STORYMIRROR

Trushna Das

Drama Inspirational Others

5  

Trushna Das

Drama Inspirational Others

ସରିତା (ଭାଗ4: ପ୍ରଶଂସା ଓ ଗର୍ବ)

ସରିତା (ଭାଗ4: ପ୍ରଶଂସା ଓ ଗର୍ବ)

1 min
422

ସରିତା ଏବେ ତା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଝିଅ ହୋଇ ରହିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ତାନ ନ ଥିଲେ। ତେଣୁ ପ୍ରଧାନ ଶିକ୍ଷୟିତ୍ରୀ ତାକୁ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ। ସେ ସରିତାକୁ ଡାକ୍ତରୀ ପଢାଇଲେ। 


ହେଲେ ଦୁଃଖର କଥା ଏତିକି ଯେ ସରିତା ଡାକ୍ତର ହେବା ଆଗରୁ ପ୍ରଧାନ ଶିକ୍ଷୟିତ୍ରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। 


ସରିତା ଡାକ୍ତର ହୋଇ ସହରରେ ବଡ଼ ନାମ ଅର୍ଜନ କରିଛି। କିଛି ବର୍ଷ ପରେ ସାରା ଦୁନିଆରେ କରୋନା ଭୟଙ୍କର ବ୍ୟାଧି ବ୍ୟାପିଛି।ଠିକ ସେତିକି ବେଳେ ସରିତା ତାର ଗାଁରେ ହୋଇ ଥିବା କୋଭିଡ ସେଣ୍ଟରକୁ ଡାକ୍ତରାଣୀ ହୋଇ ଯାଇଛି। 


ତା ଗାଁର ଲୋକମାନଙ୍କୁ ଚିକିତ୍ସା କରିଛି ଏମିତିକି ତା ଜେଜେମା ଓ ବଡ଼ ବାପାଙ୍କୁ ମଧ୍ୟ। 


ସମସ୍ତେ ଯେତେବେଳେ ତା ପ୍ରକୃତ ପରିଚୟ ଜାଣି ପାରିଲେ ସବୁ ନିଜର ଭୂଲ ବୁଝି ପାରିଲେ ଏବଂ ଅନୁତାପ କରିଲେ।ଜେଜେମା ଆଉ ବଡ଼ ବାପା ସରିତାକୁ କ୍ଷମା ମାବି ତାକୁ ତାଙ୍କ ଘରକୁ ନେଇ ଗଲେ। 


ସବୁ ସରିତାର ସେବା ଯତ୍ନ ଦେଖି ତାର ପ୍ରଶଂସା କରି କହିଲେ ସେ ଦିନ ଯଦି ତାର ବାହାଘର ହୋଇ ଯାଇଥାନ୍ତା ତାହା ହେଲେ ସେ କେବେ ଡାକ୍ତରାଣୀ ହୋଇ ପିରି ନ ଥାନ୍ତା କି ତାଙ୍କୁ ଏ ଭୟଙ୍କର ବ୍ୟାଧିରୁ ଭଲ କରି ପାରି ନ ଥାନ୍ତା। ଚାରିଆଡେ ଏବେ ସରିତାର ପ୍ରଶଂସା। ସମସ୍ତଙ୍କ ମୁହଁରେ ବାଃ ବାଃ ଝିଅ ହେବ ତ ଏମିତି। ଏବେ ଜେଜେମା ଆଉ ବଡ଼ ବାପା ତା ପ୍ରଶଂସା ଶୁଣି ଗର୍ବ ଅନୁଭବ କରନ୍ତି ଯେ ସେ ତାଙ୍କର ଘରର ଝିଅ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama