Henarani Senapati

Action Classics Others

4.5  

Henarani Senapati

Action Classics Others

ଭ୍ରମ

ଭ୍ରମ

15 mins
409



ଅନ୍ଧାର କିଟି କିଟି ରାତି ।ମୁହଁ କୁ ମୁହଁ ଦେଖା ଯାଉନି । ଆକାଶ ରେ କଳା ବାଦଲର ଛାୟା ଘୋଟି ଯାଉଛି । ବେଳେ ବେଳେ ବାଦଲ କୁ ବାଦଲ ଧକ୍କା ଲାଗି ମହା ବିସ୍ଫୋରଣ ସୃଷ୍ଟି କରୁଛି । ସମୟେ ସମୟେ ବିଜୁଳି ଆଲୋକ ଲମ୍ବା ରାସ୍ତା ଟିକୁ ଆଲୋକ ମୟ କରି ଦେଉଛି।ଘଡଘଡି ମାରୁଚି ବମ୍ ଫୁଟିଲା ଭଳି, ଲାଗୁଛି ଯେମିତି ଅଳ୍ପ ସମୟ ମଧ୍ୟରେ ପୃଥିବୀ ମା କୁ ଆଲିଙ୍ଗନ କରିବେ ବର୍ଷା ରାଣୀ ଡର ନାହିଁ କି ଭୟ ବି ନାହିଁ ।ରମା କାଖରେ ପୁଅ କୁ କୋଳେଇ ଧରି ଅସରନ୍ତି ଲମ୍ବା ରାସ୍ତା ରେ ଚାଲିଛି ।ରାତ୍ରିପ୍ରାୟ ବାରଟା ହବ ।ନିଶା ଗର୍ଜୁଛି ।ବୁଲା କୁକୁର ଟିକିଏ ଦୂରରେ ଭୋ ଭୋ ଭୋକୁଛନ୍ତି ।ବିଲୁଆ ରଡୁଛି କିଆ ବୁଦା ସେପଟେ । ବିଲୁଆ ପାଟିରୁ ସତେ କି ନିଆଁ ବର୍ଷୁଛି । ତଥାପି ରମା ର ଚାଲି ବନ୍ଦ ହେଉନାହିଁ ,କି ଡର ବି ଲାଗୁନି । କୋଉ କାଳରୁ ସ୍ଥଗିତ ଥିବା ଅମାନିଆ ଆଖିର ଲୁହ ବୋହି ଚାଲିଛି ।ଗୋଟି ଗୋଟି କରି ପ୍ରତ୍ୟେକ ପୁରୁଣା ସ୍ମୃତି ତାର ଆଜି ମନେ ପଡି ଯାଉଛି ପାଞ୍ଚ ବର୍ଷ ତଳର କଥା

ରଘୁଆ ତାର ବାପା, ମା, ଆଉ ଭଉଣୀ ରୀତା ସହ ମାମୁ ପୁଅର ବିଭା ଘରକୁ ବସରେ ଯାଉଥିଲେ ।ହଠାତ୍ କିଛି ବାଟ ଯିବା ପରେ ବସ ଟିର ଆକ୍ସିଡେଣ୍ଟ ଘଟିଥିଲା ।ବାସ ସବୁ ଶେଷ

ଗୋଟିଏ ସେକେଣ୍ଡ ଭିତରେ ବଡଭାଇ ବଡଭଉଣୀ ବାପା ମା ଛେଉଣ୍ଡ ହେଇଗଲେ ରଘୁଆ !

ଅଭାବ କଥା । କଷ୍ଟେ ମଷ୍ଟେ ପିତା ,ମାତା , ଭାଇ, ଭଉଣୀ ଙ୍କ ଅନ୍ତିମ କ୍ରିୟା ଶେଷ କରି ରଘୁଆ ସାନ ଭଉଣୀ ରୀତା କୁ କହିଲା ମୁଁ ସହର ଯିବି ।କୋଉ କମ୍ପାନୀରେ ଗୋଟିଏ ଚାକିରି କରିବି ।ଆଉ ପାଠ ପଢିବା ସମ୍ଭବ ନୁହେଁ । ଜମି ବାଡି ତ ଏତେ ନାହିଁ ଯେ ଆମେ ଚାଷ କରି ଚଳିଯିବା । ଯାହା ଅଛି ଭାଗ ଦେଇ ଦେବି, ଯାହା ଆସିବ ତୁ ଖାଇ ପିଇ ସ୍କୁଲ ଯିବୁ ମୁଁ ଚାକିରି କଲାପରେ ତୋ ପାଖକୁ ଟଙ୍କା ପଠାଇବି, ଗାଁ ରେ ତୁ ଏକା ରହିପାରିବୁ ତ ? ଡର ଲାଗିବନି ତ ? ଡର ଲାଗିଲେ ତୁ ତୋ ସାଙ୍ଗ ରମା କୁ ଡାକି ତା ସାଙ୍ଗରେ ରହିବୁ । ମୁଁ ତାଙ୍କ ଘରେ କହିଦେବି । ସେ ମଉସା ବହୁତ ଭଲ । ତୋ ତାଇତ୍ୟ ତାଙ୍କୁ ଦେଇ ଦେଇ ଗଲେ ମୁଁ ନିଶ୍ଚିତ ରେ ବାହାର ଯାଗାରେ ରହି ପାରିବି । ରଘୁଆ ର ବୟସ ଚବିଶ ବର୍ଷ । ସେ ମତେ ଆଉ ମୁଁ ତାକୁ ପସନ୍ଦ କରିଥିଲୁ । ସ୍କୁଲ ଜୀବନ ରୁ ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲୁ । ତାଙ୍କ ବାପା ମା ଜାଣନ୍ତି ଏ କଥା ।କହୁଥିଲେ " ରଘୁଆ ର ଚାକିରି ହେଇଗଲେ ତୁମ ଦୁହିଁଙ୍କ ବିଭାଘର ଆମେ କରିଦେବୁ "।ମୋ ବାପା ବି ରଘୁଆ କୁ ପସନ୍ଦ କରୁଥିଲେ । ବି ଏ ପାସ୍ କରିଥିବା ରଘୁଆ ଦେଖିବାକୁ ବହୁତ ଭଲ । ବ୍ୟବହାର ବି ଆହୁରି ଭଲ । ଭାରି ଶାନ୍ତିପୂର୍ଣ୍ଣ ପିଲା ରଘୁଆ । ମୁଁ ଯେତେବେଳେ ଯାଣିଲି ରଘୁଆ ସହର ଯିବେ ବୋଲି , ଅସ୍ତ ବ୍ୟସ୍ତ ହେଇ ଦଉଡ଼ି ଆସିଲି , କାନ୍ଦି କାନ୍ଦି କହିଲି ମୁଁ ତୁମଂକୁ ଏକା ସହରକୁ ଛାଡ଼ିବି ନାହିଁ । ଯିଏ ସହର ମାଟି ମାଡୁଛନ୍ତି ସିଏ ଆଉ ଘରକୁ ଫେରୁନାହାନ୍ତି । ରଘୁଆ ମତେ ବୁଝାଇଲେ ।

ପାଖକୁ ଟାଣି ଆଣି ମୋ ତଳମୁହାଁ ମୁହଁ ଟିକୁ ଦୁଇ ପାପୁଲିରେ ଉପରକୁ ଉଠାଇ ଦେଖିଲେ ଗଙ୍ଗା ଜମୁନା ପରି ଲୁହ ଧାର ବୋହି ଚାଲିଛି ମୋ ଚକ୍ଷୁ ଦ୍ରୋୟ ରୁ । ରଘୁଆ ବି କାନ୍ଦି ପକାଇଲେ ,ତାକଂ ଆଖିରୁ ଦୁଇ ଟୋପା ଲୁହ ମୋ ଆଖି ର ଲୁହ ସାଙ୍ଗ ରେ ମିସିଗଲା ! ଦୁଇ ଜଣଙ୍କ ଲୁହ ମିସି ରଘୁଆ ଙ୍କ ହାତ ପାପୁଲି ଓଦା ହୋଇଗଲା ! ଦୁଇ ଜଣ ବିଚ୍ଛେଦ ର ଦୁଃଖ ରେ ଚୁପ୍ ଥିଲୁ । ଆଖି ରୁ ବୋହି ଚାଲିଥାଏ ଲୁହର ବନ୍ୟା । ପ୍ରଥମେ ରଘୁଆ ମୋ ଲୁହ କୁ ପୋଛି ଦଉ ଦଉ କହିଲେ ପାଗଳୀ ଟା । ମୁଁ ସବୁ ଦିନ ପାଇଁ ଚାଲି ଯାଉଛି ନା କଣ ? ତୁ ଏମିତି କାନ୍ଦୁ ଛୁ ! ତୁ ଏମିତି କାନ୍ଦିଲେ ମୁଁ ଯାଇ ପାରିବିନି ସହରକୁ । ତୋ କାନ୍ଦ ମତେ ବହୁତ ଦୁଃଖ ଦେଉଛି ।

ମୋ ଭଉଣୀ ତତେ ଲାଗିଲା । ତୁ ହସି ହସି ମତେ ବିଦାୟ ଦେ । କହି ମତେ ଭଉଣୀ ରୀତା ର ସମସ୍ତ ଦାଇତ୍ୟ ଦେଇ ସେ କହିଲେ ସାନ ଭଉଣୀ ପରି ତାକୁ ଦେଖିବୁ । ତୋ ଉପରେ ମୋର ବିଶ୍ୱାସ ଅଛି ବୋଲି ମୁଁ ତୋ ଦାଇତ୍ୟ ରେ ରୀତା କୁ ଛାଡୁଚି । ତା ପର ଦିନ ସକାଳୁ ସକାଳୁ ବାପା ମା ଙ୍କ ପାଖରେ ରୀତା କୁ ଧରି ଆଉ ମତେ ଆଙ୍ଗୁଠି ରେ ଦେଖାଇ ରଘୁଆ ବାପାଙ୍କୁ କହିଲେ ମୋର ଏ ଦୁଇ ଜଣଙ୍କୁ ସୁରକ୍ଷିତ ରଖିଥିବେ। ଏ ରୀତା ଆପଣଙ୍କ ଝିଅ ପରି ଆଉ ରମା ମୋ ଜୀବନ । ସେ ଆପଣଙ୍କ ଝିଅ ଅପେକ୍ଷା ମୋ ଆଉ କିଛି କହି ପାରିଲେ ନାହିଁ । ଆଖି ଦୁଇଟି ନାଲି ନାଲି ହେଇ ଲୁହ ଜକେଇ ଆସିଲା ।ମୁଁ ଶିଘ୍ର ଆସିବି କହି ଏକ ମୁହାଁ ହେଇ ବ୍ୟାଗ ଟା କାନ୍ଧରେ ପକାଇ ବିଦେଶ ଚାଲିଗଲେ ।

ତିନି ବର୍ଷ ହେଇଗଲା ରଘୁଆ ଚାକିରି କରିବା ।ୟା ଭିତରେ ରୀତା ଦେଇ ସାରିଥିଲା ମାଟ୍ରିକ ପରୀକ୍ଷା । ଫଳ ଆଜି ବାହାରିଚି । ପରୀକ୍ଷାରେ ଆଜି ଫାଷ୍ଟ ଡିଭିଜନ ରେ ପାସ୍ କଲା ରୀତା । ତା ବାପା ମା ଥିଲେ ଆଜି କେତେ ଖୁସି ହେଇଥାନ୍ତେ । ମନ ତାର ବହୁତ ଦୁଃଖ ଥିଲା । ବାପା ମା ଙ୍କ ଫଟୋ ପାଖରେ ଟିକିଏ ହାତ ଯୋଡି ଠିଆ ହେଲା ଆଉ କାନ୍ଦୁଥିଲା । ମୁଁ ଯାଇ ରୀତା କୁ ଭିଡି ଆଣିଲି, ଲୁହ ପୋଛି ଦଉ ଦଉ କହିଲି ଚାଲ ତୋ ପାସ୍ କଥା ତୋ ଭାଇ କି ଫୋନ୍ ରେ ଜଣାଇବା । ରୀତା ଦୁଃଖ ଭୁଲି ଗଲା ।ଆଉ ହସି ହସି କହିଲା ଫୁଲେଇ ,ମୋ ଭାଇ ସାଙ୍ଗ ରେ କଥା ହେବାକୁ ବାହାନା ଖୋଜୁଛି । ଏ କଥା କହିବା ମାତ୍ରେ ମୁଁ ରୀତା କୁ ଗୋଡାଇଲି । ସେ ଦାଣ୍ଡ ଆଡେ ଦଉଡିଲା । ମୁଁ ଦଉଡ଼ି ଦଉଡ଼ି ଯାଉଛି ହଠାତ୍ କାହା ସହିତ ପିଟି ହେଇଗଲି ମଝି ଅଗଣାର ଗଳିରେ । ଦେଖିଲି ରଘୁଆ ହସୁଛନ୍ତି । ଦୁଇ ହାତରେ ମତେ ତାଙ୍କ ବିଶାଳ ଛାତି ଉପରକୁ ଟାଣି ନେଲେ । ମୋ ମଥାରେ ଗୋଟିଏ ସ୍ନେହର ଚୁମ୍ବନ ଦେଇ ହସି ହସି କହିଲେ ମୁଁ ସକାଳୁ ଆସିଲେଣି । ଆମେ ଭାଇ ଭଉଣୀ ତତେ ସପ୍ରାଇଜ ଦେବୁ ବୋଲି ତତେ ଜଣାଇ ନ ଥିଲୁ । ଯାଣିଚୁ ମୁଁ ଗୋଟିଏ ଭଲ କମ୍ପାନୀରେ ଚାକିରି ପାଇଛି ,ମାସକୁ କୋଡିଏ ହଜାର ଟଙ୍କା ।ମୋର କାମ ହେଲା ଅଫିସ ମ୍ୟାନେଜମେଣ୍ଟ । ଅଫିସ୍ ସଫା ରଖିବା ଲୋକଙ୍କୁ ତାଗିଦ୍ କରିବା ।କିଏ କେତେ ବେଳେ ଆସିଲେ ମ୍ୟାଡମ୍ ଙ୍କୁ ଜଣାଇବା । ଆଉ ମ୍ୟାଡମ୍ ଯୁଆଡେ ଯିବେ ତାଙ୍କୁ ନବା ଆଣିବା କରିବା ।ତୁତ ଯାଣିଚୁ ମୁଁ କିପରି ଭଲ ଡ୍ରାଇଭର , ସବୁଠାରୁ ଦୁଃଖ କଥା କଣ ଯାଣିଚୁ , ମୁଁ ଯେମିତି ମୋ ବାପା ମା ଙ୍କୁ ହରାଇଚି ମୋ ଅଫିସ୍ ମ୍ୟାଡମ୍ ବି ତାକଂ ବାପା ମା ଙ୍କୁ ହରାଇ ଛନ୍ତି । ତାଙ୍କୁ ଦେଖିଲେ ମତେ ବହୁତ ଦୁଃଖ ଲାଗେ, ଏମିତି ମୋ ରଘୁଆ କେତେ କଣ ଗପି ଚାଲି ଥିଲେ ।ମୁଁ କିନ୍ତୁ ରଘୁଆ ଙ୍କ ପ୍ରଥମ ଆଲିଙ୍ଗନ ପାଇ ଲାଜରେ ମରି ଯାଉଥିଲି ।ତାଙ୍କ ବାହୁ ବନ୍ଧନରୁ ମୁକୁଳି ରୀତା ପାଖକୁ ଚାଲିଗଲି ।

ରୀତା ମତେ ଦେଖି ମୁରୁକି ମୁରୁକି ହସୁଥିଲା,

ଆଉ କହିଲା ତୁ ମୋ ଭାଉଜ ଏଇଥର ହେଇଜା ।ନହେଲେ ଭାଇ ଆଉ କାହାକୁ ସେଠି ବିଭା ହେଇଯିବଯେ ତୁ କାନ୍ଦୁଥିବୁ ।

ମୁଁ ଲାଜରେ ଏକ ମୁହା ହେଇ ପଳାଇଲି।

ସେଇଦିନ ରାତିରେ ଆମ ଘରେ ଖାଇବାକୁ ମୋ ବାପା ଆସି ରଘୁଆ ଆଉ ରୀତା କୁ ଡାକିଦେଇ ଗଲେ ,କହିଲେ ରଘୁ ଆମ ଘରକୁ ଶିଘ୍ର ଟିକେ ଆସିବ । କଥା ଟିଏ ଅଛି ତୁମ ପାଖରେ ।

ରାତ୍ରି ନଟାରେ ରଘୁଆ ପହଞ୍ଚିଲା ରୀତା କୁ ଧରି, ଆମ ଘରେ । ଖାଇବା ସବୁ ମୁଁ ତିଆରି କରି ଥିଲି । ଭାରି ଜତ୍ନ ରେ ।

ବାପା ବିଭାଘର ବିଷୟବସ୍ତୁ ଉପରେ ଦୃଷ୍ଟିପାତ କରାଇ ଦେଇ କହିଲେ " ଆସନ୍ତା ମେ ମାସରେ ତୁମ ଦୁହିଁଙ୍କ ବିଭା ଘର କରାଇ ଦେବି ବୋଲି ଭାବୁଛି ।ତୁମର କିଛି ଆପତ୍ତି ନାହିଁ ତ ?

ରଘୁଆ ମୁଣ୍ଡ ହଲେଇ ସନ୍ମତି ଦେଲା, ଆଉ କହିଲା ଆର ମାସରେ ବାପା,ମା ଙ୍କ ଶ୍ରାଦ୍ଧବାର୍ଷିକୀ ଅଛି । ମୁଁ ଆସିବି । ଚାହୁଁ ଚାହୁଁ ତିନି ବର୍ଷ ପୁରିଗଲା ବାପା ବୋଉ ଯିବାର । ସରିଗଲା ପରେ ଆପଣ ତାରିଖ ଠିକ୍ କରି ମତେ କହିବେ ।

ମେ ମାସ ଆସିଗଲା । ବିଭାଘର ସରିଗଲା, ଗାଁ ଢିଅ ଖଣ୍ଡିକ ଆଉ କିଛି ଟା ଚାଷ ଜମି ଦେଖାଶୁଣା କରିବା ପାଇଁ ମୋ ବାପାଙ୍କ ହାତ ରେ ଦେଇ ରଘୁଆ ରୀତାକୁ ଆଉ ମତେ ନେଇ ଭୂବନେଶ୍ବର ପଳାଇ ଆସିଲେ । ରହିବା ପାଇଁ ସେ ଆଗରୁ ଭଡାଘର ଠିକ୍ କରିଦେଇଥିଲେ ।ରୀତା ସେଠି କଲେଜ ରେ ପଢିଲା । ମୁଁ ଆଉ ରଘୁଆ ନୂଆ ନୂଆ ବିବାହ ବନ୍ଧନ ରେ ବାନ୍ଧିହୋଇଥିବାରୁ ବହୁତ ଖୁସି ରେ ଥିଲୁ ,ଦୁଇ ଜଣଙ୍କର ଦୁଇ ଜଣଙ୍କ ପ୍ରତି ପ୍ରେମ ବଢି ବଢି ଚାଲି ଥିଲା ।

ଦିନେ ସକାଳୁ ସକାଳୁ ମୁଁ ଖୁସିର ଖବର ଟିଏ ରଘୁଆ ଙ୍କୁ କହିଲି । ସେ ଭାବ ବିଭୋର ହୋଇ ମତେ କୁଣ୍ଢେଇ ପକେଇ ଟେକି ଦେଲେ । ଆଉ ହସି ହସି କହିଲେ ମୁଁ ବାପା ହେଇ ଯିବି ।ମତେ ତାଗିଦ୍ କରି କହିଲେ ତୁ ଖଟରୁ ତଳକୁ ଓହ୍ଲାଇ ବୁନି, ଯାହା କାମ ମୁଁ ଆଉ ରୀତା ମିସିକି କରିଦବୁ ।ମୁଁ ଖାଲି ହସୁଥାଏ ତାକଂ କଥା ଶୁଣିକି ।ସତକୁ ସତ ନ ମାସ ଦଶଦିନ ଭିତରେ ମୋ ର ଗୋଟିଏ ପୁଅ ଜନ୍ମ ହେଲା,ସେ ପର୍ଯ୍ୟନ୍ତ ଭାଇ ଭଉଣୀ ମତେ କିଛି କାମ କରାଇ ଦିଅନ୍ତି ନାହିଁ ।ବହୁତ ଭଲ ପାନ୍ତି ମତେ । ମୋ ବାପା ବୋଉ ଆସିଥିଲେ ପୁଅ ହେଲା ବେଳକୁ । ବୋଉ କହିଲା ଜ୍ୟାଇଁ ଙ୍କୁ କହ ତତେ ଏବେ ଆମ ପାଖରେ ଛାଡି ଦେବେ । ବର୍ତ୍ତମାନ ତୋର ଆମ ପାଖରେ ରହିବା ନିହାତି ଜରୁରୀ ।ତୁମେ ପିଲା କିଛି ଯାଣିନ । ପିଲା ଟିକିଏ ବଡ ହବା ପର୍ଯ୍ୟନ୍ତ ତୁ ଆମ ଘରେ ରହିବୁ ।ମୁଁ ମୋ ନାତୀ କୁ ଘଷା ମୋଡା କରି ଟିକିଏ ବଡ କରିଦେଲେ ତୁମେ ପୁଣି ଭୂବନେଶ୍ବର ଆସି ଯିବ । ସତକୁ ସତ ରଘୁଆ ବି ରାଜି ହେଇଗଲେ ।

