Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Trushna Das

Abstract Drama Classics


4  

Trushna Das

Abstract Drama Classics


ମାଆଙ୍କ ହାତରନ୍ଧା ଚିକେନର ବାସ୍ନା

ମାଆଙ୍କ ହାତରନ୍ଧା ଚିକେନର ବାସ୍ନା

7 mins 278 7 mins 278

ଆଶା ଏ ଆଶା କୁଆଡେ ଗଲ କହି ଭିତରକୁ ପ୍ରବେଶ କଲେ ପ୍ରଣବ।ଆଶା ଆଖିରୁ ଲୁହ ପୋଛି ଘୁରି ପଡି କହିଲେ ହଁ ହଁ ଯାଉଛି।


ପ୍ରଣବ : ଆରେ ଏ ଯାଏଁ କାନ୍ଦୁଛ। ଆହୁରି କେତେ ଦିନ ଏମିତି କାନ୍ଦିବ।


ଆଶା : କାନ୍ଦିବା ତ ଆମ ଭାଗ୍ୟ। କେମିତି ମୁଁ ତାକୁ ଭୁଲି ଯିବି କୁହ।


ପ୍ରଣବ : ଆରେ ଆଉ କ'ଣ କରିବା କୁହ। ସେ କଣ ଯିବା ପାଇଁ ଚାହୁଁ ଥିଲା? ତାର ବି ତ ଅସୁବିଧା ଥିଲା।


ଆଶା : କେମିତି ନିଜ ଗର୍ଭର ଛୁଆକୁ ଜନ୍ମ କରି ଅଠେଇଶ ବର୍ଷ ବଡ କଲା ପରେ ବୋହୁ ଖୋଜିବା ପାଇଁ ଗଲା ବେଳକୁ ଶୁଣିଲୁ କଣ ନା ଆମ ଅମନ ଶିଳ୍ପୀ କୁ ଭଲ ପାଏ। ସେ ଜାଣିଛି ଆମ ଘରର ଆର୍ଥିକ ଅବସ୍ଥା କେମିତି? ତୁମର ଦେହ ଭଲ ନାହିଁ।ସାନ ଭାଇ ବିଭବର ପାଠ ପଢା ସରି ନାହିଁ ସେପଟେ ସାନ ଭଉଣୀ ମାମୁନର ବିବାହ ବୟସ ବି । ସେ କିଛି ନ ବୁଝି ଭଲ ପାଇଲା ଏତେ ଧନୀ ଘରର ଝିଅକୁ। ଆଉ ତା ଜିଦ ଆଗରେ ବାଧ୍ୟ ହୋଇ ଆମେ ଶିଳ୍ପୀକୁ ବୋହୂ କରି ଆଣିଲୁ। ଅବଶ୍ୟ ଏଥିରେ ଶିଳ୍ପୀ ର କିଛି ଭୂଲ ନାହିଁ। ସେ ତ ଛୋଟ ବେଳୁ ଆଲିସାନ ଘରେ ବଡ଼ ହୋଇଛି। ଅଭାବ କଣ ତାକୁ କେଉଁଠି ବା ଜଣା!


ଆସିଲା ପରେ ତାକୁ ଆମ ଘରେ ଚଳିବା କଷ୍ଟ ହେଲା। ତାକୁ ଖୁସି ରେ ରଖିବା ପାଇଁ ଆମେ ସବୁ ଚେଷ୍ଟା କଲୁ। ହେଲେ ଗୋଟିଏ ରାଜକୁମାରୀ କଣ ଆସି ଗରିବ କୁଡ଼ିଆରେ ରହି ପାରିବ। ସେ ବି ସବୁବେଳେ ଦୁଃଖରେ ରହୁ ଥାଏ। ଯେ ଝିଅ ସାଙ୍ଗମାନଙ୍କ ସହ ହୋଟେଲ ରେ ଯାଇ ହଜାର ହଜାର ଟଙ୍କା ଉଡାଉ ଥିଲା ସେ ଝିଅ ଏଇଠି ସପ୍ତାହ ରେ ଥରେ ଚିକେନ‌ ଖାଇବା ପାଇଁ ତରସି ଯାଉ ଥାଏ। ନିଜ ଖୁସି କୁ ନିଜ ଭିତରେ ମାରି ରହୁ ଥିଲା। ହେଲେ ସେ ମୁହଁ ଖୋଲି କିଛି କହୁ ନ ଥିଲା। ତାର ହସ ହସ ମୁଖ ଶୁଖିଲା ଦେଖା ଯାଉ ଥିଲା। ତଥାପି ସେ ଝିଅ ଆମ ଘରେ ଖାପଖୁଆଇ ଚଳିବା ପାଇଁ ଚେଷ୍ଟା ‌କଲା।


ପ୍ରଣବ : ହଁ ଶିଳ୍ପୀ ଝିଅ ହିସାବରେ ଖରାପ ନୁହେଁ। ଏତେ ବଡ଼ ଘରର ଝିଅ ହେଲେ ବି ସେ ବୋହୂ ହେବା ର କର୍ତ୍ତବ୍ୟ କରି ଥିଲା। ଆମ ମାମୁନ ପାଇଁ ଯେତେବେଳେ ପୁଅ ଘର ଦେଖିବା ପାଇଁ ଆସୁ ଥିଲେ ସେ ତାର ଶାଢ଼ୀ ଓ ଗହଣା ପିନ୍ଧାଇ ମାମୁନକୁ ସଜାଉ ଥିଲା। ଆଉ ରୋଷେଇ ବାସ ବି ଭଲ‌ କରୁ ଥିଲା। କିନ୍ତୁ ଅମନ ଓ ଶିଳ୍ପୀ ଦୁଇ ଜଣ ଯାକ ଦେଶୀ ଚିକେନ ହେବାର ହେଲେ କହିବେ ମାଆ ତୁମେ କର। ଆଉ ତୁମ ହାତ ରନ୍ଧା ଚିକେନ ର ବାସ୍ନା ରେ ଦୁହେଁ ପୁରି ଛୋଟ ପିଲା ପରି ହେବେ ଆଉ ଆସି ଖୁସିରେ ସେ କସା ହେଉ ହେଉ ଖାଇବେ। ଶିଳ୍ପୀ ପୁରା ଝିଅ ପରି ଆମ ସହ ମିଶି ଯାଇଥିଲା। ପ୍ରଥମେ ତାକୁ ଏଇଠି ଚଳିବା ପାଇଁ ଅସୁବିଧା ହେଉ ଥିଲା , ହେଲେ ପରେ ପରେ ସେ ଏ ଘରକୁ ଆପଣାଇ ନେଇ ଥିଲା। 


ଆଶା : ହଁ ବହୁତ ସ୍ନେହୀ ଝିଅଟି। ଆମ ମାମୁନର‌ ବାହାଘରରେ କେତେ ଆଦରରେ ସେ ସବୁ ଆୟୋଜନ କଲା। ଯେମିତି ମାମୁନ ତା ନିଜ ଝିଅ। ଆମେ ଭାବୁ ଥିଲୁ ଧନୀ ଘରର ଝିଅ ଆମର ବୋହୂ ହୋଇ ଆମକୁ ପଚାରିବ ନାହିଁ, ହେଲେ ସେ ପୁରା ଅଲଗା ଥିଲା। ସେ ମାମୁନ ଓ ଜଇଁ ନିହାର କୁ ବହୁତ ସମ୍ମାନ ମଧ୍ୟ କରୁ ଥିଲା। ଇତି ମଧ୍ୟରେ ଆମ ବିଭବର ଚାକିରୀ ହୋଇ ଗଲା। ତା ସହ ଘରକୁ ଖୁସି ଖବର ଆସିଲା ଶିଳ୍ପୀ ମାଆ ହେବାକୁ ଯାଉଛି। କିଛି ମାସ ପରେ ବିଭବର ବିବାହ ମଧ୍ୟ ସ୍ଥିର ହୋଇ ଗଲା। ଘର ହସ ଖୁସିରେ ଭରି ଗଲା। ହେଲେ ବେଶୀ ସମୟ ପାଇଁ ନ ଥିଲା ଏ ଖୁସି। ବିବାହ ର ବ୍ୟସ୍ତତା ସହ ଆମେ ଶିଳ୍ପୀର ଯତ୍ନ ଠିକରେ ନେଇ ‌ପାରୁ ନ ଥିଲୁ। ସେଇ ସମୟରେ ଆମ ଘରକୁ ଭାଙ୍ଗିବା ପାଇଁ ଆସିଲେ ଏ ଯୁଗର ମନ୍ଥରା , ଶିଳ୍ପୀ ର‌ ପିଉସୀ ଗୀତା ସମୁଦୁଣି।


ଆଶା : ହଁ ସେ ଶିଳ୍ପୀ ର ମୁଣ୍ଡରେ ବିଷ ପୁରାଇଲେ ଯେ ସାନ ବହୁ ସ୍ନେହା ଆସିଲେ ଆମେ ତାକୁ ଭଲ ପାଇବା ନାହିଁ। ଆମେ ତାକୁ ସବୁ କାମ କରାଇବା ଓ‌ ସ୍ନେହାକୁ ବେଶୀ ଭଲ ପାଇବା।ଆଉ ସ୍ନେହା ର ଛୁଆ ହେଲେ ଆମେ ତାକୁ ବେଶୀ ଭଲ ପାଇବା ଆଉ ଶିଳ୍ପୀ ର ଛୁଆ କୁ ଅବହେଳା କରିବା। ଏ ସବୁ କୁ ନେଇ ଶିଳ୍ପୀ ଭିତରେ ଭିତରେ ଚିନ୍ତା ରେ ରହିଲା। ଆଉ ଡିପ୍ରେସନ କୁ ଚାଲି ଗଲା। ହେଲେ ଆମେ ଏ ସବୁ ବିବାହ ବ୍ୟସ୍ତତା ମଧ୍ୟରେ ଜାଣି ପାରିଲୁ ନାହିଁ।ଏ ହେଉଛି ଆମ ମାନଙ୍କର ସବୁଠାରୁ ବଡ଼ ଭୂଲ ଥିଲା। ସେଇ ସମୟରେ ଅମନ ବି ଚାକିରୀ ପ୍ରମୋସନ ପାଇଁ ଡେରି ରେ ଘରକୁ ଫେରୁ ଥାଏ। ଶିଳ୍ପୀ ତା ସହ ବି ଭଲରେ କଥା ହୋଇ ପାରୁ ନ ଥାଏ।‌ ତାକୁ ଲାଗିଲା ଯେମିତି ‌ତା ଗୀତା ପିଉସୀ ଯାହା କହୁଛନ୍ତି ପୁରା ଠିକ। ଶେଷରେ ସେ ଅମନକୁ କହିଲା ତାକୁ ଏଇଠି ଭଲ ଲାଗୁ ନାହିଁ। ସେ ସହରରେ ତା ବାପ ଘରକୁ ଯାଇ ରହିବ ଆଉ ଅମନ‌କୁ ମଧ୍ୟ ଯିବା ପାଇଁ ବାଧ୍ୟ କଲା। ଅମନ‌ ତା ମନ କଥା ନ ବୁଝି ତାକୁ ଜୋରରେ ଚାପୁଡ଼ା ମାରିଲା। ଆମେ ଅମନକୁ ବୁଝାଇଲୁ ଯେ ତୁ ନ ‌ରାଗି ତା ସହ ଟିକିଏ ଭଲରେ କଥା ହୋଇ ଯାଆ। ଅମନ ଶିଳ୍ପୀ କୁ କହିଲା ବିଭବର ବାହାଘର କିଛି ଦିନ ପରେ ସେମାନେ ‌ଶିଳ୍ପୀର‌ ଘରକୁ ଯାଇ କିଛି ଦିନ ରହି ଆସିବେ। ମାମୁନ ବି ଶିଳ୍ପୀ କୁ ବୁଝାଇବା ପରେ ଶିଳ୍ପୀ ବୁଝିଗଲା। ଶିଳ୍ପୀ ମାମୁନକୁ ବହୁତ ଭଲ ପାଉ ଥିଲା । ତା କଥା କାଟି ପାରିଲା ନାହିଁ। ସ୍ନେହା ଫୋନ‌ କରି ମାମୁନ ଓ ‌ମୋ ସହ କଥା ହୁଏ। ସେ ଶିଳ୍ପୀ ସହ ମଧ୍ୟ କଥା ହେବା ପାଇଁ ଚାହେଁ, ହେଲେ ଶିଳ୍ପୀ ମୁଣ୍ଡରେ ତ ତା ପ୍ରତି ଗୀତା ସମୁଦୁଣୀ ଖରାପ ଭାବନା ପୁରାଇ ଦେଇ ଥିଲେ। ତେଣୁ ଶିଳ୍ପୀ ଭଲରେ ସ୍ନେହା ସହ କଥା ହେଉ ନ‌ ଥାଏ।


ଅବଶ୍ୟ ମୋର‌ବି ଭୂଲ ସେଦିନ ହୋଇ ଗଲା। ମୁଁ ଦେଶୀ ଚିକେନ କରୁ ଥାଏ। ମୁଁ ଜାଣେ ଆମ ଶିଳ୍ପୀ ମୋ ଦେଶୀ ଚିକେନ ହାତ ରନ୍ଧା ଦେଶୀ ଚିକେନ ବାସ୍ନାରେ ଛୋଟ ପିଲା ପରି ଆସି କସା ଖାଏ। ସେଦିନ ସେ ରୋଷେଇ ଘରକୁ ଆସିଲା ନାହିଁ।‌ ବିଭବ ସ୍ନେହାକୁ ଦେଖା କରିବା ପାଇଁ ଯିବା ଥାଏ। ଆଉ ମୁଁ ପ୍ରଥମେ ଶିଳ୍ପୀ କୁ ‌ନ‌ ଦେଇ ସ୍ନେହା ପାଇଁ ପଠାଇ ଦେଲି। ଏଇଟା ମୋର ମହା ଭୂଲ‌ ଥିଲା। ଶିଳ୍ପୀ ଗର୍ଭବତୀ , ତାକୁ ଆଗ ଦେବା ମୋର କର୍ତ୍ତବ୍ୟ। ହେଲେ ମୁଁ ଭୁଲି ଗଲି ଆଉ ସେ ଅଭିମାନ ମାରି ସେ ଦିନ ଖାଉ ନା ‌ଥାଏ । ମାମୁନ ଓ ମୁଁ ତାକୁ କେତେ ବୁଝାଇବାରୁ ଯାଇ ସେ ଖାଇଲା। ହେଲେ ଆମ ଅଭିମାନିନୀ ଶିଳ୍ପୀ ଏ ସବୁ କଥା ମନରେ ରଖି ଥାଏ। ବିଭବ ଓ ସ୍ନେହା ର ବିବାହ ସରିଗଲା। ମାମୁନ ଏଇଠି ଥାଏ। ତା ଦେହ ଠିକ ରହୁ ନ‌ ଥାଏ। ଡାକ୍ତର ଦେଖାଇ ସେ ଆସିଲା। ସ୍ନେହାକୁ ପ୍ରଥମେ ପାଇ ଖୁସି ରେ ତାକୁ ଖୁସି ଖବର ଦେଲା ଯେ ସେ ମାଆ ହେବାକୁ ଯାଉଛି। ଶିଳ୍ପୀ ମାମୁନ ମାଆ ହେବାକୁ ଯାଉଛି ବୋଲି ଖୁସି ତ ହେଲା। କିନ୍ତୁ ଗୀତା ସମୁଦୁଣୀ କହି ଦେଲେ ନୂଆ ଭାଉଜ ପାଇ‌ ମାମୁନ ପୁରୁଣା ଭାଉଜକୁ ଭୁଲି ଗଲ ନା କ'ଣ? ଏ କଥା ଶିଳ୍ପୀ ହୃଦୟକୁ ନେଇ ଗଲା। ରାତି ଯାକ ସେ ଶୋଇ ନାହିଁ। ତାକୁ ଯେତେ ବୁଝାଇଲେ ବି ସେ ଅଭିମାନ ସହ କହୁ ଥାଏ ମୁଁ ଏ ଘରକୁ ଆସି ସମ୍ଭାଳି ଥିଲି। ଏବେ ସମ୍ଭାଳିବା ପାଇଁ ନୂଆ ବୋହୂ ଆସିଛି । ମୁଁ ଆଉ ଏଇଠି ରହିବି ନାହିଁ। ମୋତେ ମୋ ବାପାଙ୍କ ଘରକୁ ନେଇ ଚାଲ।


ତା ମନ ରଖିବା ପାଇଁ ଆମେ ହଁ ମାରିଲୁ। ହେଲେ ସେ ଓଲଟା ଅର୍ଥ କାଢିଲା ଯେ ସେ ଚାଲି ଗଲେ ଆମେ ଖୁସି ହେବୁ। ଏମିତି ଭାବି ଭାବି ରାତି କାଟି ଦେଲା। ଆଉ ସକାଳ ହେବା ବେଳକୁ ଅଘଟଣ ଘଟିଲା। ତାର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନେଲୁ। ହେଲେ ତା ଛୁଆ ଛଅ ମାସର ଗର୍ଭ ରେ ହିଁ ମରି ଗଲା।


ଏତିକି କହି ଆଶା ଭୋ ଭୋ ହୋଇ କାନ୍ଦିବା ପାଇଁ ଲାଗିଲେ।


ପ୍ରଣବ : ହଁ ସେ ଦିନ କେମିତି ଭୁଲି ହେବ। ଶିଳ୍ପୀ ତା ଗର୍ଭର ଛୁଆ ହରାଇଲା। ମାନସିକ ଅବସ୍ଥା ତାର ଠିକ୍ ନ ଥିଲା। ଆଉ ସେ ଏ ସବୁ ପାଇଁ ଆମକୁ ଦାୟୀ କରି ଅମନକୁ କହିଲା ଯେ ଅମନ ଆମ ସହ ରହିବ ନ ହେଲେ ତା ସହ ରହିବ। ଦୁଇ ପାଖରୁ ଗୋଟିଏ କୁ ବାଛିବା ପାଇଁ ପଡିବ। ଡାକ୍ତର କହି ଥିଲେ ଶିଳ୍ପୀ ର ଅବସ୍ଥା ଠିକ ନାହିଁ। ଆଉ ବେଶୀ ମାନସିକ ଚାପରେ ରହିଲେ ସେ ମରି ଯିବ। ଶେଷରେ ଆମେ ଅମନକୁ ରାଣ ନିୟମ ଦେଇ ଶିଳ୍ପୀ ସହ ତା ବାପ ଘରକୁ ପଠାଇ ଦେଲୁ।


ଆମେ ବୁଢ଼ା ବୁଢୀ ଆଉ କ'ଣ ବା କରିବୁ। ସେ ଦୁହେଁ ଯାଇ ପାଖା ପାଖି ଦେଢ଼ ବର୍ଷ ହେଲାଣି, ହେଲେ ଶିଳ୍ପୀ ଆମ ସହ ଆଉ କଥା ହୁଏ ନାହିଁ କି ଅମନକୁ ଆସିବା ପାଇଁ ବି ଦିଏ ନାହିଁ। ଯାହା ହେଉ ଶିଳ୍ପୀ ପୁଣି ମାଆ ହେବାକୁ ଯାଉଛି। ଅମନ ଫୋନରେ କହୁଥିଲା ପାଞ୍ଚ ମାସ ହେଲାଣି।


ଆଶା ଓ ପ୍ରଣବ ଭୋ ଭୋ ହୋଇ କାନ୍ଦୁଛନ୍ତି।


ଏତିକିବେଳେ ବିଭବ ଓ ସ୍ନେହା ଘରକୁ ଦେଶୀ ଚିକେନ ନେଇ ଘରକୁ ଆସିଲେ। 


ବିଭବ : ମାଆ ଖୁସି ଖବର ଅଛି । ତୁମେ ଆଉ ବାପା ଜେଜେମା ଆଉ ଜେଜେବାପା ହେବା ପାଇଁ ଯାଉଛ।


ସ୍ନେହା ଲାଜରେ ଭିତରକୁ ଗଲେ।


ବିଭବ : ମାଆ ଆଜି ଏଇ ଖୁସି ଖବର ପାଇ ତୁମେ ଚିକେନ କର।


ଆଶା : ତୁ ତୋ ଜାଣୁ ଶିଳ୍ପୀ ଓ ଅମନ ଙ୍କର ମୋ ହାତ ରନ୍ଧା ଚିକେନ କେତେ ପସନ୍ଦ । ତେଣୁ ମୁଁ ସେମାନେ ଯିବା ପାଖରୁ ଆଉ ଚିକେନ କରେ ନାହିଁ। ଆଉ ତୋତେ ତ ଚିକେନ ଅପେକ୍ଷା ମୋଟନ ବେଶୀ ପସନ୍ଦ ଯେ। ତୁ ଚିକେନ ଆଣିଲୁ ଯେ।


ସ୍ନେହା : ମାଆ ମୋ ପାଇଁ ବି କରିବେ ନାହିଁ।


ସ୍ନେହାଙ୍କ କଥା କାଟି ନ‌ ପାରି ଚିକେନ ରୋଷେଇ କରୁ ଥାଆନ୍ତି ଆଶା ଆଉ କହୁ ଥାଆନ୍ତି ଏତେ ଚିକେନ କଣ ପାଇଁ ଆସିଛୁ। 


