STORYMIRROR

SACHALA GURU

Action

5  

SACHALA GURU

Action

ଭୁଲ କାହାର ?

ଭୁଲ କାହାର ?

1 min
551

    ଭୁଲ ମୋର ନୁହେଁ କି ମୋତେ ଯିଏ ଜନ୍ମ ଦେଇଛି ତାଙ୍କର ମଧ୍ୟ୍ୟ ନୁହେଁ, ଯାହଙ୍କ କରୁଣା ରୁ ଆମ୍ଭେ ମାତୃକୋଳ ମଣ୍ଡନ କରିଛୁ ତାହାର ମଧ୍ୟ୍ୟ ନୁହେଁ, ଭୁଲ ଦେବତା ମାନଙ୍କର ହୋଇଥାଏ ନା ମାନବଗଣ ଙ୍କର ନା ଦାନଵଗଣଙ୍କର, କେବଳ ସର୍ବେ ପରିସ୍ଥିତି ର ଦାସ ହୋଇ ଭୁଲର ଆଶ୍ରୟ ନେଇଥାଉ !

ଉଦାହରଣ ସ୍ୱରୂପ : ପୂର୍ବ କାଳରେ ରାକ୍ଷସ କୁଳ ଦେବକୁଳ ଥର ହର କରାଇଥିଲେ, ସ୍ଵର୍ଗ ଭୂବନ ପ୍ରାପ୍ତି ସକାଶେ, ଏପରି କି

ସ୍ୱର୍ଗ ମର୍ତ୍ୟ ପାତାଳ  ତିନି ଭୂବନ କୁ ଵୃତାସୁର ଭୟର  ବାତାବରଣ ସୃଷ୍ଟି କରିଥିଲା ! ସ୍ୱର୍ଗ ରେ ଇନ୍ଦ୍ରଙ୍କର ସିଂହାସନ  ପ୍ରାପ୍ତି ଓ ଇନ୍ଦ୍ର ଙ୍କ ପତ୍ନୀ ଶଚିଦେବୀ ଙ୍କୁ ହରଣ କରିବା ପାଇଁ ରାକ୍ଷସ ମାନେ  ପ୍ରୟାସ କରିଥିଲେ ! 

       ସବୁ ଦେବତା ମାନେ ଭୟଭୀତ ହୋଇ ବ୍ରହ୍ମା ଙ୍କୁ ଏସବୁ ଜଣେଇବା ଫଳରେ,  ବ୍ରହ୍ମା ଦେବତା ମାନଙ୍କୁ ଋଷି ଦଧିଚି ଙ୍କ ନିକଟ କୁ ଯିବା ପାଇଁ ପରାମର୍ଶ ଦେଇଥିଲେ ଏବଂ 

ସେ କହିଥିଲେ ଦଧିଚି ଏହି ସମସ୍ୟା ର ସମାଧାନକରି ପାରିବେ! 

       ବ୍ରହ୍ମା ଙ୍କ କଥା ଶୁଣି ଇନ୍ଦ୍ର ବରୁଣ ଆଦି ଦେବଗଣ 

ଋଷି ଙ୍କ ନିକଟକୁ ଯାଇଥିଲେ !ତାହାଙ୍କୁ ପ୍ରଣାମ  ଜଣାଇ 

ବୃତାସୁର ର ବିଷୟରେ ଜଣାଇଥିଲେ ! ଋଷି  ଇନ୍ଦ୍ର ଙ୍କୁ କହିଲେ ତୁମେମାନେ ଯେଉଁ ଉଦେଶ୍ୟ ରେ ଆସିଛ ତାହା ମୁଁ 

ଧ୍ୟାନ ବଳରେ ଜାଣିପାରିଲି !

       ଋଷି ଥିଲେ  ଜନମଙ୍ଗଳକାରୀ ଏବଂ ଚିନ୍ତା କଲେ 

ଜଣେ ରାକ୍ଷସ ଲାଗି ସ୍ୱର୍ଗ ମର୍ତ୍ୟ ପାତାଳ ଆଦି  ଭାୟା କୁଳ 

ସୃଷ୍ଟି କରିଥିଲେ !ତେଣୁ ମୁଳୁ ମାଇଲେ ଯିବ ସରି,  ଦେବଙ୍କ 

ସାଙ୍ଗେ କିମ୍ପା କଳି ! ତେଣୁ ଋଷି ଦଧିଚି ବିଶ୍ୱ ର ମଙ୍ଗଳ  

ଧ୍ୟାନମଗ୍ନ ହୋଇଗଲେ !  ତାଙ୍କର ଅସ୍ତି ରେ ବଜ୍ର ତିଆରି 

ହେଲା ! ସେହି ବଜ୍ରରେ ଇନ୍ଦ୍ର ବୃତାସୁରକୁ  ବଦ୍ଧ କରିଥିଲେ !

ବର୍ତମାନ ଏହି ପରିସ୍ଥିତି ରେ "ଭୁଲ କାହାର? ଏଠାରେ ଦେବତା ମାନଙ୍କର ନା  ରାକ୍ଷସ ମାନଙ୍କର?? କିନ୍ତୁ ଋଷି 

ଦଧିଚି  ବିଶ୍ୱ ମଙ୍ଗଳ ପାଇଁ ପରିସ୍ଥିତିର ଦାଶ ହୋଇଥିଲେ, ଏବଂ ବୃତାସୁରର  ବଦ୍ଧ  ହୋଇପାରିଥିଲା !

ଗାଳ୍ପିକା 

ସଚଳା ଗୁରୁ

ପ୍ରଧାନ ଶିକ୍ଷୟତ୍ରୀ

ମୁଣ୍ଡି ପତର ସରକାରୀ ଉଚ୍ଚ  ବିଦ୍ୟାଳୟ 

ଜିଲ୍ଲା :ବୌଦ୍ଧ. Pin.762015

ମୋବଇଲ ନମ୍ବର. 9938414877.


  





  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action