Trushna Das

Drama Tragedy Others

3  

Trushna Das

Drama Tragedy Others

ରାଜା ଚାଲ୍

ରାଜା ଚାଲ୍

7 mins
178


ମଦନ ଓ ପ୍ରକାଶ ଦୁଇ ବନ୍ଧୁ ଥିଲେ। ମଦନ ଟିକିଏ ବୋକା ପରି ଥିଲେ। ହେଲେ ପ୍ରକାଶ ବହୁତ ବୁଦ୍ଧିମାନ ଓ ଚାଲାକ ଥିଲେ। ମଦନ ଓ ପ୍ରକାଶ ମିଶି ମଦନଙ୍କ ଜମି ରେ ଚାଷ କାମ କରୁଥିଲେ। ଦିନେ ପ୍ରକାଶ ଗୋଟିଏ ବୁଦ୍ଧି ଦେଲେ ଯେ ମଦନଙ୍କ ଏତେ ଗୁଡିଏ ଜମିରୁ କିଛି ଜମି ବିକ୍ରି କରି ଦେଇ ଫସଲ ବଣ୍ଟନ କେନ୍ଦ୍ର ଖୋଲିବେ। ଯା‌ହା ଦ୍ୱାରା ନିଜର ଭଲ ବ୍ୟବସାୟ ହେବ ତା ସହ ଗାଁ ର ବି ଉନ୍ନତି ହେବ। ମଦନ କହିଲେ ସେ ତ ଏ ବ୍ୟବସାୟ ବିଷୟରେ ବିଶେଷ କିଛି ଜାଣି ନାହାଁନ୍ତି। ପ୍ରକାଶ କହିଲେ ତାହେଲେ ଦୁହେଁ ମିଶି ପାର୍ଟନରସିପ ବ୍ୟବସାୟ କରିବେ । ଜାଗା ଓ ଟଙ୍କା ମଦନଙ୍କ ର ଓ ବୁଦ୍ଧି ଓ ମ୍ୟାନେଜମେଣ୍ଟ ପ୍ରକାଶଙ୍କ ର। ମଦନ ଏଥିରେ ରାଜି ହୋଇଗଲେ ଏବଂ ଦୁଇ ବନ୍ଧୁ ମିଶି ବ୍ୟବସାୟ କଲେ ପାର୍ଟନର ହୋଇ। ବ୍ୟବସାୟ ଭଲରେ ଚାଲିଲା। ମଦନଙ୍କ ପରିବାର ସ୍ତ୍ରୀ ରାଧା, ପୁଅ ରିତିକ ଓ ଝିଅ ସୁମନ ଏବଂ ପ୍ରକାଶ ଙ୍କ ପରିବାର ସ୍ତ୍ରୀ ରୁକ୍ମିଣୀ, ଝିଅ ରୁଚି ଓ ମୁଁ ମାଆ ଝୁମା ଏକାଠି ଗୋଟିଏ ଘରେ ରହୁ ଥିଲେ।


ମଦନଙ୍କ ପୁଅ ରିତିକ ପ୍ରକାଶ ଙ୍କ ଝିଅ ରୁଚି ଠାରୁ କିଛି ମାସ ରେ ବଡ଼। ଦୁଇ ବନ୍ଧୁ ରିତିକ ଓ ରୁଚିଙ୍କର ବିବାହ ସେ ଦୁହିଁଙ୍କ ଜନ୍ମ ପାଖରୁ ସ୍ଥିର କରିଥିଲେ।


ବ୍ୟବସାୟ ଭଲ ଚାଲୁ ଥିଲା। ହେଲେ ଦିନେ ‌ମଦନ ଶୁଣିବା ପାଇଁ ପାଇଲେ ଯେ ପ୍ରକାଶ ଫସଲକୁ ବ୍ଲାକ କରି ବେଶୀ ଟଙ୍କା ରେ ବିକୁଛନ୍ତି। ଯାହା ସାଧାରଣ ଲୋକଙ୍କ ପାଇଁ ‌କିଣାବା କଷ୍ଟକର। ସେ ଏହି ବିଷୟରେ ପ୍ରକାଶ ଙ୍କୁ ବାରମ୍ବାର ପଚାରୁ ଥାଆନ୍ତି। ପ୍ରକାଶ ସବୁବେଳେ ଇଆଡୁ ସିଆଡୁ କହି ଠକି ଚାଲି ଥାଆନ୍ତି। ଶେଷରେ ସେ ତାଙ୍କ ରାଜା ଚାଲ୍‌ ଚଳାଇଲେ। ମଦନଙ୍କୁ ଠକାଇ ସବୁ ସମ୍ପତ୍ତି ନିଜ ନାମକୁ କରି ନେଲେ। ଏ କଥା ଯେତେବେଳେ ମଦନ ଜାଣିଲେ ସହି ପାରିଲେ ନାହିଁ। ତାଙ୍କୁ ସାଙ୍ଗର ବିଶ୍ବାସଘାତକତା ର ଶକ୍ତ ଆଘାତ ଲାଗିଲା। ତାଙ୍କର ହାର୍ଟ ଆଟାକ ହେଲା। ସେ ମୃତ୍ୟୁବରଣ କଲେ। ତାପରେ ରାଧା ଓ ତାଙ୍କ ଛୁଆ ରିତିକ ଓ ସୁମନ ଉପରେ ମହାବିପଦ ଆସିଲା। ଯିଏ ଘରର ମାଲିକାଣୀ ଥିଲେ ଆଜି ସେ ଘରର ଚାକରାଣୀ ହୋଇ ଗଲେ। ତାଙ୍କ ପରିବାର କୁ ଦୁଃଖର ଅନ୍ଧକାର ମାଡ଼ି ଆସିଲା।


ରିତିକ ଓ ସୁମନ ଏକା ସାଙ୍ଗରେ ଗୋଟିଏ ବିଦ୍ୟାଳୟ ରେ ପଢୁ ଥିଲେ। ରିତିକ କୁ ଆଉ ପାଠ ପଢିବା ପାଇଁ ପ୍ରକାଶ ମନା କଲା। ହେଲେ ରିତିକର ସେତିକି ବୁଝିବା ବୟସ ହୋଇ ଯାଇଥିଲା ଯେ ଏ ସବୁ କଣ ପାଇଁ ହେଉଛି। ସେ ଓ ରାଧା ବହୁତ ଅନୁରୋଧ କରିବାରୁ ସୁମନ କୁ ପାଠ ପଢ଼ିବା ପାଇଁ ଅନୁମତି ମିଳିଲା । ହେଲେ ଇଂରାଜୀ ମିଡିଅମ ନୁହେଁ ଗାଁ ର ଓଡ଼ିଆ ମିଡିଅମ ବିଦ୍ୟାଳୟରେ ପଢ଼ିବା ପାଇଁ। 


ରାଧା ଓ ତାଙ୍କ ଛୁଆ ଦୁଇ ଜଣ ଙ୍କୁ ପ୍ରକାଶ ବହୁତ ହଇରାଣ ‌କଲେ। ଏ କଥା ପ୍ରକାଶ ଙ୍କ ମାଆ ଝୁମା ଙ୍କୁ ଭଲ ଲାଗୁ ନ ଥାଏ। ଏକରେ ତ ସେ କେବେ ମଦନ ଓ ପ୍ରକାଶ ଙ୍କୁ ଅଲଗା ଭାବି ନାହାଁନ୍ତି, ସେ ରାଧାଙ୍କୁ ନିଜ ବୋହୂ ପରି ଓ ରାଧାଙ୍କ ଛୁଆମାନଙ୍କୁ ନିଜ ନାତିନାତୁଣୀ ପରି ଭଲ ପାଆନ୍ତି। ସେ ତ ରିତିକ କୁ ନିଜ ନାତୁଣୀ ଜୋଇଁ ଭାବରେ ‌ଗ୍ରହଣ କରି ସାରିଛନ୍ତି। ସେପଟେ ରିତିକ ଓ ସୁମନ ବି ବାର ତେର ବର୍ଷ ର ଛୁଆ । ବୁଝିବାର ବୟସ ଦୁହିଁଙ୍କ ର ହୋଇ ଯାଇଛି। ରୁଚି ଓ ରିତିକ ଛୋଟ ବେଳୁ ଜାଣିଛନ୍ତି ଯେ ଦୁହିଁଙ୍କ ବିବାହ ହେବ। ସେଥିପାଇଁ ପରସ୍ପର ମଧ୍ୟରେ ପ୍ରେମ ଓ ସମ୍ବେଦନଶୀଳ ଅଛି। ହେଲେ ପ୍ରକାଶ ଏ ସବୁ ନ ବୁଝି ଏମିତି କଣ ପାଇଁ ହେଉଛନ୍ତି ବୋଲି ଭାବି ପ୍ରକାଶ ଙ୍କ ମାଆ ଝୁମା ଦୁଃଖୀ ହେଉଛନ୍ତି। ଯେତେ ବୁଝାଇଲେ ମଧ୍ୟ ପ୍ରକାଶ ବୁଝିବା ପାଇଁ ନାରାଜ।


ଦିନେ ରୁଚି ଓ ରିତିକ ଛାତ ଉପରେ ବସି କଥା ହେଉ ଥିବା ଦେଖି ପ୍ରକାଶ ବହୁତ ରାଗି ଗଲେ ଏବଂ ରିତିକ କୁ ବହୁତ ମାଡ ମାରିଲେ। ଏ ସବୁ ଦେଖି ଝୁମା ସହି ପାରିଲେ ନାହିଁ। ଆଉ ରାତିରେ ରୁଚି ସହ ଲୁଚି ଲୁଚି ରାଧାଙ୍କ ପାଖକୁ ଗଲେ ଏବଂ କହିଲେ ଯେ ରିତିକ କୁ ଏଠାରୁ ଦୂରକୁ ଯିବା ପାଇଁ ପଡିବ। କାରଣ ପ୍ରକାଶ ର ରାଜା ଚାଲ୍ କାଟିବା ପାଇଁ ଗୋଟିଏ ରାଜା ହିଁ ଦରକାର। ଆଉ ସେ ରାଜା ହେବ ଏ ସବୁ ସମ୍ପତ୍ତି ର ପ୍ରକୃତ ଉତ୍ତରାଧିକାରୀ ରିତିକ। କିନ୍ତୁ ଆମକୁ ରିତିକ ମରି ଯାଇଛି ବୋଲି ଅଭିନୟ କରିବା ପାଇଁ ପଡିବ। ରିତିକ ର ରହିବା ବ୍ୟବସ୍ଥା ମୁଁ କରି ଦେବି। ସେଦିନ ମୋର ଜଣେ ଦୂର ସମ୍ପର୍କୀୟ ଙ୍କ ସହ ଦେଖା ହୋଇ ଥିଲା। ଆମ ପ୍ରକାଶ ବୟସର ହେବ। ତାର ଛୁଆ ନାହାଁନ୍ତି। ସେ ରିତିକ କୁ ତା ଛୁଆ କରି ରଖିବ। ଆଉ କେମିତି କଣ ହେବ ସମୟ ସୁଯୋଗ ଦେଖି ମୁଁ କହିବି। ରାଧା ଙ୍କର ପୁଅକୁ ଛାଡିବା ପାଇଁ ଇଚ୍ଛା ନ ଥିଲେ ସ୍ୱତ୍ତେ ଭବିଷ୍ୟତ ପାଇଁ ସେ ହଁ ମାରିଲେ।


ଝୁମା ଭାବୁ ଥାଆନ୍ତି କେମିତି କଣ କରିବେ। ଦିନେ ବଜାରରେ ବୋମା ବିସ୍ଫୋରଣ ହେଲା। ବହୁତ ଲୋକ ପ୍ରାଣ ହରାଇଲେ। ରିତିକ ଭାଗ୍ୟ ବଶତଃ ସେଇ ସମୟରେ ବଜାରରେ ଥିଲା ଆଉ ଭଲରେ‌ ଘରକୁ ଫେରି ଆସିଲା। ଝୁମା ସଙ୍ଗେ ସାଙ୍ଗ ଯୋଜନା କରି ରାଧାଙ୍କୁ କହି ଆଉ କେହି ଦେଖିବା ଆଗରୁ ରିତିକକୁ ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ପଠାଇ ଦେଲେ। ରିତିକ ଯିବା ସମୟରେ ନିଜ ସାଇକେଲ, ଡ୍ରେସ୍ ର କଟା ଓ ବଜାର ସାମଗ୍ରୀ ଆଣି ଥିବା ବ୍ୟାଗ ସେଠାରେ ପକାଇ ‌ଦେଲା। ପୋଲିସ ଘରକୁ ଆସି ରିତିକ ମୃତ ବୋଲି ଘୋଷଣା କଲା। ଏ ବିଷୟରେ ରାଧା, ଝୁମା ଓ ରୁଚି କେବଳ ଜାଣି ଥିଲେ। ସୁମନ‌ ଛୋଟ ଥିବାରୁ ତାକୁ କିଛି କୁହା ହେଲା ନାହିଁ। ରାଧା ପୁଅକୁ ଦୂରାଇ ଥିବାରୁ ଓ ସୁମନ ଭାଇକୁ ସବୁ ଦିନ ପାଇଁ ହରାଇ ଥିବାରୁ ବହୁତ କାନ୍ଦୁ ଥିଲେ। ପ୍ରକାଶ କିନ୍ତୁ ମନେ‌ ମନେ ଭାବୁ ଥାଆନ୍ତି ରାସ୍ତା ରେ କଣ୍ଟା ଗୋଟିଏ ହଟି ଗଲା। ଚିନ୍ତା ଟିକିଏ କମିଗଲା।


ମଝିରେ ମଝିରେ ରୁଚି ଓ ରାଧାଙ୍କର ରିତିକ ସହ ଫୋନରେ କଥା କରାଉ ଥିଲେ। ଯାହା ଯେମିତି କଷ୍ଟ ସହି ରାଧା ଓ ସୁମନ ସମୟ ବିତାଉଥିଲେ।


କଲେଜ ପଢିବା ପାଇଁ ରୁଚି ସହରକୁ ଗଲା। କଲେଜ ରେ ପଢୁ ଥିବା ସମୟରେ ପ୍ରକାଶ ରୁଚି ପାଇଁ ପୁଅ ଖୋଜା ଖୋଜି ଆରମ୍ଭ କରି ସାରି ଥାଆନ୍ତି। ରୁଚି କିନ୍ତୁ ଆହୁରି ପଢିବ ବୋଲି କହୁ ଥାଏ। ଇତି ମଧ୍ୟରେ କିଛି ବର୍ଷ ବିତିଗଲା।


ରାଧା ଓ ରିତିକ ଫୋନରେ‌ କଥା ହେଉ ଥାଆନ୍ତି। ସେପଟେ ରିତିକ ବି ପାଠ ପଢି ବଡ଼ ମଣିଷ ହୋଇ ଗଲାଣି। ସେ ଏ‌ବେ ଯାହା ପାଖରେ ରହୁଛି ତାଙ୍କ ବ୍ୟବସାୟ ସମ୍ଭାଳୁଛି। ଦିନେ ରିତିକ କହିଲା ସେ କାମରେ ବିଦେଶ ଯିବ। ଆଉ କିଛି ଦିନ ଫୋନରେ କଥା ହୋଇ ପାରିବ ନାହିଁ।


ଏହି ସମୟରେ ରୁଚି ଘରକୁ ଫେରି ଆସିଛି। ଆଉ ସେ ତା ବାପାଙ୍କୁ କହିଲା ସେ ପ୍ରେମ କରୁଛି। ପ୍ରକାଶ ଯେତେବେଳେ ଜାଣିଲେ ସେ ସୁଦନର ପୁଅ ରାକେଶ କୁ ଭଲ ପାଏ ଆଉ ତାକୁ ବିବାହ କରିବ। ଏ କଥା ଶୁଣି ପ୍ରକାଶ ବହୁତ ଖୁସି ହେଲା । କାରଣ ସୁଦନ ବହୁତ ଧନୀ। ବାବାହ ଧୁମ୍ ଧାମରେ ହେବ ବୋଲି ପ୍ରକାଶ କହିଲେ। ରାକେଶ ସହ ରୁଚିର ବିବାହ ଶୁଣି ରାଧା ଆଶ୍ଚର୍ଯ୍ୟ ହେଲେ। ସେ ରୁଚି କୁ ପଚାରିବାରୁ ରୁଚି କହିଲା ଖୁଡୀ ତୁମର ସେ ଚାକର ପୁଅ କୁଆଡେ ଗଲା ମୁଁ ଜାଣିବି କେମିତି। ସହରକୁ ଯିବା ପାଖରୁ ତ ମୁଁ ତା ସହ କଥା ହୋଇ ନାହିଁ। ସେ ଭିକାରୀ ଅପେକ୍ଷା ଏ ଧନୀ ପୁଅକୁ ବିବାହ କଲେ ଭଲ ହେବ। ଝୁମା ବି କହିଲେ ଯଦି ରୁଚି ରିତିକ କୁ ବିବାହ କରିବା ପାଇଁ ରାଜି ନୁହେଁ , ତା ହେଲେ ମୁଁ ତାକୁ ବାଧ୍ୟ କରି ପାରିବି ନାହିଁ। ରିତିକ ବି ବିଦେଶ ଯାଇଛି। ଆଉ ତା ସହ ରାଧା କଥା ହୋଇ ପାରିଲେ ନାହିଁ।


ସୁଦନ ଓ ତାଙ୍କ ପରିବାର ଆସିଲେ। ରାକେଶ ଦେଖିବା ପାଇଁ ବହୁତ ହେଣ୍ଡସମ । ରାକେଶ ଓ ରୁଚିର ଯୋଡ଼ି ଭଲ ଲାଗୁ ଥାଏ। ସେହି ସମୟରେ ପ୍ରକାଶ ରାଧାଙ୍କୁ କହିବେ ନୂଆ ବନ୍ଧୁ ଙ୍କ ଗୋଡ଼ ନିଜ ହାତରେ ଧୋଇ ଦେବା ପାଇଁ। ରାଧା ଯେମିତି ରାକେଶ ର ଗୋଡ଼ ଧୋଇ ଦେବା ପାଇଁ ଗଲେ ରାକେଶ ଅଟକାଇ ଦେଲା ଆଉ କହିଲା କେହି ଗୁରୁଜନ ମୋ ଗୋଡ଼ ଧରି ଧୋଇ ଦେବେ ଏ ହେଉଛି ଆମ ସଂସ୍କାର ବିରୁଦ୍ଧ। ଏ କଥା ଶୁଣି ରାଧା ମନେ ଭାବିଲେ ମୋ ପୁଅ ନ ହେଲେ ବି ଯାହା ହେଉ ରୁଚି ଗୋଟିଏ ଭଲ ପୁଅକୁ ବିବାହ କରୁଛି। ରାକେଶକୁ କିନ୍ତୁ ‌ରାଧା ଦେଖିଲା ଦେଖିଲା ପରି ଲାଗୁଛି। ପ୍ରକାଶ ସେଇ ସମୟରେ ସୁମନର ବି ବିବାହ ତାଙ୍କର ଶଳାର ପୁଅ ନିକେତନ ସହ ସ୍ଥିର କଲେ। ରୁଚି ଓ ସମନର ବିବାହ ଗୋଟିଏ ଦିନରେ ହେବ ବୋଲି କହିଲେ। ହେଲେ ନିକେତନ ଭଲ ପିଲା ନୁହେଁ। ସେ ଗୋଟିଏ ମଦୁଆ ଓ ସୁମନ କୁ ଅଗରୁ ବି ଖରାପ ନଜରରେ‌ ଦେଖିଛି ଆଉ ଛୁଇଁବା ପାଇଁ ଚେଷ୍ଟା ବି କରିଛି। ତେଣୁ ବିବାହ ଆଗ ଦିନ ସୁମନ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କଲା ବେଳେ ରାକେଶ ତାକୁ ବଞ୍ଚାଇଲା ଆଉ ସବୁ ଜାଣିଲା। ଆହୁରି ମଧ୍ୟ ସେ ଏହା ବି ଜାଣିଲା ଯେ ସୁପନ ତା ଭାଇ ରିତିକର‌ ସାଙ୍ଗ ବିଶୁ କୁ ଭଲ ପାଏ। ରାକେଶ ପ୍ରକାଶ ସହ କଥା ହୋଇ ସୁମନର ବିବାହ ନିକେତନ ନୁହଁ ବରଂ ବିଶୁ ସହ ସ୍ଥିର କଲା। ସୁମନ କହିଲା ଭାଇ ତୁମେ ପୁରା ମୋ ରିତିକ ଭାଇ ପରି । ସେ ବଞ୍ଚି ଥିଲେ ମୋତେ ଏମିତି ହିଁ ରକ୍ଷା କରି ଥାଆନ୍ତେ। ରାଧା ରୁଚି କୁ ବୋହୂ କରି ନ ପାରୁ ଥିବାରୁ ଯେଉଁ ଦୁଃଖ ଥିଲା ରାକେଶ ପରି ପିଲା ରୁଚି ର ଜୀବନକୁ ଆସି ଥିବାରୁ ଖୁସି ହେଲେ। ବିବାହ ଆଗରୁ ରାକେଶ ଗୋଟିଏ ସର୍ତ୍ତ ରଖିଲା ଯେ ସବୁ ସମ୍ପତ୍ତି ରୁଚି ନାମକୁ କରି ଦିଆ ଯାଉ। ଅବଶ୍ୟ ପ୍ରକାଶ ଙ୍କ ପରେ ସେ ସବୁ ରୁଚିର ହୋଇ ଥାଆନ୍ତା। ତେଣୁ ପ୍ରକାଶ ସବୁ ସମ୍ପତ୍ତି ଝିଅ ନାମକୁ କରି ଦେଲେ। ରାଧା ରିତିକ ପାଇଁ ଟିକିଏ ମନ ଊଣା କରୁ ଥିଲେ। ବିବାହ ଧୁମଧାମରେ ହୋଇ ଗଲା। ସମୁଦି ମିଳନ ସମୟରେ ସୁଦନ ସହ ପ୍ରକାଶ ଙ୍କ ମିଳନ ହେଲା। ତାପରେ ରାକେଶ ପ୍ରକାଶ ଙ୍କୁ କହିଲେ ଆପଣ ଆପଣଙ୍କ ପ୍ରକୃତ ସମୁଦୁଣି ସହ ଦେଖା କରିବେ ନାହିଁ କି?


ପ୍ରକାଶ : ମାନେ ?


ରାକେଶ ଓ ରୁଚି ଯାଇ ରାଧାଙ୍କୁ ଜୁହାର ହେଲେ ଏବଂ କହିଲେ ଏ ହେଉଛନ୍ତି ଆପଣଙ୍କ ପ୍ରକୃତ ସମଦୁଣି। ସମସ୍ତେ ଆଶ୍ଚର୍ଯ୍ୟ।


ରୁଚି ରାଧାଙ୍କୁ ଧରି କହିଲେ ଆଉ ଖୁଡୀ କହିବିନି । ଆପଣ ମୋ ଶାଶୁ ନା । ଆଉ ଏ ହେଉଛନ୍ତି ରାକେଶ ମାନେ ଆପଣଙ୍କ ରିତିକ। ଆଉ ସୁଦନ ବାପାଙ୍କ ପୁଅ ରାକେଶ। 


ଝୁମା : ହଁ ରାଧା ଏ‌ ହେଉଛି ଆମ ରିତିକ। ଯିଏ କି ସୁଦନ ପାଖରେ‌ ତା ପୁଅ ହୋଇ ‌ବଢିଛି।


ପ୍ରକାଶ : ଏ କଣ କହୁଛ ମା।


ଝୁମା : ତୋତେ କଣ ଏକା ରାଜା ଚାଲ୍ ଚଳେଇ ଆସେ। ଏ ରାଜା ଚାଲ୍‌ ମୁଁ ଆରମ୍ଭ କରି ଥିଲି ଆଉ ଶେଷ କଲା ଏ ସମ୍ପତ୍ତି ର ପ୍ରକୃତ ଉତ୍ତରାଧିକାରୀ ରିତିକ। ଆଉ ଯାହା ଆଗରୁ ସ୍ଥିର ହୋଇ ଥିଲା ତାହା ହିଁ ହେଲା ।ରିତିକ ଓ‌ ରୁଚିର ବିବାହ।


ରିତିକ ପ୍ରକାଶ ଙ୍କୁ କହିଲା ଆପଣ ରାଜା ଚାଲ୍ ଚଳାଇ ମୋ ମାଆକୁ ମାଳିକାଣୀ ରୁ ଚାକରାଣୀ କଲେ। ଆଜି ଆମେ ରାଜା ଚାଲ୍‌ ଚଳାଇ ପୁଣି ମୋ ମାଆକୁ ଚାକରାଣୀ ରୁ ମାଳିକାଣି କଲେ। ହେଲେ ମୁଁ ଆପଣଙ୍କୁ ଏ ଘରୁ କାଢି ବି ନାହିଁ କି ହଇରାଣ କରିବି ନାହିଁ। କାରଣ ମୋ ମାଆ ଆଉ ସୁଦନ ବାପାଙ୍କ ସଂସ୍କାର ବିରୁଦ୍ଧ ହେବ।


ଉପସ୍ଥିତ ଥିବା ସବୁ ବନ୍ଧୁ ବାନ୍ଧବ ରିତିକର ସଂସ୍କାର ଓ ରାଜା ଚାଲ୍‌ ର ଖାଲି ପ୍ରଶଂସା କରୁ ଥାଆନ୍ତି। ରାଧା ପୁଅ ବୋହୂ କୁ ଧରି ଖୁସିରେ କାନ୍ଦୁ ଥାଆନ୍ତି। ଆଜି ପୁଣି ସେ ସବୁ କିଛି ଫେରି ପାଇଲେ। ତାଙ୍କୁ ଲାଗିଲା ଦୁଃଖର ଅନ୍ଧକାର ରାତି ପାହି ଗଲା ଏବଂ ସୁଖର ନୂତନ‌ ସକାଳ‌ର ସୂର୍ଯ୍ୟ ଉଦୟ ହେଲା। ମନେ ମନେ‌ ଈଶ୍ୱର ଓ‌ ମଦନଙ୍କୁ ଧନ୍ୟବାଦ ଜଣାଉ ଥାଆନ୍ତି। ଆଉ ପୁଅ ରିତିକ ଓ ବୋହୂ ରୁଚି ପାଇଁ ଗର୍ବ ଅନୁଭବ କରୁ ଥାଆନ୍ତି।


Rate this content
Log in

Similar oriya story from Drama