STORYMIRROR

Dipti lekha Mishra

Abstract Tragedy Inspirational

3  

Dipti lekha Mishra

Abstract Tragedy Inspirational

ବନ୍ଧୁତାରେ ଫାଟ

ବନ୍ଧୁତାରେ ଫାଟ

2 mins
248


ଭଲ ଲାଗୁଥିଲା ସେ ବନ୍ଧୁମାନଙ୍କୁ ମୋର ବନ୍ଧୁ କହିବାକୁ ହେଲେ ମୋର ବୋଧେ କିଛି ଭୁଲ ରହିଗଲା ଦୃଢ ବିଶ୍ବାସ ବା ବନ୍ଧୁତ୍ୱରେ। ମୋ ଅଜାଣତରେ ହୁଏତ କିଛି ଅବିଶ୍ୱାସର ବୀଜ ବୁଣିଦେଇଛି। ଯାହା ଅଙ୍କୁରିତ ହେବା ମାତ୍ରେ ମୋ ପାଖରେ କଣ୍ଟା ବାଡ ସାଜି ଠିଆ ହୋଇଗଲା।


ଏମିତି ଅନେକ ବନ୍ଧୁ ଭେଟ ହୁଅନ୍ତି ଜୀବନରେ କିନ୍ତୁ ସମସ୍ତେ ଆପଣାର ଲାଗନ୍ତିନି କି ନିଜ ଅଭିଜ୍ଞତା ,ଦୁଃଖ,ସୁଖ ବାନ୍ତିପାରନ୍ତିନି।ସମସ୍ତଙ୍କ ଜୀବନରେ ଏମିତି ଅନେକ ବନ୍ଧୁ ଆସନ୍ତି ଆଉ କୁଆଡେ ଉଭାନ ହୋଇଯାନ୍ତି।କିଛି ବନ୍ଧୁ ବିପଦ ସମୟରେ ସୁଖଦ ସମୟରେ ସମାନ ଭାବେ ପାଖରେ ଠିଆ ହୁଅନ୍ତି।ହେଲେ ଆଉ କିଛି ଜଣ ସ୍ୱାର୍ଥପର ହୋଇଯାନ୍ତି।କିନ୍ତୁ ମୁଁ ବିଶ୍ୱାସ ରଖିଥିଲି ମୋ ବନ୍ଧୁ ମାନେ ମୋତେ କେବେ ବି କୌଣସି ସମୟରେ ହତାଶ କରିବେନି।ହେଲେ ତାହା ପୂରଣ ହେଲା ନାହିଁ।


ବହୁତ ଦୁଃଖ ଲାଗିଲା ସେଦିନ ଯେଉଁଦିନ ମୋ ବନ୍ଧୁମାନେ ମୋତେ ନ କହି ଭ୍ରମଣରେ ଯାଇଥିଲେ।ମୁଁ ଯାନ୍ତି ବା ନ ଯାନ୍ତି ଜାଣିନଥିଲି ,ହେଲେ ଦୁଃଖ ଲାଗିଲା ଏଇଥିପାଇଁ କି ମୋତେ ଥରେ ବି ନ ପଚାରି ଚାଲିଗଲେ ଆଉ ମୋ ଆପଣା ସହ ହିଁ ଭେଟ ହୋଇଯାଇଥିଲେ।ଯୁଆଡେ ବି ଯାଇଥିଲେ ଦୈବାତ ସକାଳେ ସେହି ସ୍ଥାନକୁ ଯିବା ପାଇଁ ମୁଁ ପଚାରିଥିଲି ।କିନ୍ତୁ ମୋତେ ମନା କରି ସେମାନେ ଯିବା ରହସ୍ୟ ଏଯାବତ ମୋତେ ବହୁତ ଦୁଃଖ ହିଁ ଦେଉଛି।ସେ ଯାହା ବି ହେଉ ମୁଁ ଜାଣେ ମୋ ବନ୍ଧୁଙ୍କୁ ଆଉ ନିଜ ଭୁଲକୁ ଖୋଜିପାରେ ବୋଧେ ଭଗବାନ ଚାହଁନ୍ତି।ଏଣୁ ସେ ବନ୍ଧୁମାନଙ୍କୁ ମୋର ଢେର ସାରା ଭଲ ପାଇବା ।


ଆଉ ଜଣେ ବନ୍ଧୁ ସବୁବେଳେ ମୋ ପାଖକୁ କଲ କରେ ଆଉ କହେ ଜାଣିଛୁ ସେ ଝିଅଟା ଏମିତି, ଏଇ ସାଙ୍ଗ ଏମିତି ,ସେମାନେ ତୋ ନାମରେ କେତେ କଣ କଥା ହେଉଛନ୍ତି ହେଲେ ମୁଁ ତୋ ବିଷୟରେ କିଏ କଟୁ କଥା କହିଲେ ସହିପାରୁନି। ସେ ମୋତେ ରାଗର ନିଆଁରେ ଜଳାଇବାକୁ ଭଲ ପାଏ ହେଲେ ଜାଳିପାରିଲାନି। ମୋ ସହ ଯିଏ ଶତ୍ରୁତା କରେ ତାକୁ ଯାଇ ପୁଣି ମୁଁ କହିଥିବା କଥା କହେ ଆଉ ଖୁସି ପାଏ।ମୋତେ ଦେଖି କିନ୍ତୁ ଖୁବ ଭଲରେ କଥା ହୁଏ।ଭଗବାନ କରନ୍ତୁ ତାର ମଙ୍ଗଳ ହେଉ ଆଉ ନିଜ ଭୁଲ ବୁଝୁ।


ଜଣେ ମୁଖପୁସ୍ତକର ବନ୍ଧୁ ମୋ କବିତା ପଢି ବିଭିନ୍ନ ଯୁକ୍ତିତର୍କ କରି ବନ୍ଧୁତାଲିକାରୁ ବାଦ ପଡିଲେ।ଆରେ ବାବା ତମ ଇଛା ମୋ ଇଛା ଅଲଗା ଅଲଗା। ମୋତେ ସମାଜର କିଛି ଚରିତ୍ର ବ୍ୟତିବ୍ୟସ୍ତ କଲେ ମୁଁ ତାରି ଉପରେ ଲେଖେ।ତୁମ ପସନ୍ଦ ହେଲେ ପଢା ନତୁବା ସ୍କିପ କରିଯାଅ। ଯୁକ୍ତିରୁ କଣ ମିଳିବ। ସେ ଯାହା ହେଉ ମୋ ମୁଣ୍ଡ ସେଦିନ ଖାଇଦେଇଥିଲା।ତା ପାଇଁ ମୋତେ ଦୁଃଖ ଲାଗୁନି ତା ଅବୁଝାପଣ ଭାରି କଷ୍ଟ ଦିଏ।ଭଗବାନ ତାର ମଙ୍ଗଳ କରନ୍ତୁ ମୋ ସାଙ୍ଗକୁ ଭଲରେ ରଖନ୍ତୁ।


ମୋର ଜଣେ ୱାଟସଆପ ବନ୍ଧୁ ଆମିଷ ପାଇଁ ବାଧ୍ୟ କଲେ ଗୋଟେ ହୋଟେଲକୁ ଯିବା ଆଉ ଖାଇବା।ମୁଁ ମନା କଲି ବୋଲି ବାପରେ ବାପ ରାଗିକି ବନ୍ଧୁ ଭାଙ୍ଗିଦେଲେ।ମୁଁ ବା କଣ କରନ୍ତି।ଆରେ ହେଇ ତମକୁ ଇଛା ଯଦି ଆସୁରିକ ତାମସିକ ଭୋଜନ ଖାଅ ନା, କିଏ ମନା କଲା?

ମୋ ପାଇଁ ତମେ ସାଙ୍ଗମାନଙ୍କ ସହ ଯାଇପାରିଲନି ଏ କଥା ତ ମୁଁ ଗ୍ରହଣ କରିପାରୁନି। ହେଲେ ଭଗବାନଙ୍କ ଦୟାରେ ତୁମେ ଯେଉଁଠି ବି ଥିବ ଭଲରେ ରୁହ ।


ପ୍ରକୃତ ବନ୍ଧୁ ସିଏ ଯିଏ ସାଙ୍ଗ ପାଇଁ ପ୍ରଭୁଙ୍କ ପାଖରେ ତୁମ ମଙ୍ଗଳ କାମନା କରେ ଆଉ ବିନା ସ୍ୱାର୍ଥରେ ଭଲ ପାଏ।ତୁମେ ତାର ଶତ ଶତ୍ରୁତା କଲା ପରେ ବି।


ମୋ ଦ୍ୱାରା କେବେ କିଛି ଭୁଲ ହୋଇଯାଇଥିଲେ ସେ ବନ୍ଧୁମାନେ କ୍ଷମା କରିବେ ବୋଲି ମୋର ବିଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract