STORYMIRROR

Dipti lekha Mishra

Romance Others

2  

Dipti lekha Mishra

Romance Others

ଏଇ ତ ପ୍ରେମ

ଏଇ ତ ପ୍ରେମ

1 min
119

ଦେଖ ଇଏ କି ଯୁଗ ହେଲା ଭଲ ପାଈଲେ ଲୀଳା ଆଉ ବାହା ହେଲେ କିଳା ।ଅରୁଣ ବହୁତ ଭଲ ପାଉଥିଲା ତା ପଡୋଶିନୀ ରାଧାଙ୍କୁ ହେଲେ ଭଗବାନ ତାହା ଚାହୁଁ ନ ଥିଲେ ।ଭଗବାନ କିଛି ଅଲଗା ରାସ୍ତା ଦେଖାଉଥିଲେ କିନ୍ତୁ ଅରୁଣ ସେ ରାସ୍ତାର ପଥିକ ହେବାକୁ ଚାହୁଁନଥିଲା ।ସେ ଜିଦ କରି ବସିଲା ଏକା ରାଧାକୁ ହିଁ ବାହା ହେବ ।ହେଲେ ରାଧା ଆଉ କାହାର ହୋଇସାରିଥିଲା ।ସେ ତା ପାଇଁ ପାଠୁଆ ଯୁବକ ଟି ବାଛି ସାରିଥିଲା ।ଏ କଥା ଜାଣିବା ପରେ ଅରୁଣ ବହୂତ ଭାଙ୍ଗିପଡିଥିଲା ।ଆଉ ସେ ତା ମନର କଥା ଏକ କବିତା ଦ୍ବାରା ଚିଠି ଦେଇଥିଲା ରାଧାକୁ ଠିକ ସେଦିନ ଯେଉଁ ଦିନ ନିର୍ବନ୍ଧ ଠିକ ହୋଇଥିଲା ରାଧାର ତା ପ୍ରେମିକ ସହ ।

ପ୍ରିୟା,

ଭଲ ତ ସମସ୍ତେ କାହାକୁ ବି ପାନ୍ତି

ହେଲେ ମୋ ପାଇଁ କିଛି ଅଲଗା

ମୁଁ କେବଳ ତୁମ ହସକୁ ଭଲ ପାଏ

ନ ହେଲେ ଲାଗେ ମୁଁ ଅଭାଗା ॥

ତୁମେ ହସିଦେଲେ ମୁଁ ହସେ

ତୁମେ ନ ଚାହିଁଲେ ମୁଁ କାନ୍ଦେ

ତୁମେ ନ ଦିଶିଲେ ଦିନେ

ମୁଁ ଅନ୍ଧ ସାଜି ଘଡି ଘଡିଝୁରେ ॥

ଇତି

ତୁମ ପ୍ରେମିକ

ସେ ଚିଠିଟି ଖୋଲି ପଢିଲା ରାଧା ଆଉ ସେ ଉତ୍ତରରେ ଲେଖିଲା ସରି (sorry)।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance