SACHALA GURU

Classics

3  

SACHALA GURU

Classics

ପ୍ରିୟ ଉପନ୍ୟାସର ପୃଥିବୀ

ପ୍ରିୟ ଉପନ୍ୟାସର ପୃଥିବୀ

2 mins
220


ଆଗକାଳରେ ସମାଜାରେ ଜମିଦାରୀ ଶାସନ ଚାଲୁଥିଲା ।ତାହାଙ୍କର କଥା ହିଁ ବେଦର ଗାର ହେଉଥିଲା । ଦଇତା ନିଷ୍ପେସିତ ଅଭାବୀ ଲୋକମାନଙ୍କର ଦୁଃଖ ଯନ୍ତ୍ରଣା ଅତି ଡାହାଣୀୟ ଅବସ୍ଥାରେ ଥିଲା । କୌଣସି କାରଣରୁ ଅଭାବ ଅସୁବିଧା ହେଲେ ଜମିଦାର ନିକଟରୁ ଟଙ୍କା ପଇସା ଆଣି ଚଳୁଥିଲେ l ଯଦି କୌଣସି କାରଣରୁ ଟଙ୍କା ଫେରେଇବା ବିଳମ୍ବ ହେଉଥିଲା ତାହାହେଲେ ଜମିଦାର ସେ ଲୋକର ସୁଧ ମୂଳ ମିଶାଇ ଘର ଜମିବାଡ଼ି ଗାଈଗୋରୁ ନେଇ ସାରବାହାର କରି ଦେଉଥିଲା l ଶେଷରେ ସେ ପାଗଳ ହେଇଯାଉଥିଲା l 


ଥରେ ଗାଁର ଆର ମୁଣ୍ଡକୁ ବୁଲି ଗଲା ବେଳେ ଦୁଇଜଣ ମାଉସୀ ଖୁଡି ବସି କଥା ହେଉଥିଲେ l ଆଲୋ ଜାଣିଛୁ ସେତେବେଳେ ଆମେମାନେ ପାଠ ପଢିଲା ବେଳେ ଫକୀର ମୋହନ ସେନାପତିଙ୍କ ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସଟି ଜନ ସମାଜରେ ଘଟିଥିବା ଘଟଣା ଗୁଡ଼ିକୁ ଚରିତ୍ରରେ ଫୁଟାଇ ତୋଳି ଦେଇଥିଲେ l ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଫକୀର ମୋହନ ସେନାପତି ଗ୍ରାମ ସମାଜ ମଧ୍ୟରେ ଜମିଦାର କଥା ନେଇ ଲେଖିଥିଲେ l ସେ ଗ୍ରାମରେ ଭଗିଆ ଓ ସାରିଆ ସ୍ୱାମୀ ସ୍ତ୍ରୀ ଗାଈଟିଏ ରଖି ସୁଖରେ କାଳଜାପନ କରୁଥିଲେ l ସେ ଗାଈ ଅଟିକୁ ବେଶୀ ଭଲ ପାଉଥିଲେ ଓ ଉପଯୁକ୍ତ ଯତ୍ନ ନେଉଥିଲେ l ହେଲେ କୋଳରେ ପିଲାପୁଲି ନଥିବାରୁ ତାଙ୍କର ଏହା ହିଁ ଦୁଃଖ ଥିଲା l


ଦିନେ ଜମିଦାର ରାମଚନ୍ଦ୍ର ମଙ୍ଗ ରାଜ ଏମାନଙ୍କ ଦୁଃଖର କାରଣ ବୁଝି ଜାଣିଥିଲେ, ଜମିଦାର ବାବୁ ତାଙ୍କୁ କହିଥିଲେ ଯେ ତୁମେ ମନ୍ଦିର ନିର୍ମାଣ କଲେ ତୁମର ପିଲା ଛୁଆ ହୋଇପାରେ l ତାହାଙ୍କର ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭଗିଆ ଓ ସାରିଆ ଆଗ୍ରହ ସହ ମନ୍ଦିର ନିର୍ମାଣରେ ଲାଗିଲେ l ତେଣୁ ମନ୍ଦିର ନିର୍ମାଣରେ ଟଙ୍କା ପଇସା ସରିଯିବାରୁ ଜମିଦାରଙ୍କ ଠାରୁ ଉଧାର ଟଙ୍କା ଆଣିଥିଲେ ।ଟଙ୍କା ସୁଝିବାର ବିଳମ୍ବ ହେବାରୁ ଜମିଦାର ବାବୁ କୌଶଳ କ୍ରମେ ସେମାଙ୍କର ଜମି, ଘର ଓ ତାଙ୍କର ଅତି ପ୍ରିୟ ଗାଈ ଟିକୁ ନେଇ ଯାଇଥିଲେ l ଏଥିରେ ମର୍ମା ହାତ ହୋଇ ଭଗିଆ ସାରିଆ ଦୁଇଜଣଯାକ ପାଗଳ ହୋଇଗଲେ l ଶେଷରେ ଜମିଦାର ବାବୁ ରୋଗ ଯନ୍ତ୍ରଣାରେ ଛଟ ପଟ ହୋଇ ମୃତ୍ୟୁ ବରଣ କରିଥିଲେ l ଏହି ଉପନ୍ୟାସର ମୁଖ୍ୟ ବାର୍ତ୍ତା ଥିଲା ଜମିଦାରମାନେ ପ୍ରଜାମାନଙ୍କୁ କିପରି ନିରବଛିନ୍ନ ଭାବରେ ଶୋଷଣ କରୁଥିଲେ, ତାହା ଏଠାରେ ଜ୍ୱଳନ୍ତ ଉଦାହରଣ ରହିଥିଲା l ଅନ୍ଧବିଶ୍ୱାସ କିନ୍ତୁ ଏଠାରେ ମନ୍ଦିର ନିର୍ମାଣ ଦ୍ୱାରା ତାହାର ପୂର୍ବ ଜନ୍ମର ପାପ କ୍ଷୟ ହୋଇ ପୁର୍ଣ୍ୟ ଲାଭ କରିଥିଲେ l ଜୀବନରେ କଲା କର୍ମ ପାପ ପୁଣ୍ୟ ପର ଜନ୍ମରେ ଭୋଗ କରିବାକୁ ପଡିଥାଏ l ଏ ହେଉଛି ଆମର ଧର୍ମ କ୍ଷେତ୍ର ଓ ପୁଣ୍ୟ କ୍ଷେତ୍ର l 


Rate this content
Log in

Similar oriya story from Classics