Nityananda Sahu

Drama Romance Thriller

4  

Nityananda Sahu

Drama Romance Thriller

ଭରଜିନଭାଗ-୬

ଭରଜିନଭାଗ-୬

8 mins
228


ଵଂଶ ରକ୍ଷା କରିବାର ଦାୟିତ୍ୱ କୁ ଆଗକୁ ବଢ଼େଇବା ପାଇଁ କୁମାର ଆଉ କାମିନୀ ଉପରେ ପରିବାର ଲୋକ ଚାପ ସୃଷ୍ଟି କରନ୍ତି। ଦୁହେଁ ଏଥର ପିଲାପିଲି କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି। ଶାରୀରିକ ମିଳାମିଶା ପରେ ଦୁହେଁ ନିଶ୍ଚିନ୍ତ ଥାଆନ୍ତି ଯେ ,ଖୁସି ଖବର ଖୁବ ଶୀଘ୍ର ପରିବାର ଲୋକ ପାଇବେ । ସମୟ ବି ଗଡି ଚାଲିଥାଏ। ଆତ୍ମୋ ବିଶ୍ୱାସରେ ଦୁହେଁ ଥିଲେ ପରିପୂର୍ଣ୍ଣ। ଯୌବନ ର ଆନନ୍ଦ ନେଇ ସାରିଥିବା ଦୁଇ ବିହଙ୍ଗ ଏବେ ସଂସାର ପ୍ରତି ଖୁବ ଆକୃଷ୍ଟ ହୋଇ ସାରିଥିଲେ । ଅଫିସ ରେ କାମ ସାରି ଆସିବା ବାଟରେ କୁମାର ପତ୍ନୀର ମନକୁ ଛୁଇଁଲା ପରିକା ଛୋଟ ପିଲାଙ୍କର ପୋଷ୍ଟର ସହ ମାଆ ଛୁଆଁ ଙ୍କର ଅନାବିଳ ପ୍ରେମର ଚିତ୍ରପଟ ସବୁ କୁ ନେଇ ରୁମ କୁ ଡେକରେଟର କରି ସାରିଛନ୍ତି । ପତ୍ନୀ ର ଗର୍ଭ ଧାରଣ ସମୟରେ କେଉଁ କେଉଁ ଦିଗ ପ୍ରତି ଯତ୍ନବାନ ହେବାକୁ ହେବ ,ତାହା କୁ ଦୃଷ୍ଟିରେ ରଖି ବିଭିନ୍ନ ଗଳ୍ପ , ଆଧ୍ୟାତ୍ମିକ ତଥା ମନକୁ ଆନନ୍ଦିତ କରି ପାରୁଥିବା ପୁସ୍ତକ ମଧ୍ୟ ରଖିବା ଆରମ୍ଭ କରି ସାରିଥିଲେ। ଶାରୀରିକ ସମ୍ପର୍କ ରଖିବାର ଏହା ଭିତରେ ଗୋଟେ ମାସ ଦଶ ଦିନ ବିତି ଯାଇଛି। ମାସିକ ଋତୁସ୍ରାବ ହେଇଛି କି ନାହିଁ ଯେତେବେଳେ କାମିନୀକୁ କୁମାର ପ୍ରଶ୍ନ କରେ ଉତ୍ତରରେ କାମିନୀ ହୋଇ ନାହିଁ ବୋଲି କୁହେ । କୁମାର ଏଥର ନିଶ୍ଚିତ ହୋଇ ଯାଏ ଯେ ଖୁସୀ ଖବର ଘର ଲୋକଙ୍କୁ ଜଣେଇବା ପୂର୍ବରୁ ଡାକ୍ତରୀ ପରୀକ୍ଷା କରାଇ ନେବା ଉଚିତ ହେବ।

   କିନ୍ତୁ କାମିନୀ ଆଉ କିଛି ଦିନ ଅପେକ୍ଷା କରିବାକୁ କୁହେ କେଉଁଥି ପାଇଁ ଅପେକ୍ଷା କରିବା ବୋଲି କୁମାର ପ୍ରଶ୍ନ ର ଉତ୍ତରରେ କାମିନୀ କୁହେ , ସମସ୍ତ ନାରୀ ମାନଙ୍କର ଋତୁସ୍ରାବ ର ସମୟ ସମାନ ହୋଇ ନ ଥାଏ । ମୋର ବେଳେ ବେଳେ ୪୫ ଦିନ ରେ ମଧ୍ୟ ହୋଇଛି ଏବେ ତ ୪୦ ଦିନ ହୋଇଛି ଆଉ ପାଞ୍ଚ ଦିନ ଅପେକ୍ଷା କର ତା ପରେ ଡାକ୍ତର ପରୀକ୍ଷା କରାଇ ନେବା । ଏଥର କୁମାରର ଟିକେ ମନ ଊଣା ହେଲା । ତଥାପି ପତ୍ନୀ କଥାକୁ ସମ୍ମାନ ଦେଇ ଏତେ ଶୀଘ୍ର ଉତ୍ତେଜିତ ନ ହୋଇ ନିଜର ଭାବନାକୁ ଆୟତ୍ତ କରିବା ଠିକ ଭାବିଲା । ଶାଶୁ ମଧ୍ୟ ବୋହୂର ଦେହର ଯତ୍ନ ନେଉଥାନ୍ତି । କିଛି ଦିନ ପରେ ସେ ବି ଖୁସି ଖବର ପାଇବା ନେଇ ବୋହୂ ଠାରୁ ପରୋକ୍ଷରେ ସନ୍ଦେଶ ପାଇ ସାରିଥିଲେ । ସେଦିନ ଅଫିସ ଯିବା ପାଇଁ କୁମାର ପ୍ରସ୍ତୁତ ହେଉ ଥାନ୍ତି। ବାର୍ଥରୁମ ଭିତରୁ କାମିନୀ ବାହାରି ଆସୁଥିବା ସମୟରେ ମନ ଉଦାସ ଥିବାର ଦେଖି କଣ ହୋଇଛି ବୋଲି କୁମାର ପ୍ରଶ୍ନ କରନ୍ତି । ଉତ୍ତରରେ ଉଦାସୀନତାରେ କାମିନୀ ମୁଣ୍ଡ ତଳକୁ କରି କୁହେ ,ଏଥର ପିରିୟଡ଼ ହେଇ ଗଲା । 

କୁମାର ଟିକେ ସିରିୟସ ହୋଇ ଯାଆନ୍ତି। ବିନା protection ରେ ସମ୍ପର୍କ ରଖିବା ପରେ କେମିତି ଏମିତି ହୋଇପାରିଲା ବୁଝି ପାରୁ ନ ଥିଲେ ଏହା ଏକ ସ୍ବଭାବିକ ପକ୍ରିୟା ଏଥିରେ ମଣିଷ ହାତରେ ବି କିଛି ନ ଥାଏ । ଆର ଥରକୁ ପୁଣି ଥରେ ଚେଷ୍ଟା କରିବା କହି ସାନ୍ତ୍ୱନା ଦେଇ କୁମାର ଅଫିସ ବାହାରି ଯାଆନ୍ତି । 

ଶାଶୁ ବି ଖବର ପାଇଲା ପରେ ମନ ଊଣା କରିବା ସହ ଆର ଥରକୁ ଅପେକ୍ଷା କରିବା କୁ କହି ବୋହୂ କୁ ସାନ୍ତ୍ୱନା ଦିଅନ୍ତି। 

ଦିନ ଦ୍ୱିପ୍ରହର ଖାଇବା ସାରି ଖଟ ଉପରେ କାମିନୀ ମନ ଊଣା କରି ଶୋଇ ରହିଥାଏ । ପରିବାର ଲୋକ କଣ ଭାବିଥିବେ ଭାବି ସେ ଚିନ୍ତିତ ହୋଉ ଥାଏ । ସତରେ ସେ କଣ ମାଆ ହୋଇ ପାରିବ ନାହିଁ ? କାହିଁକି ଏମିତି ହେଲା ! ଭୂଲ କେଉଁଠି ରହିଲା ବୁଝିବାକୁ ଚେଷ୍ଟା କରୁଥାଏ । ମନ ତାର ଖୁବ ଆନ୍ଦୋଳିତ । ମନେ ପଡି ଯାଏ ଆଉ ଥରେ ତାର ଅତୀତ ।

ସେ ଦିନ କୋଚିଂ ଇନଷ୍ଟିଚ୍ୟୁଟରୁ କ୍ଳାସ ସାରିଲା ପରେ ବାଟରେ ଦିୱାନର ପ୍ରପୋଜକୁ ଗ୍ରହଣ କରିଥିଲା କାମିନୀ । ବହୁ ଦିନର ଅପେକ୍ଷା ପରେ ସେ ତାର ମନର ମଣିଷକୁ ପାଖରେ ପାଇଥିଲା। ଦିୱାନର ରୂପ ଆଉ ଗୁଣ କୁ ଦେଖି କାମିନୀ ବି ଆକର୍ଷିତ ହୋଇ ଯାଇଥିଲା।  ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ପସନ୍ଦ କଲେ । ମିଳାମିଶା ବି ଆରମ୍ଭ କରିଲେ। ଦୁହିଁଙ୍କ ର ହୃଦୟରେ ପ୍ରେମର ବୈତରଣୀ ସଙ୍ଗମ ଅପେକ୍ଷାରେ ଥିଲା। ଆଉଟ ଡୋର ବୁଲିଯିବାର ପ୍ଲାନ ଶେଷରେ ଦୁହେଁ ସ୍ଥିର କଲେ ପୁରୀ ରେ କିଛି ମୁହୂର୍ତ୍ତ ଏକାନ୍ତ ବିତେଇବାର ଯୋଜନା କରି ଦୁହେଁ ଭୁବନେଶ୍ବର ରୁ ବାହାରିଗଲେ । କୋଚିଂ ରେ ଛୁଟି ଥାଏ ସମୟ ବି ଅନୁକୂଳ ଦୁହେଁ ପୁରୀ ପହଞ୍ଚିଲା ପରେ ଏକ ହୋଟେଲ ବୁକ କରିଲେ। ତା ପରେ ଜଗନ୍ନାଥ ଦର୍ଶନ କରିବା ସହ ମାର୍କେଟ ଯାଇ ସପିଙ୍ଗ ମଧ୍ୟ କଲେ । କାମିନୀକୁ ସର୍ପ୍ରାଇଜ ଦେବାକୁ ଯାଇ ଦିୱାନ ଏକ ନାଇଟ ଡ୍ରେସ କିଣିକି ଗୁପ୍ତରେ ରଖିଥାଏ । ରାତିର ଡିନର ସରିବା ପରେ ,ଦୁହେଁ ଥିଲେ ଗୋଟିଏ ବେଡ଼ ଉପରେ। କାମିନୀ ପାଇଁ ଜଣେ ପୁରୁଷ ସହିତ ରାତି କାଟିବାର ଏହା ଥିଲା ପ୍ରଥମ ମୁହୂର୍ତ୍ତ। ମନରେ ଭୟ ଥିଲା। ତଥାପି ପ୍ରେମର ମୂଲ୍ୟ ଯଦି ଦିୱାନ ଚାହିଁବେ ତେବେ ନ ଦେଲେ ଭୂଲ ବୁଝି ଦୂରେଇ ଦେଇ ପାରନ୍ତି। ଦିୱାନ କୁ କେବେ ବି ଜୀବନରୁ ଦୂରେଇ ଦେବାକୁ କାମିନୀ ଚାହୁଁ ନ ଥିଲା। ଶେଷରେ ଯେଉଁ ସମ୍ପର୍କ ପାଇଁ କାମିନୀ ମନରେ ଭୟ ଥିଲା , ଦିୱାନର ଅଭିଳାଷ ଜାଣିବା ପରେ , କଣ କରିବ କିଛି ବୁଝି ପାରୁ ନ ଥିଲା। ଦେହର ନିଆଁରେ ଜଳୁଥିବା ପ୍ରେମ କଣ ବିନା ସମ୍ପର୍କ ରେ ଥମି ଯିବ। ଆଉ ସେ ନିଆଁ କୁ ପ୍ରଶମିତ କରିବା କାମିନୀ ପକ୍ଷେ ସମ୍ଭବ ନ ଥିଲା।  କାମିନୀର ମନର ଭୟ ଦେଖି ଦିୱାନ ମଧ୍ୟ protection ନେଇ ସମ୍ପର୍କ ରଖିବା କଥା କହିବାରୁ କାମିନୀ ଟିକେ ସାନ୍ତ୍ୱନା ପାଇଲା। ଏବଂ ଦିୱାନ ଯେ ତା ଦେହର ଏତେ ଯତ୍ନ ନେବା ସହ ତା ପାଇଁ ଭବିଷ୍ୟତର ଚିନ୍ତା କରୁ ଥିବାର ଜାଣି ଖୁସି ହେଲା। ଶେଷରେ ଦୁହିଁଙ୍କ ମଧ୍ୟରେ ସେ ଅନୈତିକ ସମ୍ପର୍କ ଗଢି ଉଠିଲା। ପ୍ରଥମ ଥର ମାସର ପିରିୟଡ଼ ପାଇଁ କାମିନୀ ଚିନ୍ତିତ ଥିଲା। ଆଗରୁ ଠିକ ୩୦ଦିନରେ ହେଇ ଯାଉଥିବା ପିରିୟଡ଼ ଏଥର ହେଲା କିନ୍ତୁ ପାଞ୍ଚ ରୁ ଦଶ ଦିନ ବିଳମ୍ବରେ। ବିଳମ୍ବ ହେଲେ ବି ନିଜେ ସୁରକ୍ଷିତ ଥିବା ଜାଣି ଖୁସି ହେଲା ସେ । 

   ଏ ଖୁସି ଖବର ଦିୱାନ ସହ ମଧ୍ୟ ସେୟାର କଲା। କଥା ଛଳ ରେ ଦିୱାନ ପୁଣି କେବେ ପ୍ରଶ୍ନ କରିବାରୁ , କାମିନୀ ଏଥର ଲାଜରେ କହିଲା ,କଣ ମୁହଁରେ ଲାଗିଗଲା ନା ! ହଁ , ତୁମେ ତ ଲଗେଇ ଦେଲ । ଏବେ ସବୁ ତୁମ ଉପରେ ନିର୍ଭର କରୁଅଛି। ଏବେ ତ ତୁମର ମୋ ଉପରେ ବିଶ୍ୱାସ ଆସିଲା ନା । ଦିୱାନ କେବେ ବି ତୁମକୁ କଷ୍ଟ ଦେବ ନାହିଁ ଜାଣି ଥାଅ କାମିନୀ । 

ଦୁହେଁ ଦୁହିଁଙ୍କର ପ୍ରଥମ ଥରର experience ସେୟାର କରିବା ସହ , ଆଗାମୀ ଥର ପାଇଁ ପ୍ଲାନ ପ୍ରସ୍ତୁତ କରିଲେ। ଧୀରେ ଧୀରେ ସେମାନେ ମାସକୁ ଥରେ ରଖୁଥିବା ବେଳେ ଏବେ ତାହା ପନ୍ଦର ଦିନ ଆଉ ପରେ ପରେ ସପ୍ତାହ କୁ ଥରେ ହେବାକୁ ଲାଗିଲା। ଯାହାର ପ୍ରଭାବରେ କାମିନୀର ପିରିୟଡ଼ ସାଇକେଲ ତାରିଖ ବି ବିଳମ୍ବିତ ହେବାକୁ ଲାଗିଲା। ସେ ସବୁ କୁ କିନ୍ତୁ କାମିନୀ ଧ୍ୟାନ ଦେଉ ନ ଥିଲା। ଯୌବନର ସୁଖରେ ସେ ଥିଲା ମସଗୁଲ।

   ଥରେ ବିନା ପ୍ରୋଟେକ୍ସନ ରେ ସେମାନଙ୍କ ମଧ୍ୟରେ ସଂପର୍କ ଗଢି ଉଠିଲା। ଏବଂ ମାସେ ପରେ କାମିନୀ ଗର୍ଭବତୀ ହେଲା। ପରୀକ୍ଷା ମୁଣ୍ଡ ଉପରେ ମାତ୍ର ତିନି ମାସ ଥାଏ। ପରୀକ୍ଷା ଟେନ୍ସନ କୁ ଦୂରେଇ ବା ଦୁହେଁ ଶାରୀରିକ ସମ୍ପର୍କ ରଖିଲେ କିନ୍ତୁ ଏବେ ଗର୍ଭ ଧାରଣ କରିଲା ପରେ କାମିନୀ ଚିନ୍ତାରେ ପଡ଼ି ଯାଇଥିଲା। କଣ କରିବ କିଛି ବୁଝି ପାରୁ ନ ଥିଲା। ଦିୱାନ କୁ ଜଣେଇଲା ପରେ ସେ କିଛି ଗୋଟେ ବନ୍ଦୋବସ୍ତ କରିବାର ପ୍ରତିଶ୍ରୁତି ରାତିରେ ଦେଇ ଥିଲେ । ଦିୱାନ ଉପରେ ଭରସା ଥିବାରୁ କାମିନୀ ଟିକେ ଆଶ୍ୱସ୍ତ ମନେ କରି ଥିଲା। ଗର୍ଭପାତ କରିବାର ଯନ୍ତ୍ରଣା ଖୁବ କଷ୍ଟ ଦାୟକ ଶୁଣିଛି। ସେଥିପାଇଁ ମନେ ମନେ ଭୟ କରୁଥାଏ। ଆକସ୍ମିକ ଆବେଗର ବଶୀଭୂତ ହୋଇ ଭୂଲ ତ କରି ସାରିଛି। ଏବେ ପ୍ରଶ୍ଚାତାପ କରି କି ଲାଭ ଭାବିକି ମନକୁ ବୁଝେଇ ଦେଉ ଥାଏ। ରାତି ପାହିଲେ ଦିୱାନ କହିଛନ୍ତି ମେଡ଼ିସିନ ଆଣି ଦେବେ। ତେଣୁ ନିଶ୍ଚିତ ହୋଇ ଶୋଇଯାଏ କାମିନୀ। ସକାଳୁ ଦିୱାନକୁ ମେଡ଼ିସିନ ନେଇ ଆସିବା ପାଇଁ କଲ କରିବାରୁ ,ଫୋନ ସୁଇଚ ଅଫ କୁହେ। ଏଥର କାମିନିର ଟେନ୍ସନ ବଢିବାକୁ ଲାଗେ। ବାରମ୍ବାର ଚେଷ୍ଟା କରିବା ପରେ ବି ଫୋନ ସୁଇଚ ଅଫ କହୁଥାଏ। 

   ଶେଷରେ ବାଧ୍ୟ ହୋଇ ଦିୱାନ ରହୁଥିବା ହଷ୍ଟେଲ କୁ ଯାଇ ପଚାରିବାରୁ ,କାଲି ରାତିରୁ ରୁମ ଛାଡି ସେ ପଳେଇଛି ବୋଲି ତାର ସାଙ୍ଗ ମାନେ କୁହନ୍ତି। କାମିନୀ ଏଥର ଜାଣି ସାରିଥିଲା ଯେ ଦିୱାନ ତାକୁ ଭଲ ପାଉ ନ ଥିଲା ବରଂ ଭଲ ପାଇବାର ବାହାନା ରେ ତା ଦେହକୁ ଉପଭୋଗ କରି ଆସୁଥିଲା। ଆଜି ଯେତେବେଳେ ଜାଣିଲା ସେ ଗର୍ଭବତୀ , ନିଜର ଦାୟିତ୍ୱ କୁ ଭୂଲି ପର କରି ଚାଲିଗଲା। ନିଜକୁ ନିଜେ ଧିକ୍କାର କଲା । ପେଟରେ ବଢୁଥିବା ପିଲା କୁ ନେଇ କେଉଁ ଆଡେ ଯିବ ବୁଝି ପାରୁ ନ ଥିଲା। କାହାର ସାହାରା ନେବ। ମେଡ଼ିସିନ ଷ୍ଟୋର ଯାଇ ଔଷଧ ମାଗିବାକୁ ବି ତାକୁ ଲାଜ ଲାଗୁ ଥିଲା।ଶେଷରେ ମୃତ୍ୟୁ କୁ ଆପଣେଇବାକୁ ଭାବି ନେଲା କିନ୍ତୁ ବାପା ମାଆ ଙ୍କର କଥା ଭାବି ସେ ଚେଷ୍ଟା ମଧ୍ୟ କରି ପାରୁ ନ ଥିଲା।ମୁଣ୍ଡ ଉପରେ ପରୀକ୍ଷା ର ବୋଝ ଆଉ ଦେହରେ ପିଲାର । ଭଗବାନଙ୍କୁ ପ୍ରାର୍ଥନା କରେ , କିଛି ଗୋଟେ ଉପାୟ ପ୍ରଭୁ ଦିଅନ୍ତୁ ବୋଲି କହି ମନେ ମନେ ସ୍ମରଣ କରେ ।

   ଠିକ ଏମିତି ସମୟରେ ତା ଗାଁର ଜଣେ ଭାଇ ଫୋନ କରନ୍ତି। ସୁଦାମ ଭାଇ ର ଫୋନ ଆସିବା ଦେଖି ତାର ମନ ପ୍ରଫୁଲିତ ହୋଇ ଉଠେ।  ସୁଦାମ ଭାଇ ମେଡିକାଲରେ ନିର୍ସିଂ ପଢୁଥାନ୍ତି। ତେଣୁ ସେ ସାହାଯ୍ୟ କରିବେ ବୋଲି ଭାବି ବସେ କାମିନୀ । ବୟସରେ ମାତ୍ର ବର୍ଷେ ବଡ଼। ତାର ଉପର ବ୍ୟାଚ ରେ ପଢୁଥିଲେ। ଖୁବ ଆଦର ବି କରୁଥିଲେ ତାକୁ। ତାଙ୍କର ନୋଟ ନେଇ କାମିନୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି। ତେଣୁ ଏ ସଙ୍କଟ ରୁ ସେ ହିଁ ଉଦ୍ଧାର କରି ପାରିବେ । ହେଲେ କେମିତି କହିବ ବୁଝି ପାରୁ ନ ଥିଲା କାମିନୀ। ବିପଦ ଯେତେବେଳେ ପଡିଛି ମୁହଁରେ ଲାଜ କରି ଆଉ କି ଲାଭ । ତେଣୁ ଫୋନ ରିଷିଭ କରି କଥା ହେଲା। ପ୍ରଥମେ ଭାଇ ପାଠ ପଢା କେମିତି ଚାଲିଛି ପଚାରିଲା ପରେ ଦେହ କେମିତି ଅଛି ପ୍ରଶ୍ନ କରିବାରୁ ,

ଆପଣାର ଲୋକର କଣ୍ଠରେ ଦେହ କେମିତି ଅଛି ଶୁଣିଲା ପରେ ଲୁହ ଭରି ଆସିଛି କାମିନୀ ର । କାହିଁକି କାନ୍ଦୁଛୁ ,କଣ ହୋଇଛି ବୋଲି ସୁଦାମ ଭାଇ ର ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କାମିନୀ କୁହେ ପ୍ରଥମେ କଥା ଦିଅ ,କାହାକୁ କହିବ ନାହିଁ କି ଘରେ କି ଗାଁ ରେ କେହି ଜାଣିବେ ନାହିଁ ଯେମିତି।

ହଁ ,କଥା ଦେଲି । ଏବେ କହ କଣ ହୋଇଛି। ସବୁକଥା ଖୋଲିକି କହିଲା ପରେ କାମିନୀ , ବ୍ୟସ୍ତ ନ ହୋଇ ଧର୍ଯ୍ୟ ଧରିବାକୁ କହି ସୁଦାମ ଭାଇ କାଲି ଆସିବେ ବୋଲି ପ୍ରତିଶ୍ରୁତି ଦେଲେ। ଏବଂ ନିଜ ଦାୟିତ୍ୱରେ ଏ ବିପଦରୁ ତାକୁ ଉଦ୍ଧାର କରିବେ ବୋଲି କାମିନୀକୁ କହିଲେ । ଏତକ କରି ଦିଅ ଭାଇ ମଲା ଯାଇ ତୁମ ଉପକାର ଭୂଲି ପାରିବିନି ବି କହି କାମିନୀ ହାତ ଯୋଡି ଦିଏ। ସୁଦାମ ଭାଇ ନିଜ କଥା ରଖି ସକାଳୁ ଆସି ଜଣେ gynecologist ଙ୍କୁ ଦେଖାଇବା ସହ ଔଷଧ କିଣି ଆଣି ଖାଇବାର ଉପାୟ ମଧ୍ୟ ଜଣାଇ ଦେଲେ । ତିନି ଦିନ un-wanted kit ଖାଇବା ପରେ କାମିନୀର ଗର୍ଭପାତ ହୋଇ ଯାଏ । ଗର୍ଭପାତ ର ଯନ୍ତ୍ରଣା କୁ ସହି ଶେଷରେ ସେ ନିଜକୁ ଆସ୍ୱସ୍ତି ମନେ କରୁଥାଏ । ଗର୍ଭପାତ ହୋଇ ସାରିଲା ପରେ ସୁଦାମ ଭାଇକୁ ସେ ଧନ୍ୟବାଦ ଜଣାଏ । ଏବଂ ବିପଦ ସମୟରେ ତାକୁ ସାହାଯ୍ୟ କରି ଥିବାରୁ ତାଙ୍କ ପ୍ରତି ମଧ୍ୟ ସମ୍ମାନ ବଢି ଯାଏ ।

    ଅନ୍ୟ ପଟେ ଦିୱାନ ପରି ଧୋକା ବାଜ ଯୁବକ ସମାଜ ଉପରେ ତାର ଭରସା ତୁଟି ସାରିଥାଏ । ଜୀବନରେ ଆଉ କୌଣସି ବି ମୁହୂର୍ତ୍ତରେ ପ୍ରେମରେ ପଡିବ ନାହିଁ ବୋଲି ସ୍ଥିର ମଧ୍ୟ ମନେ ମନେ କରି ସାରିଥାଏ। ଯେଉଁ ଯୌବନର ବାସ୍ନାରେ ନିଜର ଦେହକୁ ସେ ପ୍ରେମର ହାଟରେ ସଉଦା କରି ପଖାଳି ସାରିଥିଲା , ଆଜି ସେଇ ପ୍ରେମକୁ ଆଉ ପାଇବାକୁ ତା ମନରେ ଆଗ୍ରହ ହିଁ ନ ଥିଲା ।  ଅନ୍ୟ ପଟେ ଦିୱାନ ଗଲା ପରେ ସେ ଖୁବ ଏକାକୀ ନିଜକୁ ଅନୁଭବ କରୁଥିଲା। ଯେଉଁ ସୁଖ ସେ ଦିୱାନ ପାଖରୁ ପାଇଥିଲା , ଥରେ ଥରେ ଯେବେ ତାର ମନେ ପଡିଯାଏ , ସେ ବି ଯନ୍ତ୍ରଣାରେ ଛଟପଟ ଅନୁଭବ ଦେହ ଭିତରେ କରୁଥିଲା । ଗର୍ଭପାତର ପୀଡାକୁ ମଧ୍ୟ ଭୂଲି ପାରୁ ନ ଥିଲା । ଅନ୍ୟ ପଟେ ସୁଦାମ ଭାଇ ସହ ତାର ସବୁ ଦିନ ଫୋନରେ ଏଣିକି କଥାବାର୍ତ୍ତା ଆରମ୍ଭ ହୋଇ ଯାଇ ଥାଏ । ଭାଇର କେହି ନାହାନ୍ତି ଜାଣି ,ଆଗକୁ କାହା ସହ ସମ୍ପର୍କ ନ ରଖିବାର ମଧ୍ୟ କାମିନୀ କହୁଥାଏ।  ତାର ଅଜାଣତରେ ସବୁ କିଛି ଲୁଚେଇବା ବଦଳରେ ସାଙ୍ଗପରି ସୁଦାମ ଭାଇ କୁ ସେ କହି ଚାଲିଥାଏ । 

   ଦିନେ ଫୋନ ରେ କଥା ହେବା ସମୟରେ କଣ କରୁଛ ବୋଲି ଯେତେବେଳେ କାମିନୀ ପ୍ରଶ୍ନ କରେ , reproductive system ପଢୁଥିବାର କହି WhatsApp re ପୁଅ ଆଉ ଝିଅର ପ୍ରାଇଭେଟ ପାର୍ଟର ଫଟୋ କୁ ସୁଦାମ ପଠାଇ ଦିଏ। ଫଟୋ ଦେଖିଲାପରେ କାମିନୀ ବିରକ୍ତ ହୋଇ ଗାଳି କରେ । ତୁମର ମଧ୍ୟ ଏମିତି ଖରାପ ଚିନ୍ତା ଥିବାର କହି ସୁଦାମ କୁ ଆକ୍ଷେପ କରେ। ଶେଷରେ ସବୁ ଶୁଣି ସାରି ସୁଦାମ କୁହେ , ତୋ ପାଇଁ ମୁଁ ଚୁପ ଅଛି ତା ନ ହୋଇଥିଲେ ଗାଁ ଟା ସାରା ଲୋକ ଏତେ ବେଳକୁ ଜାଣି ସାରିଥାନ୍ତେ ।  ମୁଁ ତ ଯାହା ପଢ଼ୁଥିଲି ତାର ହିଁ ଫଟୋ ପଠେଇଛି ହେଲେ ତୋ ନିଜକୁ ଥରେ ଆଇନା ସାମ୍ନାରେ ଦେଖି ପ୍ରଶ୍ନ କରେ ତୋ ଦେହକୁ କେତେ ଥର WhatsApp ରେ ସେୟାର କରିଛୁ ଆଉ କେତେ ଥର ହୋଟେଲ ରୁମରେ କାହା କୁ ପରସି ଦେଇଚୁ ପ୍ରେମର ତୃଷ୍ଣାକୁ ମେଣ୍ଟେଇବା ପାଇଁ। ଆଉ ମୋ ଚରିତ୍ରକୁ ନେଇ ଆକ୍ଷେପ କରୁଚୁ । ମୁଁ ତ ତୋ ଠାରୁ ସେ ଦିନର ପ୍ରତି ବଦଳରେ କିଛି ଚାହିଁ ନ ଥିଲି ହେଲେ ଆଜି ତୁ ମୋର ଚରିତ୍ର ସଂହାର କରି ଦେଲୁ । ଏତକ କହି ଫୋନ କାଟି ଦିଏ ସୁଦାମ ।

   କିଛି ସମୟ ନିରବ ପରେ ,କାମିନୀ ର ହୃଦୟଙ୍ଗମ ହୁଏ ଯେ କାଳେ ଯଦି ଭାଇ ରାଗରେ ଗାଁରେ ସମସ୍ତଙ୍କୁ ଏ ବିଷୟରେ କହି ଦିଏ ତେବେ ଅସୁବିଧା ହୋଇ ଯିବ। ତେଣୁ ଭାଇର ରାଗ କୁ ପ୍ରଶମିତ କରାଇବା ପାଇଁ ଯେତେବେଳେ ପୁର୍ନବାର ଫୋନ କରେ ଆଉ ନମ୍ବର ଲାଗେ ନାହିଁ। କଲ ଗୋଟେ ରିଂ ହୋଇ କଟି ଯାଏ । କାମିନୀ ବୁଝି ଯାଇଥିଲା ସୁଦାମ ଭାଇ ରାଗରେ ତାର ନମ୍ବର କୁ ବ୍ଲକ ଲିଷ୍ଟରେ ପକେଇ ଦେଇଛନ୍ତି।

ମନରେ ଗାଁ ଲୋକ ଜାଣିବାର ଭୟରେ କାମିନୀ ଆଖିକୁ ନିଦ ଆସୁ ନ ଥାଏ ।


କ୍ରମଶଃ.....


Rate this content
Log in

Similar oriya story from Drama