ପ୍ରିୟ ଐତିହାସିକ ଚରିତ୍ର
ପ୍ରିୟ ଐତିହାସିକ ଚରିତ୍ର
- ଯେତେବେଳେ କୌଣସି ଦେଶ ସଂକଟରେ ସମ୍ମୁଖୀନ ହୋଇ ନିଷ୍ପେସିତ ଓ ଅବହେଳିତ ହୋଇଥାଏ ସେହି ଘଡି ସନ୍ଧି ମୁହୂର୍ତ୍ତ ରେ ଜଣେ ମହା ମାନବ ଆବିର୍ଭୁତ ହୋଇ ଦେଶ ଓ ଜାତିକୁ ରକ୍ଷା କରିଥାଏ l ସେହିପରି ଭାରତ ପରାଧୀନତାର ଶୃଙ୍ଖଳା ରେ ଆବଦ୍ଧ ହୋଇ ଦୁଃଖ ନିର୍ଯାତନା ଅନଳରେ ଦଗ୍ଧ ହେଉଥିଲା ବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଐକାନ୍ତିକ ନିଷ୍ଠା ଓ ନିରବ ଛିନ୍ନ ଚେଷ୍ଟା ତାଙ୍କୁ ମୁକ୍ତ କରିବାରେ ଅଶେଷ ସହାୟକ ହୋଇଥିଲା l
- ମୁଁ ମୋର ପରିବାର ସହିତ ବାହାର ଦେଶକୁ ଭ୍ରମଣରେ ଯାଇଥିଲି ବିଭିନ୍ନ ରାଜ୍ୟର ଦେଶର ସୌନ୍ଦର୍ଯ୍ୟ ଦେଖିଦେଖି ଆସିଲି କିନ୍ତୁ ଆମ ଦେଶ ଭାରତର ପ୍ରକୁତିକ ସୌନ୍ଦର୍ଯ୍ୟ ର ରୂପ କାନ୍ତି ଦେଖି ଅନ୍ୟ ବନ୍ଧୁ ମlନେ ଆନନ୍ଦ ରେ ଅଶ୍ରୁ ଝରାଇ କହିଲେ ଏହି ପୁର୍ଣ୍ୟ ପବିତ୍ର ମୁନି ରୂଷିର ଦେଶ ହେଲା ଭାରତ ଦେଶ l ଏହିଦେଶ ଦିନେ ଇଂରେଜ ମାନଙ୍କ କବଳରେ କବଳିତ ହୋଇ ତାଙ୍କ ଇସାରାରେ ନଚାଉଥିଲେ l କିନ୍ତୁ ଏହି ଘଡି ସନ୍ଧି ମୁହୂର୍ତ୍ତ ରେ ପୁର୍ଣ୍ୟ ଆତ୍ମା ମହାତ୍ମା ଗାନ୍ଧୀ ଧରା ପୃଷ୍ଠାରେ ଆବିର୍ଭୁତ ହୋଇଥିଲେ l
- ସେହି ପରମାତ୍ମା ଅହିଂସାର ପୂଜାରୀ ସାଜି ତାଙ୍କର ଦୃଢ ବିଶ୍ୱାସ ଦୃଢ଼ ମନବଳରେ ସତ୍ୟର ଆଶ୍ରୟ ନେଇ ଦେଶକୁ ଇଂରେଜ କବଳରୁ ଉଦ୍ଧାର କରିଥିଲେ l ସେକହୁଥିଲେ ଅହିଂସା ହିଁ ବ୍ୟକ୍ତିର ହୃଦୟରୁ ହିଂସା ଭାବ ଦୂର କରିବାର ସର୍ବକୃଷ୍ଟ ମାଧ୍ୟମ ବୋଲି ତାଙ୍କର ବିଶ୍ୱାସ ଏବଂ ମାନବ ସମାଜ କୁ ତାଙ୍କର ବାର୍ତ୍ତା ଥିଲା ଯିଏ ଆଣ୍ଠୁଏ ଡେଇଁ ନଥିବା ଲୁଗା ପିନ୍ଧୁ ଥିଲେ ହାତରେ ବାଉଁଶର ଲାଠି ଧରି ଚଳୁଥିଲେ ନିଜ ହାତରେ ସୁତା କାଟି ଖଦଡ ଚାଦର ଦେହରେ ଗୁଡ଼ାଇ ସୀତାକୁ ଦୁରକୁ ଠେଲି ଦେଉଥିଲେ l ଯାହାଙ୍କର ଆଦେଶ ଆଦର୍ଶ ଅବେଯାଏଁ l କୋଟି କୋଟି ମଣିଷକୁ ଦିଗଦର୍ଶନ ଦେଇ ପାରିଥିଲେ l ଯାହାର ନାଁ ବିଶାଳ ବ୍ରିଟିଶ ସାମ୍ରାଜ୍ୟ ର ହୁତ୍ୱକମ୍ପ ଆଣିଥିଲା l କିନ୍ତୁ ସେ କୋଟି କୋଟି ମଣିଷଙ୍କ ହୃଦୟ ରାଜ୍ୟ ରେ ରାଜୁତି କରୁଥିଲେ l ସେ କୌଣସି ଦଳ ଗୋଷ୍ଠୀ ବା ସମ୍ପ୍ରଦାୟର ନେତା ନଥିଲେ l କୋଟି କୋଟି ଦଳିତ ଅତ୍ୟାଚାରିତ ସାମାଜିକ ଅନ୍ଧ ଗଳିରେ ପୀଡିତ ବ୍ୟକ୍ତି ତାଙ୍କୁ ନେତା ବୋଲି ମାନୁଥିଲେ l ତାଙ୍କର ତ୍ୟାଗ ହିଁ ଜୀବନର ବ୍ରତ ଥିଲା l
- ସତ୍ୟ ସମ୍ଭାଷଣ ତାଙ୍କ ବ୍ୟକ୍ତିତ୍ୱ ର ଅମୁଲ୍ୟ ସମ୍ପଦ ଅହିଂସା ପରମ ଅସ୍ତ୍ର ଥିଲା l ଯେ କୌଣସି ଗୋଟିଏ ଧର୍ମ ସମ୍ପ୍ରଦାୟ ର ନଥିଲେ l ବରଂ ସବୁ ଧର୍ମ ଓ ସମ୍ପ୍ରଦାୟ ତାଙ୍କ ଭିତରେ ଥିଲା l ସହିଷ୍ଣୁତା ତାଙ୍କ ପାଇଁ ଅମୋଘ ଆବରଣ କମ କରୁଥିଲା l ଶତ୍ରୁ ମିତ୍ର ନିର୍ବିଶେଷରେ ଅପଦ ବିପଦ ବେଳେ ସହାୟତା କରିବା ତାଙ୍କର ଏକ ମହାନ ମାନବୀୟ ଗୁଣ ଥିଲା l ତାଙ୍କର ଚିନ୍ତା ଥିଲା ମାନବର ସେବାହିଁ ଈଶ୍ୱରଙ୍କ ସେବା l ତାଙ୍କର ଚିନ୍ତାଧାରା ଥିଲା ଭିନ୍ନ ଭାଗବତ ଗୀତା ଥିଲା ତାଙ୍କର ଆଦର୍ଶ l କର୍ମ ହିଁ ଜୀବନ ପରିଣାମ ଯାହେଉ ପଛେ ନିରଳସ କର୍ମ କରିବାହିଁ ସଫଳତାର ଚାବିକାଠି l ପ୍ରତ୍ୟେକ ଙ୍କ ହୃଦୟରେ ଈଶ୍ୱର ବିଦ୍ୟମାନ ହୃଦୟ ଜୟ ହିଁ ପ୍ରକୃତ ଜୟ l ସତ୍ୟ ଅହିଂସା ହିଁ ତାଙ୍କ କର୍ମର ଦୁଇଟି ମାର୍ଗ ଏହି ମାର୍ଗ କୌଣସି ମତେ ସହଜ ଓ ସରଳ ନୁହେଁ l ବୃହତ୍ତର ଓ ସମାହିକ ଲକ୍ଷ ସାଧନ ପାଇଁ ସଂକୀଣ୍ଣତାର ତ୍ୟାଗ, ଶତ୍ରୁକୁ କ୍ଷମା ଧର୍ଯ୍ୟ ଓ ସହିଷ୍ଣୁତା ମାଧ୍ୟମରେ ଶତ୍ରୁକୁ ବିଜୟ ଅଂହକାର ର ପ୍ରତିବଦଳରେ ଏକାତ୍ମ ବଦ୍ଧତା ଥିଲା ଗୀତର ଉପଦେଶ ଗାନ୍ଧିଜୀ ସେହି ଉପଦେଶ ଗୁଡିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ l ଏହାଥିଲା ତାଙ୍କର ମହତ ପୂର୍ଣ୍ଣ ଚରିତ୍ର l ତାହାକୁ ଆମେ ଯଦି ଗ୍ରହଣ କରିବା ତାହେଲେ ଆମର ଜୀବନ ସାର୍ଥକ ହେବ l