Nityananda Sahu

Drama Romance Tragedy

4.9  

Nityananda Sahu

Drama Romance Tragedy

।। କଣ୍ଢେଇ ରାଣୀ ।।

।। କଣ୍ଢେଇ ରାଣୀ ।।

16 mins
608




କିଛି ସ୍ୱପ୍ନ ଆଜି ବି ମୋ ପାଇଁ ଅବାସ୍ତବ ପରି ଲାଗୁଛି । ଫେରେଇ ଦିଅନ୍ତା ନି କେହି ମୋର ସେଇ ପିଲା ଦିନ କୁ ! କେତେ ଖୁସି ଆଣି ଦେଉଥିଲା ସେଇ ଛୋଟ ବେଳ ଧୂଳି ଖେଳ । ନଦୀ ପହଁରା , କବାଡ଼ି ଖେଳ , ସାଇକେଲ ଟାୟାର ଗଡେଇ ଗାଁ ସାରା ସାଙ୍ଗ ମାନଙ୍କ ସହ ବୁଲିବା , ଗୁଡ଼ି ଉଡା , ଚୋର ପୁଲିସି ଖେଳ , ମିଛି ମିଛି କା କଣ୍ଢେଇ ବାହାଘର ଆଉ ବୋହୂ ବୋହୁକା ଖେଳ । ସତରେ ଆଜି ବି ଯେ କେହି ଭୁଲି ପାରେ ନାହିଁ । ଅଂଶୁଆ ନଦୀ ପଠା ରେ ଶୂନ୍ୟ ଆକାଶ କୁ ଚାହିଁ ଆଜି ବେଶ କିଛି ଅତୀତ ର ସ୍ମୃତି କୁ ମନେ ପକାଏ ଜୀବନ । ଏ ଗାଁ ଆଉ ତାର ପରିବେଶ ମଧ୍ୟରେ ଛନ୍ଦି ହେଇ ରହିଯାଇଛି ତାର ପିଲା ଦିନ । ପାଠ ଶାଠ ଭଲ ନ ହେବା ରୁ , ବାହାରେ ରହି ଚାକିରୀ କରିବା କୁ ଇଛା ନ ଥିଲା । ସେଥିପାଇଁ ବାପା ଅଜା ଚଉଦ ପୁରୁଷ ର ପାଞ୍ଚ ଏକର ଜମି ରେ ଚାଷ କରେ । ଗାଁ ଶେଷ ମୁଣ୍ଡ ରେ ଗୋଟେ ଗ୍ରୋସରି ଦୋକାନରେ ତାର ପେଟ ପୋଷେ । ଘରେ ଚାରୋଟି ଦୁଧିଆଳି ଗାଈ ଆଛି । ବର୍ଷ ସାରା କ୍ଷୀର , ଦହି , ଛେନା ର ଅଭାବ ନ ଥାଏ । ନଦୀ ପଠାରେ ଥିବା ପନ୍ଦର ଗୁଣ୍ଠ ଜମିରେ ଖରା ଦିନେ ପନିପରିବା ଫସଲ କରି , ଘର ଚଳା ପାଇଁ ରଖି ବାକି ପନିପରିବା ବିକି ଭଲ ଦି ପଇସା ରୋଜଗାର କରେ ।

 ଏମିତି ଦୈନ୍ୟଦିନ ଜୀବନର କଟି ଯାଏ । କେବେ ବି ମନରେ ତାର କିଛି ଦୁଃଖ ପରିବାର ପାଇଁ ନ ଥାଏ । ସମସ୍ତେ ଘରେ ଜୀବନ" ପାଇଁ ବହୁତ ଖୁସି ଥିଲେ । ବୟସ ର ବର୍ଦ୍ଧିତ ପରିସୀମା ଆଜି ତା ପାଇଁ ପ୍ରଶ୍ନ ହୋଇ ଠିଆ ହୋଇଛି । ସମସ୍ତେ ଜିଦି ଧରି ବସିଛନ୍ତି ବାହା କରେଇ ଦେବା ପାଇଁ ।

    ଏମିତି ଏକ ନିଷ୍ପତ୍ତି , ସେ ଯେ କେମିତି ନେବ ତା ପାଇଁ ଆଜି ପ୍ରଶ୍ନ ??? ସ୍ମୃତି ର ସାଗର ମଧ୍ୟରେ ରେ ଭାସି ନିତି ଦିନର କର୍ମ ସାରିଲା ପରେ ସନ୍ଧ୍ୟା ହେଲେ ନଦୀ ପଠା କୁ ଆସି ବାଲିଘର ତିଆରି କରେ । ଆଜି ବି ସେ ପିଲାଳିଆମି ଛାଡିନି କି ଭୁଲି ପାରିନି ତାର ପିଲା ଦିନ ର କଣ୍ଢେଇ ରାଣୀ ଛବି କୁ । ସତରେ ଛବି ଯେତେବେଳେ ତା ହାତ ଧରି ରାଜା ରାଣୀ ଖେଳେ । ଲାଗେ ଯେମିତି ତା" ପାଇଁ ସାତ ଜନ୍ମ ର ସାଥି ହେଇ ଛବି ଜନ୍ମ ନେଇଛି । ଛବିର ହାତ ତିଆରି ମିଛି ମିଛିକା ବାଲି ଗୋଡି ର ଭାତ ତିଅଣ ର ସ୍ୱାଦ ତାକୁ ଭାରି ଭଲ ଲାଗେ । ଦୁହେଁ ଅନେକ ଖୁସି ରେ ପିଲା ଦିନ କୁ ଉପଭୋଗ କରିଥିଲେ । ଏକାଠି ସ୍କୁଲ ଯିବା , ବର୍ଷା ରେ କାଗଜ ଡ଼ଙ୍ଗା କରି ଭସେଇବା ଆଉ ରଜ ପର୍ବ ପର୍ବାଣୀ ରେ ସାଙ୍ଗ ହୋଇ ପିଠା ପଣା ଖାଇବା ,ସବୁ କିଛି ଆଜି ବି ତା" ଆଖି ସମ୍ନା ରେ ନାଚି ଯାଉଛି । ତାକୁ ଲାଗୁଚି ଛବି ବିନା ଏ ଜୀବନ ସତରେ ଯେମିତି ଅଧୁରା ।

      କିଛି ସ୍ମୃତି ଭାରି ଯନ୍ତ୍ରଣା ଦାୟକ , ଯାହାକୁ ଭୁଲି ଯିବା ଏତେ ସହଜ ନୁହେଁ । ସେମିତି ଏକ ମୁହୁର୍ତ୍ତ ଥିଲା ଜୀବନ ପାଇଁ ଶ୍ରାବଣର ସେ ଦିନ । ପିଲା ଦିନ ରୁ ଛବି ଆଉ ଜୀବନ ର ଏକାଠି ବସା ଉଠା। ସାଙ୍ଗ ସାଥି ଅନେକ ଥର ଦୁହିଙ୍କ ନାଁ ନେଇ ଚିଡା ଚିଡି କଲେ ବି ଦୁହେଁ କେବେ କିଛି ଖରାପ ଭାବୁ ଥିଲେ । କେବେ ବି ପ୍ରେମ ରୂପକ ଆକର୍ଷଣ ଦୁହିଁଙ୍କ ର ମନ ଭିତରେ ଆସି ନ ଥିଲା । ଏକଦା ଦଶମ ଶ୍ରେଣୀ ରେ ପଢ଼ୁଥିବା ବେଳେ , ଥରେ ଏମିତି ଏକ ଅଘଟଣ ଘଟିବ ବୋଲି ଜୀବନ ସ୍ୱପ୍ନରେ ବି ଭାବି ନ ଥିଲା । ସେଦିନ ବର୍ଷା ଅତ୍ୟନ୍ତ ଭୀଷଣ ହେଉଥାଏ । ଛାଡିବା ର ପ୍ରଶ୍ନ ନ ଥାଏ । କ୍ଲାସ ସରିଲା ବେଳ କୁ ଟିକେ ବର୍ଷା କମି ଯାଇଥାଏ । ସମସ୍ତେ ଯିଏ ଯାହାର ଛତା ଆଉ ରେନି କୋଟ ପିନ୍ଧି ଚାଲି ଗଲେ । ଜୀବନ ଆସିଲା ବେଳେ ଘରୁ ଛତା ଆଣିବା କୁ ଭୁଲି ଯାଇଥାଏ । କ'ଣ କରିବ ଭାବିଲା ଭିତରେ କିଛି ଉପାୟ ନ ପାଇ , ବହି ଖାତା ସବୁ କୁ ଜରି ଭିତରେ ରଖି ବସ୍ତାନୀ କାନ୍ଧରେ ପକେଇ ଓଦା ହୋଇ ବାହାରିଲା । ପବନ ସହ ଘଡ ଘଡି ମାରୁଥାଏ ମଝିରେ ମଝିରେ। ଛବି ବି ତା'ର ଆଗରୁ ଚାଲି ଯାଇଥାଏ । ସ୍କୁଲ ଠାରୁ ଘର ପାଖା ପାଖି ଗୋଟେ କିଲୋମିଟର ହେବ । ନିଜକୁ ବର୍ଷା ରେ ଭିଜେଇ ଘର ଆଡ଼କୁ ଚାଲୁଥାଏ । ହଟାତ ନଜର ପଡିଲା ରାସ୍ତା କଡ଼ ଓସ୍ତ ଗଛ ପାଖରେ କିଏ ଠିଆ ହୋଇଛି । ଗଛ ପାଖକୁ ଯାଇ ଦେଖେ ତ ଛବି ।

------ଆରେ କ'ଣ ଏତେ ଲେଟ କରିଦେଲୁ ଆସିବା କୁ ??? ମୁଁ ତତେ ଖୋଜିକି ନ ପାଇବା ରୁ ଜଗିଛି । ସମସ୍ତେ ଚାଲିଗଲେଣି । ଓଦା ହୋଇ ଘର କୁ ଯିବୁ ନା କ'ଣ !! ଦେହ ତୋର ଖରାପ ହୋଇ ଜ୍ଵର ହୋଇଯିବ । ଆସେ ମୋ ଛତା ଭିତର କୁ ମିଶିକି ଯିବା !

------ଉତ୍ତର ରେ ଜୀବନ କହୁଥାଏ', ମୁଁ ତ ଓଦା ହୋଇ ସାରିଲେଣି । ତୋର ଛୋଟ ଛତା ରେ ଦୁହେଁ ଜାଗା ହେବା ନି । ତୁ ଚାଲେ ମୁଁ ଠିକ ଅଛି ।

------ବେଶି ଆଉ କହ ନି !! ଚୁପ ଚାପ ଆସେ ।

-------ଜୀବନ କିଛି କହିବା ଆଗରୁ ଛବି ତା ହାତ ଧରି ଭଡି ନେଇଗଲା ଛତା ଭିତର କୁ । ପବନ ର ବେଗ ରେ ଛତା ବି ଭାରସ୍ୟାମ ହରାଉ ଥାଏ । ସେ ବି ଓଦା ହେବା କୁ ଲାଗିଲାଣି ।

କିଛି ବାଟ ଯିବା ପରେ ଗୋଟେ ବଡ଼ ଘଡ ଘଡି ରେ ଛବି ଜୀବନ କୁ ଜୋର ରେ ଜାବୁଡି ଧରିଲା । ତାର ପ୍ରଥମ ଛୁଆଁ ରେ ଜୀବନର ଯୌବନ ରେ ଅପୂର୍ବ ଶିହରଣ ଖେଳି ଗଲା । ଛତା ବି ଓଲଟି ପଡିଥିଲା ପବନର ବେଗରେ । ଝିପି ଝିପି ବର୍ଷା ସହ ଛବି ର ଆଲିଙ୍ଗନ ରେ କୋହଲା ପବନ ର ସ୍ପର୍ଶ ଛୁଇଁ ଦେହ ରେ କାମନା ର ଅଗ୍ନି ପ୍ରଥମ ଥର ଜଳିଲା ପରି ଲାଗୁଥିଲା ଜୀବନର । ଓଃ ସତରେ କେବେ ବି ଛବି ପ୍ରତି ଜୀବନ ର ଆଗରୁ ଏମିତି ଆକର୍ଷଣ ନ ଥିଲା । ହେଲେ ଆଜିର ଏ ସ୍ପର୍ଶ କହୁଥିଲା ଅନେକ କିଛି । ଭିଡି ଧରିଥିଲା ଛବି ତା ବାହୁ ଯୁଗଳ ରେ ଜୀବନକୁ । ଜୀବନ ବି ସମ୍ମୋହିତ ହୋଇଯାଇଥିଲା ତାର ଭୟ ର ପ୍ରୀତି ଭରା ସ୍ପର୍ଶ ରେ । ହଠାତ ଚମକି ପଡି ସେ କିଛି ଦୂର ଘୁଞ୍ଚି ଗଲା । ନଜର ବି ଭୂମି ରୁ ଉପର କୁ ନ ଥିଲା ଆଉ ତାର । ଜାଣେନା କାହିଁକି ସେ ଜୀବନର ଆଖିରେ ତା" ଆଖି ମିଶେଇ ପାରୁ ନ ଥିଲା । ପ୍ରଥମ ପ୍ରେମ ର ଫଗୁଣ ଛିଟା ଲାଗିଲା ଯେମିତି ସେ ଦିନ ଜୀବନ ଦେହରେ । ଛତା କୁ ସଳଖି ଛବି ର ମଥା ଉପରେ ରଖିଲା ପରେ , ଛବି ପାଦ ଘର ଅଭିମୁଖେ ବଢ଼େଇଲା , ଆଉ ଜୀବନ ଚାଲୁଥିଲା ଛତା ଧରି ଓଦା ହୋଇ ଝିପି ଝିପି ବର୍ଷା ରେ । ଲାଜେଇ ଛବି ଚାଲୁଥିଲା ଧୀରେ ଧୀରେ ପ୍ରଥମ ଥର ଜୀବନ ସମ୍ନା ରେ । ଯେମିତି ବୋହୂ ବୋହୂ କା ସଢେଇ ଖେଳ ରେ ସେ ଯାଉଥିଲା ଲାଜେଇ ମିଛି ମିଛିକା କନିଆଁ ସାଜି ଜୀବନର ଛୁଆଁ ପାଇଲା ପରେ ।

          ରାତିରେ ଘରେ ଶୋଇ ରହି ଜୀବନ ଚାହିଁ ରହି ଥିଲା ସେଇ ନୀଳ ଆକାଶ କୁ , କଳା ମେଘ ଆସ୍ତରଣ ରେ ଜହ୍ନ ନ ଥାଇ ତାରା ମେଳେ ବି ଛବି ଦିଶୁଥିଲା ତା'ର ପ୍ରତି ଟି ଦେଖାରେ । ମନ କହୁଥିଲା ଛବିର ପ୍ରେମ ରେ ସେ ପଡି ସାରିଥିଲା। ସମୟ ଆଉ ସୁଯୋଗ କୁ ଅପେକ୍ଷା କରି ଭାବିଲା ମନ କଥା କହି ଦେବ ଏକାନ୍ତ ମୁହୂର୍ତ୍ତରେ । ହେଲେ ଆଉ ଛବି ତା ସହ ଆଗ ଭଳି ମିଶୁ ନ ଥିଲା । ଦୁରେଇ ଦୁରେଇ ରହୁଥିଲା ସବୁବେଳେ । ଡାକିଲେ ବି ନ ଶୁଣି ଚାଲି ଯାଉଥିଲା । ବହୁତ କଷ୍ଟ ଲାଗେ , ଯେତେବେଳେ ନିଜର ହେଉ ହେଉ ଜଣେ ଅଚିହ୍ନା ହେବାର ବ୍ୟବହାର କରେ, ସେତେବେଳେ ବହୁତ କଷ୍ଟ ଲାଗେ । ଛବି ତା" ସହ ଠିକ ସେ କଥା ନ ହେବା ରୁ , ଜୀବନର ମନ ଛବି ହୃଦୟ ରେ କେନ୍ଦ୍ରୀଭୂତ ହେବାରୁ , ଦଶମ ଶ୍ରେଣୀ ର ପରୀକ୍ଷା ଉପରେ ଅନେକାଂଶରେ ପ୍ରଭାବ ପକାଇ ଥିଲା । ଛବି ଥିଲା ତାଙ୍କ କ୍ଲାସ ରେ ସବୁଠୁ ଭଲ ପଢ଼ୁଥିବା ପିଲା । ଜୀବନର ଗଣିତ ଭଲ ହୁଏନି ବୋଲି ,ସେ ଜୀବନ କୁ ପାଖରେ ବସେଇ କାନ ଧରି ଅନେକ ଥର ବୁଝାଏ । ଛିବ ର ଆପଣା ପଣ ଜୀବନ କୁ ବହୁତ ଭଲ ଲାଗେ । ଆଜିକାଲି ଛବି ତା ସହ ନ ମିଶିବା ଆଉ କଥାବାର୍ତ୍ତା ବନ୍ଦ କରିଦେବା ଫଳ ରେ ଜୀବନର ପାଠ ପଢିବା କୁ ଆଉ ବେଶି ମନ ଲାଗୁ ନ ଥିଲା । ଖାଲି ବହି ପାଖରେ ବସି ଥାଏ ସତ କିନ୍ତୁ ମନ ତାର ଝୁରି ହେଉଥାଏ ସବୁଦିନ ଛବି କୁ । ଦେଖୁ ଦେଖୁ ସମୟ ଚକ୍ର ରେ ଦଶମ ପରୀକ୍ଷା ସରିବା ସହ ପରୀକ୍ଷା ଫଳ ବାହାରି ସାରିଲା । ଛବି ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୀବନ ତୃତୀୟ କ୍ଲାସ ରେ ଫେଲ ହେଉ ହେଉ ପାସ କରିଥାଏ । ଗାଁ ସାରା ଲୋକେ ଛବି କୁ ପ୍ରଶଂସା କରୁଥିବା ବେଳେ , ଯେ କେହି ଜୀବନ କୁ ଦେଖିଲେ ଗଣ୍ଡ ମୂର୍ଖ ଯାହା ହେଉ ହିଡ଼ ଡେଇଁ ଗଲା କହି ହସୁଥିଲେ ।

      ଛବି ର ସଫଳତା ଶୁଣି ଜୀବନର ଛାତି ବି ଗର୍ବରେ ଫୁଲି ଯାଉଥାଏ । ଭାବିଲା ଛବି କୁ ଯାହା ହେଲେ ବି ଥରେ ଦେଖା କରିବ । କାହିଁକି ସେ ତା ସହ କଥା ହେଉନି , ସେ କ'ଣ କରିଛି ??? ଯଦି ଭୁଲ କରିଥିବି ତାଠାରୁ କ୍ଷମା ମାଗି ନେବ । ପରୀକ୍ଷା ଫଳ ବାହାରିବା ର ଗୋଟେ ଦିନ ପରେ ଛବି ଘର କୁ ଯାଇ ଦେଖା କରିବା କୁ ପ୍ରୟାସ କଲା ପରେ , ଜାଣିବା କୁ ପାଇଲି , ସେ ଉଚ୍ଚ ଶିକ୍ଷା ପାଇଁ କାଲି ଠାରୁ ସହର କୁ ଚାଲିଗଲାଣି । ଜୀବନ ନିଜକୁ ବିଶ୍ୱାସ କରି ପାରୁ ନ ଥାଏ । କେମିତି କିଛି ନ କହି ଛବି ଚାଲିଗଲା । ଛୁଆ ଟି ଦିନରୁ ଆଜି ଯାଏ ତା ସହ କେତେ ମିଶିଛି , ଆଜି ବିନା ଦୋଷ ରେ ତାକୁ ଦଣ୍ଡ ଦେଇ କେମିତି ଚାଲିଗଲା !!! ଫେରି ଆସି ନଦୀ କୂଳରେ ଅନେକ ବାର ଛବି କୁ ମନେ ପକେଇ କାନ୍ଦିଲା । ହାତେ ହାତେ ବାଲି ଘର ଗଢି ଭାଙ୍ଗୁଥିଲା ଛବି ର ବିରହରେ । ବୟସ ର ପ୍ରଥମ ପାହାଚ ରେ ପ୍ରେମ ରେ ପଡି ଅସଫଳତା ହେଲା ପରେ ଭାରି କଷ୍ଟ ଲାଗେ ବଞ୍ଚିବା ଟା , କାହିଁକି ନା ପ୍ରଥମ ପ୍ରେମ କୁ ଭୁଲିବା ଭାରି କଷ୍ଟ ହୋଇଥାଏ । ମନ କୁ ବୁଝେଇ ଛବି ର ସଫଳ ଭବିଷ୍ୟତ କାମନା କରି ଏକତରଫା ପ୍ରେମ ରେ ବଞ୍ଚିବା କୁ ଲାଗିଲା । ଅନେକ ଥର ଖବର ନେଲା ପରେ ବି ଛବି ସହ କୌଣସି ଯୋଗାଯୋଗ ହୋଇ ପାରିଲା ନାହିଁ ତାର । ଛବି ଗାଁ ଛାଡି ଗଲାପରେ ବି ଆଉ ଗାଁ କୁ ଫେରିନି । କିଛି ଦିନ ଏହା ଭିତରେ ବିତି ଯାଇଥାଏ । ଜୀବନ ସ୍କୁଲ ବେଳର ସାଙ୍ଗ ସଦାଶିବ ଥରେ ଦେଖା ହୋଇଥିଲା ଗାଁ ହାଟ ରେ । ଏମିତି କଥା ପଡୁ ପଡୁ ସେ ଛବି କଥା ଜୀବନ କୁ ପଚାରିବାରୁ , ପାଖରେ କିଛି ଖବର ନାହିଁ କହିଲା ଜୀବନ । ସଦାଶିଵ ତାର ମୋବାଇଲ ରେ ଫେସବୁକ କାଢି ଦେଖେଇବା ରୁ ଛବି କୁ ଦେଖି ଜୀବନ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଗଲା । ଗାଁର ଲାଜକୁଳୀ ଲାବଣ୍ୟବତୀ ର ଚେହେରା ଆଉ ଆଜିର ଚେହେରା ରେ ଆନେକ ପରିବର୍ତ୍ତନ । ବଦଳି ଯାଇଛି ଛବିର ଚାଲିବା , କହିବା ଆଉ ପୋଷାକ ଠାରୁ ଚେହେରା ର ଅଙ୍ଗଭଙ୍ଗୀ । ସଦା କହିବା ରୁ ଜୀବନ ଜାଣିବାକୁ ପାଇଲା ଏବେ ସହର ରେ ଅନେକ ପୁଅ ସାଙ୍ଗ ଛବିର ହୋଇଛନ୍ତି । ପୁରା ମର୍ଡନ ଜୀବନ ଶୈଳୀ କାଟୁଛି । ଆମ ପରି ଗାଁ ସାଙ୍ଗ କୁ ସେ ଆଉ କାହିଁ ଭାଉ ଦେବ' କହ ଜୀବନ । ଦେହରେ ତାର ନାନା ପ୍ରକାର ଟାଟୁ । ମର୍ଡନ ଜୀବନ ଶୈଳୀ ରେ ସେ ଆଜି ସହରୀ ସଭ୍ୟତା ରେ ମସଗୁଲ । କାହିଁକି ବା ସେ ଆଉ ଗାଁ କୁ ମନେପକେଇବ ନା ଆମ ମାନଙ୍କ ପରି ମାମୁଲି ସାଙ୍ଗ ମାନଙ୍କୁ । ମନ ଦୁଃଖରେ ଥାଇ ବି ଛବି ର ବିରହରେ କେବେ ଆଉ କାହାକୁ ଜୀବନ ଅନୁମତି ଦେଇନି....,ହେଲେ ଛବି ...?????

      ସତରେ ଛବି ଥିଲେ ଆଜି ଏ ଜୀବନରେ ଫଗୁଣ ର ରଙ୍ଗ ଖେଳି ଯାଇଥାନ୍ତା । ଅତୀତ ର ସ୍ମୃତି କୁ ମନେ ପକେଇ , ସିଗାରେଟ ଟିଏ ଲଗେଇ ବିଳମ୍ବିତ ରାତିରେ ଆଜି ଜୀବନ" ଗଢିବା କୁ ଲାଗିଛି ତାର ଅଧା ଗଢ଼ା ପିଲାଦିନର ର ପ୍ରେମ ର ବାଲିଘର କୁ। ଅଧା ଗଢା ସେଇ ହୃଦୟ ର ପ୍ରେମର ମନ୍ଦିର ଆଜି ବି ସକ୍ଷମ ଜୀବନ ଗଢିବା କୁ ପୂର୍ଣ୍ଣ ତାର ଘର । ବାଲିଘର ଗଢିବା ଭିତରେ ହଠାତ ଗୋଟେ ବଡ଼ ଶବ୍ଦ ଶୁଣି ଚମକି ପଡ଼ିଲା ଜୀବନ। ଯେମିତି ପାଣି ଭିତରକୁ କେହି ଜଣେ ଡେଇଁ ପଡିଲା । ଗଭୀର ସ୍ରୋତରେ କାହାର ହାତ ଖାଲି ଉପରକୁ ଦେଖା ଯାଉଥାଏ ଝାପ୍ସା ଜହ୍ନ ଆଲୁଅରେ । ନିଜକୁ ରୋକି ନ ପାରି , ଜୀବନ ବି ଡେଇଁ ପଡିଲି ଉଦ୍ଧାର କରିବା ପାଇଁ । ଉଦ୍ଧାର କରି କୂଳ କୁ ଯେତେବେଳେ ଟେକି ଟେକି ଆଣି ବାଲି ତୁଠ ରେ ଶୁଏଇ ଦେଖେ , ଜାଣେ କେହି ଜଣେ ଝିଅ । ମୁହଁ ରୁ କେଶ କୁ ଆଡେଇ ଚିହ୍ନିବାକୁ ଚେଷ୍ଟା କରିବାରୁ ଠିକ ସେ ଜାଣି ପାରୁ ନ ଥାଏ । ପାଟି ରେ ପାଣି ପିଇ ଚେତା ଶୂନ୍ୟ ହୋଇ ପାଡ଼ିଥାଏ ଯୁବତୀ ଜଣକ । କ'ଣ କରିବ ପେଟ କୁ ଚିପି ପାଣି ବାହାର କରେ , ତଥାପି ହୋସ ଆସୁନି ଶେଷ ରେ ଉପାୟ ଶୂନ୍ୟ ହୋଇ ଯୁବତୀ ଜଣକ ର ପାଟିରେ ନିଜର ପାଟି ମିଶେଇ ପବନ ଦେବା କୁ ଚେଷ୍ଟା କରିବା ପାରେ ଯୁବତୀ ଜଣକ ଚେତା ଫେରି ଆସିଲା । ଚେତା ପାଇବା ମାତ୍ରେ ଯୁବତୀ ଜଣକ ର ଏକ ଶକ୍ତ ଚାପୁଡ଼ା ଜୀବନ କୁ ବିଚଳିତ କରି ଦେଲା । ତୁମର ସାହସ କେମିତି ହେଲା ମୋ ଓଠ ସ୍ପର୍ଶ କରିବା କୁ । ତୁମକୁ କିଏ ଅନୁମତି ଦେଲା ମତେ ବଞ୍ଚେଇବା ପାଇଁ । ମୋର ବଞ୍ଚିବା ର କିଛି ଅଧିକାର ନାହିଁ ।

    ----ଗାଲ କୁ ଆଉଁସି ଡରି ଡରି ପଚାରିଲା , କ'ଣ ପାଇଁ ତୁମର ବଞ୍ଚିବା କୁ ଇଛା ନାହିଁ ???? ତୁମର ପରିଚୟ କଣ??

-----ଆଛା ତୁମକୁ କ'ଣ ପାଇଁ ମୁଁ କହିବି !!!!,ତା ଛଡା ତୁମେ ମତେ ଜାଣିଛ କି ନାଁ ମୋ ସମ୍ପର୍କୀୟ ଯେ ମୁଁ କହିବି ????? ରାଗି କି ଅଚିହ୍ନା ଝିଅ ଟି ଉତ୍ତର ଦେଲା ।

------ତୁମ ବେଶ ପୋଷାକ ରୁ ଲାଗୁଚି ,ତୁମେ ଏ ଗାଁ ର ଝିଅ ନୁହଁ । ଠିକ ସେ ଚିହ୍ନି ପାରୁନି , କେଉଁଠି ଦେଖିଛି ତ ତୁମକୁ ??

--------ଯୁବତୀ ଜଣକ ରାଗି କି କହିଲା , ମୁଁ ଏ ଗାଁ ର ଝିଅ ଆଉ ମୋ ନାଁ ହେଉଛି ଛବି ରାଣୀ ।

---------/ଚମକି ପଡିଲା ଜୀବନ । ତୁମେ ଛବି , ସତ କହୁଛ ।

---//ହଁ

----------ଆଛା ତୁମେ କିଏ ???? ଛବି ପଚାରି ବସିଲା

----------ମୁଁ """"!!!! ଟିକେ ରହି ...... ଜୀବନ ଚିହ୍ନିବା ବା କଣ ଦରକାର । ତୁମେ କ'ଣ ପାଇଁ ଜୀବନ ହାରୁଥିଲ ।ଟିକେ କହିବ କି ?????

---------ଅଚିହ୍ନା ବ୍ୟକ୍ତି ଙ୍କୁ ମୁଁ କ'ଣ ପାଇଁ ନିଜର କରୁଣ ଦୁଃଖ ର କାହାଣୀ କହିବି । ପ୍ରଥମେ ପରିଚୟ ଦିଅନ୍ତୁ ।

---------ମୁଁ ଜୀବନ ପ୍ରସାଦ ଜେନା । ତୁମ ର ସାହପାଠୀ ଏବଂ ପିଲା ଦିନର ସାଙ୍ଗ ବୋଲି ଜୀବନ ଉତ୍ତର ରେ କହିଲା ।


ଅନେକ ବର୍ଷ ପାରେ ଜୀବନଙ୍କ ସହ ଏମିତି ମୁହୂର୍ତ୍ତର ଦେଖା କୁ , ସହଜରେ ଛବି ଗ୍ରହଣ କରି ପାରୁ ନଥିଲା । ମତେ କ୍ଷମା କରି ଦିଅ ଜୀବନ , ମୋର କିନ୍ତୁ ଆଉ ବଞ୍ଚିବା କୁ ଇଛା ନାହିଁ । ଜୀବନ ସହ ଆଉ କେତେ ବା ସାଲିସ କରିବି। ବହୁତ କିଛି ପାଇବା କୁ ଯାଇ ଯାହା ତ୍ୟାଗ କରୁଥିଲି ,ସେ ସବୁ ଆଜି ମତେ ଛାଡି ବହୁତ ଦୂରରେ ଅଛନ୍ତି । ଜାଣେନା ଆଜି ବି କ'ଣ ସେମାନେ ମତେ ମନେ ପକାଉଥିବେ । ଏଇ ଯେମିତି ତୁମେ , ଏତେ ବର୍ଷ ପରେ ବି ଛବି କୁ ଭୁଲିଯାଇଛ ଆଉ ଦେଖା ହେଲା ପରେ ମନେ ରଖିଥିବାର ବାହାନା କରୁଛ ।


ଅଳ୍ପ ଟିକେ ହସି ନିଜର ମନର କଥା କୁ ଜୀବନ ହୃଦୟ ରେ ଚାପି ଦେଲା । ହେଲେ ଏମିତି କ'ଣ ହୋଇଗଲା ଯେ ତୁମେ ଆତ୍ମହତ୍ୟା କରିବା କୁ ଶେଷ ରାସ୍ତା ଭାବି ବାଛି ନେଲ ଛବି ?

କ'ଣ କହିବି ଜୀବନ ' ! ପ୍ରଥମ ରଙ୍ଗରେ ଯେତେବେଳେ ମୋର ଯୌବନ ପାଦ ଦେଲା , ଜୀବନ ଶୈଳୀ ରେ ମୋ ନିଜର ଆବେଗ କୁ ଆୟତ୍ତ କରି ପାରିଲିନି । ହଜେଇ ଦେଲି ପ୍ରେମ ପଥ ରେ ନିଜର ପରିଚୟ । ଜଣେ ପ୍ରତାରିତ ରକ୍ଷାସ ପାଖରେ ନିଜର ସର୍ବସ୍ୱ କୁ ବଳି ଛଡେଇ ଦେଇ , ପ୍ରେମ ରେ ସଫଳତା ହାସଲ କରିଛି ବୋଲି ପ୍ରତି ମୁହୂର୍ତ୍ତରେ ଗର୍ବ କରୁଥିଲି । ବିବାହର ଆଶା ଦେଇ , ପ୍ରତି କ୍ଷଣ ସେ ମୋର ଶରୀର କୁ ଉପଭୋଗ କରୁଥିଲା ଆଉ ମୁଁ ତାର କପଟ ମନ କୁ ନ ବୁଝି , ବାରମ୍ବାର ପତଙ୍ଗ ସାଜି ତା କାମନା ର ଅଗ୍ନି ରେ ଝାସ ଦେଇ ଚାଲିଥିଲି ।ଆଉ ଶେଷ ରେ ତା କଳଙ୍କ କୁ ଗର୍ଭ ରେ ଧାରଣ କଲି । ହଁ ମାନୁଛି ମୁଁ ବି ଭୂଲ କରିଛି । ଆଜି ନିଜ ପାପ ର ପ୍ରାୟଶ୍ଚିତ କରିବା ପାଇଁ ଏ ଅତଳ ଜଳ ରାଶି ରେ ନିଜକୁ ଉତ୍ସର୍ଗ କରୁଥିଲି। ତା ପାପ ର କଳଙ୍କ ରୁ ମୁକ୍ତି ପାଇବା ପାଇଁ ଯେତେବେଳେ ମୁଁ ତାକୁ ବିବାହ ପାଇଁ ଆନୁରୋଧ କଲି । ମୋ ସହ ଛଳନା କରି ,ମୋ ଠୁଁ ସେ ଦୁରେଇ ଦେଲା ।

      ଚାହିଁକି ବି ମୁଁ ଆତ୍ମହତ୍ୟା କରିବା ଆଗରୁ , ଘର ଲୋକେ କେମିତି ଖବର ପାଇ ମତେ ସହର ରୁ ଗାଁ କୁ ନେଇ ଆସିଲେ ।

    ଏଇ ଦୁଇ ଦିନ ଭିତରେ ଘର ଲୋକ ମୋ ବାହାଘର ପାଇଁ ଅନେକ ପ୍ରସ୍ତାବ ଖୋଜିଲା ପରେ ବ କୌଣସି ଜାଗା ରେ ଠିକ ହୋଇପାରୁ ନାହିଁ ।

      ସେଇ ଜଲ୍ଲାଦ ର କଳଙ୍କ କୁ ନେଇ କେମିତି ଜୀବନ ରେ ବଞ୍ଚି ରହିବି । ଘରେ ବି ଅନେକ ଗଞ୍ଜଣା ଶୁଣିବା କୁ ମିଳୁଛି । ଆଉ ପାରୁନି ଜୀବନ , ସହିବାର ଶକ୍ତି ମୋର ଆଉ ନାହିଁ ମୋର ।


 ଜାଣିଛ ଛବି ତୁମେ କି ପାପ କରିବା କୁ ଯାଉଥିଲ । ମା'ଟିଏ ହୋଇ ଗୋଟେ ନୂଆ ଜୀବନ କୁ ସଂସାର ପୃଷ୍ଟ ରେ ନୂତନ ଆଲୋକ ଦେବା ବଦଳ ରେ ତାର ହତ୍ୟା କରି ମହାପାପ ର ଭାଗୀ ଦାରୀ ହେବା କୁ ଯାଉଥିଲ । ଏମିତି ଏ ଜୀବନ ର ଯୁଦ୍ଧରେ ହରିଯିବା ଠିକ ନୁହେଁ । ବର୍ଦ୍ଧିତ ବୟସରେ ଦେହ ଆଉ ମନ ଭିତରେ ଅଧିକାଂଶ ତାଳମେଳ ରୁହେ ନାହିଁ । ସେଥିପାଇଁ ଏମିତି ଅମଡା ବାଟରେ ପାଦ ଖସି ଯାଏ । ପରିସ୍ଥିତି କୁ ବୁଝି , ସମାଧାନର ବାଟ କାଢ଼ିବା ହେଲା ପ୍ରଥମ ଧର୍ମ , ନା କି ଆତ୍ମହତ୍ୟା କରିବା । କଥା ମାନ ଚାଲ ଘରକୁ ଯିବା ।

କେମିତି ଏ ଲଜ୍ୟା କୁ ପେଟ ରେ ଧରି ମୁଁ ଦୁନିଆଁ ଦାଣ୍ଡରେ ବାଟ ଚାଲିବି ? ଏ ଛୁଆର କି ପରିଚୟ ! କହି ଦେବା ବହୁତ ସହଜ ଜୀବନ କିନ୍ତୁ ଯିଏ ଭୋଗୁଛି ସେ ଜାଣିଛି ତା' ପାଇଁ କେତେ କଷ୍ଟ ।

ଆଛା ଏଇ କଥା (ଟିକେ ଭାବି) । ତୁମର ଯଦି କିଛି ଆପତ୍ତି ନ ଥାଏ , ଏ ଜୀବନ ତୁମକୁ ବିବାହ କରିବ । ଆଉ ତୁମ ପେଟ ରେ ଥିବା ଛୁଆ କୁ ବି ତାର ପରିଚୟ ଦେବ । ଯଦି ବିଶ୍ୱାସ ହେଉନି ମୋ କଥା ତେବେ ଆସ ଏଇ ମୁହୁର୍ତ୍ତ ରେ ମନ୍ଦିର ରେ ଦେବା ଦେବୀ ଙ୍କୁ ସାକ୍ଷୀ ରଖି ତୁମକୁ ସିନ୍ଦୂର ପିନ୍ଧେଇ ବିବାହ କରିବା କୁ ରାଜି ଅଛି ।

ତୁମ ମୁଣ୍ଡ କାମ କରୁଛି ତ ???? ମୋ ପାଇଁ ତୁମର ଦୟା ଗ୍ରହଣ ଯୋଗ୍ୟ ନୁହେଁ । ମୋ ଅସହାୟତା ର ମଜା ଉଡେଇବା କୁ ତୁମକୁ ଖରାପ ଟିକେ ଲାଗୁନାହିଁ । ଜାଣି ପାରୁଛ ତ ମୁଁ କଳଙ୍କିନୀ । ଆଉ ଗୋଟେ କଳଙ୍କ କୁ ନେଇ ତୁମର ଘରେ ରହିବା କୁ ଦେଲେ ବି ପରିବାର କ'ଣ ମତେ ଗ୍ରହଣ କରିବେ ??

