Nityananda Sahu

Drama Romance Inspirational

2.6  

Nityananda Sahu

Drama Romance Inspirational

ଭରଜିନ ଭାଗ-୩

ଭରଜିନ ଭାଗ-୩

7 mins
232



【 କୁମାର ଜୀବନର ଆରମ୍ଭରୁ ସେ ଯେଉଁ ଆକସ୍ମିକ ଉଦବେଗ ର ଦୈହିକ ଶିକାର ହୋଇଛି, ତାର ଅନ୍ତ କେବେ ହେବ ସେ ଜାଣି ନାହିଁ । ଏବେ ଆଗକୁ 】



ଦଶମ ପରୀକ୍ଷା ରେ ଭଲ ନମ୍ବର ରଖିବା ନିମନ୍ତେ କାମିନୀ ତାର ସାଙ୍ଗ ସୋନାଲି ଘରକୁ ଗ୍ରୁପ ଷ୍ଟଡ଼ି କରିବା ପାଇଁ ଯାଇ ଥାଏ।

   ବୟର କୃଷ୍ନଚୂଡ଼ା ଏଇ ଏବେ ଏବେ ଦୁହିଁଙ୍କର ଦେହରେ ସାତ ରଙ୍ଗ ଭରି ଦେଇଛି। ରଜୋବତୀ ଦୁହେଁ ଅପରିପକ୍ୱ ଜୀବନରୁ ପରିପକ୍ୱ ହେବାର ବୟସ କୁ ଧୀରେ ଧୀରେ ଉପନୀତ ହେଉଥିଲେ। ରାତିର ଅନ୍ଧାର ଭିତରେ କାମିନୀ ଆଖିରେ ଭବିଷ୍ୟତ ର ସ୍ୱପ୍ନ । ଆଉ ସେ ସ୍ୱପ୍ନ କୁ ସାକାର କରିବା ପାଇଁ ସେ ଘରେ ପଢିବାକୁ ଉତ୍ତମ ପରିବେଶ ପାଉ ନ ଥିବାରୁ ସାଙ୍ଗ ଘରକୁ ଚାଲି ଆସିଛି। 

   ଦୁହେଁ ଛାତ ଉପରେ ଥିବା ଘରେ ବସି ଅଧ୍ୟୟନ ରତ। କିଛି ସମୟର ବିରତି ନେଇ ସୋନାଲି ବାହାରକୁ ଉଠି ଚାଲି ଯାଏ ତଳେ ବହି ରଖି । 


   ନୋଟରେ ଗୋଟେ ବିଷୟ ସନ୍ଦେହ ହେବାରୁ ଯେତେବେଳେ ସୋନାଲିର ବ୍ୟାଗକୁ କାମିନୀ ଖୋଲି ଚେକ କରିବାକୁ ଚେଷ୍ଟା କରେ.....ଦେଖେ ପାଠ ବହି ବଦଳରେ ଇଂରାଜୀ ନୋବେଲ ଅଧିକ ଅଛି।

   ଆଉ ପ୍ରତି ଟି ନୋବେଲର କିଛି ଫର୍ଦ୍ଦରେ ହାଇ ଲାଇଟର ମରା ହୋଇ ହାର୍ଟ ଚିହ୍ନ ଅଙ୍କା ହୋଇଛି। ପାଠରୁ ଏଥର କାମିନୀ ର ମନ ହଟି ଯାଇ ସେଇ ନୋବେଲ ର ହାଇଲାଇଟର ମରା ହୋଇଥିବା ଫର୍ଦ୍ଦ ରେ କଣ ଲେଖା ହୋଇଛି ଆଗ୍ରହ ର ସହ ପଢିବାକୁ ଲାଗିଲା।  ପ୍ରଥମ ବହି ଟି ର ନାଁ ଥିଲା "half Girlfriend" ବହୁ ଜଣାଶୁଣା ଲେଖକ ଚେତନ ଭଗବତ ଙ୍କର ବେଷ୍ଟ ସେଲର ବୁକ । 

   ଯେଉଁଠି ନାୟକ ଆଉ ନାୟିକା ନିଜର ପ୍ରେମର ମଧୁର ଆବେଗକୁ ଏକାନ୍ତ ସମୟରେ ଉପଭୋଗ କରିବାର ଦୃଶ୍ୟ ବର୍ଣ୍ଣନା କରାଯାଇଛି। ରୋମାନ୍ସ ରେ ଭରପୁର ଲେଖା ପଢି ,କାମିନୀର ଦେହ ଆଉ ମନ ବିଚଳିତ ହୋଇ ଉଠିଛି । ବହିର ଯେଉଁ ଯେଉଁ ଫର୍ଦ୍ଦ ରେ ହାଇଲାଇଟର ରେ ମାର୍କ କରାଯାଇଥିଲା , ସେଇ ସବୁ ପ୍ରତ୍ୟେକ ଟି ଫର୍ଦ୍ଦ କୁ କାମିନୀ ପଢି ଚାଲିଥାଏ। ଆଉ ମଝିରେ ମଝିରେ ସୋନାଲି କାଳେ ଚାଲି ଆସିବ ବୋଲି ଭାବି କବାଟ ଆଡେ ଚାହୁଁ ଥାଏ।

     "Half Girlfriend " ବହି ପଢି ସାରିବା ପରେ ଆଉ ଏକ ବହି ତାର ନଜର ରେ ଆସେ , ଯେଉଁ ବହିର ନାଁ ହେଉଛି "One indian Girl" , ଲେଖକ ମଧ୍ୟ ସମାନ। ସେଇ ପୁସ୍ତକ ରେ ମଧ୍ୟ ଅନୁରୂପ ଭାବରେ ଫର୍ଦ୍ଦ ସବୁ ମାର୍କ କରାଯାଇଛି। ହୋଟେଲ ରୁମରେ ନିଜର ସହକର୍ମୀ ଙ୍କ ସହ କାହାଣୀର ନାୟିକାଙ୍କର ଏକାନ୍ତ ମିଳନର ଦୃଶ୍ୟ କୁ କାମିନୀ ପଢି ସାରିଲା ପରେ , ତାର ଆବେଗ ଏବେ ଆହୁରି ଅସ୍ତିର ହୋଇ ଉଠିଛି। ଏତେ ଦିନ ଲୁଚି ରହିଥିବା ତାର ଯୌବନର ପ୍ରକାଶ ଏବେ ଦେହ ଭିତରେ ତାର ଅନୁଭବ ହେଉଥାଏ। 

  ଏହି ଆକସ୍ମିକ ଆବେଗର ଶିକାର ହୋଇ କାମିନୀ ର ଦେହରେ ଉଷ୍ମତା ର ବେଗ ଆହୁରି ପ୍ରଖର ହେବାକୁ ଲାଗିଲା। ଦେହରେ ତାର ଉତାପ ବଢିବାରୁ ,ନିଜକୁ ହଲକା କରିବା ପାଇଁ ସୋନାଲି ବ୍ୟାଗରେ ବହି ରଖି ଦେଇ, କିଛି ନ ଜାଣିଲା ପରି ଛାତ ଆଡେ ବୁଲି ଯିବାକୁ ବାହାରି ଗଲା। 

   ଛାତ ର ଚାରି ଆଡ଼େ ଆଖି ବୁଲେଇ ଦେଖ ତ ସୋନାଲି କେଉଁ ଆଡେ ବି ନଜରରେ ଆସିଲା ନାହିଁ। ମଧ୍ୟ ରାତ୍ରି ହେବ।ବାହାର ଟା ଯେମିତି ଶୂନ ଶାନ । ଆକାଶରେ ପୁନେଇଁ ର ଜହ୍ନ। ଆଉ ଜହ୍ନ ର ଶୀତଳ ଚନ୍ଦନ ମହକରେ କାମିନୀ ଯେମିତି ଅନୁଭବ କଲା ତା ଦେହରେ ନୂତନ ଉର୍ଜା ସଂଚାରିତ ହେଉ ଅଛି। ବଗିଚାରେ ଥିବା ଗଙ୍ଗଶିଉଳି ଗଛର ବାସ୍ନାରେ ଯେମିତି ତାର ଦେହ ରୁ ଯୌବନର ଅତର ଏବେ ପବନ ସହ ପରିବେଶକୁ ଆହୁରି ବାସ୍ନାହିତ କରି ଦେଉଛି।

    ଅନ୍ୟମନସ୍କ ଭିତରେ ହଠାତ ଏକ ଅସ୍ବଭାବିକ ସ୍ୱର ଶୁଣିବାକୁ ପାଇଲା। ଏମିତି ସ୍ୱର ସେ କେବେ ବି ଆଗରୁ ଶୁଣି ନ ଥିଲା।କେଉଁ ଆଡୁ ଆସୁଛି ଭାବି ଜାଣିବାକୁ ଚେଷ୍ଟା କରିବାରୁ ଶୌଚାଳୟ ରୁ ଆସୁଥିବାର ଅନୁଭବ କଲା।

   ଶୌଚାଳୟ ନିକଟରେ ଯାଇ କବାଟ ଖୋଲିବାକୁ ଚେଷ୍ଟା କରିବାରୁ କବାଟ ବନ୍ଦ ଥିବାର ଜାଣିଲା। ଏବଂ ଭିତରୁ ଯେଉଁ ସ୍ୱର ଆସୁଥିଲା ତାହା ସୋନାଲି ର ବୋଲି ସେ ନିଶ୍ଚିତ ହେଲା। ହେଲେ ସୋନାଲି ଭିତରେ କଣ କରୁଛି। ତାକୁ ଠିକ ଲାଗିଲା ନାହିଁ। ଦସ୍ତାରେ ତିଆରି ଶୌଚାଳୟ ର କବାଟ ସନ୍ଧି ମଧ୍ୟରେ ରେ ଦେଖିବାକୁ ଚେଷ୍ଟା କଲା କାମିନୀ। ସାବୁନ ଷ୍ଟାଣ୍ଡ୍ ରେ ମୋବାଇଲ ରଖିଛି ସୋନାଲି। ସମ୍ପୂର୍ଣ୍ଣ ଉଲଗ୍ନ ଶରୀର , ଭିଡିଓ କଲ ରେ କେହି ଜଣେ ପୁଅର ସ୍ୱର ଶୁଣିବାକୁ ପାଇଲା। ଏ ପୁଅର ସ୍ୱର ତାକୁ ପରିଚିତ ହେଲା ପରି ଲାଗିଲା। ହଁ ତ ଏ ସ୍ୱର ଆମ କ୍ଳାସର ରାକା ର । ଭାରି ବଦମାସ ଆଉ ନନସେନ୍ସ ପୁଅ ସେ। ଝିଅ ମାନଙ୍କୁ ଭାରି ଖରାପ ନଜରରେ ଦେଖେ।ପାଠ ଭଲ ହୁଏ ନି ସିନା ଶାଠରେ ସେ ଧୁରନ୍ଧର। ସ୍କୁଲରେ ସବୁ ଝିଅ ଙ୍କ ସହ ତାର ଲଫଡା କେବଳ ମତେ ଛାଡି। ହେଲେ ସୋନାଲି .ଓଃ ଗଡ଼। 

    ଦୁହେଁ ଦୈହିକ ଅଗ୍ନିରେ ପତଙ୍ଗ ସାଜି ଡେଇଁ ସାରିଥିଲେ। କାମିନୀ ମନ ଭିତରେ ରାକା କୁ ଗାଳି କରୁଥିଲେ ବି ,ତାର ସାଙ୍ଗ ସୋନାଲି କରୁଥିବା ଯୌବନର ଉପଭୋଗ କୁ ଦେଖି ତାର ଦେହ ଶୀତେଇ ଉଠୁ ଥିଲା। ଆଖିରେ ଦେଖି ଥିବା ସେ ଦୃଶ୍ୟ କୁ ଭୂଲି ଯିବା ପାଇଁ ଚେଷ୍ଟା କରିଥିଲେ ବି ଭୂଲି ପାରୁ ନ ଥିଲା।ଫେରି ଆସିଲା ଘର ଭିତରକୁ। ବହିରେ ପଢିଥିବା ପ୍ରତ୍ୟେକ ଟି ଦୃଶ୍ୟ ଆଖିରେ ଦେଖିଲା ପରେ ସେ ଲାଜରେ ଝାଉଁଳି ଯାଉ ଥିଲା। ଯେଉଁ ପୁଅ ଝିଅ ମାନଙ୍କର ଦେହ ଉପରେ ଖରାପ ଟିପଣୀ କରେ ଆଜି ତାର ସାଙ୍ଗ ସେଇ ପୁଅ ସହ..ଓଃ ଗଡ଼ ଏ କଥା ଭାବି ସେ ବେଶି ଚିନ୍ତିତ ହେଉ ଥିଲା। ସତରେ ଏ ବୟସରେ ଏ ସବୁ କରିବା କଣ ନିହାତି ଆବଶ୍ୟକ। କ୍ଳାସର ସବୁ ଠାରୁ ସୁନ୍ଦରୀ ଝିଅ ସେ । ହେଲେ ଦେହର ଗଠନ କୁ ନେଇ ସମସ୍ତ ଝିଅ ମାନେ ତାକୁ କମେଣ୍ଟ କରି ଫ୍ଲାଟ ଫିଗର କହି ଚିଡ଼ାନ୍ତି। ଗର୍ବୀ ଆଉ ଅହଙ୍କାରୀ ବୋଲି ପୁଅ ମାନେ ଲାଇନ ମାରି ଅସଫଳ ହେଲେ କହି ଚାଲି ଯାଆନ୍ତି। ସତରେ ସେ କଣ ଜଣେ ଝିଅ ନୁହେଁ। ତାର କଣ ଅନ୍ୟ ମାନଙ୍କ ପରି ଦେହ ଆଉ ମନରେ ଆବେଗ ନାହିଁ। ନିଜକୁ ନିଜେ ପ୍ରଶ୍ନ କରେ କାମିନୀ ?

