STORYMIRROR

Dipti lekha Mishra

Others

2  

Dipti lekha Mishra

Others

ପ୍ରିୟ ଖାଦ୍ୟ ହେଲା ବିଷ

ପ୍ରିୟ ଖାଦ୍ୟ ହେଲା ବିଷ

1 min
146

ମୋ ସାଙ୍ଗ ଆଉ ମୁଁ ସବୁବେଳେ ସ୍କୁଲ ସମୟରେ ଆଚାର,ପାମ୍ପଡ,ତେନ୍ତୁଳି ଲୁଚାଇ ଚୋରାଇ ବ୍ୟାଗରେ ନେଈଥାଉ ଆଉ ତାକୁ ଦିଦି କି ସାର ନ ଦେଖିବା ସମୟରେ ଧିରେ ଖାଈଦେଉ।ସବୁ ସାଙ୍ଗମାନେ ବି ବହୁତ ଲୋଭ କରୁଥାନ୍ତି।ବେଶୀ ଥର କିଏ ମୋତେ ବି ଇଛ୍ଥା କହିଲେ ତାକୁ ଟିକେ ଖାଈବାକୁ ଦେଉ ନଚେତ ସବୁ ସ୍ବାହା।

ଦିନେ ପ୍ରିୟା ଦିଦି ପାଠ ପଢାଉଥାନ୍ତି।ପ୍ରବଳ ଜୋରରେ ନିଦ ଲାଗୁଥିଲା।ସେଦିନ ବୋଉ ପଖାଳ ଖାଈବାକୁ ଦେଈଥିଲା।ଲେମ୍ବୁ କଞ୍ଚାମରିଚ ପଡିଥିବା ଭାତ ଶ୍ରଦ୍ଧାରେ ବହୁତ ଖାଈଦେଈଥିଲି।ପାଠ ପଢିବାକୁ ଅନିଛ୍ଥା ନଥିଲେ ବି ଅଧିକ ଆଗ୍ରହ ନଥିଲା।ମୁଁ କଣ କଲି ଟେବୁଲ ତଳକୁ ମୁଣ୍ତ ରଖି ଆଚାର ପ୍ୟାକେଟ ଖୋଲିଲି।ସେତେବେଳେ ୧ଟଙ୍କାରେ ଆଠଟି ପ୍ଯାକେଟ ଦେଉଥିଲା।ଏବେ ତ ଗୋଟିଏ ପ୍ୟାକେଟ ୧ଟଙ୍କା।ମୋ ସାଙ୍ଗ ବି ଲୁଚି ଲୁଚି ଖାଈଲା।ଦିଦି କିନ୍ତୁ କେମିତି ଜାଣିଦେଲେ ଆମର ପାଠପଢାରେ ମନ ନାହିଁ ବୋଲି।ସେ ହଠାତ ଆମ ଦୁହିଁଙ୍କ ନାମ ଧରି ଆଗକୁ ଆସ କହିଲେ।ହାତରେ ଯେତିକି ଧରିଥିଲୁ ସବୁ ତଳେ ପକାଇ ଚକଟିଦେଲୁ॥ହାତଟିକୁ ପିନ୍ଧିଥିବା ଫ୍ରକରେ ପୋଛାପୋଛି କରି ଦିଦି ପାଖକୁ ଗଲୁ।

ଦିଦି କହିଲେ ତମମାନଙ୍କ ହାତ ଦେଖାଅ।ଦେଖାଅ କଣ ଧରିଛ?

ଆମେ କହିଲୁ ଭଦ୍ରଭଳି ନାଇଁ ତ ଦିଦି କିଛି ଧରିନୁ।

ସତ କୁହ ନ ହେଲେ ତମ ବାପାମାନଙ୍କୁ ଡାକିବି ଆଉ ମାଡ ଖୁଆଇବି।

ଆମେ ଜିଦ କଲୂ ଆଉ କହିଲୁ ଆମେ କିଛି ଖାଇନୁ ଦିଦି।ଆପଣ ସତ ନ କଲେ ନାଇଁ।

ଦିଦି ଅଫିସରୁମ ଯାଈ ବାପାମାନଙ୍କୁ ଡାକିଲେ।ବାପା ଆସିଲା ବେଳକୁ ଆମ ଗୋଡହାତ ଥରୁଛି।କଣ କରିବୁ କେମିତି ଆମେ ବାପାଙ୍କୁ ସଫେଈ ଦେବୁ ଜାଣିପାରିଲୁନୁ।ଦିଦି ଆମ ନାଁ ରେ ମିଛ କହୁଛନ୍ତି କହି ଭୋ ଭୋ ହୋଇ କାନ୍ଦିଲୁ।ଦିଦି ବି କିଛି ନ କହି ପ୍ରଶ୍ନ ପଚାରିଲେ ଆଉ ଆମେ କହିପାରିଲୁନୁ।ତା ପରେ ପିଠିକୁ ଯେତିକି ମାଡ ବାପରେ ବାପ !ସେଦିନ ଠାରୁ ପ୍ରିୟ ଖାଦ୍ୟ ଆଉ ମନେ ପଡୁନାହିଁ।

ମାଡ ଖାଇଲେ ବ୍ରହ୍ମା ବି ଡରିବେ ଆଉ ଆମେ କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