Nityananda Sahu

Drama Romance Thriller

4  

Nityananda Sahu

Drama Romance Thriller

ଭରଜିନଭାଗ-୭

ଭରଜିନଭାଗ-୭

8 mins
266


ପାରିବାରିକ ଖୁସି ସେତିକିବେଳେ ଦ୍ବିଗୁଣିତ ହୁଏ ଯେତେବେଳେ ବିବାହ ପରେ ପରେ ଘରକୁ ସନ୍ତାନ ର ପ୍ରବେଶ ହୁଏ। ସମସ୍ତେ ଖୁସିରେ ନାଚି ଉଠନ୍ତି। କୁମାର ଆଉ କାମିନୀ ଦୁହେଁ ପ୍ରସ୍ତୁତ ଥିଲେ କିନ୍ତୁ ବିଧାତା ସାତ ଦେଇ ନ ଥିଲା। ଦୁହେଁ ମନ ଊଣା କରିଲେ। ଅତୀତ ଆଉ ଥରେ କାମିନୀ ସମ୍ମୁଖରେ ରେ ପ୍ରଶ୍ନ ହୋଇ ଠିଆ ହେଲା। ମନରେ ଭୟ ଉଙ୍କି ମାରୁ ଥାଏ , କାଳେ ଅତୀତର ସେଇ ସମ୍ପର୍କ ର ମୋହରେ ପଡି ସେ ଯେଉଁ ଭୂଲ କରି ବସିଥିଲା , ତାର ପରିଣାମ ସ୍ୱରୂପ ପ୍ରାୟଶ୍ଚିତ ଏବେ ଆଉ କରିବାକୁ ତ ପଡୁ ନାହିଁ ଭାବି ଚିନ୍ତିତ ହେଉ ଥାଏ ଏମିତି ଭାବନା ଭିତରେ କାମିନୀ ଶୋଇ ଯାଇଛି । ଅନ୍ୟ ପଟେ କୁମାରର ମନ କିଛି ଠିକ ଲାଗୁ ନ ଥାଏ। କ୍ଳାସ ରେ ପିଲାଙ୍କୁ ପଢେଇବା ବେଳେ ସେ ବି ଅନ୍ୟମନସ୍କ ହୋଇ ରହୁଥାଏ। କେଜାଣି କାହିଁକି ଆଜି ତାର ଅନ୍ତର ଆତ୍ମା କହୁଥାଏ , ଯଦି ଆଜି ତୁ ଭାଙ୍ଗି ପଡି ଥାଉ ସେଥିପାଇଁ ତୁ ହିଁ ଦାୟୀ । ମନେ ପଡୁଥାଏ କୁମାର ର ସେ ଅଭୂଲା ଦିନର କଥା। ବାପା ଙ୍କର ଜିଦ ରଖିବାକୁ ଯାଇ ଶେଷରେ ଶିକ୍ଷକତାର ପେଷା ଆପଣେଇବା ନିମନ୍ତେ ପ୍ଲସ୍-୩ ବିଜ୍ଞାନ ରେ କୃତ କାର୍ଯ୍ୟ ହେଲା ପରେ କଟକରେ ବି. ଇ. ଡି ପାଠ୍ୟକ୍ରମ ରେ ନାମ ଲେଖାଏ । ନୂଆଁ ନୂଆଁ ଗାଁ ରୁ ସହରକୁ ଆସିଥାଏ । ସହରର ଚାଲି ଚଳନ ସହ ସେ ଏତେ ପରିଚିତ ନ ଥିଲା । ତେଣୁ ସ୍ୱାଦିଷ୍ଟ ଭୋଜନ , ସନ୍ଧ୍ୟାରେ ଆଲୋକର ତୋରଣ ଆଉ ଯାନ ବାହନର ସୁଖ ଦେଖି ସେବି ଖୁସି ହେଇ ଯାଉଥାଏ ।

  ସରକାରୀ ରାଧାନାଥ କଲେଜରେ ନାଁ ଲେଖାଇବା ପରେ ଚାନ୍ଦିନୀ ଚୋୖକ ଛକ ନିକଟରେ ଏକ ଭଡା ଘର ଠିକ କରି କୁମାରର ବାପା ଚାଲିଗଲେ। ଆଉ ଗଲା ବେଳେ ମନ ଲଗାଇ ପାଠ ପଢିବାକୁ କହି ଗଲେ । ପ୍ରଥମ ବର୍ଷ ମନରେ ନୂଆ ଉଦ୍ଦୀପନାର ଲହରୀ ଖେଳୁଥାଏ କୁମାରର । ଗାଁ କଲେଜ ଅପେକ୍ଷା କଟକର ପାଣି ପବନ କୁମାର କୁ ଖୁବ ଆକର୍ଷିତ କରୁଥାଏ । ଯୌବନରେ ନୂଆ ନୂଆ ପାଦ ଦେଉଥିବା ସହରୀ ଯୁବତୀଙ୍କର ବେଶ ପୋଷାକ ଦେଖି କୁମାର ମନରେ ପ୍ରେମର ବାସ୍ନା ଜାଗ୍ରତ ହେଉ ଥାଏ। କଲେଜର ପ୍ରଥମ ଦିନରେ ତାର ପରିଚିତ ହୁଏ ରୂପା ସହ। ବଣିଆ ଘରର ଝିଅ ସେ ଦେଖିବାକୁ ଖୁବ ସୁନ୍ଦର । ନୟାସଡ଼କରେ ତା ବାପାଙ୍କର ଏକ ସୁନା ଦୋକାନ ଅଛି। ଲୋକାଲ କହିଲେ ଚଳେ। ଅଳ୍ପ କେତେ ସମୟର କଥା ବାର୍ତ୍ତା ଭିତରେ ସବୁ କିଛି ବୁଝି ନେଇ ଥାଏ କୁମାର । ଦୁହେଁ ଏବେ ବନ୍ଧୁତ୍ୱ ର ଆବଦ୍ଧରେ ବାନ୍ଧି ହେଲେ । 

ଗାଁ ରୁ ଆସି ପ୍ରଥମ ଦିନରେ ସହରୀ ଝିଅ ସହ କଥା ହୋଇ ତା ସହ ସାଙ୍ଗ ହେବାର ଖୁସି କୁମାର ପାଇ କୌଣସି ସ୍ୱର୍ଗୀୟ ସୁଖ ଠାରୁ କମ ନଥିଲା।

   କୁମାର ରହୁଥିବା ଭଡା ଘରେ ମାଲିକ ରହୁ ନଥିଲା । ତଳେ ଜଣେ ପରିବାର ଧରି ଭଡା ଟିଆ ଆଉ ଉପରେ କୁମାର ବ୍ୟାଚଲର ଭାବେ ରହୁ ଥିଲା  କୁମାର ଆଉ ରୁପା ଦୁହେଁ ଦୁହିଁଙ୍କୁ ଧୀରେ ଧୀରେ ପସନ୍ଦ କରିବାକୁ ଲାଗିଲେ। କଟକ ସହର ବିଷୟରେ କିଛି ଜାଣି ନ ଥିବା କୁମାର ଧୀରେ ଧୀରେ ରୂପା ସହ ମିଶି ବାଉନ ବଜାର ତେପନ ଗଳି କଟକର ଚିହ୍ନି ସାରି ଲାଣି। ଯୌବନର ଆକର୍ଷଣକୁ କଣ ରୋକି ହୁଏ ? ହୁଏତ ରୋକିବା କଷ୍ଟ ହୋଇ ଥାଏ । କୁମାର ଦେଖିବାକୁ ବହୁତ ସୁନ୍ଦର ଦିଶୁଥିବା ସହ ଖୁବ ସୁଦୃଢ଼ ଶରୀର ଥାଏ ଏବଂ ରୂପା ମଧ୍ୟ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଥିଲା। ଧୀରେ ଧୀରେ ଦୁହେଁ ନିକଟତର ହେଲେ। ଗ୍ରୁପ ପାଠ ପଢିବା ପାଇଁ କୁମାରର ରୁମ କୁ ଦୁହେଁ ବାଛି ନେଲେ। ମାଲିକ ନ ଥିବାରୁ କୁମାର ରୁମ କୁ ଯିବାରେ ରୂପା ପାଇଁ କୌଣସି ଅସୁବିଧା ହେଉ ନ ଥିଲା। ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଲା। 

ରୁପା ପାଇଁ ହୁଏତ ଏହା ପ୍ରଥମ ଥର ଥିଲା କିନ୍ତୁ କୁମାର ଗାଁ ରେ ଥିବା ସମୟରେ ତାର ସ୍କୁଲ ବେଳ ର ବାନ୍ଧବୀ ସହ ପ୍ରଥମ ସମ୍ପର୍କ ରଖି ସାରିଥିଲା। ସେଥିପାଇଁ ରୂପାର ମନକୁ ବୁଝି ତା ସହ ଉଚିତ ସମ୍ପର୍କ ରଖିଲା। ଦେହର ଭୋକର ପିଡାକୁ ସହିବା ଖୁବ ଯନ୍ତ୍ରଣା ଦାୟକ ହୋଇଥାଏ । ରୂପା ପ୍ରଥମେ ଭୟ କରୁଥିଲା ବେଳେ , ସମ୍ପର୍କ ରଖିବା ପରର ଖୁସି ପାଇଲା ପରେ ମନରୁ ଭୟ ଦୂରୀଭୂତ ହେବା ସହ ପୁନର୍ବାର ଆଗ୍ରହ ଜାଗ୍ରତ ହେବାକୁ ଲାଗିଲା ତାର । ଦୁହେଁ ଦୁହିଁଙ୍କର ଆବଶ୍ୟକତାକୁ ପାଖରୁ ପାଇ ଖୁବ ଖୁସି ହେଉ ଥିଲେ। କୁମାର ସେତେବେଳେ ବେସି ଖୁସି ହୋଇଥିଲା ଯେତେବେଳେ ରୂପା କହିଥିଲା କୁମାର ଜାଣିଛ ଆମ ଘରେ ହୁଏତ ତୁମକୁ କେହି ପସନ୍ଦ କରି ନ ପାରନ୍ତି କିନ୍ତୁ ମୁଁ ତୁମକୁ ବହୁତ ଭଲ ପାଏ। ଆମେ ଭବିଷ୍ୟତରେରେ ବିବାହ କରି ନ ପାରିଲେ ବି ମୁଁ ତୁମକୁ ପାଇ ବହୁତ ଖୁସି ।

ପ୍ରେମ କରି  ବିବାହ ଆବଦ୍ଧରେ ବାନ୍ଧି ନହେବାର ଅଭୟ ଯେତେବେଳେ ପ୍ରେମିକା ଦିଏ ସେତେବେଳେ ପ୍ରେମିକ ମନର ଖୁସି କହିଲେ ନ ସରେ । ଆଜି କୁମାର ମଧ୍ୟ ମନେ ମନେ ବହୁତ ଖୁସି ହେଉ ଥାଏ । ଦୁହେଁ ଦୁହିଁଙ୍କ ର ସମ୍ପର୍କରେ ଖୁବ ଖୁସି ଥିଲେ। ସେଥିପାଇଁ ତାଙ୍କର ଶାରୀରିକ ସମ୍ପର୍କ ଆହୁରି ବେଶି ବଢି ଯାଇଥାଏ। ଏମିତିକି ବି. ଇ. ଡି ସାରିବା ଯାଏ ଦୁହେଁ କେବେ ବି ଅଲଗା ହୋଇ ନଥିଲେ। ଏହା ଭିତରେ ସେମାନେ କେତେ ଥର ସମ୍ପର୍କ ରଖିଛନ୍ତି ତାର ଗଣନା ହୁଏତ ଦୁହେଁ କରିବାକୁ ଚାହିଁ ନାହାନ୍ତି। ପ୍ରେମ ବଦଳରେ ଶରୀରର ଖୁସି ପାଇ ଦୁହେଁ ଥିଲେ ବହୁତ ଖୁସି ରୁପା ଅପେକ୍ଷା କିନ୍ତୁ କୁମାର ଆଉ ଜଣଙ୍କୁ ଖୁବ ଭଲ ପାଉଥିଲା ସେ ଥିଲା ରେଣୁ ଭାଉଜଙ୍କ ପ୍ରେମ । ଭାଉଜ ପ୍ରେମ ତ ମିଠା। କଥାରେ ଶୁଣି ଥିଲା କିନ୍ତୁ ଯେତେବେଳେ ତାହା ସେ ପାଇଥିଲା , ମନେ ମନେ ନାଚି ଯାଇଥିଲା।

   ରେଣୁ ଭାଉଜଙ୍କ ସହ ସମ୍ପର୍କ ଗଢି ଉଠିବା ପଛରେ ରୂପା ର ସହଯୋଗ ଥିଲା । ସେଦିନ ବାହାରେ ଖୁବ ବର୍ଷା ହେଉ ଥାଏ। ଦୁହେଁ ସଙ୍ଗମରେ ଖୁବ ଲିପ୍ତ ଥିଲେ । ଛାତ ଉପରର ଝରକା ବନ୍ଦ କରିବାକୁ କୁମାର ଭୂଲି ଯାଇଥାଏ। ବର୍ଷା ହେବାରୁ ଛାତ କୁ ଦୌଡ଼ି ଆସି ଡ୍ରେସ ନେବା ସମୟରେ ରେଣୁ ଭାଉଜ ଝରକା ପଟେ ଦୁହିଁଙ୍କୁ ଶେଜରେ ଦେଖି ଚମକି ପଡି ଥିଲେ। ରେଣୁ ଭାଉଜଙ୍କର ବାହାଘରର ଗୋଟେ ବର୍ଷ ପୁରି ନଥାଏ । ସ୍ୱାମୀ ମାର୍କେଟିଂ କାମରେ କଟକ, ଭୁବନେଶ୍ୱର , ବ୍ରହ୍ମପୁର ଆଉ ବାଲେଶ୍ଵର ଯାଉଥିଲେ। ବେଳେ ବେଳେ ନିଜକୁ ଏକୁଟିଆ ପାଇ ଖୁବ ନିରାଶ ଅନୁଭବ କରୁଥିଲେ ରେଣୁ ଭାଉଜ। ସ୍ୱାମୀ କେଶବ ଯେତେବେଳେ ସମୟ ଦେଇ ପାରୁ ନଥିଲେ ସେତେବେଳେ କୁମାର ର ସହ ପରିଚୟ କରାଇ ଦେଇ ଥିଲେ ତାଙ୍କର। ସ୍ୱଭାବରେ ଶାନ୍ତ ସିଷ୍ଟ ପିଲା ଦେଖା ଯାଉଥିବା କୁମାର ଭିତରେ ଏତେ ଯେ ଦୁଷ୍ଟାମୀ ଅଛି ଦେଖି ଭାଉଜ ବିସ୍ମୟ ହୋଇ ରହି ଯାଇଥିଲେ। ଆଗରୁ ଅନେକ ଥର ମାର୍କେଟ ଯାଇଥିଲେ ବି କେବେ କୁମାର କୁ ସେ ଦୃଷ୍ଟିରେ ଦେଖି ନ ଥିଲେ। ଆଜି ଯେତେବେଳେ କୁମାରକୁ ଶେଜରେ ଅନ୍ତରଙ୍ଗ ମୁହୂର୍ତ୍ତରେ ଗୋଟେ ଝିଅ ସହ ଦେଖିଲେ ଭାଉଜ ଙ୍କ ଦେହରେ ପ୍ରେମର ଅଗ୍ନି ପ୍ରଜ୍ଵଳିତ ହୋଇ ସାରିଥିଲା। ଏହା ଭିତରେ କୁମାରର ନଜର ମଧ୍ୟ ଭାଉଜଙ୍କ ସହ ମିଶି ସାରିଥିଲା।  ଭାଉଜ ଦେଖି କଣ ଭାବିବେ ଭାବିବା ବଦଳରେ କୁମାର ଭୟ କରିବା ଛାଡି କାମନାର ଏକ ଶକ୍ତ ଆକର୍ଷଣର ଦୃଷ୍ଟି ନିକ୍ଷେପ କରିଥିଲା ଭାଉଜଙ୍କୁ। ଯାହାର ଫଳ ସ୍ୱରୂପ ଭାଉଜ ଲାଜରେ ମୁହଁ ତଳକୁ କରି ଚାଲି ଯାଇଥିଲେ। 

     କୁମାର ମନରେ ଭାଉଜ ପ୍ରେମର ଆଶକ୍ତି ମଧ୍ୟ ପ୍ରଥମ ଥର ପାଇଁ ସେଇ ଦିନ ଖେଳି ଯାଇଥିଲା। ରୁପାର ଯୌବନର ସୁଖ ପାଇଥିବା କୁମାର ମନରେ ଏବେ ଭାଉଜଙ୍କ ପ୍ରେମ ଜାଗି ଉଠିଥିଲା। ଏହା ଭିତରେ ମାସେ ବିତି ଯାଇଥାଏ। କୁମାର ଭାବିଥିଲା ଭାଉଜ ଘର ମାଲିକଙ୍କୁ କଂପ୍ଲେନ କରି ଘରୁ କାଢି ଦେବେ କିନ୍ତୁ ସେମିତି ହେଲା ନାହିଁ। ମାସ ଭିତରେ ବି କୁମାର କୁ ଭାଉଜ ଭଲ ମନ୍ଦ ପାଇଁ ମାର୍କେଟ ଯିବାକୁ କହିଲେ ନାହିଁ। ତେଣୁ କୁମାର ଭାବିଲା ଭାଉଜ ସେ ଦିନର କଥା ପାଇଁ ହୁଏତ ରାଗି ଯାଇଛନ୍ତି। ତେଣୁ ସେ ଚୁପ ରହିଲା।  ସେଇ ମାସରେ ରୁପା ତାର ମାମୁଁ ଘରକୁ ଚାଲି ଯାଇଥାଏ। ସେଥିପାଇଁ କୁମାର ର ସହ ଆଉ ଦେଖା ହୋଇ ପାରୁ ନ ଥାଏ। ତେଣୁ ଦେହର ଭୋକ କୁ ଦେହରେ ମାରି କୁମାର ଛାଟି ପିଟି ହେଉ ଥାଏ। 