ଦିନେ ସନ୍ଧ୍ୟାରେ ରଘୁ ମତେ ଆଣି ଆମ ଘରେ ଛାଡ଼ି ଦେଇ ମା କୁ କହିଲେ କିଛି ଅସୁବିଧା ହେଲେ ମତେ ସଙ୍ଗେସଙ୍ଗେ ଫୋନ୍ କରିବେ ।ମୁଁ ଆସି ପହଞ୍ଚି ଯିବି । ଆଉ ମତେ ଆଖି ଛଳ ଛଳ କରି କହିଲେ ତୁମେ ମୋର ହୃଦୟ ଆଉ ମୋ ଜୀବନ ତୁମ ପାଖରେ ରହୁଛି । କିଛି ଅସୁବିଧା ହେଲେ ମତେ ସଙ୍ଗେସଙ୍ଗେ ଫୋନ୍ କରିବ ମୁଁ ଆସି ତୁମଂକୁ ନେଇଯିବି । ନିଜର ଜତ୍ନ ନବ । ମୋ ପୁଅ ର ଦାୟିତ୍ବ ତା ଆଈକୁ ଦେଇ ଦବ । ତୁମେ ବେସି ଓଦା ହବନି ।ପୁଅ ମୁହଁ କୁ ଚାହିଁଲେ । ଗାଲରେ ହାତ ମାରି କହିଲେ " ଧନରେ ମୁଁ ଶିଘ୍ର ଆସିବି ତୁ ଟିକିଏ ଟାଣ ହେଇଯା ଆଈଙ୍କଠୁ ଘଷା ମୋଡା ଖାଇ । କହି ଚାଲିଗଲେ ।ଯିବା ବେଳେ ରଘୁ ବହୁତ ଦୁଃଖ ରେ ଯାଉଥିଲେ ।ପଛକୁ ଚାହୁଁ ଥିଲେ ।

ପୁଅ କୁ ଆଠମାସ ହେଇଗଲା ।ରଘୁ ବେଳେ ବେଳେ ଆସନ୍ତି ।ପୁଅ କୁ ଗେହ୍ଲାକରି ମତେ କିଛି ଟଙ୍କା ଦେଇ ମୋ ପୁଅର ଯତ୍ନ ନଉଥିବ କହି, କୁହନ୍ତି କଣ କରିବି ପରଘରେ ମୁଣ୍ଡ ବିକିଛି ତୁମଂକୁ ସମୟ ଦେଇ ପାରୁନି । କହି କି ମନ ଦୁଃଖ କରନ୍ତି, କୁହନ୍ତି ଆସନ୍ତା ମାସରେ ତୁମଂକୁ ନେଇଯିବି, ତୁମ ବିନା କିଛି ଭଲ ଲାଗୁନି । ସତରେ ତୁମେ ବହୁତ ମନେ ପଡୁଛ !! ଆର ମାସରେ ଆସିଲେ ନେଇଯିବି ତୁମ ଦୁହିଁଙ୍କୁ ।ଏହା କହିକି ଭୂବନେଶ୍ବର ପଳାନ୍ତି ।

ଆଜି ସକାଳୁ ଦେଖିଲି ମୋ ପୁଅ କୁ ପ୍ରବଳ ଜର !! ଧାନ ପକାଇଲେ ଖଇ ହେଇଯିବ,ମତେ ବହୁତ ଡର ଲାଗିଲା ।ବୋଉ କହିଲା ରଘୁ ଙ୍କୁ ଫୋନ୍ କର । ମୁଁ ସଙ୍ଗେସଙ୍ଗେ ଫୋନ୍ ଲଗାଇଲି, କିନ୍ତୁ ସେପଟୁ ଫୋନ୍ ସୁଇଚ୍ ଅଫ୍ ଦେଖାଇଲା, କଣ କରିବି ମୁଣ୍ଡ କିଛି କାମ କଲାନି । ଆହୁରି ଥରେ ଲଗାଇଲି , କିଛି ସମୟ ଅନ୍ତରରେ ଲଗାଇ ଚାଲିଲି ,ସେଇ ଏକା କଥା ।ସୁଇଚ୍ ଅଫ୍ ।

ଉପାୟ ଶୂନ୍ୟ ହେଇ ବାପା ଙ୍କ ସାଙ୍ଗରେ ପୁଅ କୁ ନେଇ କି ଭୂବନେଶ୍ବର ପଳାଇ ଗଲି ।ଗୋଟିଏ ଘରୋଇ ହସ୍ପିଟାଲରେ ଆଡ୍‌ମିଟ୍ କରି ମେଡିସିନ୍ ଦେଲା ପରେ ପୁଅ ର ଜୂର କମିଗଲା ।ତା ପରେ ମୁଁ ଭୂବନେଶ୍ବର ଭଡାଘରେ ପହଞ୍ଚିଲି । ରୀତା ଆସି କବାଟ ଖୋଲିଲା ।ମତେ ଦେଖି ବହୁତ ଖୁସି ହେଇଗଲା ।ସଙ୍ଗେସଙ୍ଗେ ମୋ କୋଳରୁ ପୁଅ କୁ ନେଇ ଗେଲକରି ପକାଇଲା ଆଉ କହିଲା ପୁଅ ପୁରା ଭାଇ ପରି ହେଇଛି । ମୋ ଉଦ୍ଦେଶ୍ୟ ରେ କହିଲା ଅଚାନକ ଆସିଗଲୁ ଫୁଲେଇ । ମୋ ଭାଇ କଥା ବହୁତ ମନେ ପଡିଲା କି ?

ମୁଁ ପୁଅର ଜର ବିଷୟରେ କହିଲି

ଫୋନ୍ ସୁଇଚ୍ ଅଫ୍ ଦେଖାଇଲା ବୋଲି କହିଲି ।ରୀତା କହିଲା "ଭାବନାର କି କାମ କେଜାଣି ଆଜିକୁ ମାସେ ଉପରେ ହବ ସେ ଘରେ ଖାଉନି କି ଠିକ୍ ସମୟରେ ଘରକୁ ଆସୁନି ।ଫୋନ୍ କରିବାକୁ ମତେ ମନା କରିଛି, ରାତ୍ରି ରେ ଡେରି ରେ ଆସୁଛି ।

ଏ କଥା ଶୁଣି ମୋ ମୁଣ୍ଡ ବୁଲେଇ ପକାଇଲା ।ମୁଁ ବାପା ଙ୍କୁ କହିଲି ମୁଁ ଟିକିଏ ତାଙ୍କ ଅଫିସ୍ କୁ ଯାଉଛି ।ରୀତା ତୁମେ ଖାଅ , ମୋ ପୁଅ ଶୋଇଛି ଉଠିଲେ ଧରିବ ।ମୁଁ ଆସୁଛି କହି ସିଧା ରଘୁ ଅଫିସ୍ ଆଡେ ଚାଲିଲି , ଅଫିସ୍ ରେ ପହଞ୍ଚି ଦେଖିଲି ରଘୁ ଅଫିସ୍ ରେ ନାହାନ୍ତି । ସେଠି ଯେଉଁ ଷ୍ଟାଫ୍ ଥିଲେ ତାଙ୍କୁ ରଘୁ କଥା ପଚାରିଲି । ସେମାନେ କହିଲେ ମ୍ୟାଡମ୍ ଙ୍କୁ ନେଇକି ତାକଂ ଘରକୁ ଯାଇଛନ୍ତି । ମ୍ୟାଡମ୍ ଙ୍କ ଠିକଣା ତାକଂ ଠାରୁ ଆଣି ମୁଁ ରିକ୍ସା କରି ମ୍ୟାଡମ୍ ଙ୍କ ଘରେ ପହଞ୍ଚିଲି । ଯାହା ଦେଖିଲି ମୋ ପାଦତଳୁ ମାଟି ଖସିଗଲା !!

ମ୍ୟାଡମ୍ ଙ୍କ ଘର ବାହାରେ ଗୋଟିଏ ଫୁଲ ବଗିଚା ଅଛି, ସେ ବଗିଚାରେ ଗୋଟାଏ ପଲଙ୍କ ପଡିଛି ,ସେ ପଲଙ୍କ ଉପରେ ମ୍ୟାଡମ୍ ନାଲି ଶାଢି ପିନ୍ଧି ବସି ଛନ୍ତି ଆଉ ମୋ ରଘୁ ,ସୁଟ୍ ବୁଟ୍ ପିନ୍ଧି ସାମ୍ପୋ କେଶକୁ ଫୁର୍ ଫୁର୍ କରି ହାତରେ ଗୋଟିଏ ସିଗାରେଟ ଧରି ମ୍ୟାଡମ୍ ଙ୍କ ପିଠିକି ଆଉଜିକି ବସିଛନ୍ତି । ପାଟି ରୁ ଧୂଆଁ ବାହାର କରି କହୁଛନ୍ତି Love you ରିୟା

ସତରେ ତୁମେ ଜଦି ମତେ ବିବାହ ନ କରିଥାନ୍ତ ତେବେ ମୁଁ ତୁମ ବିନା ମରିଯାଇ ଥାନ୍ତି।ଗାଁ ରେ ଯୋଉ ଗାଁଉଲି ଝିଅ ସାଙ୍ଗରେ ବାପା ମୋର ବାହାଘର କରାଇ ଥିଲେ ଛି , ଛି, ସେ କି ଅସୁନ୍ଦରୀ ।କୁଆଡୁ କେଜାଣି ଗୋଟିଏ ଛୁଆ ଆଣି କହୁଛି ସେ ଛୁଆ କୁଆଡେ ମୋର ହା.....ହା.....ହା.....

ମ୍ୟାଡମ୍ କଣ କହିବା ପୂର୍ବରୁ ମୁଁ ସେଠୁ ଚାଲି ଆସିଲି । ଟାଉ ଟାଉ ହେଇ ପୁଅ କୁ ଧରି ବାପାଙ୍କୁ କହିଲି ଚାଲ ଗାଁ କୁ ପଳାଇବା !! ବାପା କହିଲେ କାଲି ସକାଳେ ରଘୁଆଙ୍କୁ ଦେଖି କି ଟିକିଏ କଥା ବାର୍ତ୍ତା ହେଇକି ଯିବା ,ମୁଁ ଜିଦ୍ କଲି ଏବେ ଯିବା । ବାପା ମତେ ପଚାରିଲେ କଣ ହେଲା ?? ଏମିତି କାହିଁକି ଅଥୟ ହେଉଛୁ ମା ?

ବୋଉ କଥା ମନେ ପଡୁଛି । ପୁଅ ଦେହ ଭଲ ନଥିଲା ।

ବୋଉ ବ୍ୟସ୍ତ ହେଉଥିବ । ଚାଲ ପଳାଇବା । ଆଶ୍ଚର୍ଯ୍ୟ ହେଇ ବାପା ଚାହିଁଲେ ଆଉ କହିଲେ ମୁଁ ଫୋନ୍ କରି ଦଉଚି । ତୁ ପୁଅ ପାଖକୁ ଯା । ରୀତା ଆସି ଟାଣି ନେଲା ରମା କୁ ।ଆଉ ମୁଣ୍ଡ ରେ ହାତ ରଖି କହିଲା ସତ କହ ତୋର କଣ ହେଇଛି !! ରମା କାନ୍ଦି କାନ୍ଦି ସବୁ କହିଲା ରୀତା କୁ । ରୀତା ବିଶ୍ୱାସ କରି ପାରିଲା ନାହିଁ । କହିଲା " ତୁ କିଛି ଭୁଲ ଦେଖିଚୁ । ଭାଇ ଜମା ରୁ ଏମିତି ନୁହଁନ୍ତି । ତୁ ଏଠି ନାହୁଁ ବୋଲି ତୋ ଫଟୋ ସେ ଧରିକି କଣ ଗପି ଗପି ଶୋଇ ବାର ମୁଁ ଦେଖିଚି ।

ଚାଲ ଭାଇ ଆସିଲେ ସବୁ ମୁକାବିଲା ହବ । ଆ ଗପୁଥିବା ।


ରମା କୁ କିନ୍ତୁ ସବୁ ଦିଗ ଅନ୍ଧାର ଦେଖା ଯାଉଛି । କିପରି ସେ ଏଠୁ ପଳାଇ କୋଉଠି ଗୋଟିଏ ଗାଡି ତଳେ ପଡିଯାଇ ନିଜକୁ ଶେଷ କରିଦବ । ଏଇଆ ଭାବି ଖାଲି ଏକାକୀ ରହିବା ପସନ୍ଦ କରୁଥିଲା । ରୀତା ବାଥରୁମ୍ ଗଲା । ବାପା ଶୋଇ ଗଲେଣି । ରଘୁଆ ଘରକୁ ଆସି ନାହାନ୍ତି । ବାସ୍ ।ଏଇଟା ସୁବର୍ଣ୍ଣ ସୁଯୋଗ ସମସ୍ତିକଂ ଠାରୁ ଅଲଗା ହବାର । ପୁଅକୁ କାନ୍ଧରେ ପକାଇ ରାଜରାସ୍ତାକୁ ଓହ୍ଲାଇ ଚାଲିଲା ଆଗକୁ ଆଗକୁ ବହୁତ ଆଗକୁ । କୁକୁର ଭୋକୁ କି ବିଲୁଆ । ମେଘ ବରଷୁ କି ଘଡି ଘଡି ମାରୁ । ମନରେ ଭୟ ନାହିଁ । ବଡ ବଡ ପାହୁଣ୍ଡ ପକାଇ ଚାଲିଛି ବସ ଆଗକୁ । ଦୟା ନାହିଁ ପୁଅ ଉପରେ । ଆଜି ରଘୁଆ ଉପରୁ ମନ ଛାଡି ଯାଇଛି । ଏ ଜୀବନ ଆଉ କାହା ପାଇଁ ରହିବ !! ଯାହାକୁ ଏତେ ଭଲ ପାଉଥିଲି ସେ ତ ମତେ ଆଜି ଗାଉଁଲି ନଷ୍ଟ ଚରିତ୍ର ଝିଅ ବୋଲି ସମ୍ବୋଧନ କଲା ସମସ୍ତିକଂ ଆଗରେ । ଆଉ କାହା ପାଇଁ ବଞ୍ଚିବି !! ଏମିତି ଅକୁହା କଥା ଆଉ ହୃଦୟ ଯାକର ଦୁଃଖ କୁ ନେଇ ରମା ଜୀବନର ଶେଷ ପାହାଚ ଆଡକୁ ଗତି କରୁଛି । ପାଖେଇ ଆସୁଛି ଗୋଟିଏ ଗାଡି । ରମା କାଳ ବିଳମ୍ବ ନ କରି ପୁଅ କୁ ରାସ୍ତା ମଝିରେ ଶୁଆଇ ଦେଇ ନିଜେ ଶୋଇ ପଡିଲା । ଭଗବାନଙ୍କ ନାଁ ରେ ଗୋଟିଏ ବଡ ପ୍ରଣାମ ଜଣାଇ କ୍ଷମା ପ୍ରାଥନା ମାଗିନେଲା ଯେ ଆତ୍ମହତ୍ୟା କରୁଛି ଆଉ ପୁଅକୁ ହତ୍ୟା କରୁଛି ସେଥିପାଇଁ ମତେ କ୍ଷମା କରନ୍ତୁ !! ଆଖିରୁ ଧାର ଧାର ଲୁହ ବୋହି ଚାଲିଛି । ପୁଅ ମୁଣ୍ଡରେ ହାତ ରଖି କହୁଛି ମତେ କ୍ଷମା କରିଦବୁ ଧନ । ଆ ମୋ କୋଳରେ ଶୋଇ ଯା । ସବୁ ଦିନ ପାଇଁ ତୋର ମୋର ଏ ଅଶାନ୍ତ ବିଚିତ୍ର ଦୁନିଆରୁ ସବୁ ଦିନ ପାଇଁ ଆଖି ବୁଜି ଚିର ନିଦ୍ରା ରେ ଶୋଇ ଯିବା ।ରମା ଆଗକୁ ଚାହିଁଚି । ଗାଡିଟି ମାଡି ଆସୁଛି । ଯେମିତି କ୍ଷଣକେ ସବୁ ଶେଷ କରିଦବ !!

ସତକୁ ସତ ଗାଡିଟି ମାଡି ଆସିଲା । ରମା ପୁଅକୁ କୋଳରେ ଚାପିଧରି ଆଖି ବନ୍ଦ କଲା । କିଛି ସମୟ ଅନ୍ତରରେ ରମା ଆଖି ଖୋଲିଲା । ଗାଡିଟି କାହିଁକି ଆସୁନାହିଁ ?

ଦେଖିଲା ଗାଡିଟି ଟିକିଏ ଆଗରେ ଅଟକିଛି । ଦୁଇ ତିନି ଜଣ ଲୋକ ଗାଡି ଭିତରୁ ବାହାରି ତା ଆଡକୁ ଅଗ୍ରସର ହେଉଛନ୍ତି । ସେ ଉଠି କି ଦଉଡି ବାକୁ ଚେଷ୍ଟା କଲା । କିନ୍ତୁ ପାରିଲା ନାହିଁ । ଜଣେ ମ୍ୟାଡମ୍ ମାଡି ବସିଲେ ଆଉ କହିଲେ ତୁମେ ଠିକ୍ ଅଛତ ?

ତୁମେ ଏମିତି ରାତି ବାରଟାରେ ରାସ୍ତା ରେ ପିଲା କୁ ଧରି କାହିଁକି ଶୋଇଥିଲ ? କଣ ହେଇଛି ତୁମର ?? କାନ୍ଦି ପକାଇ ରମା କହିଲା ନା ନା ମୁଁ ଠିକ୍ ଅଛି । ନା ତୁମେ ଠିକ୍ ନାହଁ !! ଏହା କହି ସେ ମ୍ୟାଡମ୍ ରମା ର ହାତ ଧରି କହିଲେ ଆଜି ମୋ ସାଙ୍ଗରେ ଆମ ଘରକୁ ଚାଲ । କାଲି ତୁମ ଘରେ ଛାଡି ଦେବି । ରମା ହାତ ଭିଡି ନେଇ କହିଲା ପ୍ଲୀଜ ମ୍ୟାଡମ୍ , ମତେ ମୋ ବାଟରେ ଛାଡି ଦିଅନ୍ତୁ ।

ମ୍ୟାଡମ୍ ଆଶ୍ଚର୍ଯ୍ୟ ହେଲେ ରମା ର କଥାରେ ।ଆଉ କହିଲେ ତୁମେ ଗାଡିରେ ବସ , ଯୋଉଠି କହିବ ମୁଁ ସେଠି ଛାଡି ଦେବି । ଚାଲ ।

ରମା ଅନିଚ୍ଛା ସତ୍ତ୍ବେ ଗାଡିରେ ବସିଲା । ମ୍ୟାଡମ୍ ଡ୍ରାଇଭର୍ କୁ କହିଲେ ଗାଡି ଚଲାଇ ବାକୁ ଆଉ ରମା ପାଖକୁ ଲାଗିକି ବସିଲେ । କହିଲେ ଶୁଣ ମୋର ଗୋଟିଏ ଆତ୍ମ କାହାଣୀ ।ତୁମେ କାହିଁକି ରାସ୍ତାରେ ଶୋଇଥିଲ ମୁଁ ଯାଣିନି । କିନ୍ତୁ ତୁମେ ଆଗେ ମୋ କାହାଣୀ ଶୁଣ --:

ଗୋଟିଏ ଛୋଟ ଝିଅ ଥିଲା । ସେ ମନ୍ଦିର ରେ ଫୁଲ ବିକ୍ରୀ କରି ଚଳୁଥିଲା ।ତାକୁ ସବୁ ସମୟରେ ଦୁଇ ଜଣ ସ୍ବାମୀ ସ୍ତ୍ରୀ ମନ୍ଦିର ରେ ଖାଇବାକୁ ଦିଅନ୍ତି । ଅଧିକ ଟଙ୍କା ଦେଇ ତା ଫୁଲ ସବୁ କିଣି ନିଅନ୍ତି ।ଏମିତି ତାଙ୍କର ଭାବ ଟିକିଏ ଗଭୀର ହେବା ପରେ ସେ ଭଦ୍ର ମହିଳା ତାକୁ ତାଙ୍କ ଘରକୁ ଡାକିଲେ । ସେ ଖୁସିରେ ଆସି ରହିଲା । ପାଠ ବି ଭଲ ପଢିଲା । ଦୁଇ ଜଣଙ୍କୁ ଆସ୍ତେ ଆସ୍ତେ ବାପା ମା ଡାକିଲା । ବହୁତ ଭଲରେ ତାର ଦିନ କଟୁଥାଏ । ଚାହୁଁ ଚାହୁଁ ଝିଅଟି ବଡ ହେଇଗଲା ।ସେ ଜଣକୁ ପସନ୍ଦ କଲା ବିଭା ହବାକୁ ।କିନ୍ତୁ ଜାତିର ନଥିବାରୁ ବାପା, ମା , ମନା କଲେ । ହେଲେ ଝିଅ ଟି ସେ ପୁଅକୁ ଏତେ ଭଲ ପାଇଥିଲା ଯେ ସେ ଜିଦ୍ ଧରିଲା ସେ ପୁଅକୁ ବିଭା ହବାକୁ ।

ତାକୁ ଏତେ ଭଲ ପାଉଥିବା ବାପା ମା ହଟାତ୍ ଦିନେ ସକାଳୁ କୁଆଡେ ଚାଲି ଗଲେ । ଆଉ ଗୋଟିଏ ଚିଠି ଲେଖିଥିଲେ :-

ମା ରେ

ତୋ ଇଛା ରେ ତୁ ବିବାହ କରି ଭଲରେ ରହ ।

ଆମେ ନା ତତେ ଛାଡି ପାରିବୁ ! ନା ଅଜାତି ଜ୍ବାଇଁ ବୋଲି କାହାଠାରୁ ଶୁଣି ପାରିବୁ । ତେଣୁ ଆମେ ଆମ ବାଟରେ ଯାଉଛୁ ।ଆଉ ଆମକୁ ଖୋଜିବୁ ନାହିଁ ।

ବାସ୍ ଏତିକି ଲେଖା , ଝିଅଟି ରାତିରେ ଦେଖିଲା , କିନ୍ତୁ ବାପା ମା ଙ୍କୁ ଖୋଜି ବାକୁ ଅନ୍ଧାରରେ କୁଆଡେ ଯିବ ବୋଲି ଭାବି କାହାକୁ କିଛି ନ କହି ରହିଗଲା ।

ସକାଳୁ ସକାଳୁ ଗୋଟିଏ କିଲୋ ମିଟର ଭିତରେ ବାପା ମା, ମରିକି ପଡି ଥିବାର ଦେଖିଲା । ବହୁତ କାନ୍ଦିଲା ।ଆଉ ଭାବିଲା ମୋ ପାଇଁ ଆଜି ମୋ ଭଗବାନ ପରି ବାପା ମା ଙ୍କର ମୃତ୍ୟୁ ହେଲା । ମୁଁ ଆଜି ମଣିଷ ଏଇ ମାନଙ୍କ ପାଇଁ ହେଇଛି । ଅଚଳାଚଳ ସମ୍ପତ୍ତି ମୋ ନାଁରେ କରିଛନ୍ତି । ମତେ ରାସ୍ତା କଡରୁ ଗୋଟାଇ ଆଣି ଆଜି ମଣିଷ କରିଛନ୍ତି । କିନ୍ତୁ ମୋ ଯୋଗୁ ସେମାନେ ଆଜି ଅଶାନ୍ତି ରେ ଚାଲିଗଲେ !

ବହୁତ ଭାବିବା ପରେ ସେ ଝିଅଟି ସେ ପୁଅକୁ ବିଭା ହବନି ବୋଲି ସ୍ଥିର କଲା । ସବୁ ଦିନ ବାପା ମା ଙ୍କୁ ଫୁଲ ପାଣି ଦେଇ ପୂଜା କରୁଛି । ଆଉ ଫଟୋ ପାଖରେ ହସ୍ତ ଯୋଡି କୁହେ ମତେ କ୍ଷମା କରିଦିଅ ।

ମୁଁ ଆଜି ମୋ ଭୁଲ ପାଇଁ ତୁମଙ୍କୁ ହରାଇଲି । ଯେଉଁ ଭୁଲ୍ ପାଇଁ ତୁମଙ୍କୁ ହରାଇଲି ସେଇ ଭୁଲ ମୁଁ ଆଉ କରିବିନି କି ମୋ ଜୀବନରେ ମୁଁ ଆଉ ବିବାହ କରିବି ନାହିଁ । ବହୁତ ଥର ଭାବିଛି ମରିଯିବି ମୋ ବାପା ମା ଙ୍କ ପାଇଁ । କିନ୍ତୁ ନା ମରିବା ମହାପାପ । ସେଥିପାଇଁ ମୁଁ ଆଜି ବଞ୍ଚିଛି । ସେଇ ଝିଅଟି ମୁଁ ନିଜେ । ଏବେବି ମୋ ଭୁଲ କଥା ଭାବି ନିଜେ ନିଜେ କାନ୍ଦୁଛି । ମୁଁ ଜଦି ସେଦିନ ରାତିରେ ତାଙ୍କୁ ବାହାରକୁ ଯିବାକୁ ରୋକି ଥାନ୍ତି ତେବେ ଆଜି ସେମାନେ ମୋ ପାଖରେ ଥାନ୍ତେ । ତୁମକୁ ରାସ୍ତାରେ ଦେଖି ଭାବିଲି କାଳେ ତୁମେ ସେମିତି କିଛି ମନରେ ଭାବି ରାସ୍ତାରେ ଶୋଇଥିବ !! ରାଗ ମୁଡରେ ମଣିଷ କିଛି ବି କରିପାରେ । ସେଥିପାଇଁ ତୁମକୁ ମୁଁ ନେଇ ଆସିଲି । ଆଜି ପରେ ତୁମେ ପୁଣି ନର୍ମାଲ ହେଇଯିବ । ରମା ସବୁ ଶୁଣୁଥିଲା । ଆଉ କାନ୍ଦୁଥିଲା ।ଏମିତି କିଛି ସମୟ ପରେ ମ୍ୟାଡମ୍ ଙ୍କ ଘର ଆସିଗଲା । ରମା ଆଶ୍ଚର୍ଯ୍ୟ ହେଇଗଲା ମ୍ୟାଡମ୍ ଙ୍କ ଘର ଦେଖି । ଆଉ ସେଇ ବାହାର ଫୁଲ ସଜ୍ଜିତ ଖଟଟି ବି ପଡିଛି ।

ଆଗ ଡ୍ରାଇଭର ସିଟ୍ ରେ ରଘୁଆ ଥିଲା । ସଙ୍ଗେସଙ୍ଗେ ରମା ମୁହଁ ଲୁଚାଇ ଦେଲା ।ଏତେ ବାଟ ଆସିବା ପରେ ଅନ୍ଧାର ବୋଲି କେହି କାହାକୁ ଦେଖି ନାହାନ୍ତି । ଗାଡିରୁ ମ୍ୟାଡମ୍ ଓହ୍ଲାଇ ପଡି ରମା କୁ ଇସାରା ଦେଲେ ଓହ୍ଲାଇ ବାକୁ । ରମା ଓହ୍ଲାଇ ଗୋଟିଏ କଡକୁ ଚାଲିଗଲା ।ରଘୁଆ ଗାଡି ଗ୍ୟାରେଜ୍ ରେ ରଖି କହିଲା ମ୍ୟାଡମ୍ ମୁଁ ଏବେ ଆସୁଛି ।ମୋ ଭଉଣୀ ଏକା ଅଛି । ଡରୁଥିବ । ହଁ ରଘୁ ତମେ ଯାଅ । ମ୍ୟାଡମ୍ ଆଜିର ସଟ୍ ଫିଲ୍ମ ରେକଡିଂ ରେ ଯାହା ସବୁ କହିଛି ମତେ କ୍ଷମା କରି ଦେବେ । ମୋ ଦୋଷ ଧରିବେନି । ଆରେ ନା ରଘୁ । ତୁମେ ସୁଟିଙ୍ଗ ରେ କହୁଥିଲ । ଥୋଡି ନା ମତେ କହିଚ ?

ଫୋନ୍ ବାଜି ଉଠିଲା । ଆରେ ତୁମେ ଫୋନ୍ ଅନ କରୁକରୁ ବାଜି ଲାଣି ଆଗେ ଦେଖ କାଲେ ଭଉଣୀ କି ତୁମ ସ୍ତ୍ରୀ କିଏ ଫୋନ୍ କରିଥିବେ । ରଘୁଆ ଫୋନ୍ ଉଠାଇଲା ସେପଟୁ ଭଉଣୀ କାନ୍ଦି କି କହୁଛି ଭାଉଜ ଆଉ ପୁଅ କୁଆଡେ ପଳାଇ ଛନ୍ତି । ପୁଅ ଦେହ ଭଲ ନଥିଲା ।ତୁମଙ୍କୁ ଫୋନ୍ ଲଗାଇଲେ । ତୁମେ ଉଠାଇ ଲନି । ଭାଉଜ ତାଙ୍କ ବାପାଙ୍କ ସାଙ୍ଗରେ ଆସି ପୁଅକୁ ଡକ୍ଟର ଦେଖାଇ ଏଠି ପହଞ୍ଚି ଦେଖିଲେ ତୁମେ ନାହଁ । କି ଫୋନ୍ ଉଠାଉନ । ପଳାଇଲେ ମ୍ୟାଡମ୍ ଙ୍କ ଘରକୁ ଆଉ ଆସି କି କହିଲେ ତୁମ ଭାଇ ଆଉ ଗୋଟିଏ ବିଭାହେଇ ସାରିଲେଣି । ମୁଁ ଦେଖିକି ଆସିଲି । ଏହା କହି କାନ୍ଦି କାନ୍ଦି କୁଆଡେ ପୁଅକୁ ନେଇ ପଳାଇ ଛନ୍ତି । ବହୁତ କାନ୍ଦୁଥିଲେ । ତୁ ଶିଘ୍ର ଆସେ ଭାଇ । ରଘୁଆ ମ୍ୟାଡମ୍ ଙ୍କ ପାଖରେ କାନ୍ଦି କି କହିଲା ମୋ ସଂସାର ଉଛନ୍ନ ହେଇଗଲା ମ୍ୟାଡମ୍ ଏ ଆମ ଅଫିସ୍ ଫିଲ୍ମ ସୁଟିଙ୍ଗ ପାଇଁ । ସବୁ ମୋ ସ୍ତ୍ରୀ ଆସି ଏଠି ଦେଖିଚି ଆଉ ଭାବିଛି ମୁଁ ଆପଣଙ୍କୁ ବିବାହ କରିଛି ବୋଲି । କଣ କରିବି ।ମୋ ମୁଣ୍ଡ କିଛି କାମ କରୁନି ।ରମା ଘର ଛାଡି କୁଆଡେ ପଳାଇଛି ପୁଅ କୁ ନେଇ କି।ସେ ଭାରି ସ୍ବାଭିମାନୀ ପତ୍ନୀ ମୋର । କିଏ ଯାଣିଲା ରାଗ ମୁଡୁରେ କଣ କରି ଦେଇଥିବେ । ଆରେ ରଘୁ କାର ନେଇ ଯାଅ ।ଆଗେ ଖୋଜ କୁଆଡେ ଗଲେ ।ରଘୁଆ କାର ଆଣିବାକୁ ଯିବା ସମୟରେ କାହିଁକି ସେ ରମା ପିନ୍ଧି ଥିବା ଶାଢି ଉପରେ ନଜର ପଡିଗଲା ।ତା ପରେ ପୁଅ ଉପରେ । ଯାଣି ଗଲା ରଘୁଆ ଏଇ ରମା।ଆମ ପାଇଁ ବଞ୍ଚିଛି ।ଆଉ କିଏ ହେଇଥିଲେ ଚଢେଇ ଦେଇ ଥାନ୍ତା ଗାଡି । ଆଖି ଛଳ ଛଳ କରି ଫୋନ୍ କଲା ରୀତା ପାଖକୁ । ବ୍ୟସ୍ତ ହୁଅନାହିଁ କେହି । ବାପା ଙ୍କୁ କୁହ ତାଙ୍କ ଝିଅ ଆଉ ନାତୀ ମୋ ପାଖରେ ଅଛନ୍ତି ।

ରମା ରଘୁଆ କଥାରେ ଗୋଟାପଣେ ଥରିବାକୁ ଲାଗିଲା । ରଘୁଆ ସିଧା ଯାଇ ରମାର ହାତ ରୁ ପୁଅକୁ ଭିଡି ନେଇ ଗେଲ କରି ପକାଇଲା । କାନ୍ଦି କାନ୍ଦି କହୁଥାଏ ମୋ ବାପା ବୋଉ ଭାଇ ସମସ୍ତେ ମତେ ଛାଡି କି ଚାଲି ଗଲେ । ଆଜି ତୁ ଧନ ମୋ ଠାରୁ ଦୂରେଇ ଯାଇ ମତେ ଜୀବନ୍ତ ମାରିଦେଇ ଥାନ୍ତୁ । ଗେଲ ଉପରେ ଗେଲ କରି ପୁଅ ର ମୁହଁ କୁ ଚାହିଁ ରାମ ମୁହଁ କୁ ଚାହିଁଲା । ସେଇ ସମୟରେ ପୁଅ ଦୁଇ ହାତରେ ବାପା ର କେଶ ଧରି ଭିଡି ଦେଇ ହସିଦେଲା ।

ପୁଅ ର ହସରେ ରଘୁଆ ଆହୁରି କାନ୍ଦି ପକାଇ ରମା ପାଖକୁ ଲାଗି ଯାଇ କହିଲା କାହିଁକି ଛିଡା ହେଇଛ ମତେ ମାରି ଦିଅ !! ତୁମ ମନ ଶାନ୍ତି ହେଇଯିବ ।ମୁଁ ଏଠି ଆଉ ଗୋଟିଏ ବିଭାହେଇ ତୁମକୁ ତ ଫୋପାଡି ଦେଇଛି । ମାରି ଦିଅ ମତେ । ଏତେ ବଡ ପାଦ ଉଠାଇବା ପୂର୍ବରୁ ମୋ କଥା ଟିକିଏ ଭାବିଲ ନାହିଁ ।ମୁଁ କଣ ଏତେ ଖରାପ ? ତୁମେ ଭଲରେ ରହିବ ବୋଲି ମୁଁ ଚାକିରି କରିଛି । ମତେ ଛାଡି କି ଯିବା ପାଇଁ ନୁହେଁ ।ଟିକିଏ ମୋ କଥା ମନେ ପଡିଲା ନାହିଁ ମୋ ପୁଅ କୁ ଧରି ରାସ୍ତାରେ ଶୋଇବା ପୂର୍ବରୁ । ମୁଁ ତ ତୁମ ବିନା କଣ ତୁମେ ଠିକ୍ ଯାଣିଛ ! ତୁମକୁ ଛାଡି ବଞ୍ଚିବା କଷ୍ଟ ! ମ୍ୟାଡମ୍ ଆସି ରମା ର ମୁହଁଖୋଲି ଦେଲେ ।କାନ୍ଦି କାନ୍ଦି ରମା ଆଖିରେ ଲୁହ ର ବନ୍ୟା । ଡରିକି ଥରୁଚି । ମ୍ୟାଡମ୍ ଭିଡିନେଲେ କୋଳକୁ ।କହିଲେ ଆଉ ଜୀବନରେ କେବେ ଏମିତି କାମ କରିବନି । ଆଗେ ସବୁ ବୁଝନ୍ତି ତା ପରେ କିଛି କରନ୍ତି ସୁ ବ୍ୟବସ୍ଥା ।

ନିଅ ରଘୁ ତୁମ ରମା କୁ । ରମା କାନ୍ଦି କାନ୍ଦି ଲୋଟି ପଡିଲା ରଘୁଆ ର ପାଦତଳେ । ଆଖିର ଲୁହରେ ଭିଜାଇ ଦେଲ ପାଦ । ପୁଅ କୁ ଧରି ବସି ପଡିଲା ରଘୁଆ । ଉଠାଇ କୋଳେଇ ନେଲେ ରମା କୁ । ଦୁଇ ଜଣ ଦୁଇ ଜଣଙ୍କୁ ଠୁ କେବେ ଆଉ ଅଲଗା ରହିବେ ନାହିଁ ବୋଲି ରଘୁଆ ଜବାବ ଦେଇ ରମା କୁ ସେ ବିଶାଳ ଛାତି ଉପରକୁ ଭିଡି ଆଣି ତା ଗଣ୍ଡଦେଶରେ ଲୋତକ ଭରା ଚୁମ୍ବନ ଆଙ୍କିଦେଲା ।


Rate this content
Log in

Similar oriya story from Action