Henarani Senapati

Tragedy Inspirational Others

5.0  

Henarani Senapati

Tragedy Inspirational Others

ସ୍ମୃତି ବଦ୍ଧ

ସ୍ମୃତି ବଦ୍ଧ

11 mins
946


("କ୍ଷୁଦ୍ର ଉପନ୍ୟାସ ")


   ମଲା ଜହ୍ନ


  କାଲି ପରି ଲାଗୁଛି---  

ରୀତା କୁ ଅଫିସ୍ ରୁ ଘରକୁ ଫେରିବା ବାଟରେ ହଠାତ୍ ବର୍ଷା ସହ ଘନ ଘନ ବଜ୍ରପାତ ହେଲା --- ତରବରରେ ସେ ଗୋଟିଏ ସୁରକ୍ଷିତ ସ୍ଥାନରେ ଛିଡା ହେବାପାଇଁ ଖୋଜି ଗୋଟିଏ ରାସ୍ତା କଡ଼ରେ ଥିବା ଭଙ୍ଗା ଘରର ବାରଣ୍ଡାରେ ଛିଡା ହେଇଗଲା --- ଅନବରତ ଘଡଘଡି ସହ ବର୍ଷା ଢାଳୁଥାଏ--- ସତେ କି ଅମାବାସ୍ୟା ରାତ୍ରି ର ଅମା ଅନ୍ଧକାର କାହୁଁ ଘୋଟିଆସିଲା--- ମନରେ ତାର ଅଦୃଶ୍ୟ ଭୟ ମାଡି ଆସିଲା--- 

କଣ କରିବି ? ଆଜି ମୁଁ ଘରକୁ ଯାଇ ପାରିବି ତ ?

    ସନ୍ଧ୍ୟା ପାଞ୍ଚ ଟାରୁ ଆସି ସାତଟା ହେଲାଣି--- ଝିଅଟି ମୋର ଘରେ--- ମତେ ନ ଦେଖି ତା ଜେଜେ ମା ଙ୍କୁ ଅସ୍ତବ୍ଯସ୍ତ କରି ପକାଉ ଥିବ--- ମା, ମା, ମମୀ କେତେ ବେଳେ ଆସିବେ କହି ବିବ୍ରତ କରି ପକୋଉଥିବ ଶାଶୁଙ୍କୁ--- ଶୁଭେନ୍ଦୁ ବି ନାହାନ୍ତି, ତାଙ୍କ ର ଏବେ ଏବେ ଦୂର ସ୍ଥାନକୁ ବଦଳି ହେଇଛି ---- ପୋଲିସ ଚାକିରି--- ନୂଆ ନୂଆ ପଦୋନ୍ନତି ହେଇ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ବଦଳି କରାଯାଇଛି ---ତଥାପି ରୀତା କୁ ଫୋନ୍ କରି କହିଲେ ଶିଘ୍ର ଘରକୁ ଫେରିବ, ନାଇଁତ ଅରୁଣା ମାକୁ ହଇରାଣ କରିବ--- ଏହି ଘଡି ସନ୍ଧି ମୁହୁର୍ତ୍ତରେ କେହି ବି ଜଣେ ରାସ୍ତା ରେ ଦେଖାଯାଉ ନାହାନ୍ତି, କିଏ ଜଣେ ସାଙ୍ଗ ମିଳିଲେ ସାହାସ କରିକି ଓଦା ବରଂ ହଉ ଘରକୁ ପଳାନ୍ତା, ବର୍ଷା ଥମୁନି--- ଘଡଘଡି ଚାଲିଛି, ମନରେ ଅଜଣା ସଙ୍କଟ ସଙ୍କୁଚିତ କରୁଛି ରୀତା ମନକୁ---ସେକ୍ରେଟାରୀଏଟ୍ ରେ ଚାକିରି କରିଛି, ଭୂବନେଶ୍ବରରେ ଅଫିସ୍ , କିନ୍ତୁ ସେ ସବୁଦିନ କଟକ ଯିବା ଆସିବା କରେ, କାହିଁକି ନା ଶାଶୁ ଘର କଟକରେ, ଗୋଟିଏ ଝିଅ, ଶାଶୁ ରଖନ୍ତି--- ଶୁଭେନ୍ଦୁ ବହୁତ ଥର କହିଲେଣି ତୁମେ ଚାକିରି ଛାଡିଦିଅ, କିନ୍ତୁ ବାପା ତା ଚାକିରି ପାଇଁ କେତେ କଣ କରିଛନ୍ତି ତା କେବଳ ତାଙ୍କ ମନ ଯାଣିଛି ,ବିବାହ ପରେ କହିଲେ "ମା ରେ ସବୁ କରିବୁ , ଶାଶୁ, ଶଶୁର ଆଉ ସ୍ବାମୀ ଙ୍କ କଥା ମାନିବୁ କିନ୍ତୁ ଚାକିରି କେବେ ବି ହାତଛଡା କରିବୁ ନାହିଁ " ବାସ୍ ଯେତେ କଷ୍ଟ ହେଲେ ବି ରୀତା ଚାକିରି ଛାଡିବାକୁ ଚାହିଁନି... ଶୁଭେନ୍ଦୁ ବୁଝିଛନ୍ତି---


    ଭାବନାର ଖିଅ କୁ ଛିନ୍ନ କରି ଆଖି ଆଗକୁ ପଳାଇ ଗଲା,,,,, କିଛି ବାଟ ଆଗକୁ ଗୋଟିଏ କାର୍ ଆସି ରହିଲା, ରୀତା ମନରେ ଆଶା ଉଙ୍କି ମାରିଲା , ଯା ହେଉ ଏ ବର୍ଷା ବଜ୍ରପାତ ରାତ୍ରି ରେ ଭଗବାନ କାହାକୁ ପଠାଇ ଛନ୍ତି, ସାହାଯ୍ୟ ପାଇଁ--- ଯିଏ ବି ହୁଅନ୍ତୁ, ତାଙ୍କୁ ଅନୁରୋଧ କରିବ, ଘରେ ଛାଡ଼ି ଦେବାକୁ --- ପ୍ଲିଜର ଗାଡିଟା ସେଇଠି କାହା ପାଖରେ ରଖି ଦେଇ କି ଯିବ---- କିନ୍ତୁ ଇଏ କଣ ? ହଠାତ୍ 

କରୁଣ କ୍ଷୀଣ ନାରୀ କାନ୍ଦ ର ସ୍ୱର--- ମରି ଯିବି, ମୁଁ ମରି ଯିବି--- ମରୁଥିବା ନୀରିମାଖି ଏ ନାରୀ ଟି କିଏ ? ରୀତା ଭୟାନକ ଯନ୍ତ୍ରଣା ଅନୁଭବ କରୁଥିଲା,ଦୂରେଇ ବାରଣ୍ଡାରେ ଥିବା ଖୁଣ୍ଟ ଆଢୁଆଳକୁ ଚାଲିଗଲା, ଦୁର୍ବିସହ ଲାଗେ ପ୍ରତିକ୍ଷଣ--- ଝାପ୍ସା ଦେଖାଯାଉ ଥାଏ ସେହି ଦୃବୃତ ମାନଙ୍କ କାର୍ଯ୍ୟ କଳାପ--- ରାତ୍ରିର ଅନ୍ଧକାର ଭିତରେ ସେଇ ନାରୀ ଟିକୁ ଗାଡି ଭିତରୁ ଭିଡି ଆଣି ବିଚ୍ ରାସ୍ତା ଉପରେ ଚାରି ଜଣ ଯୁବକ ଘୂରିଘୂରି କ୍ଷତାକ୍ତ କରୁଥିଲେ ସେ ଅବଳା ଦୃବଳା ନାରୀ ର କ୍ଷୀଣ ଶରୀର ଟିକୁ--- ଛିନ୍ନଭିନ୍ନ କରୁଥିଲେ---  

ଅଣ ନିଶ୍ୱାସି ଲାଗିଲା ଏ ସବୁ ଦେଖି ରୀତା କୁ-- କଣ କରିବ--- ଫୋନ୍ କରିବି ଥାନାକୁ? ନା, ନା--- ମୋବାଇଲ ଲାଇଟ୍ ଦେଖାଯିବ,,,,ଦୃବୃତ ମାନେ 

ତା ପିଛା କରି ପାରନ୍ତି ଭାବି ଭୟାନକ କଳ୍ପନା ର ଲହଡି ରେ ଥରୁଥିଲା ରୀତା--- ଚାରି ଜଣ ଯାକ ଲଗାତର ତା ରକ୍ତ ମାଂସ ଶରୀର ଟିକୁ ଝୁଣି ଝୁଣି କ୍ଷିନ୍ ଭିନ୍ କରୁଥାନ୍ତି--- ରୀତା ଆଖିରୁ ଲୁହ ଆସିଗଲା,,ଭଗବାନଙ୍କ ଉଦ୍ଦେଶ୍ୟରେ ଆଖି ବନ୍ଦ କରି ଝିଅଟି ପାଇଁ ମିନତୀ କଲା--- 

କିଛି କ୍ଷଣ ମୁହୁର୍ତ୍ତରେ ସବୁ ଶେଷ---- ଆଃ---


   କାର୍ ରେ ବସି ଦୃବୃତ ମାନେ ଚାଲି ଗଲେ--- ପଡି ରହିଥିଲା ସେଇ ବିଶାଳ କାୟ ଲମ୍ବା ପିଚୁ ରାସ୍ତା ଉପରେ ସେଇ ଲହୁ ଲୁହାଣ ଅସହାୟ ନାରୀ ଶରୀର ଟି--- 


    କାଳ କରାଳ ଉପହାସ ଅନ୍ଧାର ରାତ୍ରି କୁ ଆହୁରି ଭୟଙ୍କର କରିଦେଇଥିଲା--- ଥରି ଥରି ରୀତା ବର୍ଷାରେ ଭିଜିଭିଜ ସେଇ ନାରୀ ପାଖରେ ପହଞ୍ଚିଲା--- ମୁହଁ କୁ ମୁହଁ ଦେଖା ଯାଉ ନଥାଏ--- ବିଜୁଳି ସାହାଯ୍ୟ କଲା-- ବେଳା ଭୂମି ରେ ଯେମିତି ସମୁଦ୍ର ର ଭୟାନକ ଲହରୀ ସବୁ ଧକ୍କା ଖାଇ ଖାଇ ହଜିଯାଏ, ଏଠି ସେମିତି ଲଗାତାର ବର୍ଷା ପାଣି ପାଇ ନିଃଶବ୍ଦ ଶରୀର ଟି ପଡିଛି ରାସ୍ତା ମଝିରେ-- ରୀତା ଭୟରେ ଗୋଟାପଣେ ଥରୁଥାଏ--- ଆଗକୁ ପଛକୁ ଚାହିଁ ଦେଖୁଥାଏ କେହି ଆସୁଛନ୍ତି କି ?କଣ କରିବ ସେ--- ଏହିପରି ଅର୍ଦ୍ଧଲଗ୍ନ ଅବସ୍ଥାରେ ପଡିଥିବା ନାରୀ କୁ ସେ କି ବା ସାହାଯ୍ୟ କରିବ,,,,ଆଗେ ନିଜ ଷ୍ଟ୍ରୋଲ ଟି ମୁହଁରୁ ଖୋଲି ଆବଶ୍ୟକୀୟ ଆବୃତ୍ତି କରିଦେଲା ନିଷ୍ପାପ ଶରୀର ଟିକୁ ,,, ତଥାପି ଭାବିଲା ଥାନାକୁ ଫୋନ୍ କରିବ, ବ୍ୟାଗରୁ ଫୋନ୍ ଟି ବାହାର କରି ନମ୍ବର ଟିପି ବାକୁ ଯାଉଛି ତ ହଠାତ୍ ତା ଗୋଡରେ କିଛି ସ୍ପର୍ଶ ହେଲା ପରି ସେ ଅନୁଭବ କଲା, ତଳକୁ ଚାହିଁ ମୋବାଇଲ୍ ଲାଇଟ୍ ପକାଇ ଦେଖେତ ଦିବ୍ୟ ସୁନ୍ଦର ପ୍ରତୀମା ଟିଏ ଥର ଥର ଓଷ୍ଠରେ କିଛି କହିବାର ଅଭିଳାଷା --- ବକ୍ଷଦେଶୁ ବହି ଚାଲିଛି ରୁଧିରାକ୍ତ--- ହାତ ହଲାଇ ଠାରୁଛି--- କ୍ଷୀଣ ସ୍ବର ରେ କହୁଛି--- ଦିଦି, ଫୋନ୍ କରନ୍ତୁ ନାହିଁ--- ତା ରକ୍ତାକ୍ତ ଶରୀର ଟିକୁ ଉଠାଇ ଦେଇ ରୀତା ନିଜ ଉପରେ ଆଉଜେଇ ଆଣି ତା ମୁହଁକୁ ତା ପିଇବା ପାଣି ବୋତଲରୁ ପାଣି ବୁନ୍ଦେ ଛାଟି ଦେଲା ,,,ଆଁ କରି ପାଣି ମାଗିଲା ଝିଅଟି--- ରୀତା ବଢାଇ ଦେଲା ପାଣି ବୋତଲ ତା ହାତକୁ--- ଗୋଟିଏ କି ଦୁଇ ଭୋକ ପି ଦେଇ କିଛି କହିବାକୁ ଚେଷ୍ଟା କଲା, "ମତେ ଆମ ଘରେ ଛାଡ଼ି ଦିଅ--- ଟିକିଏ ଦୟା କର, ମୋ ଶାଶୁ, ଶଶୁର ଆଉ ମୋର ଛୋଟ ପୁଅ ଚାହଁ ବସିଥିବେ ମତେ--- ସନ୍ଧ୍ୟା ଟିଫିନ ଖାଇ ନ ଥିବେ"-- ଆଶ୍ଚର୍ଯ୍ୟ ହେଲା ରୀତା--- ଡକ୍ଟର ପାଖକୁ ଯିବା କଥା-- କି ଥାନାକୁ -- ଘରକୁ କଣ ଯିବ,, କହୁଛି ? 


    ଆସ୍ତେ ଆସ୍ତେ ଉଠିଲା ମନକୁ,,, କ୍ଲାନ୍ତ ଶରୀର ଟିକୁ ଢାଙ୍କିବାକୁ ଚେଷ୍ଟା କଲା--- ଲୁହଭରା ଆଖିରେ କହିଲା ଭଉଣୀ, ମତେ ଟିକିଏ ନେଇ ଚାଲ, ଆମ ଘରକୁ -- ପଚାରିଲା ରୀତା, ଗାଡିରେ ବସି ପାରିବ, ହଁ କରନ୍ତେ ରୀତା ପଚାରିଲା ସେମାନଙ୍କୁ ଜାଣିଥିଲ ? କିଏ ସେମାନେ ? ତୁମେ ଥାନାରେ ଅଭିଯୋଗ କରିବାକୁ କାହିଁକି ମନା କରୁଛ ? ଏମିତି ଅବସ୍ଥା ରେ ଘରକୁ ଯିବ ? ଏତେ ଖଣ୍ଡିଆ ହେଇ ---- ଚାଲ ହସ୍ପିଟାଲରେ ଟିକିଏ ଚିକିତ୍ସା କରିଦେଇ ଘରେ ଖବର ଦେଇଦେବି--- କିଏ ଟିକିଏ ତୁମ ପାଖରେ ରହିବେ-- ତୁମକୁ ଚାରି ଛଅ ଦିନ ରହିବାକୁ ପଡିବ--- 

    ରୀତା କଥା ଶୁଣି ଜୋରେ କାନ୍ଦି ପକାଇଲା ଧର୍ଷିତା--- ଆଉ କହିଲା "ମୋ ନାଁ ଶଶି,,,ମୁଁ ଏଇ ପାଖ ଗାଁ ର ଝିଅ, କଲେଜ ରେ ପଢିଲା ବେଳେ ଆମ ଗାଁ ସାହୁ ଘରର ସେ ସନା ଭାଇ ମତେ ଭଲ ପାଉଛନ୍ତି ବୋଲି କହିଲେ, ଆଉ ତାଙ୍କୁ ବିବାହ ନ କଲେ ସେ ମତେ ମାରି ଦେବେ ବୋଲି କହିଲେ, ମୁଁ କହିଲି ଆମେ ଗରିବ, ଆମର ଗରିବ ଘରେ ମତେ ବିବାହ ଦେବେ, ସେ କହିଲେ ତୁ ମୋ ଘରକୁ ଆ ମୁଁ ତତେ ରାଣୀ କରିକି ରଖିବି, ଖଟରୁ ଓହ୍ଲାଇ ବାକୁ ଦେବିନି, ତୁ ବହୁତ ସୁନ୍ଦର, ତୋ ବିନା ମୁଁ ପାଗଳ ହେଇଯିବି । 

ମୁଁ ଆସି ମୋ ମା କୁ ସବୁ କହିଦେଲି---

ମା ବାପା ଙ୍କୁ କହି ଦେଲେ, ବାସ୍--- ମୋ ପାଠ ବନ୍ଦ--- 

    ବାପା ସେଇ ବର୍ଷ ମୋ ବିଭାଘର କରିଦେଲେ ଶେଷ ବାବୁ ଙ୍କ ସହ--- ଆମର ବୈବାହିକ ଜୀବନ ବହୁତ ସୁନ୍ଦର ଥିଲା, ସେ ମତେ ବହୁତ ଭଲ ପାଉଥିଲେ, ମୋ ସୁନ୍ଦରତା ପାଇଁ ସେ ଦଣ୍ଡେ ଛାଡୁ ନଥିଲେ ମତେ, ବହୁତ କମ ଦିନରେ ମୋ ସୁଖର ସଂସାର ଭାଙ୍ଗିଗଲା--- ଦିନେ ଏଇ ସନା ଭାଇ ମୋ ସ୍ବାମୀଙ୍କ ଆଗରେ ସବୁ ମିଛ ଖଚ କରି ମୋ ନାଁ ରେ କହି ଦେଲେ--- ଆଉ ପ୍ରମାଣ ଦବା ପାଇଁ ଆମ ଘରକୁ ଗଲେ--- କହିଲେ ମୋ ସାଙ୍ଗରେ ଦେହ ବିକି ଭାବିଚୁ ଏଠି ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ବୋହୂ ହୋଇ ଖୁସିରେ ରହିବୁ--

    ତୋ ପେଟରେ ଯେଉଁ ଛୁଆ ସିଏ ମୋର--- ମୁଁ କିଛି ନ କହି କାନ୍ଦି ପକାଇଲି--- ମୋ ଶାଶୁ ଶଶୁର ତାଙ୍କୁ ଘରୁ ଚାଲି ଯିବାକୁ କହିଲେ--- କିନ୍ତୁ ସେ ମତେ ଧମକାଇ କି ଗଲେ ତୁ ମୋ ଭଲ ପାଇ ବାକୁ ଧକ୍କା ଦେଇଛୁ ମୁଁ ନିଶ୍ଚୟ ତୋ ସୁନାର ସଂସାର ଚୁନା କରି ଦେବି--- କିନ୍ତୁ ମୋ ସ୍ବାମୀ, ଯିଏ ମୋ ସୁନ୍ଦରତା ପାଇଁ ଦଣ୍ଡେ ଛାଡୁ ନଥିଲେ ସେ ସେଇ ଦିନରୁ ଘର ଛାଡ଼ି କୁଆଡେ ଚାଲି ଗଲେ---- 

ଯିବା ସମୟରେ ମୁଁ କେତେ ନେହୁରା ହେଲି ,ଟିକିଏ ଶୁଣିଲେ ନାହିଁ--- କହି ଲେ ତୋ ସୁନ୍ଦର ତା ପାଖରେ ମୋ ଇଜ୍ଜତ ବଡ--- ମୁଁ ଗୋଡ ତଳେ ପଡିଗଲି ମୋ ର ପିଲା କାଲି ହବ ମୁଁ କିପରି କଣ କରିବି ?

କହିଲେ ଯାହା ପିଲା ତା ପାଖକୁ ପଳା--- ସେବେ ଠାରୁ ଯାଇଛନ୍ତି ଯେ ଆସି ତିନି ବର୍ଷ ହେଲାଣି--- 

ଶାଶୁ ଘରେ ବୋହୂ କିପରି ଶାଶୁ ମା ହିଁ ଯାଣନ୍ତି--- 

    ତେଣୁ ଶାଶୁ କହିଲେ ମା ରେ କଣ ସତ କଣ ମିଛ ମୁଁ ଯାଣିନି, ତୋ ପାଇଁ ମୋ ପୁଅ ଘରୁ ବାହାରି ଗଲା--- ତେଣୁ ତୁ ତୋ ବାପା ଘରକୁ ପଳା,,,ଏକା ଯିବୁନି ମୁଁ ତତେ କାଲି ନେଇ ଛାଡି ଦେଇ ଆସିବି--- କାହିଁକି ନା ଆମେ ଗରିବ ହେଉ ପଛେ ଆମ ଇଜ୍ଜତ କୁ କେହି ଆଙ୍ଗୁଠି ନ ଦେଖାନ୍ତୁ--- ଶଶୁର ଚୁପ୍ ରହିଲେ--- ସକାଳ ହେଉ ହେଉ ଶଶୁର ଗୋଟିଏ ଗାଡି ଡାକି ମତେ ଆଉ ଶାଶୁ ଙ୍କୁ ଆମ ଘରକୁ ପଠାଇ ଦେଲେ, ଆସିବା ସମୟରେ ମୁଁ ମୁଣ୍ଡିଆ ମାରିଲି--- ଶଶୁର କିଛି କହିଲେନି--- କିନ୍ତୁ ଆଖିରୁ ଲୁହ ପୋଛି ପୋଛି ଘର ଭିତରକୁ ପଳାଇଲେ"---


    ଏତିକି କହିବା ଭିତରେ ଶଶି ର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଅସୁସ୍ଥ ହେବାକୁ ଲାଗିଲା, ରୀତା ସଙ୍ଗେସଙ୍ଗେ ଘରକୁ ଫୋନ୍ କରି କହିଲା "ମା ଅରୁଣା କିପରି ଅଛି ? ମୁଁ ଗୋଟାଏ ଅସୁବିଧା ରେ ପଡିଛି--- ଆଉ ଘଣ୍ଟାଏ ଡେରି ହବ" ସେପଟୁ ଶାଶୁ ପାଟି କରି କହିଲେ କ,ଣ ହେଇଛି ? ଏପଟୁ ରୀତା କହିଲା ବର୍ଷା ରେ ଗାଡି ବାଲାନ୍ସ ଫେଲ୍ କରି ଜଣକ ଦେହରେ ପିଟି ହେଇଗଲା, ବିଶେଷକିଛି ଅସୁବିଧା ହେଇନି ,କିନ୍ତୁ ଟିକିଏ ହସ୍ପିଟାଲରେ ଚିକିତ୍ସା କରାଇ ତାଙ୍କ ଘରେ ଛାଡ଼ି ମୁଁ ଘରକୁ ଯିବି , ଶଶୁର ସେପଟୁ ଫୋନ୍ ଧରିକି କହିଲେ ମା ମୁଁ ଯିବି କି ? ଏପଟୁ ରୀତା

ମନା କରି କହିଲା ଅରୁଣା କୁ ଶୁଆଇ ଦେବେ ଖାଇ ବାକୁ ଦେଇକି--- 


    ଫୋନ୍ ରଖି ଗାଡି ଆଣି ଶଶି କୁ ବସିବାକୁ କହି ଗାଡି ଷ୍ଟାର୍ଟ କଲା, ଶଶି ଭଲ କି ମତେ ପଛରୁ ଧରି ଥା, କହି ସିଧା ହସ୍ପିଟାଲରେ ପହଞ୍ଚି ଡକ୍ଟର ଙ୍କ ପରାମର୍ଶ ନେଇ ତାର ସବୁ ଚିକିତ୍ସା କରାଇବାର ବନ୍ଦୋବସ୍ତ କଲା--- ସେତେବେଳକୁ ରାତ୍ରି ଏଗାର ହେଲାଣି---- 

ଶଶି ଏବେ ଦେହ ଭଲ ଲାଗୁଛି ? ପଚାରିଲା ରୀତା, ଶଶି କହିଲା ମୋ ଜୀବନ ରାସ୍ତା ଖାଲି କଣ୍ଟା ବେଷ୍ଟିତ, ବହୁତ କଷ୍ଟ ସହିଛି,₹--- କଷ୍ଟ ଆଉ କିଛି ଲାଗୁନି ,ମୁଁ ମନା କରୁଥିଲି, ଆପଣଙ୍କୁ---- ମତେ ହସ୍ପିଟାଲ

ନିଅନି, ମୋ ପୁଅ ମତେ ଖୋଜି ଖୋଜି କାନ୍ଦୁଥିବ--- 

ହଁ ହଉ ତୋ ପୁଅ ଗୋଟିଏ ରାତ୍ରି ତତେ ଖୋଜିବ,ଚିକିତ୍ସା ନ ହେଇଥିଲେ ସବୁଦିନ ପାଇଁ ତତେ ହରାଇ ଖୋଜି ଥାନ୍ତା, ରୀତା କହିଲା---


   ଶଶି ର ମୁଣ୍ଡ ରେ ହାତ ବୁଲେଇ ବୁଲେଇ ରୀତା ପଚାରିଲା ତୁ ପୁଣି ଶାଶୁ ଘରକୁ କିପରି ଆସିଲୁ ?

    କାନ୍ଦ କାନ୍ଦ ହେଇ ଶଶି ସବୁ କଥା କହିବାକୁ ଆରମ୍ଭ କଲା--- "ସେ ସନା ଭାଇ ଙ୍କ ବାପା ମୋ ଶାଶୁ ଶଶୁରଙ୍କୁ ଆସି ସବୁ ତାଙ୍କ ପୁଅ ମିଛ କହିଚି ବୋଲି କହିଲେ, ଶଶୁର ତାଙ୍କୁ ପଚାରିଲେ ଆପଣଙ୍କୁ କିଏ କହିଲା--- ସେ କହିଲେ "ମତେ କେହି କହି ନାହାନ୍ତି ,ଆମ ଘର ପାଖ ଝିଅ ସିଏ, ଭାରି ଭଲ ଝିଅଟିଏ, ମୋ ପୁଅ ବିଭା ହେବ ବୋଲି କହିଥିଲା,କିନ୍ତୁ ସେ ଝିଅ କେବେ ମୋ ପୁଅ ପାଖରେ ଛିଡ଼ା ହବା ମୁଁ ଦେଖିନି, କିପରି କଣ କରିଥାନ୍ତି, ଆଜି ବିଭା ଦେବି ମୋ ପୁଅ ଭଲ ନୁହେଁ, କାଲି ଆଉ କିଏ ସୁନ୍ଦର ଦେଖାଯାଉଛି କହି କାଳେ ୟାକୁ ଛାଡିଦବ ସେଥିପାଇଁ ମୁଁ ମୁଣ୍ଡ ଖେଳେଇ ଲିନି , ଏବେ ଦେଖିଲି ଝିଅ ର ପୁଅ ଟିଏ ହେଇଛି, କିନ୍ତୁ ଆପଣଙ୍କ ଉପସ୍ଥିତି ନ ଦେଖି ମୁଁ ମନକୁ ଆପଣଙ୍କ ଠାରୁ ବୁଝିବା ପାଇଁ ଆସିଛି, ଏତେ ଭଲ ବୋହୂ ପାଇଛନ୍ତି, ତାର ପୁଅ ମାନେ ତୁମର ନାତି, ତମେ କାହିଁକି ଦେଖିବାକୁ ଗଲନି, ସେହି ସନ୍ଦେହ ଲାଗିଲା ବୋଲି ମୁଁ ଆସିଛି--- 

ମୋ ଶାଶୁ ତାଙ୍କ ପୁଅ କଥା କହି କି ବହେ କାନ୍ଦି ଲେ 

   ଆଉ କହିଲେ ଆମେ କଣ କରିବୁ ? ପୁଅ ତ ଆମର କୁଆଡେ ଗଲା ସେ ଖବର ଆମ ପାଖରେ ନାହିଁ, ସେ ପ୍ରାଇଭେଟ ସେକ୍ଟରରେ ଚାକିରି କରି ଭଲ ଟଙ୍କା ପାଉଥିଲା, ଏବେ ସେ କୋଉଠି କିଛି ଠିକ୍ ଠିକଣା ନାହିଁ, ଆମେ କିପରି ବୋହୂ ଆଉ ନାତୀ କୁ ପୋଷିବୁ--- ବୋହୂ ର ବାପା ପେନ୍ସନ ପାଉଛନ୍ତି, ସେ ଠିକ୍ ଠାକ ରଖିବେ, ଆମେ ଯାଣିଛୁ ଆମ ବୋହୂ ଭଲ--- 

   ଏ କଥା ଶୁଣି ସନା ଭାଇ ଙ୍କ ବାପା ମୋ ଶାଶୁ ଶଶୁର ଙ୍କୁ କହିଲେ " ତୁମେ ବ୍ୟସ୍ତ ହୁଅନାହିଁ, ମୁଁ ମୋ ପୁଅର ଭୁଲ୍ ପାଇଁ ତୁମଂକୁ ସମାଜରେ ମୁଣ୍ଡ ନୁଆଇଁ ବାକୁ ଦେବିନି, କିନ୍ତୁ ଆଜି ମୋ ପୁଅ ପାଇଁ ତୁମ ପୁଅ ଘର ଛାଡ଼ିଛି--- ତେଣୁ ଆପଣଙ୍କୁ ମୋର ଗୋଟାଏ ଛୋଟ ଅନୁରୋଧ ଆପଣ ବୋହୂ କୁ ଆଉ ନାତୀ କୁ ଆପଣଙ୍କ ପରିବାର ର ସଦସ୍ୟ ଭାବେ ରଖନ୍ତୁ, ମୁଁ ଆପଣଙ୍କ ଆକାଉଣ୍ଟ୍ କୁ କିଛି ଟଙ୍କା ପଠାଉଛି, ଆପଣ କାହାରିକୁ କହିବେ ନାହିଁ, ଶଶୁର କହିଲେ ମୋର ବ୍ୟାଙ୍କ ଆକାଉଣ୍ଟ ନାହିଁ, ଆପଣ ଟଙ୍କା ଦବା କଥା ମତେ ଭଲ ଲାଗୁନି, ହାତ ଯୋଡୁଛି ମତେ ମୋ ସମ୍ମାନ ରେ ବଞ୍ଚି ବାକୁ ଦିଅନ୍ତୁ, କିନ୍ତୁ ମଉସା ଗୋଟିଏ ପେଟି ନୋଟ୍ ରଖି କହିଲେ --- କାହାକୁ କହିବେନି, ଶଶି ଆକାଉଣ୍ଟ୍ ରେ ରଖିଦେଇ ତାର ବ୍ୟାଙ୍କ ସୁଧ ମାସକୁ ମାସ ଆଣି ସମସ୍ତେ ଏକାଠି ଖୁସିରେ ରୁହ,କହି ଶଶୁର ଙ୍କ ହାତ ଧରି କହିଲେ ସେ ମୋ ଘର ବୋହୂ ହେଇଥାନ୍ତା, ଭାବିନିଅ ମୋ ଝିଅ ସେ--- ତୁମ ପୁଅ ଫେରିବା ଯାଏ ଏହି ଟଙ୍କାରେ ଚଳିବ, କିନ୍ତୁ ଭୁଲ୍ ରେ ପୁଅ ଆସିଲେ ମୁଁ ଦେଇଛି ବୋଲି କହିବନି, ପଚାରିଲେ କହିବ ଟଙ୍କା ସମୁଦି ଦେଇଛନ୍ତି , ତାର ଆଉ ସନ୍ଦେହ ହବନି--- ,କାହିଁକି ନା ପେନ୍ସନ ଟଙ୍କା ଦେଇଛନ୍ତି ଭାବିବ , ଏତିକି କହି ମଉସା ଚାଲି ଗଲେ--- 

   ଦୁଇ ଦିନ ପରେ ଶଶୁର ଯାଇ ମତେ ନେବାକଥା ବାପା ଙ୍କୁ କହିଲେ, ବାପା କହିଲେ ଆପଣଙ୍କ ଅମାନତ ଆପଣ ନେବେ, ଆମର କ,ଣ ଅଛି, କିନ୍ତୁ ଜ୍ଵାଇଁ ନାହାନ୍ତି, ସେଥିପାଇଁ ଚଳିବା କାଳେ କଷ୍ଟ ହବ ମୁଁ କିଛି ଟଙ୍କା ମୋ ଝିଅ ନାଁରେ ରଖି ଦେଇଛି, ଏବେ ପୁଅ ତ ଆଉ କହି ପାରିବେ ନାହିଁ ଯେ ଶଶୁର ଘର ଟଙ୍କା ମୁଁ ନେବିନି ମୋ ସମ୍ମାନ ପଳାଇବା, ଆରେ ସମୁଦି କୁହତ ମୋର ଗୋଟାଏ ଝିଅ, ସବୁ ତାରି, ଆମେ ମଲାପରେ

ସବୁ ତ ତାର, ଆମେ ବଞ୍ଚିବା ଅବସ୍ଥାରେ ସେ କାହିଁକି ଉପଭୋଗ ନ କରିବ ? ଏହା କହି ମତେ ଆଉ ପୁଅକୁ 

   ଶଶୁର ଙ୍କ ସାଙ୍ଗରେ ପଠାଇଲେ । ଶଶୁର ସନା ଭାଇ ଙ୍କ ବାପା ଦେଇଥିବା ଟଙ୍କା ଆଣି ମୋ ନାଁ ରେ ରଖିଦେଲେ,ଏମିତି ମୋ ନାଁ ରେ ଟଙ୍କା ଅଛି ଆଉ ଏବେ ପୁଅ କୁ ପଢାଇବା ସମୟରେ ଦଶ ଟି ଦଶ ଟି କରି ଦୁଇ ବେଳା କୋଡିଏ ଟି ପିଲା ଟିୟୁସନ୍ କରୁଛି, ସେଥିରେ ଦଶ ହଜାର ଆସି ଯାଉଛି--- ଚଳିବା ଭଲରେ ହଉଚି, ଶାଶୁ , ଶଶୁର, ମତେ ବହୁତ ଭଲ ପାନ୍ତି--- 

    ଆଜି ମୁଁ ବାପା ଙ୍କ ଦେହ ଭଲ ନଥିଲା ଶୁଣି ବାପାଙ୍କୁ ଦେଖିବାକୁ ଆସିଥିଲି, ବାପା ମନା କରୁଥିଲେ, ଆଜି ନୁହେଁ କାଲି ଯିବୁ, ମୁଁ ମୋ ପୁଅକୁ କାଲି ତୁମ ପାଖକୁ ଆଣିବି କହି ଫେରୁଥିଲି, ବାଟରେ ସନା ଭାଇ ନଜରକୁ ଆସିଗଲି , ସେ ମତେ ପ୍ରଥମେ କହିଲା ଆ ମୋ ସାଙ୍ଗରେ ତୋ ପାଖରେ ଏତିକି ପ୍ରାର୍ଥନା କରୁଛି କି ମୋ ସହ ଗୋଟିଏ ରାତି ରହିଯା ତୋ ଗୋଡ ଧରୁଛି--- ମୁଁ କାନ୍ଦି କାନ୍ଦି କହିଲି ନା ଭାଇ--- ମୁଁ ଏବେ ଅନ୍ୟର--- ମୋ ସ୍ବାମୀ ମୋ ଦେବତା--- ତାଙ୍କର ବହୁତ ସ୍ବାଭିମାନ--- ଏ କଥା ଶୁଣି ଲେ ସେ ଦୁଃଖ ରେ ମରିଯିବେ--- କଣ ହେଲା, ତୋ ସ୍ବାମୀ ? ଯିଏ ଆଉ ଗୋଟିଏ ସ୍ତ୍ରୀ ରଖିକି ରହିଛି, କଟକ ରେ ଘର ଭଡାରେ ଗୋଟିଏ ବର୍ଷ କର ଝିଅ ଟିଏ ବି ତାର ଅଛି, ତୁ ତାକୁ ତୋ ସ୍ବାମୀ କହୁଛୁ, ହେଇ ଦେଖ୍ ତା ଝିଅ ଆଉ ତା ସ୍ତ୍ରୀ, କହି ମୋବାଇଲ୍ ରୁ ସତକୁ ସତ ୟାଙ୍କ ଫଟୋ ଦେଖାଇଲେ, ମୁଁ ପ୍ରଥମେ ଟିକିଏ କାନ୍ଦି ପକାଇଲି, ଆଉ କହିଲି ସବୁ ତୋ ପାଇଁ, ତୁ ମୋ ସୁନାର ସଂସାର ଟିକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଦେଲୁ, ତତେ କଣ ସୁନ୍ଦର ଝିଅ ମିଳିନଥାନ୍ତେ, କହୁ କହୁ ସେ ମୋ ହାତଧରି ଭିଡିକି କହିଲା--- ମୁଁ ତତେ ଗୋଟିଏ ଥର ପାଇଁ ଉପଭୋଗ କରିବି --- ତୋ ସ୍ବାମୀ ସେଠୁ ଆଉ ତୋ ପାଖକୁ ଆସିବନି ବେ--- ସେଠି ତାର ସ୍ବାଭିମାନ କମିଯାଉନି --- ଭଲରେ ଭଲରେ ଯିବୁ ନା ଗଣ ଧର୍ଷଣ ହେବୁ --- କହି ମୋ ହାତ ଧରି ଟାଣି ଟାଣି ତାଙ୍କ ବାଡି ପଛପାଖ ଭଙ୍ଗା ଗୁହାଳ ଘର କୁ ନେବା ପାଇଁ ଚେଷ୍ଟା କରୁଥିଲା--- ମୁଁ ତାକୁ ଠେଲି ଦେଲି , ସେ ପଡିଗଲା-- ମୁଁ ଦଉଡ଼ି ପଳାଇବା ପାଇଁ ଚେଷ୍ଟା କରୁଥିଲି ସେ ତାର ଗୋଡରେ ମତେ ଆଘାତ କରି ପକାଇ ଦେଲା-- ଆଉ ରାଗି କି ତା ସାଙ୍ଗ ମାନଙ୍କୁ ଡାକି ଗାଡ଼ି ରେ ବସାଇ ଏଠାକୁ ନେଇ ଆସିଲା,--- ବାଟଯାକ ଗାଡି ରେ ହିଁ ମତେ ସେ ଧର୍ଷଣ କଲା ତା ପରେ ଦିଦି ସବୁ ସାଙ୍ଗ ମତେ ଗାଡିରେ---- କହୁ କହୁ ବେହୋଶ ହେଇଗଲା ଶଶି--- ଡକ୍ଟର ଆସି ଦେଖି ନିଦ ଇଂଜେକସନ ଦେଲେ ,ରୀତା କୁ କହିଲେ ବେସି ଗପନ୍ତୁନି--- ରୋଗୀ ସାଙ୍ଗ ରେ ଏତେ ଗପନ୍ତି ନାହିଁ --- 

ନୀରବରେ କିଛି ସମୟ ବସିଛି ଶୁଭେନ୍ଦୁ ଫୋନ୍ କରି କହିଲେ "କାହାକୁ ପିଟିଛ " ସେ ଠିକ୍ ଠାକ ଅଛି ତ ?

ହଁ ହଁ ସେ ଠିକ୍ ଅଛି,,,,କିନ୍ତୁ ଏତେ ରାତିରେ ମୁଁ ଆଉ ଘରକୁ ଯିବାକୁ ଠିକ୍ ମନେ କରୁନାହିଁ ,କାଲି ଶନିବାର ଛୁଟି ଅଛି ତେଣୁ ଘରେ ଗଲେ କାଲି ଶୋଇବି--- ରୀତା କହିଲା, ସେପଟୁ ଶୁଭେନ୍ଦୁ ପୁଣି ଆଉ ଥରେ ପଚାରିଲେ

ଆରେ ସେମିତି କିଛି ଅସୁବିଧା ହେଇନିତ ? ନାଇଁ ତ ମୁଁ କାଲି ଯାଇ ପହଞ୍ଚିବି--- ନା ନା ସେମିତି କିଛି ଅସୁବିଧା ହେଇନି--- ତୁମେ ଚିନ୍ତା କରନି--- 

   ଓକେ ତୁମେ ଚେଷ୍ଟା କର ଘରକୁ ଯିବା ପାଇଁ ।କହି କି ଶୁଭେନ୍ଦୁ ଫୋନ୍ କାଟିଲେ--- 

ଶଶି ଏକା ଥରେ ରାତି ଚାରିଟା ରେ ଉଠିଲା,

କହିଲା ଭଲ ଲାଗୁଛି, ମତେ ଏବେ ଘରେ ଛାଡ଼ି ଦିଅ,

ମୋ ପୁଅ ରାତିରେ କାହାକୁ ଶୁଆଇ ଦେଇ ନଥିବ-- 

ହଉ ହଉ ପାଞ୍ଚଟାରେ ଯିବା, ଶଶି କହିଲା ସକାଳ ହେଇ ନି ?

ନା ମ ଚାରିଟା--/ ରୀତା କହିଲା, 

ପୁଣି ପଚାରିଲା ରୀତା "ଶଶି ତୁ ଥାନାରେ ଏତଲା ଦେବାପାଇଁ ମନା କାହିଁକି କଲୁ ?

ସେ ତତେ ଏତେ ଦୁଃଖ ଦେଲା--- ମରିବା ମୁହଁ ରେ ଫୋପାଡି ଦେଲା---- ତଥାପି ତୁ ତାକୁ ଛାଡି ଦେବୁ ?

ଶଶି କାନ୍ଦି କାନ୍ଦି କହିଲା ଦିଦି--/ ମୁଁ ମୋ ପୁଅ ଆଉ ଶାଶୁ ଶଶୁର ଙ୍କ ଦାୟିତ୍ବ ନେଇଛି--- ମରିଗଲେ ସେ ମାନଙ୍କୁ କିଏ ଦେଖିବ--- ମୁଁ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବି ମାନେ ସେ ମତେ ମାରି ଦବ--- 

   ମଉସା ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ମୁଁ ମୋ ନିଜକୁ ସମର୍ପି ତାଙ୍କ ପୁଅ କୁ ବଞ୍ଚାଇଲି ଏବଂ କିଛି ତାଙ୍କ ଋଣ ପରିଶୋଧ କଲି, ମୁଁ ଥାନାରେ ଏତଲା ଦେଲେ ମୋ ଇଜ୍ଜତ ଆଉ ଫେରି ଆସିବ ନାହିଁ--- ଆଉ ରହିଲା ମୋ ଇଜ୍ଜତ ଗଲେ ମୋ ସ୍ବାମୀ ଙ୍କର  କିଛି ଅସୁବିଧା ହବ ବୋଲି ଭାବିବା ଭୁଲ କାହିଁକି ନା - ଯିଏ ମତେ ଏତେ ଭଲ ପାଉଥିଲେ, ମୋ ସାଙ୍ଗରେ ସଂସାର ଗଢିଥିଲେ--- ସେ କଣ ଯାଣି ପାରିଲେନି ତାଙ୍କ ସ୍ତ୍ରୀ କିପରି ? ମୁହୁର୍ତ୍ତରେ ପର କଥାରେ ସଂସାର ଭାଙ୍ଗି ଦେଇ ଚାଲି ଗଲେ-- କିନ୍ତୁ ତାଙ୍କ ପାଇଁ ଆଉ ଜଣେ ସିନ୍ଦୁର ପିନ୍ଧୁଛି--- ମୁଁ ଝରାଫୁଲ ଥିଲି---- ଏବେ ମଲ୍ଲାଜହ୍ନ ହେଇ କେବଳ ମୋ ପିଲା ପାଇଁ ମୁଁ ବଞ୍ଚି ବି, ଆଉ ରହିଲେ ମୋ ଶାଶୁ ଶଶୁର--- ସେମାନେ ଯାଣିଲେ ତାଙ୍କ ହୃଦୟକୁ ବହୁତ ଆଘାତ ଆସିବ--- ସେମାନେ ଯେତିକି ଦିନ ରହିବେ ଖୁସି ଆଉ ଶାନ୍ତି ରେ ସୁରକ୍ଷିତ ରୁହନ୍ତୁ, ମୁଁ ଏତିକି ପ୍ରାର୍ଥନା କରୁଛି କି ଦିଦି ଏ କଥା ଏଇଠି ଶେଷ ହେଉ---- ଆପଣ କାହାରିକୁ କହିବେ ନାହିଁ--- ମୁଁ ଆପଣଙ୍କୁ ହାତ ଯୋଡି ନେହୁରା ହେଉଛି --- ହଁ ଦିଦି ତୁମେ କାହିଁକି ମିଛ କହିଲ ଆକ୍ସିଡେଣ୍ଟ ତୁମେ କରିଛ ବୋଲି ? 

ରୀତା ଦେଖୁଥିଲା ଶଶି କି--- ଦେହରୁ ଯନ୍ତ୍ରଣା ସରିନି , କିନ୍ତୁ ଘରେ ଶାଶୁ ,ଶଶୁର ,ପୁଅ ,ସେମାନ ଙ୍କ ଚିନ୍ତା କରୁଛି---- ଯିଏ ସ୍ବାମୀ ତାକୁ ତା ବାଟରେ ଛାଡି ଦେଲା , ସେ ଆଉ ତାର କିଛି ନୁହଁ--- ତା ପାଇଁ ଆଉ ଜଣେ ସିନ୍ଦୁର ପିନ୍ଧୁଛି ତ ସେଥିପାଇଁ ତାର ଦୁଃଖ ନାହିଁ --- ବରଂ ନ ବୁଝି କାହିଁକି ସେ ଅନ୍ୟ କଥା ବିଶ୍ୱାସ କଲା ସେଥିପାଇଁ ସେ ଦୁଃଖ ପ୍ରକାଶ କରୁଥିଲା--- ସତରେ ଭଲ ନାଁ ପାଇଛି ଶଶି--- କହୁଛି ମୁଁ ମଲ୍ଲାଜହ୍ନ---

   ଶଶି ଉଦ୍ଦେଶ୍ୟରେ ରୀତା କହିଲା "ମା ରେ କୋଉଠି ଯଦି ମିଛ କହିଲେ କାହାର ଉପକାର ହୁଏ--ତେବେ ସେଠି ଛୋଟ ମିଛ କହିଲେ ସେ ମିଛ ସତ୍ୟ ବଚନ ଠାରୁ ଅଧିକ ପୂଣ୍ୟ ଦିଏ ।


Rate this content
Log in

Similar oriya story from Tragedy