Nityananda Sahu

Romance Inspirational

3  

Nityananda Sahu

Romance Inspirational

ଭରଜିନ ଭାଗ -୨

ଭରଜିନ ଭାଗ -୨

7 mins
209


। ଭାଗ-୨ ।। 


【 ଅତୀତ ଜୀବନର ପ୍ରେମର ଜୀବାଷ୍ମ ଭିତରେ ଯେଉଁ ପରିଚୟ ଦୁହିଁଙ୍କର ଲୁଚି ଥିଲା ତାହା ଆଜି ତାଙ୍କ ମନର ଭୟର କାରଣ ହୋଇଛି । ଏବେ ଆଗକୁ 】 


  【 ଆଜକୁ ପନ୍ଦର ବର୍ଷ ତଳେ 】 


 କାମିନୀ ଆଉ କୁମାର ଦୁହେଁ ଦଶମରେ ପଢୁଥିଲେ। ଦେହରେ ନବ ଯୌବନର ଆଦ୍ୟ ବସନ୍ତର ପହିଲି ପୁଲକ। ଷୋଳଟି ଫଗୁଣ ଛୁଇଁବ ଛୁଇଁବ ହେଉ ଥାଏ ଦୁହିଁଙ୍କର । ମନ ଖୁବ ଚଳ ଚଞ୍ଚଳ ରହୁଥାଏ। ମୁଣ୍ଡ ଉପରେ ପାଠର ବୋଝ ଆଉ ସାଙ୍ଗ ସାଥିମାନଙ୍କ ସହ ସମୟ ବିତେଇବା ବେଳେ ପ୍ରେମର ନୂଆଁ ନୂଆଁ ରଙ୍ଗର ନିଶାରେ ଉଭୟଙ୍କର ଦେହ ଆଉ ମନ ଭିଜି ଯାଉ ଥାଏ। 

  ଏତେ ଟେନ୍ସନ ଭିତରେ ବି ଦୁହେଁ ହୋମ ୱାର୍କ ଠିକ ସମୟରେ ସାରି ଦେଉଥିଲେ। 

 କୁମାର ଯୁବ ଅବସ୍ଥାରେ ଖୁବ ଶାନ୍ତ ସ୍ୱଭାବର ପିଲା ଥିଲା। ଯେ କେହି ଦେଖିଲେ ବି ଏତେ ସରଳ ଆଉ ଶାନ୍ତ ସ୍ୱଭାବର ହେଲେ ଲୋକେ ଠକି ଦେଇ ଯିବେ ବୋଲି କହୁଥିଲେ। ବାପା ତାର ଶିକ୍ଷକ ଥିଲେ। ସେଥିପାଇଁ ସବୁ କଥାରେ ତାକୁ ଆକଟ କରୁଥିଲେ। ବେଳେ ବେଳେ କୁମାର ଚିଡି ଯାଏ କିନ୍ତୁ ପରବର୍ତ୍ତୀ ସମୟରେ ପରିବାରର ଦୁଃଖ କଷ୍ଟ ଦେଖି ମନକୁ ବୁଝେଇ ନିଏ। ଗୋଟେ ବୋଲି ପୁଅ ଏମିତି ଆକଟ କରି ରଖିବା ବାପାଙ୍କର କଣ ସବୁଦିନ ଠିକ ହେଉଛି !!

  ବାପାଙ୍କୁ ଖୁସି ଦେଖି ଖୁସି କରେଇବା ପାଇଁ, କୁମାର ଇଚ୍ଛା ଥାଉ କି ନ ଥାଉ ବହି ଧରି ବସି ପଢୁଥିଲା। ସ୍କୁଲ ଆଉ ଟିଉସନରେ ଯେତିକି ରହୁଥିଲା, ସେତିକି ସମୟ ସେ ଫ୍ରି ରହି ପାରୁଥିଲା କିନ୍ତୁ ଘରେ ତାକୁ ଯେମିତି ବନ୍ଦୀ ଜୀବନ ବିତେଇଲା ପରି ଅନୁଭବ ହେଉଥିଲା।

  ଦିନେ ଘର ସଜାଡୁଥିବା ସମୟରେ କୁମାର ବୋଉକୁ ବହି ଭର୍ତ୍ତି ବାକ୍ସ କେତୋଟି ମିଳିଲା। କୁମାର ବାପା ସିନା ଶିକ୍ଷକ ଥିଲେ କିନ୍ତୁ ତାଙ୍କର ବୋଉ ଥିଲେ ସପ୍ତମ ଫେଲ । ପାଠ ଶାଠ ଉପରେ ଏତେ ତାଙ୍କର ଜ୍ଞାନ ନ ଥିଲା। ସେଥିପାଇଁ କୁମାରକୁ ଡାକି କେଉଁ ବହି ସବୁ ଆଗକୁ ଯାଇ ତାର ଦରକାର ହେବ ବାଛି ନେବା ପାଇଁ ନିର୍ଦ୍ଦେଶ ଦେଲେ।

  କୁମାର ପ୍ରଥମେ ଚିଡି ଯାଇଥିଲା। କ୍ଳାସର ପାଠ ବୋଝ କଣ କମ ହେଉଛି ଯେ ବୋଉ ଆହୁରି ବହି ପଢିବାକୁ ଦେଉଛି। ଇଚ୍ଛା ନ ଥିଲେ ବି ବୋଉର ଡାକ ଶୁଣି ବାଧ୍ୟରେ ଆସିଲା। 


  ଆଖି ସାମ୍ନାରେ ଦେଖିବାକୁ ପାଇଲା ଅନେକ ଗଳ୍ପ, ଉପନ୍ୟାସ, ଏକାଙ୍କିକା ବହିମାନଙ୍କୁ। ପାଠ ବହି ଭାବି ସେ ଯେଉଁ ଆରମ୍ଭରୁ ବିରକ୍ତ ହେଉଥିଲା ଏବେ ଗଳ୍ପ ଆଉ ଉପନ୍ୟାସ ବହି ଦେଖି ତା ମନ ଖୁସିରେ ନାଚି ଉଠିଲା।

   ଗୋଟି ଗୋଟି ବହି ବାକ୍ସରୁ କାଢି କେଉଁ ବହି ପଢିବ ଅଲଗା କରି ରଖୁଥାଏ। ବାପା ତାର ଗାଁରେ ଡ୍ରାମା କରାନ୍ତି । ପାଖ ଆଖ ଗାଁରେ ତାଙ୍କ ନାଁ ଜଣେ ସୁସାହିତ୍ୟିକ ଭାବରେ ମଧ୍ୟ ସୁନାମ ଅର୍ଜନ କରି ସାରି ଥାଏ।

 ସେଥିପାଇଁ ବାକ୍ସରେ ଅନେକ ନାଟକ ବହି ମଧ୍ୟ ଥିଲା। ଭଲ ଭଲ ଟାଇଟଲ ଦେଖି କୁମାର ନିଜ ପାଇଁ ବହି ସଂଗ୍ରହ କରି ଚାଲୁଥାଏ। 

 ଆଲୁମିନିୟମ ବାକ୍ସର ପୁରା ତଳେ ଗୋଟେ ବହିକୁ ଦେଖି ତାର ଦେହ ଶୀତେଇ ଉଠିଲା। ଉପର ମଲାଟ ବହୁତ ପୁରୁଣା ଆଉ ମଝିରେ ମଝିରେ ଚିରି ଯାଇଥିବାରୁ ବହିର ନାଁ ଠିକ ସେ ପଢି ହେଉ ନ ଥାଏ। 

 ପୁସ୍ତକର ପରବର୍ତୀ ପୃଷ୍ଠାରେ ଲେଖା ଥିଲା ଟାଇଟଲ କାମସୂତ୍ର ।

  

 କାଳେ କିଏ ଏ ବହି ସେ ଧରିକି ପଢୁଥିବାର ଦେଖିଲେ ଖରାପ ଭାବିବେ ସେଥିପାଇଁ ସଂଗ୍ରହ କରିବା ପରେ ଲୁଚେଇ କି ନେଇ ତାର ସ୍କୁଲ ବ୍ୟାଗରେ ରଖି ଦେଇଥିଲା।

   

   ବାଳକ ବୟସରେ ଭୁଲ ଠିକ ବୁଝିବାର ଜ୍ଞାନ ଉଦୟ ହୋଇ ନ ଥାଏ ତାର । କେଉଁ ବହି କେଉଁ ବୟସରେ ପଢିବା ଉଠିତ, ସେ କଥା ବି ସେ ବୁଝି ପାରୁନଥିଲା।

  ସେ ଦିନ କ୍ଳାସରେ ତାର ସାଙ୍ଗ, ଝିଅମାନଙ୍କୁ ପ୍ରେମ ନିବେଦନ କରୁଥିବାର ସେ ଦେଖିଥିଲା। ସାଙ୍ଗର ଆଖିରେ ପ୍ରେମ କମ ବରଂ ଖରାପ ନଜର ଅଧିକ ଦେଖି କୁମାର ପ୍ରତିବାଦ ମଧ୍ୟ କରିଥିଲା। କୁମାରକୁ ଆକ୍ଷେପ କରିବାକୁ ଯାଇ ତାର ସାଙ୍ଗ ନିଜକୁ ପୁରୁଷ କି ନାହିଁ ଥରେ ଚେକ କରି ଆସେ କହିବା ସହ ପାରୁଚୁ ଯଦି କାମସୂତ୍ର ବହି ଦେବି ପଡ଼ିବୁକି ବୋଲି କହି ଅପମାନିତ କରିଥିଲା।

   ପ୍ରଥମ ଥର ଏମିତି କିଛି ବହି ଥିବାର କୁମାର ଜାଣିବାକୁ ପାଇଥିଲା। ସାଙ୍ଗର କଥାରୁ ସେ ବୁଝି ଯାଇଥିଲା ଯେ ଏ ବହିରେ ନିଶ୍ଚିୟ କିଛି ଅଶ୍ଲୀଳ କଥା ଥିବ। 

   କଥାରେ ଲୋକେ କୁହନ୍ତି ଭଲ କଥା ଠିକ ସମୟରେ ଲୋକଙ୍କ ଦେହରେ ଯାଏନି କି କେହି ଶୁଣିବାକୁ ଭଲ ପାଆନ୍ତି ନାହିଁ କିନ୍ତୁ ଖରାପ କଥା ଜାଣି ବି ଲୋକ କାନ ଡେରି ଶୁଣନ୍ତି । ଆଉ ସେ କଥାର ମର୍ମ ବି ଖୋଜିବାକୁ ଲାଗନ୍ତି। ବାଳକରୁ ଯୁବକକୁ ପରିଣତ ହେଉଥିବା କୁମାର ମଧ୍ୟ ଏ ଝାସରେ ପଡି ସାରିଥିଲା। 

   ବହିର ପ୍ରଥମରୁ ନେଇ ଶେଷ ପୃଷ୍ଠା ପର୍ଯ୍ୟନ୍ତ ଏମିତି କିଛି ଲେଖା ଏବଂ ଚିତ୍ର ଥିଲା ଯାହାକୁ ଦେଖିଲା ପରେ ତା ଦେହ ଭିତରେ ଏକ ନୂତନ ପରିବର୍ତ୍ତନ ସେ ଉପଲବ୍ଧ କରି ଥିଲା। ବହିଟି ପଢ଼ିବାର ଉପଯୁକ୍ତ ବୟସ ହୋଇନଥିଲେ ବି ମାନସିକ ବିକାର ତାକୁ ବହି ପ୍ରତି ଆହୁରି ଆକୃଷ୍ଟ କରୁଥିଲା। 

    ପାଠ ପଢିବା ଭଳି ଭଲ ନିଶା ସବୁବେଳେ ଦେହ ଆଉ ମନ ପ୍ରତି ଉପଯୋଗୀ ସାବ୍ୟସ୍ତ ହୋଇ ଥାଏ କିନ୍ତୁ ପାଠ ଭିତରେ ଏମିତି କିଛି ବହିର ପାଠ ଅଛି ଯାହା ଦେହ ମନ ଆଉ ମାନସିକ ସ୍ତରରେ ଅଜଣାତରେ ଖୁବ କ୍ଷତି ପହଞ୍ଚାଇ ଥାଏ। 

   କ୍ଳାସର ପାଠକୁ ଚେଷ୍ଟା କରୁଥିଲା ଏଥର ଯେତେ ଶୀଘ୍ର ସାରିବା ପାଇଁ, ରାତିରେ ଉଜାଗର ହୋଇ କାମସୂତ୍ର ବହିରେ ତାର ମନ ଅତ୍ୟଧିକ ଲାଗି ରହୁଥିଲା। ବହିର ପ୍ରଭାବ ଧୀରେ ଧୀରେ ତାର ମାନସିକ ସ୍ତରରେ ପ୍ରଭାବ ପକେଇବାକୁ ଲାଗିଲା। 

  ଦିନେ ତାର ଆଉ ଏକ ସାଙ୍ଗର ଜନ୍ମ ଦିନ ଥିବାରୁ କୁମାର ସେ ଦିନ ତାଙ୍କ ଘରେ ରହି ରାତ୍ରିଯାପନ କରିଥିଲା। ଦୁହେଁ ଭଲ ସାଙ୍ଗ ଥିଲେ। କୁମାରକୁ ତାର ସାଙ୍ଗର ପରିବାର ଲୋକ ବହୁତ ଭଲ ପାଉ ଥିଲେ। ସାଙ୍ଗ ତାର ଭଲ ପାଠ ପଢୁ ନ ଥିଲେ ବି ସ୍ଵଭାଵ କୁମାର ସହ ମିଶୁଥିବାରୁ ଦୁହେଁ ଦୁହିଁଙ୍କୁ ଖୁବ ନିଜର ଭାବନ୍ତି। 

  ସେ ଦିନ ରାତିରେ ସମସ୍ତେ ଖାଇ ପିଇ ଶୋଇ ସାରିଥିଲେ। ମଧ୍ୟ ରାତ୍ରିରେ କୁମାରକୁ ପରିସ୍ରା ଲାଗିବାରୁ ସେ ଶୌଚାଳୟ ଯାଇ ଦେଖ ତ, ତାର ସାଙ୍ଗ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ନିଜକୁ ନିଜେ ଏକ କାମନାର ପୂର୍ତ୍ତିର ଉପଭୋଗ ନିମନ୍ତେ ଯୌନାଙ୍ଗକୁ ହାତରେ ଧରି କଣ ସବୁ କରୁଥିବାର। ତାକୁ ସେ ସବୁ ଭଲ ଲାଗିଲା ନାହିଁ। ଫେରି ଆସିଲା ରୁମ ଭିତରକୁ। ଆଖିକୁ ତାର ଆଉ ନିଦ ଆସିଲା ନାହିଁ। ସାଙ୍ଗକୁ କେବେ ବି ଏମିତି ଅବସ୍ଥାରେ ସେ ଦେଖି ନ ଥିଲା କି ତା ଭିତରେ ଏ ସବୁ ଗୁଣ ଲୁଚି ଥିବାର ସେ କେବେ ବି ଭାବି ନ ଥିଲା। ପାଖରେ ଥିବା ତାର ମୋବାଇଲକୁ ଖୋଲି ଦେଖେ ତ ସେଥିରେ ପାଠ ଅପେକ୍ଷା ଅଶ୍ଲୀଳ ଭିଡିଓ ଆଉ ଫୋଟେ ଭରି ରହିଥିଲା। ଏ ସବୁ ଦେଖି ସେ ବିଚଳିତ ହୋଇ ଉଠିଲା। ମୋବାଇଲ ରଖି ଦେଇ କିଛି ନ ଜାଣିଲା ପରି ସାଙ୍ଗ ଆସିବା ପୂର୍ବରୁ ଶୋଇ ରହିଲା।

   ରାତିରେ ଆଉ କିଛି ନ ପଚାରି ସକାଳକୁ ଅପେକ୍ଷା କଲା। ଖାଇ ପିଇ ସାରିବା ପରେ ନିଜ ଘରକୁ ବାହାରିବା ବେଳକୁ ସାଙ୍ଗ ତାର ଛାଡି ଦେଇ ଆସିବ ବୋଲି କହିଲା।

  ଦୁହେଁ ସାଇକେଲରେ କିଛି ଦୂର ଗଲା ପରେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକିଲେ। 

  ହଠାତ ତାର ସାଙ୍ଗ କୁମାରକୁ କହିଲା ଯେ, ପ୍ଲିଜ ସାଙ୍ଗ କାଲି ରାତିରେ ଦେଖିଥିବା କଥାକୁ କାହା ଆଗରେ ପ୍ରକାଶ କରିବୁ ନାହିଁ। ତୁ ପରା ମୋ ବେଷ୍ଟ ଫ୍ରେଣ୍ଡ । ପ୍ଲିଜ ସାଙ୍ଗ .....ପ୍ଲିଜ !!! 


 ଆଛା ହେଉ.......ହେଲେ ମୁଁ ବୁଝି ପାରୁନି ସାଙ୍ଗ ତୁ କାଲି କଣ କରୁଥିଲୁ। ହସି ଉଠିଲା କୁମାରର ସାଙ୍ଗ। ଆରେ ବୁଦ୍ଦୁ ତତେ ପାଠ ଛଡା ଆଉ ବା କଣ ଜଣା ଅଛି କହିଲୁ। 

   ବାବୁରେ ସେଇଟା ଥିଲା ସେଲ୍ପ ସାଟିସପେକସନ। ତୁ କଲେ ଜାଣି ପାରିବୁ, ତାର ମଜ୍ଜା କେତେ ।

   ନାଇଁ......ନାଇଁ ମତେ ସେ ସବୁ କରିବାକୁ ଭଲ ଲାଗେ ନାହିଁ କହିବାରୁ କୁମାର....ସାଙ୍ଗ ତାର ଆହୁରି ବୁଝେଇ କହିଲା ଜୀବନରେ ପାଠକୁ ଛାଡି ଦେଲେ ବି ଆହୁରି କିଛି କଥା ଜାଣିବାକୁ ହୁଏ। 

  ଛାଡ଼....କାଲ ଆଗରେ ମୂଳା ଚୋବାଇବା ଯାହା ତତେ ଭାଷଣ ମାରିବା ସେଇଆ। ତା ନ ହୋଇଥିଲେ କ୍ଳାସରେ ମମତା କେତେ ଦିନରୁ ତତେ ଲାଇନ ମାରୁଚି ହେଲେ ବାବୁଙ୍କୁ ଦେଖ ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି। ଏଇ ଦେଖ ମତେ....କେହି ସୁଯୋଗ ନ ଦେବାରୁ ମୁଁ କେମିତି ମୋ ବ୍ରହ୍ମଚର୍ଯ୍ୟକୁ ନିଜ ହାତରେ ହସ୍ତମୈଥୁନ କରି ନଷ୍ଟ କରୁ ଅଛି। 

  ସବୁବେଳେ ମନେ ରଖିବୁ ସୁଯୋଗ ବାରମ୍ବାର ହାତକୁ ଆସେ ନାହିଁ। ଆଉ ଥରେ ସୁଯୋଗ ହାତ ଛଡା ହୋଇ ଗଲେ ଜୀବନ ତମାମ ପ୍ରଶ୍ଚାତାପ କରିବୁ ।

  

  ଯେତେବେଳେ ତତେ ମମତା ଏତେ ଭଲ ପାଉଛି, ତାର ସୌନ୍ଦର୍ଯ୍ୟ ଦେଖି କଣ ତୋ ଭିତରେ ପୁରୁଷତ୍ୱ ଜାଗ୍ରତ ହେଉ ନାହିଁ। ଯଦି ତୋ ଭିତରର କାମନା ଜାଗ୍ରତ ନ ହୁଏ ତେବେ ତୁ କି ପୁରୁଷ ହେବୁରେ ? ବାହା ହେଲା ପରେ ସ୍ତ୍ରୀ ଠାରୁ ଲାଞ୍ଚନା ପାଇବୁ। ସୁଧୁରି ଯାରେ ସାଙ୍ଗ ଆଉ ଜୀବନକୁ ଉପଭୋଗ କରେ । 


   ପୂର୍ବରୁ ତ କୁମାର ମନର ମାନସିକତାରେ ଗଭୀର ପରିବର୍ତ୍ତନ ଆସି ସାରିଥିଲା ବହିଟି ପଢି ସାରିଲା ପରେ ଆଉ ଏବେ ସାଙ୍ଗ କହିବା ପରେ ତାର ମନରେ କାମନାର ଚିରାର୍ଥ ନିମନ୍ତେ ସୁପ୍ତ ଆଗ୍ରହ ସଂଚାରିତ ହେଉ ଥାଏ କିନ୍ତୁ ଲଜ୍ୟା ପାଇଁ ସେ ପ୍ରକାଶ କରି ପାରୁ ନ ଥାଏ ସିନା ମନେ ମନେ ଶୁଣି କି ଏ ସବୁ ସେ ଖୁସି ହେଉ ଥାଏ। 


  ପରିବାରରେ ଯେତେ ସଂସ୍କାର ମିଳିଲେ ବି ଯଦି ଟିକେ ବି ଗୋଡ଼ ଅବାଟକୁ ଖସେ ତେବେ ସାର ଜୀବନ ପ୍ରଶ୍ଚାତାପ କରିବା ଛଡା ଆଉ କିଛି ବାଟ ହିଁ ନ ଥାଏ ।

  ପିଲାମାନେ ବାପା ମାଆକୁ ସବୁ କଥା କୁହନ୍ତି କିନ୍ତୁ ତାଙ୍କ ଭିତରେ ଲୁଚି ରହିଥିବା ଏହି କୃତ୍ରିମ ଆବେଗର ଆସକ୍ତି କଥାକୁ ପ୍ରକାଶ କରନ୍ତି ନାହିଁ। ଯେଉଁଥି ପାଇଁ ପିଲାଟି ବେଳରୁ ସେମାନେମାନସିକ ସନ୍ତୁଳନ ହରାଇ ବସି ଥାନ୍ତି। ଯାହାର ପ୍ରଭାବ ଆଗକୁ ଯାଇ ଦେହ, ମନ ଆଉ ମସ୍ତିଷ୍କ ଉପରେ ପଡି ଥାଏ ।

  

 କୁମାର ପାଠ ପଢା ସହ ଏହି ଦୈହିକ ବାସ୍ନାରେ ନିଜ ଜାଣତରେ ଶିକାର ହୋଇ ସାରିଥିଲା। ବାହାରକୁ ଶାନ୍ତ ସରଳ ସ୍ୱଭାବର ଜଣା ପଢୁଥିଲେ ବି ତା ଭିତରେ କାମନାର ରାକ୍ଷାସ ଜାଗ୍ରତ ହୋଇ ସାରିଥିଲା। ଆଉ ସେଇ ରାକ୍ଷାସ ଯେ ତା ଦେହ ଭିତରକୁ ନଷ୍ଟ କରୁ ଅଛି ସେ ବୁଝି ପାରୁ ନ ଥିଲା। ଧୀରେ ଧୀରେ ସେ ବି ଖରାପ କାର୍ଯ୍ୟ ତା ନିଜ ସହ କରିବାରେ ଲିପ୍ତ ରହିଲା। ସମସ୍ତଙ୍କ ଗୋଚରରେ ନିଜକୁ ନିଜେ ସେ ଉପଭୋଗ କରୁ ଥିଲା। ଖରାପ କାର୍ଯ୍ୟ ସହ ଲିପ୍ତ ରହି ବି ତାର ପରୀକ୍ଷା ଭଲ ହେଇଥିବାରୁ, ସେ ବି ମନେ ମନେ ଖୁସି ହେଲା। 

  ଦଶମ ପରୀକ୍ଷା ଫଳ ବି ତାର ଭଲ ହେଲା। ସମସ୍ତ ଘର ଲୋକ ବି ତାର ଖୁସି ହେଲେ। ଯେଉଁ ମମତାକୁ ସେ ଆଡ଼ ଆଖିରେ ବି ଅନାଉ ନ ଥିଲା, ପରୀକ୍ଷା ଶେଷ ଦିନ ତା ସହ କଥା ହୋଇ ଫୋନ ନମ୍ବର ବି ଆଣି ସାରିଥିଲା। ଧୀରେ ଧୀରେ ଅଶ୍ଲିଳ ପୁସ୍ତକ ପଢିବା, ଭିଡିଓ ଦେଖିବାରେ ତାର ମନ ନିରନ୍ତର ଲାଗି ରହିଲା। ସମସ୍ତଙ୍କର ଅଗୋଚରରେ ସେ ନିଜର ଚରିତ୍ରକୁ ଲୁଚେଇ ରଖିବାରେ ସଫଳ ହେଲା। 

   ଜୀବନର ଏକ ଛାୟା ପଟର ଚରିତ୍ରରେ ସେ ବାନ୍ଧି ହୋଇ ସାରିଥିଲା। କାମନାର ବାସ୍ନା ପାଇବା ପାଇଁ ତାର ଦେହ ମନ ବ୍ୟାକୁଳ ହୋଇ ଉଠୁ ଥିଲା। ଆଉ ତାର ବ୍ୟକୁଳତାକୁ ଦ୍ଵି ଗୁଣିତ କରୁଥିଲା, ଏହି ଅଶ୍ରିଳ ପୁସ୍ତକ, ଭିଡିଓ ଆଉ ସାଙ୍ଗମାନଙ୍କର ରିସର୍ଚ୍ଚ ପୂର୍ଣ୍ଣ କଥା ବାର୍ତା। ପାଦ ତ ସେ ଥାପି ସାରିଥିଲା ଅଜଣା ରୋଗର ନିଶାରେ। ଏ ନିଶା ତାକୁ ପ୍ରଥମରୁ ଖୁବ ଆକୃଷ୍ଟ ବି କରି ସାରିଛି। ଏବେ ଆଉ ଛାଡିବା ତା' ପକ୍ଷେ ସମ୍ଭବ ହେଉ ନ ଥିଲା। 

   


  ଏ ତ ଥିଲା କୁମାରର ଆଦ୍ୟ ଜୀବନ ଆରମ୍ଭର ଦୃଷ୍ଟାନ୍ତ ମୟ ସମୟର କଥା। 

  

 ଅନ୍ୟ ପଟେ କାମିନୀର ବି ଆଦ୍ୟ ବସନ୍ତ ଦେହରେ ଫଗୁଣର ରଙ୍ଗ ଲଗାଇ ସାରିଥିଲା। ସେ ବି ଅପରିପକ୍ୱ ଜୀବନରୁ ପରିପକ୍ୱ ଆଡ଼କୁ ଆଗ୍ରସର ହେଉ ଥାଏ। ଦେହର ଗଠନ ଆଉ ରୂପ କ୍ରାନ୍ତିକୁ ଯେ କେହି ବି ତାର ଦେଖିଲେ ବିମୋହିତ ହୋଇ ଉଠୁଥିଲେ। 

  ନୂଆ ନୂଆ ଯୌବନରେ ପାଦ ଦେଉଥାଏ। ବାଟ ଅବାଟ ଦେଖି ନ ଚାଲିଲେ, ଭୂଲ ବାଟରେ ପାଦ ଥରେ ଖସେଇ ଦେଲ....ଆଉ ପଛକୁ ଫେରି ଦେଖି ହୁଏ ନାହିଁ।

   ସେ ଦିନ କାମିନୀ ତାର ସାଙ୍ଗ ସୋନାଲି ଘରକୁ ଗ୍ରୁପ ଷ୍ଟଡି କରିବାକୁ ଯାଇଥାଏ। ମୁଣ୍ଡ ଉପରେ ଦଶମ ପରୀକ୍ଷା । 




କ୍ରମଶଃ...........



Rate this content
Log in

Similar oriya story from Romance