Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Trushna Das

Drama Tragedy Children

5.0  

Trushna Das

Drama Tragedy Children

ସରିତା (ଭାଗ:1 ଅଦୃଶ୍ୟ ଝଡ଼)

ସରିତା (ଭାଗ:1 ଅଦୃଶ୍ୟ ଝଡ଼)

2 mins
506


ସରିତା ବାପା ମାଆଙ୍କ ଗୋଟିଏ ବୋଲି ଝିଅ। ବୟସ ତାର ଦଶ ବର୍ଷ। ସହରରେ ବଢିଛି ସେ। ତା ବାପାଙ୍କର ଇଚ୍ଛା ସେ ବଡ଼ ହୋଇ ଡାକ୍ତର ହେଉ।ସରିତା କେବେ ବି ତା ଗାଁକୁ ଯାଇ ନାହିଁ। କେବଳ ଏତିକି ଜାଣିଛି ତା ଗାଁରେ ତା ଜେଜେମା ଓ ବଡ଼ ବାପାଙ୍କ ପରିବାର ରୁହନ୍ତି।କିନ୍ତୁ ସେମାନେ ପୁରୁଣାକାଳିଆ ରୀତିନୀତି ମାରନ୍ତି। ସେଥିପାଇଁ ତା ବାପାମାଆ ଗାଁକୁ ଯାଆନ୍ତି ନାହିଁ। 


ସରିତା ବାପା ମାଆଙ୍କ ବହୁତ ଗେହ୍ଲି। ସେ ସହରରେ ବଡ଼ ବିଦ୍ୟାଳୟରେ ପଢେ। 


ହଠାତ୍ ଦିନେ ଗାଁରୁ ଖବର ଆସିଲା ସରିତାର ଜେଜେମାଙ୍କ ଦେହ ବହୁତ ଖରାପ। ସେଥିପାଇଁ ବାପାମାଆଙ୍କ ସହ ସରିତା ତା ଗାଁକୁ ଗଲା। 


ଗାଁରେ ସରିତା ଓ ତା ବାପା ମାଆ କିଛି ଦିନ ରହିଲେ।ଗାଁରେ ରହିବା ପରେ ସରିତା ଜାଣିଲା କାହିଁକି ତା ବାପା ମାଆ ଗାଁକୁ ଆସୁ ନ ଥିଲେ। 


ଗାଁରେ ସମସ୍ତେ ପୁରୁଣାକାଳିଆ ରୀତିନୀତି ମାନୁ ଥିଲେ। ଝିଅମାନେ ପାଠ ପଢି ପାରିବେ ନାହିଁ। ଛୋଟ ବେଳୁ ଘର କାମ କରିବା ଶିଖିବେ।ଛଅ ସାତ ବର୍ଷ ହେଉ ଝିଅମାନଙ୍କ ବିବାହ ହେଉଛି।


 ସରିତାର ବାହାଘର ହୋଇ ନାହିଁ ବୋଲି ଗାଁ ଲୋକଙ୍କ ବହୁତ କଥା। ପୁଣି ସରିତାର ବାପା ମାଆ ଭଲ ପାଇ ବାହା ହୋଇ ଥିବାରୁ ସମସ୍ତେ ବହୁତ କଥା କହୁଥିଲେ।ସେମାନଙ୍କ ଚାଲିଚଳନ ଦେଖି ସରିତା ତା ବାପା ମାଆଙ୍କୁ କହିଲା ଜଲଦି ସହରକୁ ପଳାଇବା ପାଇଁ।ସରିତାର ବାପା କହିଲେ ଜେଜେମା ଠିକ ହୋଇ ଗଲେ ସେମାନେ ଗାଁରୁ ପଳେଇବେ। 


କିଛି ଦିନ ପରେ ଜେଜେମା ଠିକ ହୋଇ ଗଲେ। ସରିତା ତା ବାପାମାଆଙ୍କ ସହ ସହରକୁ ଆସିବା ପାଇଁ ବାହାରିଲା। ଜେଜେମା କିନ୍ତୁ ଗୋଟିଏ କଥା ସରିତାର ବାହାଘର ଜଳଦି କରି ଦେବା ପାଇଁ। କିନ୍ତୁ ତା ବାପା ଜେଜେମାଙ୍କୁ ସିଧା ମନା କରି କହିଲେ ମୋ ଝିଅ ଡାକ୍ତର ହେବ.... ଏତେ ଜଲଦି ବାହାଘର ହେବନି କହି ସହରକୁ ବାହାରିଲେ। 


ହେଲେ ଭାଗ୍ୟର ବିଡମ୍ବନା ଦେଖ। ଗାଁରୁ ଟିକେ ବାଟ ଯାଇଛନ୍ତି। ଗାଡି଼ର ବ୍ରେକ୍ ଧରିଲା ନାହିଁ। ଗାଡ଼ି ଯାଇ ଗୋଟିଏ ବଡ଼ ଗଛରେ କୁଟି ହେଲା,ତାର ସାମନା କାଚ ପୁରା ଭାଙ୍ଗି ଚୁରମାର ହୋଇଗଲା। ସରିତାର ବାପା ଗାଡି଼ ଚଲାଉ ଥିଲେ ଏବଂ ମାଆ ସାମନାରେ ବସି ଥିବାରୁ ଦୁର୍ଘଟଣାରେ ସେମାନେ ମରିଗଲେ। ଅଳ୍ପକେ ସରିତା ସେ ଦୁର୍ଘଟଣାରୁ ବଞ୍ଚିଗଲା। 


ଏ କେମିତି କା ଅଦୃଶ୍ୟ ଝଡ଼ ସରିତା ଜୀବନେ ଆସିଲା.... ବିଚାରି ହଠାତ୍ ବାପା ମାଆଙ୍କୁ ହରାଇଲା..... ସେ ପଟେ ତା ବଡ଼ ବାପା, ଜେଜେମାଙ୍କ ପୁରୁଣାକାଳିଆ ରୀତିନୀତି.... କେମିତି ବିଚାରି ଚଳିବ। ତା ଉପରେ ଭାଗ୍ୟ ଦାଉ ସାଜିଛି। ସେ ବାପା ମାଆଙ୍କ ମୃତ୍ୟୁରେ ନିଶବ୍ଦ ହୋଇ ବସିଛି.... ଏ ଯେ ଅଦୃଶ୍ୟ ଝଡ଼ ତା ଜୀବନରେ ଆସି ଯାଇଛି।


Rate this content
Log in

More oriya story from Trushna Das

Similar oriya story from Drama