ବିଭବ କହିଲେ ‌ଏବେ ପରା ଘରର ସଦସ୍ୟ ବଢିଲାଣି।


ଚିକେନ କସା ହେଉ ଥାଏ ହଠାତ ପଛ ପଟୁ କେହି ଜଣେ ଆସି ଆଶା ଙ୍କୁ କୁଣ୍ଢାଇ ପକାଇ କହିଲେ ମାଆ ତୁମ ଚିକେନ ବାସ୍ନାରେ ମୁଁ ଆଉ ରହି ପାରୁ ନାହିଁ। ଆଶା ଘୁରି ପଡ଼ିଲା ବେଳକୁ ଶିଳ୍ପୀ ଛିଡ଼ା ହୋଇଛନ୍ତି। ଶିଳ୍ପୀ ଜୁହାର ହୋଇ କହିଲେ ମାଆ ମୋ ଛୁଆ ତୁମ ହାତ ରନ୍ଧା ଚିକେନ ଖାଇବା ପାଇଁ ବ୍ୟସ୍ତ ହେଉଛି। 


ଅମନ‌ : ମାଆ ମୋତେ ଦେବ ନା ଖାଲି ବୋହୂ କୁ।


ଆଶା ପୁରା କାଠ ପରି ଛିଡା ହୋଇ ଥାଆନ୍ତି।


ଶିଳ୍ପୀ : ମାଆ ମୁଁ ମୋ ଭୂଲ ବୁଝି ପାରିଲି ଯେତେବେଳେ ମୋ‌ ଭାଇ ଭାଉଜ ପାଇଁ ଆମ ଘର ଛାଡ଼ି ଚାଲି ଗଲେ। ମୋ ବାପା ମାଆ କଷ୍ଟ ଦେଖି ମୁଁ ବୁଝିଗଲି ମୁଁ ଆପଣମାନଙ୍କୁ କେତେ କଷ୍ଟ ଦେଇଛି।ମୋ ଭାଉଜ ମୋତେ ନେଇ ଇର୍ଷା କରୁ ଥିଲେ। ସେତେବେଳେ ମୁଁ ବୁଝିଗଲି ଯେ ମୋର ଇର୍ଷା ନେଇ ସ୍ନେହାକୁ କେତେ କଷ୍ଟ ହେଉ ଥିବ। ଆଉ ତାଙ୍କୁ ଫୋନ କଲା ବେଳକୁ ଆମେ ଖୁସି ଖବର ପାଇଲୁ ଆଉ ଆମ ଫେରିବା କଥା କହିଲୁ। ମୋତେ କ୍ଷମା କରି ଦିଅ।


ପ୍ରଣବ : ଆରେ ଆଶା କାଠ ହୋଇ ଗଲ ଯେ। ଆମ ପୁଅ ବୋହୂ ଫେରି ଆସିଛନ୍ତି।


ଆଶା ଖୁସିରେ ଅମନ ଓ ଶିଳ୍ପୀ କୁ କୁଣ୍ଢାଇ ପକାଇଲେ। ଏତିକି ବେଳକୁ ଭିତରକୁ ମାମୁନ, ତାଙ୍କ ସ୍ୱାମୀ ଆସିଲେ। ଆଉ କହିଲେ ଭାଉଜ ତୁମର ଭାଣିଜୀ କୁ ଆଶୀର୍ବାଦ ଦେବ ନାହିଁ। 


ମାମୁନ କହିଲେ ମାଆ ଯେମିତି ଶିଳ୍ପୀ ଭାଉଜ ଆମକୁ ଘରକୁ ଆସିବା ପାଇଁ କହିଲେ ଆମେ କି ଆଉ ରହି ପାରିଲୁ।


ଶିଳ୍ପୀ ମାମୁନଙ୍କୁ ଧରି ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ।


ଅମନ ଓ ବିଭବ ମାଆ ଆମକୁ ଖାଇବା ପାଇଁ ଦେବ‌ ନା । ଆଉ ମାଆଙ୍କ ହାତ ରନ୍ଧା ଚିକେନ ର ବାସ୍ନାରେ ରହି ହେଉ ନାହିଁ। ଆଉ ଏଥର ଦେଖିକି ଦେବ ଦୁଇ ବୋହୂ ତୁମର ପେଟଲି ଅଛନ୍ତି। 


ଏ କଥା ଶୁଣି ସବୁ ହା ହା ମାରି ହସିବା ପାଇଁ ଲାଗିଲେ।

ସେ ଦିନ ରାତିରେ ଆଶା ଓ ପ୍ରଣବ ଙ୍କ ପୁରା ପରିବାର ଖୁସିରେ ଏକାଠି ବସି ଖାଇଲେ।


Rate this content
Log in

More oriya story from Trushna Das

Similar oriya story from Abstract