ଛବି କିଛି ବୁଝିବା ଆଗରୁ ନଦୀ ବାଲିରେ ପଡିଥିବା ଏକ ଶାମୁଖା ଖୋଳ ରେ ଆଙ୍ଗୁଠି କୁ କାଟି ଜୀବନ ରକ୍ତରେ ଭରି ଦିଏ ଛବି ର ସିନ୍ତି ।

 ଚମକି କିଛି ଦୂର ଘୁଞ୍ଚି ଯାଇ , କାଠ ହୋଇ ଠିଆ ହୋଇଥିଲା ଛବି । ତୁମେ ଜାଣିଛ ଜୀବନ ଆଜି କ'ଣ କରିଦେଲ, !!! ଛବି ଆଶ୍ଚର୍ଯ୍ୟ ହୋଇ ପଚାରିଲା । ମୋ ପିଲା ଦିନର ମିଛି ମିଛିକା କଣ୍ଡେଇ ବୋହୂ ରାଣୀ କୁ

ଆଜି ସତ ସତିକା ହୃଦୟ ର ରାଣୀ ସଜେଇ ଦେଲି । ଜୀବନ ଖୁସି ମନରେ କହୁଥାଏ ।

ତୁମେ ମହାନ 'ଜୀବନ' ଦିନେ ତୁମର ନିରବ ପବିତ୍ର ଭଲ ପାଇବା କୁ ହୃଦୟ ରେ ଜାଗା ନ ଦେଇ , ଚାଲି ଯାଇଥିଲି ବହୁତ ଦୂରକୁ । କିନ୍ତୁ ଆଜି ମୋ ପାପ ର କଳଙ୍କ କଥା ଜାଣି ବି ସ୍ୱୀକୃତି ଦେଇ ମତେ ଋଣୀ କରିଦେଲ ଆଉ ଥରେ । କଳଙ୍କିନୀ ଜୀବନ ରୁ ଆଉ ଥରେ ଉଦ୍ଧାର କରି , ସମାଜରେ ବଞ୍ଚିବା ର ଆଉ ଏକ ସୁନ୍ଦର ସ୍ୱପ୍ନ ଦେଖଇ ଦେଲ । ସତରେ ତୁମେ ମହାନ ଜୀବନ ।

         ପିଲା ଦିନର ଭଲ ପାଇବା କୁ ଏତେ ଗଭୀରତା ର ସହ ହୃଦୟ ରେ ସାଇତି ନୀତି ମତେ ଯେଉଁ ଝୁରି ହୋଉଥିଲ , ତାକୁ ଆଜି ନିଜର ନିଃସ୍ୱାର୍ଥପର ଭଲ ପାଇବାର ଧୋଇ ପବିତ୍ର କରି ଦେଲ । ପକୃତ ପ୍ରେମୀ ତୁମେ ଜୀବନ । କଳଙ୍କ କୁ ଭଲ ପାଇ ତୁମେ କଳା କୋଇଲା କୁ ହୀରା ରେ ପରିଣତ କରିଦେଲ। ତୁମ ପ୍ରେମ ନିକଟରେ ଆଜି ସତରେ ମୋ ପ୍ରେମ ହାରିଗଲା ଜୀବନ ।

     ଆଜି ତୁମେ ପ୍ରମାଣ କରିଦେଲ , ଭଲ ପାଇବା ସମ୍ନାରେ କଳଙ୍କ କେବଳ ଗୋଟେ ଟୀକା ମାତ୍ର ।

   ଦୂର ରୁ ସଦାଶିଵ ତାଳି ମାରି ହସି ହସି ଆସୁଥିଲା । ଜୀବନ କିଛି ବି ବୁଝି ପାରୁ ନଥିଲା । ତା" ସହ କ'ଣ ଘଟୁଥିଲା ।


 -------- କ'ଣ ଜୀବନ ବାବୁ , ସନ୍ଦେହ ରେ ପଡିଗଲ ନାହିଁ । ଏହା ଏକ ପରୀକ୍ଷା ଥିଲା ତୁମର ଭଲ ପାଇବା କୁ ନେଇ । ଆଉ ତୁମେ ସଫଳତାର ସହ ଉତ୍ତୀର୍ଣ୍ଣ କଲ । ମୁଁ ତ ବିଶ୍ୱାସ କରି ପାରୁନି ,ଏତେ ଶୀଘ୍ର ନିଷ୍ପତ୍ତି ନେଇ ସିନ୍ଦୁର ପିନ୍ଧେଇ ତୁ ଦେବୁ ବୋଲି ।ବାକି ଯାହା ବି ଶୁଣିଲୁ ସବୁ ମନ ଗଢ଼ା କାହାଣୀ , ନା କ'ଣ ମିସ ଛବି ରାଣୀ !!! ସଦାଶିଵ ହସି ହସି କହୁଥାଏ ।


