STORYMIRROR

Trushna Das

Abstract Others Children

3  

Trushna Das

Abstract Others Children

ଜେଜେମାଙ୍କ ଲିଚୁ ଗଛ

ଜେଜେମାଙ୍କ ଲିଚୁ ଗଛ

2 mins
178

ଜେଜେମା ଏ ଜେଜେ କୁଆଡେ ଗଲ। ଆମକୁ ପରା କାହାଣୀ କହିବ କହୁ ଥିଲ ଏମିତି କହୁ କହୁ ରାହୁଲ ଓ ମାମୁନ ଦୁଇ ଭାଇ ଭଉଣୀ ବଗିଚାକୁ ଆସିଲେ। 


ଜେଜେମା : ଟିକିଏ ରୁହ । ମୁଁ ଏଇ ଗଛଟା ଲଗାଇ ଦିଏ।


ରାହୁଲ : ଏଇଟା କ'ଣ ଗଛ ଜେଜେମା।


ଜେଜେମା : ଏଇଟା ଲିଚୁ ଗଛ।


ସୁମନ : ଲିଚୁ ଗଛ ଚାରା କେଉଁଠାରୁ ପାଇଲ।


ଜେଜେମା : ମଝିରେ ଯେ ତୋ ବାପା ଲିଚୁ ଆଣି ଥିଲା । ଆମେ ଯଉଁ ଖାଇ ବାଡିକୁ ଫିଙ୍ଗୁ ଥିଲୁ ବୋଧେ ସେଇ ଲିଚୁ ମଞ୍ଜିରେ ଏ ଚାରା ହୋଇଛି। ଆଉ ଟିକିଏ ଆଗରୁ ବଗିଚାରେ ବୁଲୁ ବୁଲୁ ମୁଁ ଦେଖିଲି ତା। ସେ ପଥର ଗଦା ଭିତରେ ବାହାରି ଥିଲା। ବଢ଼ି ପାରି ନ ଥାଆନ୍ତା। ତେଣୁ ତାକୁ ଆଣି ଏଇଠି ପୋତି ଦେଉଛି। 


ରାହୁଲ : ଏ ବର୍ଷା ଝିପି ଝିପିରେ ଜେଜେମା ତୁମକୁ ଏ ସବୁ ଦେଖା ଯାଉଛି ନା । ଚାଲ ନା ଗପ କହିବ।


ଜେଜେମା : ରହ‌ ମୁଁ ଏବେ ‌ଏ‌ ଗଛ ଲଗାଉଛି। ଦେଖିବୁ ରହ ପରେ ତୁ କେତେ ଉପକାର ପାଇବୁ। ମୁଁ ଥିବି କି ନ ଥିବି ଜଣା ନାହିଁ। ହେଲେ ତୁ ଏ ଗଛ ଦେଖି ମୋତେ ମନେ ପକାଇବୁ।


ଗଛ ଲଗା ହେଲା ପରେ ଜେଜେମା ରାହୁଲ ଓ ସୁମନକୁ ଗପ କହିଲେ।


ଏ‌ ଘଟଣାର କିଛି ବର୍ଷ ବିତିଗଲା। ରାହୁଲ ଓ ସୁମନ କଲେଜରେ ପଢୁଥାଆନ୍ତି। ଆସିଲା କରୋନା ସମୟ। ଗୋଟିଏ ମାଧ୍ୟମିକ ପରିବାର ଛୁଆ ରାହୁଲ ଓ ସୁମନ। ତାଙ୍କ ବାପା ଘର ଚଳାଇବା ଓ ଛୁଆ ଦୁଇ ଜଣଙ୍କୁ ପାଠ ପଢ଼ାଇବା ରେ ସବୁ ଟଙ୍କା ବିନିଯୋଗ କରି ସଞ୍ଚୟ ବିଶେଷ କିଛି କରି ନ ଥାଆନ୍ତି। କରୋନା ପାଇଁ ଆୟ ବନ୍ଦ। ଘରେ ସବୁ ଚୁପଚାପ ରହୁଥାନ୍ତି। ଆଉ ସେଇ ବର୍ଷ ଲିଚୁ ଗଛରେ ପ୍ରଥମ କରି ଫୁଲ ଧରି ଥାଏ। ଘରକୁ କରୋନା ଗ୍ରାସ କଲା। ସମସ୍ତେ କରୋନା ପିଡିତ ହେଲେ। ଜେଜେମାଙ୍କୁ ଛାଡି ସବୁ ଠିକ ହୋଇ ଗଲେ। ଜେଜେମା ସବୁ ଦିନ ପାଇଁ ଆଖି ବନ୍ଦ କଲେ। ଏ ସବୁରେ ଯାହା ଟଙ୍କା ଥିଲା ଖର୍ଚ୍ଚ ହୋଇ ଯାଇଛି। ଏବେ ଘର ଚଳିବ କେମିତି ରାହୁଲର ବାପା ଭାବୁ ଥାଆନ୍ତି। ଟଙ୍କି ତ ନାହିଁ।


ସେଇ ସମୟରେ ପାଖ ପଡିଶା ଲିଚୁ ଗଛ ଦେଖି ଆସିଲେ ଏବଂ କହିଲେ ଆମକୁ ଲିଚୁ ଦିଅ । ସାବିତ୍ରୀ ବ୍ରତ ଦୁଇ ଦିନ ପରେ। ବଜାରରେ ବହୁତ ଦାମରେ ବିକୁଛନ୍ତି। ତିନିଗୁଣା ଦାମ ଏ ବର୍ଷ । ଆପଣ ଯେଉଁ ଦାମରେ ବିକ୍ରି କରିବେ ଆମେ ନେବୁ।


ରାହୁଲ ବାପା ପ୍ରତି ବର୍ଷ ଯେଉଁ ଦାମରେ‌ ଲିଚୁ ବିକ୍ରି ହୁଏ ସେଇ ଦାମରେ ‌ବିକ୍ରି କଲେ। ଲିଚୁ ଗଛରେ‌ ବହୁତ ଲିଚୁ ହୋଇଥିଲା। ବିକ୍ରି ପରେ ବି ଘର ଲୋକ ମନ ଖଲି ଖାଇଲେ।


ରାହୁଲ ଓ ସୁମନ ସେ ଲିଚୁ ଗଛ ପାଖକୁ ଯାଇ ଜେଜେମାଙ୍କ ଲିଚୁ ଗଛ ଲଗାଇବା କଥା ମନେ ପକେଇ ଜେଜେମାଙ୍କୁ ଝୁରି ହେଲେ ଏବଂ କହିଲେ ଜେଜେମା ଠିକ କହି ଥିଲେ ଏ ଗଛ ଆଜି ଆମ ଆୟର ଏକ ମାତ୍ର ଉପାୟ ହେଲା। ନ‌ ହେଲେ ଆମେ ଖାଇବା ପାଇଁ ମଧ୍ୟ ଟଙ୍କା ପାଇ ନ ଥାନ୍ତେ। ଦୁହେଁ ଲିଚୁ ଗଛକୁ ଧରି କହିଲେ ଜେଜେମା ଆମେ ତୁମକୁ ବହୁତ ଭଲ ପାଉ ଆଉ ମିସ୍ ମଧ୍ୟ କରୁଛୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract