Trushna Das

Abstract Drama Tragedy

4  

Trushna Das

Abstract Drama Tragedy

ଭୂଲ ସ୍ୱପ୍ନ

ଭୂଲ ସ୍ୱପ୍ନ

5 mins
293


ପ୍ରାୟ ଅଧିକାଂଶ ଝିଅଙ୍କ ସ୍ୱପ୍ନ ଥାଏ ସେମାନେ ବିବାହ କରି ହସ ଖୁସି ର ଘର ସଂସାର କରିବେ। ଆଉ କିଛି ଝିଅଙ୍କ ସ୍ୱପ୍ନ ଥାଏ ନିଜ ଗୋଡ଼ରେ ଛିଡ଼ା ହେଲା ପରେ ଯାଇ ବିବାହ କରିବେ। ତାହେଲେ ଯାଇ ଭବିଷ୍ୟତ ରେ କିଛି ବି ଅସୁବିଧା ହେଲେ ସେମାନେ ନିଜକୁ ଓ ନିଜ ପରିବାର ଲୋକଙ୍କୁ ସମ୍ଭାଳି ପାରିବେ। ଭବିଷ୍ୟତ ଉଜ୍ଜ୍ୱଳ ହେବ । ହେଲେ ନିକିତା ର ସ୍ୱପ୍ନ ଥାଏ ଅଲଗା। ମଧ୍ୟବିତ୍ତ ପରିବାର ରେ ଜନ୍ମ। ବାପା ମାଆଙ୍କ ଦୁଃଖ ସେ ଦେଖିଛି। ସେଥିପାଇଁ ଛୋଟ ବେଳୁ ତାର ଧନ ସମ୍ପତ୍ତି ଉପରେ ଲୋଭ। ପାଠ ପଢା ତ ଠିକ୍ ଠାକ୍ । ହେଲେ ବେଶୀ ତାର ନିଜ ସୁନ୍ଦରତା ବଢ଼ାଇବାରେ ଲାଗି ଥାଏ। ତାହେଲେ ସେ ଧନୀ ଘରର ପୁଅକୁ ଫସାଇ ବିବାହ କରିବାର ସ୍ୱପ୍ନ ଦେଖୁ ଥାଏ। ସାନ ଭଉଣୀ ରିତିକା ପାଠରେ ବହୁତ ଭଲ। ସେ ଭଲ ପାଠ ପଢି ଗୋଟିଏ ବଡ଼ ଚାକିରୀ କରିବାର ସ୍ୱପ୍ନ ଦେଖୁ ଥାଏ। ନିକିତା ରିତିକା ଠାରୁ ଦୁଇ ବର୍ଷ ବଡ।

ନିକତା ଓ‌ ରିତିକା ର ବାପା ବିଭୁ ବାବୁ ଓ ମାଆ ତାରା ଦେବୀ ନିକିତା କୁ ଟିକିଏ ପାଠ ପଢା ଓ ଘର କାମ ରେ ଯେତେ ଧ୍ୟାନ ଦେବା ପାଇଁ କହିଲେ କଣ ହେବ? ସେ ତ ଖାଲି ଫେଶନରେ ଧ୍ୟାନ ଦିଏ। ଏ ସବୁ ନେଇ ବାପା ମାଆ ଚିନ୍ତିତ ହେଉଥାନ୍ତି। ହେଲେ ନିକିତା ତ କଥା ଶୁଣିଲେ ସିନା। 

ନିକିତା ପରେ ଜିଦ୍ କଲା ଦିଲ୍ଲୀ ଯାଇ ଫେଶନ ଡିଜାଇନର ପଢିବ। ବାପା ମାଆଙ୍କ ଇଚ୍ଛା ନ ଥିଲେ ମଧ୍ୟ ଝିଅର ଜିଦ୍‌ ପାଖରେ ସେମାନେ ହାର ମାନିଛନ୍ତି। ଆଉ ତାର ପାଠ ପଢା ପାଇଁ ଘରକୁ ବନ୍ଧା ପକାଇ ଟଙ୍କା ଆଣିଛନ୍ତି। ନିକିତା ଦିଲ୍ଲୀ ଯାଇ ଥିଲା ପାଠ ପଢିବା ପାଇଁ। ହେଲେ ପାଠ ଅପେକ୍ଷା ସାଠ ବେଶୀ ହେଲା। ପାର୍ଟି କରିବା, ଡିସକୋ ଯିବା, ସାଙ୍ଗମାନଙ୍କ ସହ ବୁଲାବୁଲି କରିବା, ନିଜ ଶରୀର କୁ ଆକର୍ଷଣ କରିବା ପାଇଁ ଟ୍ରିଟମେଣ୍ଟ ନେବା ଏ ସବୁ ହେଉଛି ତାର କାମ। ସେଇ ସମୟରେ ତାର ଦେଖା ହେଲା ଦିଲ୍ଲୀ ର ଜଣେ ନାମୀଦାମୀ ବ୍ୟବସାୟୀ ଙ୍କ ପୁଅ ରନକ ସହ। ରନକ ମଧ୍ୟ ଧନୀ ଘରର ପୁଅ ହୋଇ ଥିବାରୁ ପାର୍ଟି କରିବା, ଝିଅମାନଙ୍କ ସହ ବୁଲିବା, ନିଶା କରିବା ଏ ସବୁ ତାର ଅଭ୍ୟାସ। ରନକକୁ ପଟାଇ ବିବାହ କରିବା ସ୍ୱପ୍ନ ଦେଖିଲା ରିତିକା। ହେଲେ ସେ ବୁଝି ପାରିଲା ନାହିଁ ଯେ ରନକ ଗୋଟିଏ ବିଷଧର ସାପ, ବିଶ୍ୱାସ ଘାତକତା ତାର ଅଭ୍ୟାସ। କାମନାର ପାଗଳ। 

ପ୍ରଥମେ ରନକ ଓ ନିକିତା ପାର୍ଟି, ଡିସକୋ ଆଦି ସାଙ୍ଗରେ ଗଲେ। ରନକକୁ ଆକୃଷ୍ଟ କରିବା ପାଇଁ ରନକ ସହ ନିକିତା ମଦ ପିଇଲା। ରନକ ନିଜେ ତ ଡ୍ରଗସ ନିଏ। ସେ ନିକିତା କୁ ବୁଝାଇ ଦେଲା ଯେ ଡ୍ରଗସ ନେଲା ପରେ ଝିଅମାନେ ଆହୁରି ସୁନ୍ଦର ହୋଇ ଯାଆନ୍ତି। ତାଙ୍କ ତନୁରେ ଏକ ଅଦ୍ଭୁତ ପ୍ରକାର ଉଜ୍ଜ୍ୱଳତା ଆସେ। ଆଉ ତାଙ୍କ ସୁନ୍ଦରତା ସେ କୌଣସି ପୁଅକୁ ଆକର୍ଷଣ କରେ। ତା କଥାରେ ପଡ଼ି ନିକିତା ଡ୍ରଗସ ବି ନେଲା। ଆଉ ଶେଷରେ ରନକ ଅଭିନୟ କରି କହିଲା ସେ ନିକିତା କୁ ବିବାହ କରିବା ପାଇଁ ଚାହେଁ। ପାଠ ପଢା ସରିଲେ ସେ ବାପା ମାଆଙ୍କୁ କହି ବିବାହ କରିବ। ହେଲେ ତା ଆଗରୁ ପ୍ରେମ ଓ କାମନାରେ ପଡ଼ି ଦୁହେଁ ଆଗକୁ ବଢ଼ିଲେ। ନିକିତା ଗର୍ଭ ନିରୋଧକ ଔଷଧ ନେଉ ଥାଏ। ପାଠ ପଢା ସରିଲା ପରେ ରନକ କହିଲା ମୋ ବାପାଙ୍କ ଦେହ ଭଲ ନାହିଁ। କିଛି ମାସ ପରେ ମୁଁ ତାଙ୍କୁ କହିବି। ଶେଷରେ ରନକ ସହ ରହିବା ପାଇଁ ନିକିତା ଦିଲ୍ଲୀ ରେ ଚିକିରୀ କଲା।

ଏପଟେ ରିତିକା ଡିଗ୍ରୀ ସାରି ଗୋଟିଏ ବ୍ୟାଙ୍କରେ ପି. ଓ ପାଇଁ ଚାକିରୀ କରୁ ଥାଏ। ରିତିକାର ବ୍ୟାଙ୍କର ମ୍ୟାନେଜର ସୁରଜ ରିତିକା ସହ ବିବାହ ର ପ୍ରସ୍ତାବ ଦେଲେ। 

ବିଭୁ ବାବୁ ପ୍ରସ୍ତାବ ରେ ରାଜି ହୋଇଗଲେ କିନ୍ତୁ ସେ କହିଲେ ଯେ ବଡ ଝିଅ ନିକିତା ର ବିବାହ ହେଲେ ଯାଇ ରିତିକାର ବିବାହ ହେବ।

ବିଭୁ ବାବୁ ଓ ତାରା ଦେବୀ ନିକିତା ପାଇଁ ମନେ ମନେ ବିବାହ ପ୍ରସ୍ତାବ ଖୋଜିବା ଆରମ୍ଭ କରି ଥାଆନ୍ତି। ଦିନେ ନିକିତା କୁ ପଚାରିବାରୁ ସେ କହିଲା ମୁଁ ଜଣକୁ ଦିଲ୍ଲୀରେ ଭଲ ପାଏ । ବିଭୁ ବାବୁ କହିଲେ ତେବେ ବିବାହ ପାଇଁ ଆଗକୁ ବଢ଼ାଇବା ପାଇଁ। ନିତିକା କହିଲା ହଁ ରନକ ବାହାରକୁ ଯାଇଛନ୍ତି। ସେ କାଲି ଆସିଲେ ଯାଇ ମୁଁ ତାଙ୍କୁ ଏ ବିଷୟରେ କହିବି। ଏମିତି କଥା ହେଉ ରନକ ଆସିଗଲା। ରନକକୁ ଦେଖି ନିକିତା କାମ ଅଛି କହି ଫୋନ୍ କାଟି ଦେଲା। ସେଦିନ ଆଉ ନିକିତା ନିରୋଧକ ଔଷଧ ନେଇ ନ ଥାଏ। ନିକିତା କିଛି କହିବା ଆଗରୁ ରନକ ଓ ତା ମଧ୍ୟରେ ପୁଣି ଶାରୀରିକ ସମ୍ପର୍କ ହୋଇ ଯାଇ ଥାଏ। ଆଉ ସକାଳୁ ଉଠି ନିକିତା ବିବାହ କଥା କହିବାରୁ ରନକ କହିଲା ସେ କିଛି ଦିନ ପାଇଁ ବାହାରକୁ ଯାଉଛି ଆସିଲେ ଯାଇ ତା ବାପା ମାଆଙ୍କୁ କହିବ। ତାପରେ ଆଉ ରନକ ନିକିତା ର ଫୋନ ଉଠାଉ ନ ଥାଏ। ନିକିତା ଚିନ୍ତାରେ ଡ୍ରଗସ ନେଉ ଥାଏ। ତାପରେ ସେ ଦିନେ ଜାଣିଲା ଯେ ସେ ମାଆ ହେବାକୁ ଯାଉଛି। ଏ ବିଷୟରେ କହିବା ପାଇଁ ସେ ରନକର ଅଫିସକୁ ଯାଇ ଦେଖିଲା ଯେ ରନକର ବିବାହ ତା ବାପା ଙ୍କ ସାଙ୍ଗର ଝିଅ ସହ ସ୍ଥିର ହୋଇ ଯାଇଛି। ରନକ କହିଲା ସେ ନିକିତା କୁ କେବେବି ଭଲ ପାଇ ନାହିଁ। କେବଳ‌ ତାର ଶରୀରକୁ ଉପଭୋଗ କରିବା ପାଇଁ ସେ ଭଲ ପାଇବାର ଅଭିନୟ କରି ଥିଲା। ଆଉ ନିକିତା ଯଦି ଗର୍ଭପାତ ନ କରେ ତେବେ ନିକିତା ର ଖରାପ ଭିଡିଓ ସେ ନେଟରେ ଛାଡି ଦେବ। 

ନିକିତା ଏ କଥାକୁ କାହାକୁ କହି ଆଉ ପାରିଲା ନାହିଁ। ସବୁ ସ୍ୱପ୍ନ ତାର ଭାଙ୍ଗି ଗଲା। ଶେଷରେ ଗର୍ଭପାତ ପାଇଁ ଔଷଧ ନେଲା। ଆଉ ସବୁବେଳେ ନିଶାରେ ରହିଲା। ହେଲେ ଗର୍ଭ ତିନି ମାସ ର ହୋଇ ଗଲା ନଷ୍ଟ ହେଲା ନାହିଁ। ଶେଷରେ ଅସ୍ତ୍ରୋପଚାର କଲା। ହେଲେ ଦେହ ତାର ଭଲ ହେଉ ନ ଥାଏ। ତାର ଦେହ ବହୁତ ଖରାପ ଖବର ପାଇ ବିଭୁ ବାବୁ ଓ ତାରା ଦେବୀ ଦିଲ୍ଲୀ ଗଲେ। ତା ସାଙ୍ଗଠାରୁ ସବୁ ଶୁଣିଲେ। ମୁଣ୍ଡ ଲାଜରେ ନଇଁ ଗଲା। ହେଲେ କଣ କରିବେ ଝିଅକୁ କି ଏମିତି ଅବସ୍ଥାରେ ଛାଡି ପାରିବେ। ନିକିତା କୁ ଘରକୁ ନେଇ ଆସିଲେ। ଏମିତି ଅବସ୍ଥାରେ ତାକୁ କିଏ ବା ବିବାହ କରିବେ। ରିତିକା ବିଶ୍ବାସ କରି ସୁରଜଙ୍କୁ ଏ ବିଷୟରେ କହି ଦେଲେ। ତାପରେ ବିଭୁ ବାବୁ ସୁରଜ ଓ ରିତିକାଙ୍କ ବିବାହ ର ଦିନ ସ୍ଥିର କଲେ। ଲଗ୍ନଧରା ଦିନ ସୁରଜଙ୍କ ବଡ଼ ଭାଇ ବିରାଟ ଆସିଥିଲେ। ତାଙ୍କର ବି ଜୀବନରେ କମି ଥିଲେ। ବିବାହ ର କିଛି ବର୍ଷ ପରେ ଗୋଟିଏ କାର ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଓ‌ ଛୁଆ ମୃତ୍ୟୁ ବରଣ କରିଥିଲେ। ତାପରେ ସେ ଆଉ ବିବାହ ପାଇଁ ରାଜି ହେଉ ନ ଥିଲେ। ହେଲେ ନିକିତା କୁ ଦେଖି ଓ ଆଗରୁ ସୁରଜ ଠାରୁ ନିକାତା ବିଷୟରେ ଶୁଣି ମଧ୍ୟ ଥିବାରୁ ସେ ନିକିତାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଲେ। ଏବେ‌ ଦୁଇ ଭଉଣୀଙ୍କର ବିବାହ ଗୋଟିଏ ଘରେ ହେଲା। ବିରାଟ ପ୍ରକୃତରେ ବହୁତ ଭଲ ଲୋକ। ସେ ନିକିତା କୁ ସମୟ ଦେଲେ। ନିକିତା ହୁଏତ ଗୋଟିଏ ମଧ୍ୟବିତ୍ତ ପରିବାରରେ ବିବାହ କଲେ, ଧନୀ ହେବାର ସୁଖ ନ ଥିଲେ ବି ବିରାଟ ପରି ସ୍ଵାମୀ ପାଇଥିବାରୁ ନିଜକୁ ଭାଗ୍ୟବତୀ ମାନୁ ଥାଆନ୍ତି। ହେଲେ ନିଜ ଅତୀତର ଭୂଲ ସ୍ୱପ୍ନ ପାଇଁ ନିଜକୁ ଧିକ୍କାର କରୁ ଥାଆନ୍ତି। ଆଉ ଡ୍ରଗସ ଓ ଗର୍ଭପାତର କୁପ୍ରଭାବ ଯୋଗୁଁ ସେ ମୋଟା ହୋଇ ହୋଇ ଚାଲୁ ଥାଆନ୍ତି। କିଛି ମାସ ପରେ ସୁରଜ ଓ‌ ରିତିକା ଖୁସି ଖବର ଆଣିଲେ ଯେ ସେ ଦୁହେଁ ବାପା ମାଆ ହେବାକୁ ଯାଉଛନ୍ତି। ଏ ଖବର ପାଇ ନିକିତା ମଧ୍ୟ ମାଆ ହେବାର ସ୍ବପ୍ନ ଦେଖିଲେ। ଆଉ ନିଜ ବୈବାହିକ ଜୀବନ କୁ ଆଗକୁ ବଢ଼ାଇବା ର ସ୍ଥିର କଲେ। ହେଲେ ସେତେବେଳକୁ ଡେରି ହୋଇ ଯାଇ ଥାଏ। ରିତିକା ଓ ସୁରଜ ଙ୍କ ଝିଅ ନନ୍ଦିତା ର ପାଞ୍ଚ ବର୍ଷ ହେଲାଣି। ହେଲେ ନିକିତା ମାଆ ହୋଇ ପାରୁ ନ ‌ଥାଆନ୍ତି । ଡାକ୍ତର ମଧ୍ୟ ଜବାବ ଦେଇ ସାରି ଥାଆନ୍ତି ଜବରଦସ୍ତି ଅପରେଶନ କରି ଗର୍ଭ ପାତ ଓ ଡ୍ରଗସ ନେଉ ଥିବାରୁ ସେ ମାଆ ହେବା କ୍ଷମତା ହରାଇ ସାରିଛନ୍ତି। ନିକିତା ପୁରା ଭାଙ୍ଗି ପଡି ଥାଆନ୍ତି। ହେଲେ ବିରାଟ ନିକିତା ସହ ପୁରା ଥାଆନ୍ତି। ନିକିତା ନିଜର‌ଭୂଲ ସ୍ୱପ୍ନ ପାଇଁ ଖାଲି ଅନୁତାପ କରୁ ଥାଆନ୍ତି ଆଉ ନିଜକୁ ନିନ୍ଦୁ ଥାଆନ୍ତି। ଶେଷରେ ସେ‌ ମାନସିକ ଭାରସାମ୍ୟ ହରାଇ ନିଜକୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି। ଶେଷରେ ଡାକ୍ତର ସେରୋଗ୍ରେସି ଦ୍ୱାରା ସନ୍ତାନ ପ୍ରାପ୍ତିର ଉପାୟ କଲେ। ହେଲେ ସେମିତି ବିଶ୍ଵାସ ଯୋଗ୍ୟ ଝିଅ ବି ମିଳିବା କଷ୍ଟ ଯିଏ କି ନିଜ ଗର୍ଭ ଭୋଡାରେ ଦେବ। ନିଜ ଭଉଣୀ ର ଖୁସି ପାଇଁ ରିତିକା ସେରୋଗ୍ରେସି ମାଆ ହେବେ ବୋଲି ସ୍ଥିର କଲେ। ସେରୋଗ୍ରେସି ସଫଳ ହେଲା। ନିକିତା ଓ ବିରାଟ ଙ୍କ ପୁତ୍ର ସନ୍ତାନ ଏ ଦୁନିଆ କୁ ଆସିଲା। ମାଆ ହେବାର ସୁଯୋଗ ସିନା ନିକିତା ପାଇଲେ ହେଲେ ସନ୍ତାନ କୁ ଦଶମାସ ଗର୍ଭ ରେ ଧରିବାର ଅନୁଭବ ର ଖୁସି ସେ ପାଇ ପାରିଲେ ନାହିଁ। ନିଜର ଗୋଟିଏ ଭୂଲ ସ୍ୱପ୍ନ ତାଙ୍କୁ ସାରା ଜୀବନ ଅନୁତାପର ନିଆଁରେ ଜଳାଇଲା।

ସେଇଠି ପାଇଁ ଲୋକମାନେ କୁହନ୍ତି ସ୍ୱପ୍ନ ଦେଖିବା ଭଲ ହେଲେ ଏମିତି ସ୍ବପ୍ନ ଦେଖ ଯାହା ପୂରଣ ହୋଇ ପାରିବ। ଆଉ ସ୍ୱପ୍ନ ପାଇଁ ନିଜର ଅସ୍ତିତ୍ବ କୁ ହରାଇବା ପାଗଳାମୀର ପରିଚୟ।


Rate this content
Log in

Similar oriya story from Abstract