Henarani Senapati

Classics Inspirational Others

4.0  

Henarani Senapati

Classics Inspirational Others

ପୂର୍ବ ଜନ୍ମର ଫଳ

ପୂର୍ବ ଜନ୍ମର ଫଳ

6 mins
160


    ଶୀତ ଦିନର ଶୀତଳ ପବନ ତନୁର ଆଲୁରା କେଶକୁ ଉଡାଇ ନେଇ ଏକ ଅପୂର୍ବ ସୌନ୍ଦର୍ଯ୍ୟର ଚିହ୍ନ ତା ମୁଖ ମଣ୍ଡଳରେ ସୃଷ୍ଟି କରୁଥିଲା । କଥା କହିବା ଆଖି ଦୁଇଟି କାହାଣୀ ଆରମ୍ଭ ପୂର୍ବରୁ ଛୋଟ ଛୋଟ ଦେଖା ଯାଉଥିଲା । ମୁହଁ ରୁ ହସ ଲିଭି ଲିଭି ଆସୁଥିଲା ।

  କାହାରି ଦୁଃଖ ସହ୍ୟକରି ପାରେନାହିଁ ତନୁ । ତେଣୁ ସେ ଭଗବାନଙ୍କ ଦୁଃଖ କିପରି ବା ସହିବ !!

ଏଇ ସମୟରେ ମମତା କହିଲା " ହେ ତନୁ ତୁ କାହାଣୀ ଆରମ୍ଭ କରିବା ପୂର୍ବରୁ ଏମିତି ଦୁଃଖିତ କାହିଁକି ହେଇ ଯାଉଛୁ !!

    କୃଷ୍ଣା କହିଲା "ଆଜି ତନୁ ଏମିତି କାହାଣୀ କହିବ ଯେ ଆମେ ଏଇଠି ତା କାହାଣୀ ଶୁଣି କାନ୍ଦି କାନ୍ଦି ଶୋଇଯିବା ବୋଧେ , ଆଉ ଆମ ପିକ୍ ନିକ୍ ଆସିବା ,ଭୋଜି ଖାଇବା, ବୁଲିବା ସବୁ ଏଇଠି ଶେଷ ହେଇଯିବ ।

    ମାନିନୀ ତନୁକୁ ହଲାଇ ଦେଇ କହିଲା " ହେ ତନୁ ତୁ କାହାଣୀ କହିବୁ ବୋଲି ଆମେ ଏଇ ବର୍ଷକେ ଥରେ ପିକ୍ ନିକ୍ ନାରେ ହେଉ ପଛେ ତୋ ଠାରୁ ଭଲ ପୌରାଣିକ ଗଳ୍ପଟିଏ ଶୁଣୁ । ତୁ ଆରମ୍ଭ କର ନା ପ୍ଲୀଜ ।

 ହଁ ଶୁଣ " ତନୁ ଆରମ୍ଭ କଲା -

   ମର୍ୟାଦାପୁରୁଷ ଶ୍ରୀ ରାମ ଚନ୍ଦ୍ର ପ୍ରଭୁ ବହୁତ ସୁନ୍ଦର ଥିଲେ । ଆଉ ସତ୍ୟବାଦୀ ମଧ୍ୟ । ସେ ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ତାଙ୍କ ବନବାସ ସମୟରେ ମୁନି ଋଷି ତାଙ୍କ ରୂପରେ ମୋହିତ ହେଇ ଭାବୁଥିଲେ " ଆମକୁ ଭଗବାନ ସୁନ୍ଦର କନ୍ୟା ଜନ୍ମ ଦେଇ ନଥାନ୍ତେ !! ଆମେ ଶ୍ରୀରାମଙ୍କୁ ସ୍ବାମୀ ରୂପେ ପାଇ ଜୀବନ ଧନ୍ୟ କରିଥାନ୍ତୁ । ଏ କଥା କିନ୍ତୁ ଶ୍ରୀରାମଚନ୍ଦ୍ର ଯାଣିପାରିଥିଲେ । ତେଣୁ ସେ ସମୟକ୍ରମେ ମୁନି ଋଷିଙ୍କୁ ଜଣାଇ ଦେଇଥିଲେ କି ମୁଁ ଆସନ୍ତା ଜନ୍ମରେ ତୁମର ମନୋକାମନା ପୂର୍ଣ୍ଣ କରିବି । ଦ୍ବାପରରେ ଗୋପପୁରରେ ମୁଁ କୃଷ୍ଣ ରୂପରେ ତୁମ୍ଭମାନଙ୍କ ମନୋକାମନା ପୂର୍ଣ୍ଣ କରିବି । ତୁମ୍ଭେ ମାନେ ଗୋପି ଜନ୍ମ ପାଇବ ଆଉ ମୁଁ ତୁମ ଗୋପାଳ କୃଷ୍ଣ !!

     ଶ୍ରୀ ହନୁମାନଙ୍କ କଥା ସମସ୍ତେ ଜାଣିଥିବ !!

ତଥାପି ମୁଁ ଟିକିଏ ଜଣାଇ ଦଉଚି କି ଶ୍ରୀରାମ ଭକ୍ତ ହନୁମାନ ଯେତେବେଳେ ସୀତା ମାଙ୍କ ଦୁଃଖ ଶ୍ରୀ ରାମଚନ୍ଦ୍ର ପ୍ରଭୁଙ୍କ ମୁଖମଣ୍ଡଳରେ ଦେଖନ୍ତି ବହୁତ ଦୁଃଖ ଅନୁଭବ କରନ୍ତି ।ଥରେ ଶ୍ରୀ ହନୁମାନ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ କହିଲେ " ପ୍ରଭୁ ମୁଁ ତ ସମୁଦ୍ରକୁ ଲମ୍ଫି ପାରିବି !! ତେଣୁ ମତେ ଅନୁମତି ଦିଅନ୍ତୁ ମୁଁ ଯାଇ ମା ସୀତାଙ୍କୁ ଦେଖି ଆସେ, ସେ ଦୁଷ୍ଟ ରାକ୍ଷସ ରାବଣ କିପରି ଆଉ କୋଉଠି ମୋ ମାଙ୍କୁ ରଖିଛି । କଥାଟି ଶ୍ରୀରାମଙ୍କ ମନକୁ ପାଇଲା , ସେ ଭାଇ ଲକ୍ଷ୍ମଣ ଆଉ ସମସ୍ତ ଅନୁଚରଙ୍କ ସହ ଆଲୋଚନା କରି ପବନ ପୁତ୍ର ଶ୍ରୀ ହନୁମାନଙ୍କୁ ଆଦେଶ ଦେଲେ ମା ସୀତାଙ୍କୁ ଠାବ କରିବାକୁ । ଆଉ କାଳେ ସୀତା ହନୁମାନଙ୍କୁ ଶ୍ରୀ ରାମଚନ୍ଦ୍ରଙ୍କ ଭକ୍ତ ବୋଲି ଜାଣି ନ ପାରିବେ ସେଥିପାଇଁ ସେ ନିଜର ସ୍ବର୍ଣ୍ଣ ମୁଦ୍ରିକାଟି ଆଙ୍ଗୁଠିରୁ କାଢି ଶ୍ରୀ ହନୁମାନଙ୍କୁ ଦେଲେ । ହନୁମାନ ପବନ ବେଗରେ ଉଡିଚାଲିଲେ ମା ସୀତାଙ୍କୁ ଠାବ କରି ବାକୁ ।

     ଲଙ୍କାରେ ପହଞ୍ଚି ହନୁମାନଙ୍କୁ ଅଧିକ ସମୟ ଲାଗି ନଥିଲା ମା ସୀତାଙ୍କୁ ଠାବ କରିବାକୁ । ସେ ଅଶୋକ ବନରେ ଯେତେବେଳେ ମା ସୀତାଙ୍କୁ ଦେଖନ୍ତି , ସଙ୍ଗେସଙ୍ଗେ ମାଙ୍କ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣା ରୂପ ବୀର ହନୁମାନଙ୍କୁ ଆକୃଷ୍ଟ କରିଥିଲା । ତାଙ୍କ ମନରେ ପାପ ଭାବନା ଆସିଥିଲା । ସେ ମା ସୀତାଙ୍କ ସୁନ୍ଦର ରୂପରେ ମୋହିତ ହେଇଥିଲେ । କିନ୍ତୁ ପୁଣି କିଛି ସମୟପରେ ସେ ମା ସୀତାଙ୍କୁ ଦର୍ଶନ ଦେଇ ମା ବୋଲି ସମ୍ବୋଧନ କରି ପାଦଧୂଳି ମୁଣ୍ଡରେ ମାରିଥିଲେ।ଆଉ ଶ୍ରୀରାମଚନ୍ଦ୍ର ପ୍ରଭୁ ଦେଇଥିବା ମୁଦ୍ରିକାଟି ମା ସୀତାଙ୍କୁ ଦେଇଥିଲେ । ପ୍ରଭୁଙ୍କର ମଙ୍ଗଳ ବାର୍ତ୍ତା ସବୁ ମା ସୀତାଙ୍କୁ କହିଥିଲେ । ବହୁତ ଶିଘ୍ର ପ୍ରଭୁ ତାଙ୍କୁ ସେ ରାବଣ କବଳରୁ ନେଇଯିବେ ବୋଲି ଆଶ୍ବାସନା ଦେଇ ପଳାଇ ଆସିଥିଲେ ।

ଶ୍ରୀ ରାମଚନ୍ଦ୍ର କିନ୍ତୁ ହନୁମାନଙ୍କ ମନର କଥା ଜାଣି ପାରିଥିଲେ ।ଲଙ୍କା ଯୁଦ୍ଧ ପରେ ହନୁମାନଙ୍କୁ କହିଥିଲେ -

   "ଦ୍ବାପରରେ ସୀତା ତୁମ ସ୍ତ୍ରୀ ହେବେ। ତୁମେ ଗୋପାଳ ଚନ୍ଦ୍ରସେଣା ରୂପରେ ଜନ୍ମ ନେଇ ସୀତା ରାଧାରାଣୀଙ୍କୁ ବିବାହ କରିବ । ଦ୍ବାପରରେ ସୀତା ବୃଷଭାନୁ ଜେମା ଶ୍ରୀ ରାଧା ରୂପରେ ଜନ୍ମ ନେବେ ।ଆଉ ମୁଁ କୃଷ୍ଣ ରୂପରେ ।

    ସତକୁ ସତ ଶ୍ରୀ ରାମଚନ୍ଦ୍ର ଶ୍ରୀ କୃଷ୍ଣ ଭଗବାନଙ୍କ ରୂପରେ ନନ୍ଦ ରାଜାଙ୍କର ପୁତ୍ର ରୂପରେ ଜନ୍ମ ଗ୍ରହଣ କଲେ। ଜନ୍ମଦାତ୍ରୀ ମା ଦେବକୀ ଥିଲେ ମଧ୍ୟ ମାମା କଂସ ପାଇଁ ଶ୍ରୀ କୃଷ୍ଣ ମା ଯଶୋଦାଙ୍କ ପାଖରେ ରହିଥିଲେ । ମା ସୀତା ବୃଷଭାନୁ ଜେମା ରାଧା ରୂପରେ ଜନ୍ମଗ୍ରହଣ କଲେ । ଶ୍ରୀ ହନୁମାନ ଚନ୍ଦ୍ରସେଣା ରୂପରେ ଜନ୍ମଗ୍ରହଣ କଲେ । ମୁନି ଋଷି ସମସ୍ତେ ଗୋପନାରୀ ରୂପରେ ଜନ୍ମ ଗ୍ରହଣ କଲେ ଏବଂ କୃଷ୍ଣ ପ୍ରେମରେ ପାଗଳୀ ହେଲେ ।

