STORYMIRROR

Trushna Das

Drama Tragedy Classics

5  

Trushna Das

Drama Tragedy Classics

ଏ ଯୁଗର ରାମଚନ୍ଦ୍ର ଓ ଭରତଙ୍କ ଯୋଡ଼ି

ଏ ଯୁଗର ରାମଚନ୍ଦ୍ର ଓ ଭରତଙ୍କ ଯୋଡ଼ି

4 mins
525

ରମେଶ ଆଉ ଭବେଶ ଦୁଇ ଭାଇ।ରମେଶ ବାପା ଚାଲି ଯିବା ପରେ ଘରର ସମସ୍ତ ଭାର ଉଠାଇ ଥିଲେ। ଭବେଶର ଏବଂ ଭଉଣୀ ତମନାର ପାଠ ପଢା ଠାରୁ ଆରମ୍ଭ କରି ଘରର ସବୁ ଖର୍ଚ୍ଚ ଉଠାଉଥିଲେ। ସେ ତାଙ୍କ ଭାଇ ଓ ଭଉଣୀକୁ ବହୁତ ଭଲ ପାଉଥିଲେ। ସମସ୍ତେ କହୁଥିଲେ ରମେଶ ଏ ଯୁଗର ରାମଚନ୍ଦ୍ର


ରମେଶ କିଛି ବର୍ଷ ପରେ ସିଆଙ୍କୁ ବିବାହ କଲେ। ସିଆ କିନ୍ତୁ ରମେଶଙ୍କର ଭାଇ ଭଉଣୀ ସ୍ନେହକୁ ନେଇ ଈର୍ଷା କରୁ ଥିଲେ।କିନ୍ତୁ ଭବେଶ ଓ ତମନା ସିଆଙ୍କୁ ନିଜ ବଡ଼ ଭାଉଜ ନୁହଁ ମାଆ ପରି ଭଲ ପାଉଥିଲେ।ବାହାଘର ଦୁଇ ବର୍ଷ ଭିତରେ ସିଆ ଓ ରମେଶଙ୍କର ଗୋଟିଏ ଝିଅ ହୋଇଛି। ସିଆ ସବୁବେଳେ ରମେଶଙ୍କୁ ଭାଇ ଭଉଣୀ ଖର୍ଚ୍ଚ କରିବାକୁ ମନା କରି କୁହନ୍ତି ଆମର ଗୋଟିଏ ଝିଅ ହେଲାଣି। ତାର ଭବିଷ୍ୟତ ପାଇଁ ଆମକୁ ଟଙ୍କା ସଞ୍ଚୟ କରି ରଖିବାକୁ ହେବ। ତୁମେ ସବୁ ଟଙ୍କା ଭାଇ ଭଉଣୀ ପାଇଁ ଖର୍ଚ୍ଚ କରି ଦେଲେ ଆମ ଝିଅର ଭବିଷ୍ୟତ କଣ ହେବ? 


ଏ କଥାକୁ ନେଇ ବହୁତ ଥର ରମେଶ ଓ ସିଆଙ୍କ ମଧ୍ୟରେ ଝଗଡ଼ା ହୋଇଛି।ରମେଶ ସବୁବେଳେ ସିଆଙ୍କୁ କୁହନ୍ତି ଭବେଶ ଆଉ ତମନା ମୋ ପାଇଁ ମୋ ସନ୍ତାନ ପରି। ମୋତେ ତୁମେ ମୋର କର୍ତ୍ତବ୍ୟ କରିବାକୁ ମନା କର ନାହିଁ। 


ସମସ୍ତେ ରମେଶଙ୍କର ଭାଇ ପଣିଆ ଦେଖି ଆଶ୍ଚର୍ଯ୍ୟ ହୋଇ କୁହନ୍ତି ସେ ଏ ଯୁଗର ରାମଚନ୍ଦ୍ର। 


ଭବେଶ ପାଠପଢା ସାରି ଗୋଟିଏ କମ୍ପାନୀର ଇଞ୍ଜିନିୟର ଭାବରେ ଚାକିରୀ କଲେ। ସେ ପଢିବା ସମୟରୁ ରାଧିକାଙ୍କୁ ଭଲ ପାଉଥିଲେ। ସେ ଏ କଥା ରମେଶ ଓ ସିଆଙ୍କୁ ମଧ୍ୟ ଜଣାଇଥିଲେ।


ରମେଶ ତମନାର ପାଠ ପଢା ସରିଲା ପରେ ଗୋଟିଏ ଭଲ ପାତ୍ର ଦେଖି ତମନାର ବିବାହ ଠିକ କଲେ। ସେ କହିଲେ ତମନା ଓ ଭବେଶର ବିବାହ ଏକା ଦିନରେ ହେବ। 


ବିବାହର ଆୟୋଜନ ରମେଶ ବହୁତ ଧୁମଧାମରେ କରୁଥିଲେ। ଏ କଥାକୁ ନେଇ ତାଙ୍କ ସ୍ତ୍ରୀ ସିଆ ଅସନ୍ତୁଷ୍ଟ ହୋଇଛନ୍ତି। ରମେଶ ଓ ସିଆଙ୍କ ମଧ୍ୟରେ କଳି ଝଗଡ଼ା ଜୋରରେ କଳିଝଗଡା ହୋଇଛି। ତଥାପି ରମେଶ ବାହାଘରେ କୌଣସି କମି ରଖିବା ପାଇଁ ଚାହିଁ ନାହାଁନ୍ତି। 


ଭବେଶ ଏବେ ଜାଣି ସାରିଲେଣି ଯେ ତାଙ୍କ ଭାଉଜ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଅସନ୍ତୁଷ୍ଟ ଅଛନ୍ତି। ତେଣୁ ସେ ଭାଇଙ୍କୁ ବେଶୀ ଖର୍ଚ୍ଚ କରିବାକୁ ମନା କରିବାରୁ ରମେଶ କହିଛନ୍ତି ଯେ ଭବେଶ ଓ ତମନାର ବାହାଘର ଧୁମଧାମରେ କରିବା ତାଙ୍କର ବହୁତ ଦିନର ସପନ। ତାଙ୍କୁ ତାଙ୍କ ସପନ ପୁରଣ କରିବାକୁ ଦିଆଯାଉ ଏବଂ ଏ ବିଷୟରେ ତମନାକୁ ଜଣାଇବାକୁ ମନା କରିଛନ୍ତି। ଏ କଥା ଶୁଣି ଭବେଶ ମନେ ମନେ ଭାବିଛନ୍ତି ମୋ ଭାଇ ଏ ଯୁଗର ରାମଚନ୍ଦ୍ର। 


ହେଲେ ସମୟର ଖେଳ ଥିଲା ପୁରା ଓଲଟା। ହଠାତ୍ ସେମାନଙ୍କର ପରିବାରକୁ ଏକ ବିପଦ ମାଡି ଆସିଲା। ରମେଶ ବାହାଘର ପାଇଁ ଜିଣିଷ ପତ୍ର କରିବାକୁ ସହରକୁ ଯାଇଥିଲେ।ସହରରୁ ଫେରିବା ସମୟରେ ତାଙ୍କ ଗାଡ଼ିର ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ରମେଶ ପଙ୍ଗୁ ହୋଇ ଗଲେ। ସେ ପୁରା ଅଚଳ ହୋଇ ଗଲେ, ନା କଥା ହୋଇ ପାରିଲେ, ନା ସେ ହାତ ଗୋଡ଼ ହଲାଇ ପାରିଲେ। ତାଙ୍କୁ ପାରାଲିସିସ୍ ହୋଇ ଗଲା। 


ଏ କଥା ପାଇଁ ସିଆ ଭବେଶ ଓ ତମନାଙ୍କୁ ଦାୟୀ କରି ଯାହା ତାଙ୍କ ମନରେ ଥିଲା ସବୁ କହିଛନ୍ତି। ତମନା ଓ ଭବେଶ ଭାଉଜଙ୍କ ମନର କଥା ଶୁଣି ଓ ଭାଇ ରମେଶଙ୍କ ଅବସ୍ଥା ଦେଖି ବହୁତ ଦୁଃଖିତ ହୋଇଛନ୍ତି। 


ଭବେଶ ମଧ୍ୟ ନିଜକୁ ଏଥିପାଇଁ ଦୋଷୀ ମାନିଛନ୍ତି। ସେ ସ୍ଥିର କଲେ ଭାଇ ଠିକ ନ ହେବା ପର୍ଯ୍ୟନ୍ତ ସେ ବିବାହ ନ କରି ନିଜ ରାମଚନ୍ଦ୍ର ପରି ଭାଇଙ୍କର ସାନ ଭାଇ ଭରତ ହୋଇ ରହି ତାଙ୍କର କର୍ତ୍ତବ୍ୟ ନିଭାଇବେ। 


ଭବେଶ ରାଧିକାଙ୍କୁ ସବୁ କଥା ଖୋଲି କହିଛନ୍ତି ଏବଂ ବିବାହ ନ କରି ପାରିବାରୁ କ୍ଷମା ମାଗିଛନ୍ତି। ସେ ରାଧିକାଙ୍କୁ କହିଛନ୍ତି ଭାଇ ରମେଶ ଠିକ ନ ହେବା ପର୍ଯ୍ୟନ୍ତ ଭାଇଙ୍କର ସମସ୍ତ ଦାୟିତ୍ବ ତାଙ୍କର। ସେ ଭରତଙ୍କ ପରି ରମେଶଙ୍କ ପ୍ରତିନିଧି ହୋଇ ରହିବେ। 


ଏ କଥା ଶୁଣି ରାଧିକାଙ୍କର ଭବେଶଙ୍କ ପାଇଁ ପ୍ରେମ ଓ ସମ୍ମାନ ଆହୁରି ବଢି ଗଲା। ସେ ଭବେଶଙ୍କ ହାତ ଧରି କହିଲେ ସେ ତାଙ୍କ ଛଡ଼ା ଆଉ କାହାକୁ ବିବାହ କରି ପାରିବେ ନାହିଁ। ସେ ହିଁ ତାଙ୍କର ମନର ଦେବତା। ସେ ଭବେଶଙ୍କ ଅପେକ୍ଷାରେ ସାରା ଜୀବନ ରହିବାକୁ ପ୍ରସ୍ତୁତ। ଭାଇ ଠିକ ହେଲା ପରେ ଭବେଶ ଓ ତାଙ୍କର ବିବାହ ହେବ ବୋଲି କହିଲେ।ଏହା ଶୁଣି ଭବେଶ ରାଧିକାଙ୍କୁ କୁନ୍ଧାଇ ଧରି କାନ୍ଦି କାନ୍ଦି କହିଲେ ଆମର ସିନା ବାହାଘର ହୋଇ ନାହିଁ କିନ୍ତୁ ଆମ ଆତ୍ମାର ମିଳନ ହୋଇ ସାରିଛି। ମୁଁ ଆଜିଠାରୁ ମନେ ମନେ ତୁମର ସ୍ୱାମୀ ଓ ତୁମେ ମୋର ସ୍ତ୍ରୀ। ହେଲେ ଭାଇ ଠିକ ହୋଇ ଆମର ବିବାହ ନ ହେବା ପର୍ଯ୍ୟନ୍ତ ଆମେ ଏ ସମ୍ପର୍କକୁ ଆଗକୁ ବଢ଼ାଇବା ନାହିଁ। ଲଭ ୟୁ ରାଧିକା। ରାଧିକା ମଧ୍ୟ କହିଲେ ଲଭ ୟୁ ଭବେଶ।


ଭବେଶ ଭାଇ ରମେଶଙ୍କ ସବୁ ଦାୟିତ୍ବ ଗ୍ରହଣ କରିଲେ ଏବଂ ଭଉଣୀ ତମନାର ବାହାଘର ନିର୍ଧାରିତ ଦିନରେ କରିଲେ।ତାପରେ ତାଙ୍କର ଜୀବନର ଲକ୍ଷ୍ୟ ନିଜ ଭାଇର ସେବା ଓ ଯତ୍ନ ଏବଂ ଭାଉଜ ଓ ଝିଆରୀର ସମସ୍ତ ଦାୟିତ୍ବ ନିର୍ବାହ କରିବା। ସେ ଭାଉଜ ଓ ଝିଆରୀର କୌଣସି ବି ଅଭାବ ରଖିଲେ ନାହିଁ। ସେ ନିଜ ଜୀବନକୁ ଭାଇ ସେବାରେ ନିୟୋଜିତ କରି ଦେଲ। ଦିନ ଯାକ କମ୍ପାନୀର କାମ ଏବଂ ଘରକୁ ଆସିଲା ପରେ ଭାଇର ଯତ୍ନ ଓ ଭାଉଜ ଏବଂ ଝିଆରୀ ସହ ସମୟ ବିତାଉ ଥିଲେ।ରାତିରେ ଟିକେ ସମୟ କାଢି ରାଧିକାଙ୍କ ସହ କଥା ହେଉଥିଲେ।ଭବେଶ ସହରର ସବୁଠାରୁ ଭଲ ଡାକ୍ତରଙ୍କ ପାଖରେ ରମେଶଙ୍କ ଚିକିତ୍ସା କରାଇଛନ୍ତି। ଭବେଶଙ୍କର ସେବା ଯତ୍ନ ଦେଖି ସମସ୍ତେ କହିଲେ ରମେଶ ଏ ଯୁଗର ରାମଚନ୍ଦ୍ର ହେଲେ ଭବେଶ ମଧ୍ୟ ଯୁଗର ଭରତ....ତାଙ୍କ ଯୋଡ଼ି ଏ ଯୁଗର ରାମଚନ୍ଦ୍ର ଓ ଭରତଙ୍କ ଯୋଡ଼ି। 


ଏମିତି ବର୍ଷେ କଟି ଗଲାଣି। ସିଆ ମଧ୍ୟ ନିଜ ଭୂଲ ବୁଝି ପାରି ଭବେଶଙ୍କୁ କ୍ଷମା ମାଗିବାରୁ ଭବେଶ କହିଛନ୍ତି ଛି ଭାଉଜ....ତୁମେ ପରା ମୋ ମାଆ ପରି।ମାଆ ହୋଇ ପୁଅକୁ କ୍ଷମା ମାଗି ମୋତେ ନର୍କ ପଠାଇବ କି? ଏହା ଶୁଣି ସିଆଙ୍କ ଆଖିରୁ ଲୁହ ବହି ଯାଇଛି।


ଏବେ ଧିରେ ଧିରେ ରମେଶ ଠିକ ହେବାକୁ ଲାଗିଲେଣି। ସିଆ ଭବେଶ ଓ ରାଧିକାଙ୍କୁ ଡାକି ବିବାହ କରିବାକୁ ବୁଝାଇ କହିଛନ୍ତି। କିନ୍ତୁ ଦୁହେଁ କହିଛନ୍ତି ଭାଇ ରମେଶ ପୁରାପୁରି ଠିକ ନ ହେବା ଯାଏଁ ସେମାନେ ବିବାହ କରିବେ ନାହିଁ। 


କିଛି ମାସ ଭିତରେ ରମେଶ ପୁରା ଠିକ ହୋଇ ଗଲେ।ରମେଶ ଓ ସିଆ ବହୁତ ଧୁମଧାମରେ ଭବେଶ ଓ ରାଧିକାଙ୍କ ବିବାହ କରିଲେ।ଏବେ ସେ ପରିବାର ହସଖୁସିରେ ଭରି ଉଠିଲା। ସମସ୍ତେ ରମେଶ ଓ ଭବେଶଙ୍କ ଯୋଡ଼ିକୁ ପ୍ରଂଶସା ଖରି କହୁଛନ୍ତି ଏ ଯୁଗର ରାମଚନ୍ଦ୍ର ଓ ଭରତଙ୍କ ଯୋଡ଼ି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama