SACHALA GURU

Drama

4.5  

SACHALA GURU

Drama

ପ୍ରିୟ ହାସ୍ୟ ରସାତ୍ମକ ଚରିତ୍ର

ପ୍ରିୟ ହାସ୍ୟ ରସାତ୍ମକ ଚରିତ୍ର

2 mins
200


  • ପ୍ରିୟ ହାସ୍ୟ ରସାତ୍ମକ ଚରିତ୍ର ମଧ୍ୟରୁ ମୁଁ ଯଦୁମଣି ହାସ୍ୟ ରହସ୍ୟ କୁ ବହୁତ ପସନ୍ଦ କରେ l କାରଣ ହାସ୍ୟ ରହସ୍ୟ ରେ ବହୁ ଶିକ୍ଷଣୀୟ ରହସ୍ୟ ମାନ ଲୁଚିରହିଥାଏ l ତାହାକୁ ହେୟମନେ ନକରି ଜୀବନ ଚଳଣିର ମୂଲ୍ୟବାନ ଦିଗ ବୋଲି ମନେ କରିବା ଦରକାର l 
  • ଏହିପରି ଦିନକର କଥା ଥରେ ମୁଁ ଉଦ୍ୟାନକୁ ବୁଲାବୁଲି କରିବାକୁ ଯାଇଥିଲି ଦେଖିବାକୁ ପାଇଲି ଚାରିଜଣ ଭଉଣୀ ବସିକରି ହlସରହସ୍ୟ କରୁଥିଲେ l ମୁଁ ସେଠାକୁ ଯାଇ ଚୁପଚାପ ରହି ସେମାନଙ୍କ କଥାକୁ ଶୁଣୁଥିଲି l ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ କହିଲା ରାଜସଭା ଚାଲିଥିଲା ବେଳେ ରାଜା ପ୍ରଶ୍ନ କଲେ ପାରିଷଦ ବର୍ଗଙ୍କୁ ଦିବସର ଚଳଣି ମଧ୍ୟରେ ତୁମକୁ କେଉଁ କାମ କଲେ, ବହୁତ ଆନନ୍ଦ ମିଳୁଥିଲା l ସେହି ସମୟରେ ଯଦୁମଣି ଥାଇ ଉତ୍ତର ଦେଲେ, ଆଜ୍ଞା ମୋତେ ଝାଡା ଲାଗି ସରିବାପରେ ବହୁତ ଆନନ୍ଦ ଲାଗୁଥିଲା l ଯେତିକି ପାରିଷଦ ବର୍ଗ ଓ ଦେଖଣା ହାରି ଥିଲେ ସମସ୍ତେ ହସରେ ଉଡାଇ ଦେଲେ l ରାଜା ମଧ୍ୟ ଏ କଥା ଶୁଣି ଯଦୁମଣି ଉପରେ ରାଗିଥିଲେ l ଏହିରାଗ ଭିତରେ ଭିତରେ ରହିଥିଲା l
  • ଦିନକର କଥା ଥରେ ମେଳା ଉତ୍ସବ ଦେଖିବାକୁ ରାଜାଙ୍କର ପ୍ରବଳ ଇଛା ହେଲା l ଯଦୁମଣି ଓ ଅନ୍ୟ ପାରିଷଦ ବର୍ଗକୁ ଧରି ରାଜା ମେଳା ଦେଖିବାକୁ ନଦୀପାର ହୋଇ ଆର ପାରିକୁ ଯାଉଥିଲେ ଯେତେବେଳେ ଡଙ୍ଗାରେ ରାଜା ଓ ଅନ୍ୟ ପାରିଷଦ ବର୍ଗ ନଦୀ ପlର ହୋଇ ଯାଉଥିଲେ ଠିକ ନଦୀର ମଝିରେ ପହଁଚିଲା ବେଳକୁ ହଠାତ ରାଜାଙ୍କୁ ଝାଡା ଲାଗିଲା l ରାଜା କହିଲେ ଆରେ ନାଉରିଆ ଟିକେ ଶୀଘ୍ର ନାବ କୂଳକୁ ନେଇଚାଲ ଏକାଥା ଶୁଣି ଯଦୁମଣି ନାଉରିଆ କୁ ଆଖିମାରି କହିଲେ ଯେ ଡେରିକରି ଚାଲ l ନାଉରିଆ ମଧ୍ୟ ଯଦୁମଣିର ଇସାରାରେ ବିଳମ୍ବ କରି ଚାଳିଲେ l ଶେଷରେ ରାଜା କୂଳରେ ନ ପହଞ୍ଚଣୁ ଡଙ୍ଗାରୁ ଡେଇଁ ପଡି ନଦୀ ବାଲିକୁ ଦୌଡି ପଳାଇଲେ ଆନନ୍ଦରେ ଯାଇ ଝାଡା ବସିକରି ଆସିଲେ l ସେ ଅନୁଭବ କରି ପାରିଲେ ଯେ ସେଦିନ ଯଦୁମଣି ଙ୍କ କଥା ଓ ତାକୁ ଶେଷରେ ମଣି ମାଣିକ ଦେଇ ପୁରସ୍କୃତ କଲେ l ଆଉଥରେ ରାଜା ରାଜଦରବାରରେ ପାରିଷଦ ବର୍ଗଙ୍କୁ ପ୍ରଶ୍ନ କଲେ ସେ କେଉଁ ମlନେ ସଂସାର ରେ ଅବୁଝା ଅଛନ୍ତି? ସେହି ପ୍ରଶ୍ନ ର ଉତ୍ତର କେହି ନଦେବାରୁ ଯଦୁମଣି ଉତ୍ତର ରେ କହିଥିଲେ ଯେ ଛୋଟ ଶିଶୁ ମନେ ଅବୁଝା ଅଟନ୍ତି l 
  • ସେମଧ୍ୟ ଛୋଟ ଶିଶୁ ମାନଙ୍କୁ ନେଇ ପ୍ରତ୍ୟକ୍ଷରେ ରାଜାଙ୍କୁ ଦେଖାଇ ଥିଲେ l ସେଥିପାଇଁ ରାଜା ଯଦୁମଣିକୁ ପୁରସ୍କାର ପ୍ରଦାନ କରିଥିଲେ l ଏହିପରି ଶିକ୍ଷଣୀୟ କଥାକୁ ଯଦୁମଣି ସତ୍ୟ ରେ ପରିଣତ କରୁଥିଲା l ଆମେ ମନେ ମଧ୍ୟ ଏପରି କାହାଣୀରୁ ପ୍ରେରଣା ପାଇ ପାଇପାରିବ l


Rate this content
Log in

Similar oriya story from Drama