ସୀତା ଭୂମିରୁ ଜାତ ଭୂମି କନ୍ୟା ଥିଲେ । ମର୍ୟାଦାପୁରୁଷ ଶ୍ରୀ ରାମ ଚନ୍ଦ୍ର ପ୍ରଭୁଙ୍କୁ ସେ ବହୁତ ଭଲପାଉଥିଲେ । ଏମିତିକି ସେ ଶ୍ରୀରାମଙ୍କ ସାଙ୍ଗରେ ସାଥୀ ହେଇ ବନବାସୀ ବି ହେଇଥିଲେ । କିନ୍ତୁ ଅଧିକ ଦିନ ସେ ସ୍ବାମୀ ସୁଖ ପାଇ ନଥିଲେ । ଲଙ୍କାପତି ରାବଣ ମା ସୀତାଙ୍କୁ ହରଣ କରି ଯେଉଁ ଦୁର୍ନାମ ଦେଇଥିଲେ ସେ ଦୁର୍ନାମ ରାମ ରାଜ୍ୟରେ ଘୁରି ବୁଲୁଥିଲା ।ପ୍ରଜାମାନଙ୍କ ମୁହଁ ଭଗବାନ ଶ୍ରୀ ରାମଚନ୍ଦ୍ର ବନ୍ଦ କରି ନପାରି ମା ସୀତାଙ୍କୁ ଜଙ୍ଗଲରେ ଛାଡ଼ି ଦେଇ ଆସିବାକୁ ଲକ୍ଷ୍ମଣ ଙ୍କୁ ଆଦେଶ ଦେଇଥିଲେ । ମା ସୀତା ସେତବଳେ ଗର୍ଭବତୀ ଥିଲେ । ଋଷି ବାଲ୍ମୀକି ମା ସୀତାଙ୍କୁ ଜଙ୍ଗଲରେ ତାଙ୍କ କୁଟୀରରେ ସ୍ଥାନ ଦେଇଥିଲେ । ସମୟକ୍ରମେ ମା ସୀତା ଲବ କୁଶ ଦୁଇ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଦୁଇ ପୁୁତ୍ର ଜଙ୍ଗଲରେ ବାଲ୍ମୀକି ଋଷିଙ୍କ ପାଖରେ ରହି ଯୁଦ୍ଧ ବିଦ୍ୟା ହାସଲ କରିଥିଲେ । ସମୟକ୍ରମେ ପିତା ଶ୍ରୀ ରାମ ଆଉ ଲକ୍ଷ୍ମଣଙ୍କୁ ଯୁଦ୍ଧରେ ହରାଇ ପୁଣି ମା ର ମାନ ରକ୍ଷାକରି ଯେତେବେଳେ ଅଯୋଧ୍ୟା ଜିବାର ସମୟ ଆସିଲା ସେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମା ସୀତାଙ୍କୁ ଅଗ୍ନିପରୀକ୍ଷା କରି ଗ୍ରହଣ କରିବେ ବୋଲି କହିଥିଲେ । ମା ସୀତା ଅସହ୍ୟ ହେଇ ମା ଭୂମିଙ୍କୁ ନିବେଦନ କଲେ ତାଙ୍କ କୋଳକୁ ଫେରିଯିବା ପାଇଁ । ମା ବସୁନ୍ଧରା ଦୁଇଫାଳ ହେଇ ମା ସୀତାଙ୍କୁ କୋଳକୁ ଭିଡିନେଲେ ।

ପର ଜନ୍ମରେ ଶ୍ରୀ ରାଧାରୂପି ସୀତା କୃଷ୍ଣଙ୍କୁ ବହୁତ ଭଲପାଉଥିଲେ । ଶ୍ରୀରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ଅତିପ୍ରିୟ ସଖି । ଯିଏ ପରମାତ୍ମାଙ୍କ ସହିତ ମିଶିବା ପାଇଁ ସଦା ପିପାସୁ ଥିଲେ । ବୈଷ୍ଣବମାନଙ୍କ ମତରେ ଆରାଧୟତି ଇତି ରାଧା I ଅର୍ଥାତ ଶ୍ରୀକୃଷ୍ଣଙ୍କ ଆରାଧନାର ପ୍ରକୃଷ୍ଟ ସାଧନା ହେଉଛି ରାଧା ଭାବ I ଏହା ହେଉଛି କାନ୍ତା ପ୍ରେମଠାରୁ ଅଧିକ ଭାବମୟ। ରା ଅକ୍ଷର ଶବ୍ଦର ଅର୍ଥ ମୁକ୍ତିଲାଭର ପ୍ରତୀକ !! ଓ ଧା ଅକ୍ଷର ଶବ୍ଦର ଅର୍ଥ ଭଗବାନଙ୍କ ଆଡକୁ ଧାବମାନ ହେବକୁ ସଙ୍କେତ କରେ I

     ପୁରାଣ ମତେ ଶ୍ରୀରାଧାରାଣୀ ଅଯୋନି ସମ୍ଭୂତ । ଗୋକୁଳନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇଆସିଥିଲେ । କୁହାଯାଏ ଜନ୍ମଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା I ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲି ଯାଇଥିଲା I

କୈଶୋରା ବସ୍ଥାରେ ରାଧାରାଣୀ ଚନ୍ଦ୍ରସେଣା ନାମକ ଜଣେ ନପୁସଂକ ଗୋପାଳଙ୍କୁ ବିବାହ କରିଥିଲେ ଯେ କି ତ୍ରେତୟା ଯୁଗରେ ହନୁମାନ ଥିଲେ । ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା ଥିଲା । ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାରାଣୀଙ୍କ ପିତ୍ରାଳୟ ।

     ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ପାଗଳୀ । କୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ ଶ୍ରୀ ରାଧାରାଣୀ । ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା ।

     ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାରାଣୀ ବେଦନା ଥିଲା ହୃଦୟ ବିଦାରକ I କୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ !! ଯେ କି ତ୍ରେତୟା ଯୁଗର ମୁନି ଋଷି ସେ ଗୋପାଳୁଣୀ ସବୁ ଥିଲେ । ହେଲେ ରାସେଶ୍ୱରୀ ଶ୍ରୀରାଧାରାଣୀଙ୍କ ଲଲାଟରେ ହିଁ ଲାଗିଥିଲା କୁଳଟା ଅପବାଦ I

ଶ୍ରୀରାଧା ନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟହୁଏ । କୁକର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଥର ପ୍ରାପ୍ତ ହୁଏ ଓ ଈଶ୍ୱରଙ୍କ ନିକଟତର ହୋଇଥାଏ I ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ । ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମନନ୍ଦଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ I ତେଣୁ ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାରାଣୀଙ୍କ ଆରାଧନାକୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି I ଶ୍ରୀରାଧାରାଣୀଙ୍କ କୃପା କଟାକ୍ଷରେ ହିଁ ମନରେ କୃଷ୍ଣ ଭକ୍ତି ବଳବତ୍ତର ହୋଇଥାଏ ।।

    କଥା ଶୁଣୁ ଶୁଣୁ କୃଷ୍ଣା କାନ୍ଦି ପକାଇଲା । ତନୁ କୃଷ୍ଣାର ଆଖିରୁ ଲୁହ ପୋଛୁ ପୋଛୁ କହିଲା " ତୁ କାହିଁକି କାନ୍ଦୁଛୁ ??

କୃଷ୍ଣା କହିଲା " ମୋ ସ୍ବାମୀ ଗୋଟିଏ ପଥର ବୋଲି ମୁଁ ଭାବୁଥିଲି !!

ମତେ କେତେ ମିଥ୍ୟା ଅପବାଦ ଦେଇ ଘରୁ ବାହାର କରିଦେଲେ । ଏବେ ଭଗବାନ ଶ୍ରୀ ରାମଚନ୍ଦ୍ର ବି ମା ସୀତାଙ୍କୁ ପବିତ୍ର ଜାଣି ବି ତାଙ୍କ ସତୀତ୍ବକୁ ପରୀକ୍ଷା କରିଥିଲେ । ମା ସୀତା ପ୍ରଭୁଙ୍କୁ କେତେ ଭଲପାଉଥିଲେ ।କଣ ଦୋଷ ଥିଲା ମା ସୀତାଙ୍କର ??

ପରେ ଦେଖ ତ !! ହନୁମାନ ଜଦି ଲୋଭ କଲେ ମା ସୀତାଙ୍କୁ !! ତେବେ ମା ସୀତା କି ଭୁଲ କରିଥିଲେ ଯେ ତାଙ୍କୁ ଚନ୍ଦ୍ରସେଣା ମିଳିଲେ ??

କୃଷ୍ଣ ସବୁ ଯାଣିଥିଲେ । ରାଧାରାଣୀ କୃଷ୍ଣଙ୍କୁ କେତେ ଭଲପାଉଥିଲେ !! ହେଲେ ସେ ଦୁଇଜଣ ମନରେ ମିଶିଥିଲେ !! କିନ୍ତୁ ଶାରିରୀକ ଅଭିଳାଷ ତାଙ୍କର ଅପୂର୍ଣ୍ଣ ରହିଥିଲା । ଦୁର୍ନାମ ବହୁତ ପାଇଲେ ।

କୁହତ ? ଭଗବାନ ସ୍ବୟଂ ଯଦି ଏତେ କଷ୍ଟ ପାଇଛନ୍ତି । ଆଉ ଆମେ ତ ମନୁଷ୍ୟ !!

ସ୍ବୟଂ ଭଗବାନ ସମସ୍ତିଙ୍କ ମନର କଥା ଜାଣନ୍ତି ବୋଲି ଆମେ ତାଙ୍କୁ ଆମର ଦୁଃଖ ଜଣାଉ । କିନ୍ତୁ ସେ ତ ନିଜେ ଯାଣି ଯାଣି ନିଜର ସୁଖ ବଳି ଦେଇଛନ୍ତି ।

ଆଉ ଆମଙ୍କୁ କଣ କଷ୍ଟରୁ ଉଦ୍ଧାର କରିବେ !!

ତନୁ , ମାନିନୀ , ଆଉ ଅନ୍ୟ ସାଙ୍ଗମାନେ କୃଷ୍ଣାର ଲୁହ ପୋଛୁ ପୋଛୁ କହିଲେ ତୁ ତ ସବୁ ଯାଣି ଗଲୁ !!

ଭଗବାନ ବି ବିଚ୍ଛେଦର କଷ୍ଟ ପାଇଛନ୍ତି । ତେଣୁ ତୁ ଆଉ ତୋ ସ୍ବାମୀ ତତେ ଛାଡି ଦେଲେ ବୋଲି ତୁ ସବୁ ସମୟରେ ସେ କଥା ଭାବିକି ଆଉ ମନକଷ୍ଟ କରିବୁନି ।

    ତୁ ସେଇ ଭଗବାନଙ୍କୁ ତୋର ସବୁ ଦୁଃଖ ଜଣା !! ସେ ନିଜେ ହସି ହସି ସବୁ ଦୁଃଖ ସହି ଅନ୍ୟକୁ ଖୁସି ଦିଅନ୍ତି ।

"ତନୁ ଆଜି ଅଳ୍ପେକେ ହେଉ ପଛେ ବଢିଆ ପୌରଣିକ ଉକ୍ତିରୁ ଧାରେ ଶୁଣାଇଲୁ ।। ଭାରି ଭଲ ଲାଗିଲା ।ଭଗବାନଙ୍କ ଦୁଃଖ ପାଖରେ ଆମ ଦୁୁଃଖ କିଛି ନୁହେଁ ।ଏ ପୌରାଣିକ କଥା ଆମଙ୍କୁ ସହିବା କିପରି ସେହି ଶିକ୍ଷା ଦେଲା । ସବୁ ସାଙ୍ଗ ମାନେ ତନୁର କଥାକୁ ବହୁତ ପ୍ରଶଂସା କଲେ ।

 


Rate this content
Log in

Similar oriya story from Classics