   ସଦାଶିଵ ର କଥା ଶୁଣି ଛବି ତଳକୁ ମୁହଁ ପୋତି ହସୁଥାଏ।


 ଜୀବନ ସ୍ତବ୍ଧ ହୋଇ ଠିଆ ହୋଇଥିଲି ନଦୀ ର ତଟ ରେ । ଜୀବନର ନୀରବତା କୁ ବୁଝି ଛବି କହିଲା , ସେ ଦିନର ବର୍ଷା କୁ କଣ ପ୍ରେମିକ ପ୍ରବର ଭୁଲି ଗଲ କି ??? ମୋ ଦେହରେ ପ୍ରେମର ତାତି ଭରି ,ନିଜକୁ ପ୍ରେମ ଜ୍ଵରରେ ଦହନ କରି ଭାବି ଥିଲ ଏତେ ସହଜ ରେ ମତେ ପାଇ ଯାଇଥାନ୍ତ ନାହିଁ । ତୁମେ ମତେ ଭଲପାଉଛ ବୋଲି ମୁଁ ଜାଣେ  । ଯଦି ସେ ଦିନ ତୁମକୁ ଦେଖା କରି ମୋ ମନର କଥା କହି ଦେଇଥାନ୍ତି , ତା ହେଲେ ଆଜି ମୁଁ ସଫଳ ହୋଇ ପାରି ନ ଥାନ୍ତି । ଆଜି ମୁଁ ଜଣେ ଅଧ୍ୟାପିକା । ମୋ ହାତର ଟାଟୁ କେବଳ ତୁମକୁ ଭ୍ରମିତ କରି ମନ କଥା ଜାଣିବାର ଛୋଟ ଏକ ମାଧ୍ୟମ ଥିଲା ଯାହା । ମୁଁ ଜାଣିବାକୁ ଚାହୁଁଥିଲି କ'ଣ ଏତେ ଦୀର୍ଘ ସମୟ ଧରି କେହି କ'ଣ ଜଣଙ୍କୁ ନିଃସ୍ୱାର୍ଥପର ଭାବରେ ଭଲ ପାଇ ପାରେ ।

ହଁ ଜୀବନ ଛବି ର କେହି ବି ବୟ ଫ୍ରେଣ୍ଡ ନାହାନ୍ତି । କେବଳ ତୁମ ଛଡା ।ତତେ ମିଛ କହିବା ପାଇଁ ଦେଖା ହେଲା ପରେ ସେ ମତେ କହିଥିଲା । ଛବି ଆଜି ବି ତତେ ହୃଦୟ ରୁ ବହୁତ ଭଲ ପାଏ । ତୁ ହିଁ ଛବି ର ମନ ର ମଣିଷ । ସଦାଶିଵ ର କଥା ଶୁଣି , ଜୀବନର ଆଖିରେ ଆନନ୍ଦ ର ଅଶ୍ରୁ ଝରି ଯାଉଥିଲା । ଯାହା କୁ ମନ ମନ୍ଦିରେ ନିତି ପାଇବା ପାଇଁ ଜୀବନ ପୂଜା କରୁଥିଲ , ସେ ଆଜି ତାର ହାତ ପାପୁଲିରେ ଧରା ଦେଇଛି , ଜୀବନ ନିଜର ଖୁସି କୁ ଲୁଚେଇ ଅଭିମାନ କରି ସେମିତି ଠିଆ ହୋଇଥିଲା ।

       ସଦାଶିଵ କୁ ଟିକେ ଦୂରକୁ ଯିବା ପାଇଁ କହି ଛବି , ଜୀବନ ର ଅଭିମାନ କୁ ବୁଝି ଆଲିଙ୍ଗନ କରି , କ'ଣ ହୋଇଛି କି ମୋ ପତି ପରମେଶ୍ବର ଙ୍କର ! ରାଗିଛ କି ତୁମ ବାୟାଣୀ ଉପରେ ? ହଁ ଯଦି ଆଉ ଥରେ ରାଗିବ କି ମାନ ଅଭିମାନ କରିବ, ସତ କହୁଛି ଏଇ ଥର ଛାଡିକି ଯିବି ଯେ ଆଉ ଫେରିବି ନି ।


    ଚୁପ ପାଗେଳି, ଆଉ କ'ଣ ସେ ବୟସ ଥିବ ଅପେକ୍ଷା କରିବା ପାଇଁ ମୋ ଗୋଲାପ କୁ । ବାହୁରେ ଭିଡ଼ି ନିଏ ଛବି କୁ । ସତରେ ସେ ବର୍ଷା ର ଆଲିଙ୍ଗନ ଅପେକ୍ଷା ଆଜି କାହିଁକି ବେଶି ଭଲ ଲାଗୁଛି ।


   ଛି ଅଭଦ୍ର , ତୁମେ କେତେ ଦୁଷ୍ଟ !!!!

  ଜୀବନ ଠାରୁ ସେ ଦିନ ପରି କିଛି ବାଟ ଘୁଞ୍ଚି ଯାଇ ମୁଣ୍ଡ ପାତି ଛବି ଠିଆ ହୋଇଥିଲା । ଛବିର ହାତ କୁ ଧରି ଜୀବନ କହିଲା , ଏଇ ଦେଖ ବାଲିରେ ମନ୍ଦିର ଗଢ଼ା ହୋଇଛି , ସିନ୍ଦୁର ବି ମଥା ରେ ତୁମର ଶୋଭା ପାଉଛି , ଚାରି ଖଣ୍ଡ କାଠରେ ଅଗ୍ନି ଲଗେଇ ସାତ ଭେରା ବୁଲି ଏ ସଂପର୍କ କୁ ସାତ ଜନ୍ମ ଜନ୍ମାନ୍ତର କରିଦେବା। ସଦାଶିଵ କାଠ ଯୋଗାଡ଼ କରି ଦେଇ ସାରିଥିଲା , ଅଗ୍ନି ଲଗେଇ ଦେଇ, ଦୁହିଁଙ୍କୁ ଇଙ୍ଗିତ କରେ ଅଗ୍ନି ଚାରି ପାଖରେ ପରିଭ୍ରମଣ ଆରମ୍ଭ କରିବା ପାଇଁ । ଦୁହେଁ ଦୁହିଁଙ୍କ ର ହାତ ଧରି ପିଲା ଦିନ ର ସ୍ମୃତି କୁ ସତ୍ୟ ଜୀବନ୍ତ କରିବା କୁ ଯାଇ ସେ ଦିନର ମିଛି ମିଛିକା ବାହାଘର କୁ ଆଜି ସତ ରେ ପରିଣତ କରିଦେଲେ।

ବାକି ଯାହା ଥିଲା ପରିବାର ର ସ୍ୱୀକୃତି , ଜୀବନର ଅଜାଣତରେ ଛବି ପାଇ ସାରିଥିଲେ । ଆଜି ପିଲା ଦିନର କଣ୍ଢେଇ ରାଣୀ କୁ ଜୀବନ ସାଥି ରୂପେ ପାଇଁ ଜୀବନ ବହୁତ ଖୁସି ଥିଲା ।

     ଆରେ ମୋ ପାଦ ଛୁଇଁ ପ୍ରଣାମ କର । ଆଉ କେହି ନାହାନ୍ତି ଆଶୀର୍ବାଦ ଦେବା ପାଇଁ , ସଦାଶିଵ କହୁଥାଏ । ପରି ଶେଷ ରେ ସମସ୍ତେ ହସି ହସି ଘର ଅଭିମୁଖେ ବାହାରି ଗଲେ


                

                 



Rate this content
Log in

Similar oriya story from Drama