Dipti lekha Mishra

Romance Inspirational Others

3  

Dipti lekha Mishra

Romance Inspirational Others

ଚୋରା ପ୍ରେମ

ଚୋରା ପ୍ରେମ

2 mins
170


ଆଉ ଦୁଇ ଦିନ ପରେ ଆସିବ ଆମ ଉତ୍କଳର ଏକ ପର୍ବ ହୋଲି ।ସମସ୍ତେ ବିଭିନ୍ନ ପ୍ରକାରର ରଙ୍ଗ କିଣି ଆଣିଛନ୍ତି ।ତାକୁ ସୁନ୍ଦର କରି ସଜାଈବା ପାଇଁ ଚେୟାର ଟେବୁଲ ବି ପ୍ରସ୍ତୁତ ଅଛି ।ବିଭିନ୍ନ ରକମର ଡିଜାଇନ କରି ତା ଉପରେ ସଙ୍ଗ ଥାଳି ଥୋଇବା ବୋଲି ଗାଁ ର ସମସ୍ତେ ବସି ଏକ ସଭା କରିଥିଲେ ଏବଂ ତା'ର ଶେଷକୣତି ପାଇଁ ବି ପ୍ରସ୍ତୁତି ପ୍ରାୟ ସରିଆସିଥିଲା ।

ହଠାତ କଣ ହେଲା କେଜାଣି ସମସ୍ତେ ହୋ ହାଲ୍ଳା ହୋଇ ପାଟି କରୁଛନ୍ତି ଭାବି ମିନାକ୍ଷୀ କବାଟ ଖୋଲି ବାହାରକୁ ଆସିଲା ।

ଦେଖିଲା ପ୍ରବଳ ଭିଡ ।ସେ ଭିଡ ର ରହସ୍ଯ ଜାଣିବାକୁ ଯାଏ ତ ଲାଲ ଲାଲ ରକ୍ତ ଚାରିଆଡେ ପଡିଛି ।ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ରହସ୍ୟ କଣ ବୋଲି ପଚାରିବାରୁ ରୂପମ ର ଅବସ୍ଥା ଭାରୀ ସାଂଘାତିକ ।କଣ ହେଲା କିଏ ବାଡାଇଛି ନା କଣ ଖାଇଦେଇଛି ?ଏ ପ୍ରକାରର ଆଲୋଚନା କରୁଥିବା ବେଳେ ଆମ୍ବୁଲାନ୍ସ ଆସି ପହଂଚିଗଲା ।ସାଙ୍ଗରେ ତାର ବୁଢା ବାପା ବି ବସିଲେ ।ରୂପମ ଗାଡିରେ ବସିବା ପରେ ଡାକ୍ତରଖାନା ଆଡକୁ ମୁହାଁଇଲା ଗାଡି ।

ମିନାକ୍ଷୀ ସାଙ୍ଗେ ସାଙ୍ଗେ ଘରକୁ ଗଲା ଆଉ ଭୋ ଭୋ ହୋଇ କାନ୍ଦି ଉଠିଲା ।ବାପା ବୋଉ ଉଠି ପଚାରିଲେ ଆଲୋ କାହିଁକି କାନ୍ଦୁଛୁ ?

ମିନାକ୍ଷୀ କହିଲା ତମ ନିଦ ଭାଙ୍ଗିନଥିଲା ।ମୁଁ କବାଟ ଖୋଲି ଯାଏ ତ ଦେଖିଲି ତାଙ୍କ ରୂପମ ଏମିତି ଅବସ୍ଥାରେ ପଡିଛି ।ସେ ରକ୍ତ କେମିତି ପଡିଛି ଯାଉନ ଦେଖିବ ।ବାପା ବୋଉ ରକ୍ତ ଦେଖି ବିଚଳିତ ହୋଇପଡିଲେ ।

କଣ ହୋଇଛି ଜାଣିବାକୁ ଡାକ୍ତରଖାନା ଗଲେ । ସେଠାରେ ଜାଣିବାକୁ ପାଇଲେ କ୍ୟାନ୍ସରର ଶେଷ ଅବସ୍ଥା ।ଡାକ୍ତର ରୂପମକୁ ଘରକୁ ଛାଡିଦେଲେ ।

ମିନାକ୍ଷୀକୁ ଦେଖି ରୂପମ ବି କାନ୍ଦୁଥିଲା ।ଆଉ ଅଳ୍ପଦିନର କଥା ଏଣୁ ମୁଁ ଭଲ ପାଉଛି ବୋଲି କହିବିନି ଭାବିଲା ରୂପମ । ମିନାକ୍ଷୀ ବି ସେମିତି ଭାବିଲା ଏମିତି ଅବସ୍ଥା ଯେ ରୂପମର ମୋ ଭଲ ପାଇବା କଥା କହିଲେ ଅପମାନ ଛଡା କିଛି ମିଳିବନି । ଏହା ଭାବି ଭାବି ରାତି ହୋଇଆସିଲା ଏବଂ ଶୋଇପଡିଛି ମିନାକ୍ଷୀ ।ଦିନସାରା ଭଲରେ ଦିଗୁଣ୍ତା ଭାତ ବି ଖାଇନି ପିଲାଟା ।ବାପା ଭାବିଲେ ଆହା ଝିଅ ଆମର ରକ୍ତ ଦେଖି ଡରିଯାଇଛି ।ହଉ ହଉ ଟିକେ ଶୋଇପଡୁ କହି ବାପା ବୋଉ ବି ଶୋଇପଡିଲେ ।

ରୂପମ ର ଅବସ୍ଥା ସୁଧୁରିବା ବଦଳରେ ବିଗିଡିଯାଇଛି ।ପୁଣି ଥରେ ରକ୍ତବାନ୍ତି କରି ସବୁଦିନ ପାଇଁ ଶୋଇପଡିଲା ରୂପମ ।ବାପା ତାର କାନ୍ଦି କାନ୍ଦି ନୟାନ୍ତ ।ଗାଁ ଲୋକ ରୁଣ୍ତ ହୋଇସାରିଛନ୍ତି ।ପାଟି କରି ଉଠିଲା ନିଦରୁ ମିନାକ୍ଷୀ ଏବଂ କବାଟ ଖୋଲି ଦେଖିଲା ବେଳକୁ ସତକୁ ସତ ଏମିତି ହୋଇଛି ଯେମିତି ସ୍ବପ୍ନଟି ଦେଖିଥିଲା ।ସେଇଠି ହିଁ ଚେତା ବୁଡିଗଲା ମିନାକ୍ଷୀର ।ବାରମ୍ବାର ସେ ରକ୍ତ କଥା ମନେ ପକାଇ ମିନାକ୍ଷୀ ଆଜିଯାଏଁ ମୂକ ହୋଇପଡି ରହିଛି ।

ପ୍ରାୟ ଦୁଇ ବର୍ଷ ପରେ ଜଣେ ଲାଲ ହୋଲିକୁ ପକାଇ ଥିଲା ମିନାକ୍ଷୀ ଉପରେ ।ଅଜାଣତରେ ଅବଶ୍ୟ ପକାଇଥିଲା ହେଲେ ସେ ହୋଲି ରଙ୍ଗ ଆଉ ରୂପମର ସେଦିନ ଘଟଣାର ରକ୍ତ ଭିତରେ ତଫାତ ବାରିପାରିନଥିଲା ମିନାକ୍ଷୀ ଆଉ ବଡ ପାଟି କରି ରୂପମ ବୋଲି ଡାକିଥିଲା ।ବାସ ସେଦିନ ହିଁ ଥିଲା ତା ଦେହରେ ଶେଷ ହୋଲି ରଙ୍ଗ ବୋଳା ।



Rate this content
Log in

Similar oriya story from Romance