  ଟିୟୁସନ ବାହାନାରେ ଅନେକ ଶିକ୍ଷକ ଯେତେବେଳେ ତାର ଦେହ କୁ ଛୁଇଁବା କୁ ଚେଷ୍ଟା କରନ୍ତି , କାମିନୀର ବଡ଼ ବଡ଼ ଆଖି ଦେଖି ଚୁପ ହୋଇ ଯାଆନ୍ତି। ସେଥିପାଇଁ ବାପା ଙ୍କୁ ସେ ଶିକ୍ଷକ ଭଲ ପଢ଼ାଉ ନାହାନ୍ତି କହି ବାହାର କରି ଦିଏ। ଅନେକ ପୁଅ ସ୍କୁଲ୍ କୁ ଯିବା ରାସ୍ତାରେ ଲାଇନ ମାରନ୍ତି। କାମିନୀ ର ରକ୍ତାତ ଆଖିର କ୍ରୋଧ କୁ ଦେଖି ଡରି ପଳାଇ ଯାଆନ୍ତି। ଆଉ ଗଲା ବେଳେ କେଡେ ଚଣ୍ଡି ଟା ବୋଲି ମଧ୍ୟ କୁହନ୍ତି। ଏହି ସବୁ ସ୍ଵଭାଵ ପାଇଁ କାମିନୀ ର କେହି ବି ପୁଅ ସାଙ୍ଗ କି ବୟଫ୍ରେଣ୍ଡ ନାହାନ୍ତି। ଆଜି ଯାଏ କେହି ନ ଥିବାର ଦୁଃଖ ସେ ଅନୁଭବ କରି ନ ଥିଲା କିନ୍ତୁ ପ୍ରଥମ ଥର ସୋନାଲି କୁ ଦେଖିଲା ପରେ ତାର ମନରେ ପରିବର୍ତ୍ତନ ହୋଇଛି। 

  ଅନେକ ଥର କଥାରେ କଥାରେ ସୋନାଲି ତାକୁ କହିଛି, ଯେଉଁ ଶରୀରର ଗଠନ କୁ ନେଇ ତୁ ଏତେ ଚିନ୍ତୁତ ଅଛୁ ,ଥରେ ପ୍ରେମ କରି ଦେଖ , ପ୍ରେମିକ ସହ ରୋମାନ୍ସ କରି ଦେଖ ସେ ସବୁର ଆକୃତି ରେ ନିଶ୍ଚୟ ପରିବର୍ତ୍ତନ ଆସିବ। ଆଉ ଯେତେବେଳେ ବିବାହ କରିବୁ ତୁ ଚାହୁଁଥିବା ଅଙ୍ଗର ବିକାଶ ମଧ୍ୟ ଆପେ ଆପେ ସଠିକ ହୋଇ ଯିବ।

  ଏ ସବୁ କୁ କିନ୍ତୁ କାମିନୀ ବିଶ୍ୱାସ କରେ ନାହିଁ । ସୋନାଲି ଉଦାହରଣ ଦେବାକୁ ଯାଇ ଅନେକ ଙ୍କ ବିଷୟରେ କୁହେ। ତଥାପି କାମିନୀ ଗ୍ରହଣ କରି ପାରୁ ନ ଥିଲା। ଭଗବାନ ଦେଇ ଥିବା ଶରୀର ତାର ଉପଯୁକ୍ତ ବୋଲି ମନ୍ତବ୍ୟ ଦେଇ ଏ ସବୁ ଠାରୁ ନିବୃତ ରହୁଥିଲା।

  ଆଜି ଯେତେବେଳେ ସୋନାଲି କୁ ଏମିତି ଅବସ୍ଥାରେ ଦେଖିଲା, ସେ କହିଥିବା ତାର କେତୋଟି କଥା ବୋଧ ହୁଏ ସତ ହୋଇ ପାରେ ବୋଲି ବିଶ୍ୱାସ କଲା। କାରଣ ସୋନାଲି ର ଶରୀର ଗଠନ ଏହି କେତୋଟି ମାସରେ ଖୁବ ପରିବର୍ତ୍ତନ ହୋଇ ଥିବାର ବି ସେ ଲକ୍ଷ୍ୟ କରିଛି। ତେଣୁ ସେ ଏବେ ନିଜକୁ ନିଜେ ପ୍ରଶ୍ନ କରୁଥିଲା। ସତରେ କଣ ଏମିତି ସମ୍ଭବ ? 


ସମୟ ଗଡିଚାଲିଥାଏ । କାମିନୀ ର ପାରିପାର୍ଶ୍ବିକ ପରିବେଶରେ ଯୌବନର କାମନାର ବାସ୍ନା କେଉଁଠି ନା କେଉଁଠି ସେ ଦେଖିବାକୁ ପାଉଥାଏ । ଯୁବତୀ ବୟସରେ ମନ ଆଉ ଦେହ କୁ ସମ୍ଭାଳି ରଖିବା ବହୁତ କଷ୍ଟ ଦାୟକ। ଆଉ ସେ କଷ୍ଟ କୁ ଆହୁରି ଦ୍ଵିଗୁଣିତ କରୁଥିଲା ମାସିକ ଋତୁସ୍ରାବ। କାରଣ ଏହି ସମୟରେ ଦେହ ଅନେକ କିଛି ଚାହେଁ। ସେଇ ପୀଡା କୁ ସହ୍ୟ କରିଯିବାର ଜ୍ୱାଳା ଜଣେ ଯୁବତୀ ପକ୍ଷେ ସବୁବେଳେ ସମ୍ଭବ ନୁହେଁ। ତଥାପି ସେ ନିଜକୁ ନିଜେ ଆଵଟ ଆଡ଼କୁ ନେଇ ଯାଇ ନାହି। 

   ଦେହ ଆଉ ମନ ଚାହିଁଛି ଅନେକ କିଛି କିନ୍ତୁ ତାର ବିବେକ ସେ ସବୁ କୁ କରିବାର ପ୍ରସୟ ଦେଇ ନାହିଁ। ଏହା ଭିତରେ ଦଶମ ପରୀକ୍ଷା ସରି ଯାଇ ରେଜଲ୍ଟ ପ୍ରକାଶ ପାଇଛି। ଭଲ ନମ୍ବର ରଖି A ଗ୍ରେଡ ର ମାର୍କ ଅନ୍ତର୍ଭୁକ୍ତ ହୋଇ ପାସ କରିଛି। ତାର ସ୍ୱପ୍ନ ସାକାର ହେବାର ପ୍ରଥମ ପାହାଚ ଅତିକ୍ରମ କରିଛି। 

   ଘରେ ସମସ୍ତେ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜ୍ଞାନ ବିଭାଗରେ ପାଠ ପଢ଼ାଇବା ସହ ଡାକ୍ତର ହେବାର ସ୍ୱପ୍ନ ତାର ଆଖିରେ ଭରି ଦିଅନ୍ତି। ବାପା ମାଆ ଙ୍କର ଡାକ୍ତରାଣୀ ହେବାର ସ୍ୱପ୍ନ କୁ ସାକାର କରିବା ପାଇଁ କାମିନୀ ଦୃଢ଼ ସଂକଳ୍ପ ସହକାରେ କରି ଦେଖାଇବାର ପ୍ରତିଜ୍ଞା କରେ।

  ଭୁବନେଶ୍ୱର ର ଗୋଟେ ପ୍ରାଇଭେଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ସହ ନିଟ ପରୀକ୍ଷା ଦେବା ପାଇଁ ଆଗୁଆ କୋଚିଂ ନେବା ଆରମ୍ଭ କରେ। ଆକାଶ ଇନଷ୍ଟିଚ୍ୟୁଟ ରେ ନାଁ ମଧ୍ୟ ଘର ଲୋକ ଲେଖାଇ ଦିଅନ୍ତି। ଯାହା ଦ୍ୱାରା ଯୁକ୍ତ ଦୁଇ ପଢିବା ସହ ନିଟ ର କୋଚିଂ ଏକା ସାଙ୍ଗରେ ନେଲେ ଭଲ ରେଜଲ୍ଟ ମଧ୍ୟ ହେବ। 

     ଉଭୟ କଲେଜ କୁ ନିକଟତର ବାଟ ଦେଖି ଗୋଟେ ପ୍ରାଇଭେଟ ହଷ୍ଟେଲ ରେ କିଛି ରୁମ ମେଟ ମାନଙ୍କ ସହ ମିଶି ରହିବାର ବନ୍ଦୋବସ୍ତ ଘର ଲୋକ କରି ଦେଲେ ।

   ନୂଆ ନୂଆ ସହର କୁ ଆସିଥାଏ। ସହରୀ ଦୁନିଆଁ ର ଚାକ ଚକମ୍ ରେ ନିଜକୁ ହଜେଇ ଦେଇଥାଏ। ଆଖିରେ ଡାକ୍ତର ହେବାର ସ୍ୱପ୍ନ। ଦିନ ରାତି ପରିଶ୍ରମ କରିବା ଆରମ୍ଭ କରିଥାଏ। ଏହା ଭିତରେ ହଷ୍ଟେଲର ସମସ୍ତ ଯୁବତୀ ଙ୍କ ସହ ତାର ଘନିଷ୍ଠତା ବଢି ଯାଇଥାଏ। ସମସ୍ତେ ଭଲ ଘରର ଝିଅ ଥିଲେ। ଚଳଣୀ ବି ସମସ୍ତଙ୍କର ଭଲ ଥାଏ। ତା ପରି ଅନ୍ୟ ମାନେ ବି ଆଖିରେ ଆଖିଏ ସ୍ୱପ୍ନ ଧରି ସାକାର କରିବା ପାଇଁ ଏ ମାୟାବୀ ସହରକୁ ଆସିଛନ୍ତି। 

    ଏହା ଭିତରେ ଦୁଇ ମାସ ବିତି ଯାଇଥାଏ। ତାର ରୁମରେ ତିନି ଜଣ ଆନ୍ୟ ସହ ପାଠୀନି ମଧ୍ୟ ଥିଲେ। ଧୀରେ ଧୀରେ ସେ ଜାଣିବାକୁ ପାଇଲା ଯେ ସେମାନେ ମଧ୍ୟ କାମନାର ଅଗ୍ନି ରେ ପ୍ରଜ୍ଵଳିତ। ଅଶ୍ରିଳ ଭିଡ଼ିଓ , ଆଡ଼ଲଟ ବହି ସବୁ ପଢିବା , ବିୟର ପିଇବା , ସିଗାରେଟ ଟାଣିବା ଆରମ୍ଭ କରି ସାରିଥିଲେ। କେହି କେହି ବୟଫ୍ରେଣ୍ଡ ଧରି ମଧ୍ୟ ବୁଲୁ ଥିଲେ। କାହାରି ବ୍ୟକ୍ତିଗତ ଜୀବନରେ ହସ୍ତଗତ କରିବା ସେ ଠିକ ଭାବିଲା ନାହିଁ । କିନ୍ତୁ ସେତିକିବେଳେ ତାକୁ କଷ୍ଟ ହେଲା ଯେତେବେଳେ ତାର ପଠା ପଢ଼ା ସମୟରେ ସେମାନେ ଅଶ୍ରିଳ ଭିଡିଓ ଲଗାଇ ଲାଉଡ଼ ସ୍ପିକର ଦେଇ ରୁମ ରେ ଉପଭୋଗ କରୁଥିଲେ। ଥରେ ଦୁଇଥର ସେ ପାଟି ମଧ୍ୟ କରିଛି । ହେଲେ ସେମାନଙ୍କୁ କିଛି ଫରକ ପଡି ନାହିଁ। ବରଂ ସେମାନେ କୁହନ୍ତି କାହିଁ ତତେ କଣ ଏ ସବୁ ଲୋଡ଼ା ନାହିଁ। ଏତେ ସତୀ ଦେଖାଇ ହେବା ଭଲ ନୁହେଁ। ମର୍ଡନ ଟିକେ ହଅ। ଗାଁ ରୁ ଆସି ଗାଉଁଲିଆମୀ ଏଠି ଦେଖାନି ।ଯଦି ତତେ ଏତେ ଖରାପ ଲାଗୁଚି ରୁମ ଚେଞ୍ଜ କରି ଦେ ?

   କଣ କରିବ କିଛି ବୁଝି ପାରୁ ନ ଥିଲା କାମିନୀ ? ସବୁ ରୁମ ରେ ପିଲା ରହି ସାରିଛନ୍ତି। ଚେଷ୍ଟା କଲା ୱାଡେନ କୁ କହି ରୁମ ଚେଞ୍ଜ କରିବା ପାଇଁ। ୱାର୍ଡନ ମଧ୍ୟ ନିଜ ପ୍ରଚେଷ୍ଟା ରେ କାହାକୁ ରାଜି କରେଇ ଚେଞ୍ଜ କରିବାକୁ କହିଲେ । କିନ୍ତୁ କେହି ବି ରାଜି ନ ହେବାରୁ ,ବାଧ୍ୟ ହୋଇ କାମିନୀ ରହିଲା। ଧୀରେ ଧୀରେ ରୁମ ର ପରିବେଶରେ ଆହୁରି ଦୈହିକ ଆକର୍ଷଣ ର ଉନ୍ମାଦ ବଢିବାକୁ ଲାଗିଲା ତାର ସହ ପାଠୀନି ମାନଙ୍କ ଭିତରେ । ସେମାନେ ଭିଡିଓ ବଦଳରେ ଉଭୟେ ଉଭୟଙ୍କୁ ଉପଭୋଗ କରିବାକୁ ଲାଗିଲେ। ବିୟର ସିଗାରେଟ ନିଶାରେ ନିଜକୁ ଅସହ୍ୟ ମନେ କରି ସିଡ଼ି ନିକଟରେ ବସି ପାଠ ପଢିବାକୁ ଲାଗିଲା କାମିନୀ।ସବୁବେଳେ ସମାନ ଯାଏନି । କେତେ ଆଉ ସେ ନିଜକୁ ରୋକିବ। ଆଖି ସାମ୍ନାର ଦୃଶ୍ୟ ଆଉ ଦେହର ଭୋକ କୁ ନ ଅନୁଭବ କରି ରହି ହୁଏ ନାହିଁ। ଦେହରେ ତାର ନିଆଁ ଆହୁରି ପ୍ରଖର ହେଉ ଥାଏ। କେତେ ଦିନ ନିଜକୁ ସମ୍ଭାଳି ରୋକିବ। 

    ସେ ଦିନ କ୍ଳାସରେ ହଠାତ ତାର ନଜର ଗୋଟେ ଯୁବକ ସହ ମିଶେ। ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଣ୍ଡ ଗୂଡ଼ ଲୁକିଙ୍ଗ ମଧ୍ୟ। ଯେତେ ତା ଆଡେ ନ ଚାହିଁବାକୁ ଚେଷ୍ଟା କରିଲେ ବି ରୋକି ପାରୁ ନ ଥିଲା ନିଜକୁ ନିଜେ ସେ। ବାରମ୍ବାର ପିଲାଟି ତାକୁ ହିଁ ଚାହିଁ ରହୁଥାଏ। ସେ ଜାଣି ସାରିଥିଲା ପିଲାଟି ତାକୁ ପସନ୍ଦ କରୁଛି। ମନେ ମନେ ଖୁସି ମଧ୍ୟ ହେଲା।

  କ୍ଳାସ ସାରି ଯେତେବେଳେ ବାହାରକୁ ଆସିଲା , ଯୁବକ ଜଣଙ୍କ ପଛରୁ Excuse me......କହିବାରୁ କାମିନୀ ଅଟକି ଗଲା । 


କ୍ରମଶଃ..  




Rate this content
Log in

Similar oriya story from Drama