STORYMIRROR

Trushna Das

Drama Classics Children

5  

Trushna Das

Drama Classics Children

ସରିତା (ଭାଗ3: ଭକ୍ତର ଭୋଗବାନ)

ସରିତା (ଭାଗ3: ଭକ୍ତର ଭୋଗବାନ)

2 mins
413

 

ସରିତାର ବାପା ମାଆଙ୍କ ମରିବା ବର୍ଷେ ହୋଇ ଗଲାଣି। ସରିତା ଭି ଘରର କାମ ଶିଖି ଗଲାଣି। ହେଲେ ତା ମନରେ ଗୋଟିଏ ଅବକାଶ ଯେ ସେ ତା ବାପା ମାଆଙ୍କର ଶେଷ ଇଚ୍ଛା ଡାକ୍ତରାଣୀ ହେବା ପୁରଣ କରି ପାରି ନାହିଁ। 


ସବୁବେଳେ ଦୁର୍ଗା ମାଆଙ୍କ ପାଖରେ ନିଜ ଦୁଃଖ ଜଣାଏ। କୁହେ ଏ ଦୁଃଖ ହାରିଣୀ ମୋତେ ସଦ ବୁଦ୍ଧି ଦିଅ ଆଉ ମୋତେ ପଢିବା ପାଇଁ ସହାୟକ କର।ସେ ସମସ୍ତଙ୍କୁ ଲୁଚି ଲୁଚି ତା ସାଙ୍ଗରେ ଆଣି ଥିବା ବହି ପଢୁ ଥାଏ। ଖାତା, ପେନ ସବୁ ନିଜ ଟଙ୍କାରେ ଆଣି ତାକୁ ଦେଉ ଥାଆନ୍ତି ।ପ୍ରକୃତରେ ସେ ସରିତାର ବିପଦର ବନ୍ଧୁ। 


ସେପଟେ ଜେଜେମା ଆଉ ବଡ଼ ବାପା ସରିତାର ବାହାଘର ପାଇଁ ବର ପାତ୍ର ଖୋଜୁଛନ୍ତି। କିଛି ଦିନ ମଧ୍ୟରେ ସରିତାର ବାହାଘର ଠିକ ହୋଇ ଯାଇଛି। ଜମା ଏଗାର ବର୍ଷର ଝିଅ ସେ। ସରିତା ବହୁ କାନ୍ଦି ବାହା ହେବନି ବୋଲି କହିଛି। ହେଲେ ତା କଥା କେହି ବି ଶୁଣିଲେ ନାହିଁ। 


ସରିତା ମାଆ ଦୁର୍ଗାଙ୍କ ପାଖରେ ନିଜ ମନ କଥା କାନ୍ଦି କହୁଥାଏ। ହେଲେ ବାହାଘର ଦିନ ଆସି ଗଲା। ସରିତା ନିଜକୁ ଅସହାୟ ମାନିଛି। 


ବେଦୀକୁ ଯିବା ଆଗରୁ ସରିତା ମାଆ ଦୁର୍ଗାଙ୍କୁ ମନେ ମନେ କହିଛି ମାଆ ମୁଁ ତୁମକୁ ଏତେ ଗୁହାରି କଲି ତୁମେ ମୋ କଥା ଶୁଣିଲ ନାହିଁ। ଶେଷରେ ମୋତେ ଆଜି ମୋ ଅନିଚ୍ଛା ସତ୍ତ୍ଵେ ବିବାହ କରିବାକୁ ହେବ। ତୁମେ ବଧେ ପଥର ହୋଇ ଯାଇଛ। ତୁମ ଭକ୍ତର କଥା ତୁମକୁ ଶୁଣା ଯାଉ ନାହିଁ। ଠିକ ଅଛି ତୁମ ଇଚ୍ଛା ପୁରଣ ହେଉ। 


ବାହାଘର ରୀତିନୀତି ଆରମ୍ଭ ହୋଇ ଯାଇଛି। ହାତ଼ଗୋଣ୍ଠି ପଡିବ। ହଠାତ୍ ପଛ ଆଡୁ ଜଣେ ସ୍ତ୍ରୀ ଲୋକ କହିଲେ ବନ୍ଦ କର ଏ ବାହାଘର। 


ସରିତା ପଛକୁ ଘୁରି ଦେଖେ ତ ତାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ସେ ପୋଲିସ ନେଇ ଆସିଛନ୍ତି ଯେ ସରିତା ନାବାଳିକା। ତାର ବାହାଘର ହୋଇ ପାରିବ ନାହିଁ। ସରିତାର ଘର ଲୋକ ମନା କରିବାରୁ ପୋଲିସ ସେମାନଙ୍କୁ କହିଲା ଯଦି ସେମାନେ ସରିତାର ବିବାହ କରିବା ପାଇଁ ଚେଷ୍ଟା କରିବେ ସେମାନଙ୍କୁ ପୋଲିସ ଗିରଫ କରିବ। 


ପ୍ରଧାନ ଶିକ୍ଷୟତ୍ରୀ କହିଲେ ସକାଳୁ ତାଙ୍କର ଭଗବାନଙ୍କ ଦୟାରୁ ଆଜୁ ସହ ଦେଖା ହୋଇ ଥିଲା ସହରରେ। ଅଜୁ ସବୁ କଥା ଖୋଲି କହିବାରୁ ସେ ସରିତାକୁ ବଞ୍ଚାଇବାକୁ ଆସିଲେ। 


ପ୍ରଧାନ ଶିକ୍ଷୟତ୍ରୀ ସରିତାକୁ ସେଠାରୁ ନେଇ ଗଲେ ଏବଂ କହିଲେ ଆଜି ଠାରୁ ସରିତା ତିଙ୍କ ଝିଅ ହୋଇ ରହିବ ଏବଂ ବହୁତ ପାଠ ପଢିବ। 


ସରିତା ଏବେ ଦୁର୍ଗା ମାଆଙ୍କ ମହିମା ବୁଝିଗଲା। ସେ ଯେ ଭକ୍ତର ଭଗବାନ।ଭକ୍ତର ଦୁଃଖ ଭଗବାନ ଦେଖି ପାରନ୍ତି ନାହିଁ। ସେଥିପାଇଁ ସେ ଅଜୁ କାକାଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଦେଖା କରାଇଲେ ଏବଂ ତାକୁ ଏଠାରୁ ଉଦ୍ଧାର କଲେ। ସରିତା ମନେ ମନେ ମାଆ ଦୁର୍ଗାଙ୍କୁ କ୍ଷମା ମାଗି ଅଶେଷ ଧନ୍ୟବାଦ ଜଣାଇଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama