତ୍ତି।ତାକୁ ନ ସାଇତିପାରିଲେ ଆମେ ବି ଅସଜଡା ହୋଇ ରହିଯିବା।ଏସବୁ ଚିନ୍ତା ଥିବାରୁ ଆମ ଘରେ ଆଜିଯାଏଁ ପରିବା ହେଉ କି ଧାନ ମାଣ୍ଡିଆ କେବେ ଅଭାବ କରିନାହାଁନ୍ତି ସେ ମାୟାବୀ ପ୍ରଭୁ।କର୍ମରେ ଅବହେଳା ନ କରି ବୟସ କୁ ବାଧକ ନ ଭାବି ଆଜି ବି ବଡବାପା ନନା ବୋଉ ନିଜ ମାଟି,ଗଛଲତା ଆଉ ପରିଶ୍ରମକୁ ସୁନ୍ଦର ରୂପ ଦେବା ଲାଗି ବିଶ୍ରାମର ହିସାବ ରଖିବା ଜାଣିପାରୁନାହାଁନ୍ତି।ସମୟ ଗୋଟେ ତା ସହଯୋଗୀ ଭାବି ପରିବେଶ ଆଉ ସମୟ କୁ ଜାବୁଡି ଧରିଛନ୍ତି।
ସେସବୁ ଅତୀତର ଦିନ ମନେପଡ଼ିଗଲେ ଆଖିରୁ ଲୁହ ଝରିଆସୁଛି।ଦୈବାତ ସେଦିନ ଏକ ସ୍ବପ୍ନ ଦେଖିଥିଲି।ମୁଁ ବି ତାଙ୍କରି ରକ୍ତରେ ଜୀବନ ଧରି ରହିଥିବାରୁ ସେ ସ୍ବପ୍ନ ପୁରା କରିବାକୁ ମନ ଭିଡ଼ିଛି।ଗଛ ଲଗାଇବା ପାଈଁ ମୋତେ ଭଗବାନ ସେ ସୁଯୋଗ କେବେ ଦେବେ କି ନାହିଁ ଅପେକ୍ଷାରେ ଥିଲି।ହଁ ବଡ ବୃକ୍ଷ ଲଗାଇବା ସୁଯୋଗ ପାଇନି ଅଥଚ ଛୋଟ ବଡ ଜରି ଆଉ ଫୁଲ କୁଣ୍ଡ ରେ ଗଛ ଲଗାଇ ବହୁତ ଖୁସି ଲାଗୁଛି।
ବାପା ନନା କେଂଚୁଆ ଖତ, ଛେଲିଖତ, ଗାଈଗୋବର,ପତ୍ରପୋଡ଼ା ଖତ,ପାଉଁଶ ,ନିମତେଲ,ହଳଦୀ,
ରସୁଣ ଏସବୁ ହିଁ ଗଛକୁ ଦେଉଥିଲେ ଆଉ ଆଜିବି ସେ ପ୍ରକ୍ରିୟା ଜାରି ହେଉଛି।ଗାଈ ବଳଦ ମାନଙ୍କୁ ଖାଇବା ଅଧିକ ଆବଶ୍ୟକ ଭାବି ପରିବା ଚୋପା ରେ ଖତ କେବେ କରି ନାହାନ୍ତି।କତା ରେ କରିଥିଲେ କିନ୍ତୁ ତା ଉପଯୋଗ କରିପାରୁନଥିଲେ କାରଣ କତା ରେ ଅଧିକ ପାଣି ଚିଆଁଇ ହୋଇ ରହିଲେ ଗଛ ନଷ୍ଟ ବି ହେଇଯାଉଥିଲା।ତା ମାପ ବୋଧେ ଭୁଲ କରିଦେଉଥିଲେ।
ଏଣୁ ମୁଁ ସବୁବେଳେ ଭାବୁଥିଲି ସେଠି ଗାଁ ରେ ସିନା ଏତେ ପରିବା ଚୋପା ଗାଈ ଖାଉଛି ଏଠି ସହରରେ ତ ଗାଈ ମାନେ କାଗଜ ପେଜ ତୋରାଣି ଛାଡି କିଛି ଖାଇବା କଷ୍ଟ କରୁଛନ୍ତି।ବଳକା ଚୋପା,ଶୁଖିଲାପତ୍ର, ଦହି,କଞ୍ଚା ପତ୍ର କୁ ନେଇ ଭଲ ସାର ହୋଇପାରିବ।ମୁଁ ବଡ ହେଲେ ଏମିତି କିଛି କାମ କରିବି ଯାହାଦ୍ୱାରା କାହାର ବି ଗଛ ଦୁର୍ବଳ ହେବନି,ବର୍ଷା ଅଭାବ ହେବନି,ପରିବା କି ଫଳମୂଳ ଫୁଲ ଡାଳ ଅଭାବ ହେବନି ଆଉ ଆମେ ସବୁ ସୁସ୍ଥ ବି ରହିବା।ହେଲେ ପରିବାର ଜଞ୍ଜାଳ ରେ ଛନ୍ଦି ହୋଇ ସେସବୁ ଭୁଲିଯାଇଥିଲି।ହଁ କିଏ ଏସବୁ କଲେ ଉପହାସ କରିବ ,କାହାର ପସନ୍ଦ ହେବ କି ନାହିଁ, କିଏ କେତେ ବାଜେ କଥା ସବୁ ଶୁଣାଇବେ।ଏ ଚିନ୍ତାଧାରା ମୋତେ ଗ୍ରାସ କରିଛି ବୋଲି କିଛି କରିପାରୁନି।ସ୍ବପ୍ନ ଟି ତେଣୁ ଅଧୁରା ଅଛି।ଏସବୁ କହୁ କହୁ ହଠାତ ମୋତେ ଜୋର କରି ପଚାରିଲା ଆରେ ତୁ ତୋର ସ୍ବପ୍ନ ଟା ଆଗ କହ,କହିଲା ଆଉ ଏକ ନୂଆ ସ୍ବପ୍ନ।
ମୁଁ ଆରମ୍ଭ କଲି ମୋ ସ୍ବପ୍ନ।
୧ ସବୁ ଚାହା ଦୋକାନୀ ଙ୍କୁ କହିବି ଚାହାପତି ଫୋପାଡିବନି।ଏସବୁ ଗଛର ଖାଦ୍ୟ।
୨.ପ୍ରତି ଘରର ପରିବା ଚୋପା ଏକ କୁଣ୍ଡରେ ଆଉ ଚାହାପତି ଆରେକ କୁଣ୍ଡରେ ପକାଇବା ପାଇଁ ଘରେ ଘରେ କହିବା।ଏହା ଗଛର ଖାଦ୍ୟ।
୩. ସବୁ ଘର ଆଗରେ ଆଉ ଏକ କୁଣ୍ଡ ରଖିବା ଯୋଉଥିରେ ଚାଉଳଧୁଆ ପାଣି,ଡାଲି
ପରିବା ଧୁଆ ପାଣି ଆଉ ଲୁଗା ଧୁଆ ପାଣି
ରଖିବା।ପାଣିର ବି ସଞ୍ଚୟ ହେବ ଆଉ ଏହା
ଗଛର ବି ଏକ ଖାଦ୍ୟ ହେବ।
୪.ରାସ୍ତାରେ ପଡିଥିବା ଗାଈ ଗୋବର କୁ ଏକ ବଡ ଖୋଲା ଯାଗାରେ ପକାଈବା ତା ଉପରେ ଶୁଖିଲା ପତ୍ର ପକାଇ ଘୋଡାଇଦେଉଥିବା ।ଏହା ବି ଗଛର ଖାଦ୍ୟ।
୫.ସବୁ ନଡ଼ିଆ ବିକାଳୀଙ୍କୁ କହିବା କତା ଗୁଡିକୁ ଏକ ଖୋଲାଯାଗାରେ ପକାଈବା ତାକୁ ବାରମ୍ବାର ଧୋଇଧାଇ ଗୁଣ୍ଡ କରିଦେବା ଆଉ ଖରାରେ ଶୁଖାଇ ଡବା ରେ ଭରିକରି ରଖିବା।ଏହା ବି ଗଛ ପାଇଁ ଖାଦ୍ୟ।
୬.ପିଆଜ ରସୁଣ ବିକାଳୀ ଙ୍କୁ କହିବା ଚୋପା ନ ଫୋପାଡ଼ି ତାକୁ ଯତ୍ନ ରେ ରଖିବା।ତାହା ବି ଗଛର ଖାଦ୍ୟ।
୭.ଏଣେତେଣେ ପଡିଥିବା ଗଛ ର କଞ୍ଚା ପତ୍ର ଶୁଖିଲା ପତ୍ର ଏକାଠି କରି ଖତ ପାଇଁ ରଖିବା।ଏହା ବି ଗଛର ମୁଖ୍ୟ ଖାଦ୍ୟ।
୮.ଘରକୁ ଆସୁଥିବା ମୋଟା ଜରି କୁ ସାଇତି ରଖି ଛୋଟ ମୋଟ ଗଛ ଲଗାଇବା।ଗଛର ଏହା ଆଭୁଷଣ।
୯.ପ୍ରତି ଉତ୍ସବ ରେ ଗଛଟିଏ ଲଗାଇବା ଆଉ ଗଛ ହିଁ ଉପହାର ସଦୃଶ ଦେବା ଯାହାଦ୍ୱାରା ଗଛର ମର୍ଯ୍ୟାଦା ବଢିବ।ଗଛ ହିଁ ମହାନ।
୧୦.ସବୁଘରେ ତୁଳସୀ,ଘିକୁଆଁରୀ ନିହାତି ଲାଗିଥିବା ଦରକାର।ଗଛ ଆମ ଜୀବନ।
ପରିବେଶ ସଫା ପାଇଁ ଗଛ ନିହାତି ଦରକାର।ଗଛ ଲଗାଇବା ଯେତିକି ଜରୁରୀ ଯତ୍ନ ପାଇଁ କିଛି ଯୋଜନା କରିବା ନିହାତି ଜରୁରୀ।
ସ୍ୱପ୍ନଟି କହୁ କହୁ ନିଦ ଭାଙ୍ଗି ଥିଲି ଛାତ ଉପରେ ଆଉ ତା ପରେ ଅପେକ୍ଷା ।