 ସେଦିନ ରାତି ବାରଟା ହେବ। କରେଣ୍ଟ ନ ଥିବାରୁ ବେଡ଼ ରୁମ ଅନ୍ଧାର ଥାଏ। କାମନାର ଜ୍ୱାଳାରେ କୁମାର ଛଟପଟ ହେଉ ଥାଏ। ତାର କାରଣ ହେଲା ରୁପା ପାଖରେ ନ ଥାଇ ବି ମୋବାଇଲେ ପଠେଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କୁ ଦେଖି। ଠିକ ଏତିକି ବେଳେ କବାଟ ଧଡ଼ ଧଡ଼ ହେଲା। ଏତେ ରାତିରେ ଆଉ କିଏ ଡାକିଲା ଭାବି କୁମାର ମୋବାଇଲ ଲାଇଟର ଯେତେବେଳେ ଯାଇ କବାଟ ଖୋଲେ ,ଭାଉଜ ଘର ଭିତରକୁ ପଶି ଆସିଲେ। କିଛି କହିବା ଆଗରୁ କୁମାର ,ଭାଉଜ ଖୁବ ଜୋର ରେ କୁମାରକୁ ଜାବୁଡି ଧରିଲେ। ତା ପରେ କୁମାର ବୁଝି ଯାଇଥିଲା ଏତେ ଦିନର ପ୍ରତୀକ୍ଷା ର ଫଳ କଣ ହୋଇ ପାରେ। ସେ ଦିନ ରାତିରେ ଦୁହେଁ ଖୁବ ଖୁସି ହେଲେ। ଅନ୍ଧାର ଘରର କଥା ସେ ଦିନ ଦୁହିଁଙ୍କ ଭିତରେ ଗୁପ୍ତ ରହିଲା। ଯେବେ ରୁପା ସମୟ ଦିଏ ନାହିଁ ରେଣୁ ଭାଉଜ ଙ୍କ ର ପ୍ରେମର ମୋହରେ କୁମାର ନିଶାଶକ୍ତ ହୋଇ ଉଠେ। ତା ପର ଠାରୁ କୁମାର ଆଉ ପଛକୁ ଫେରି ଦେଖି ନାହିଁ। ପାଠ ସହ ଶାରୀରିକ ସମ୍ପର୍କ ର ମୋହ ଗ୍ରସ୍ତ ହୋଇ କୁମାର ନିଜର ଯୌବନ କୁ ଖୁବ ଉପଭୋଗ କରି ଆସୁଥାଏ।

   ଦିନେ ଭାଉଜ ବିନା ପ୍ରୋଟେକ୍ସନ ର ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଲେ କୁମାର ଠାରୁ। କାରଣ ଜାଣିବାକୁ ଚାହିଁବାରୁ ଭାଉଜ କହିଲେ, ଭାଇ ତାଙ୍କୁ ଦେହର ସୁଖ ତ ଦେଇ ପାରୁଛନ୍ତି କିନ୍ତୁ ସନ୍ତାନ ସୁଖ ? ସେଥିପାଇଁ ତୁମେ କଣ ମତେ ସେ ସୁଖରୁ ବଞ୍ଚିତ କରିବ କୁମାର। ବଡ଼ ଦ୍ଵନ୍ଦରେ ପଡି ଯାଇଥିଲା କୁମାର। ଶେଷ ବର୍ଷର ପରୀକ୍ଷା ମାତ୍ର ଅଳ୍ପ କିଛି ଦିନ ବାକି ଥାଏ ଭାଉଜ ଙ୍କର ଅନୁରୋଧ ରଖି ଭାଇ ଯେମିତି ନ ଜାଣିବେ ସେଥିପାଇଁ କଥା ମାଗେ କୁମାର ଭାଉଜ ବି କଥା ଦେବା ଛଳରେ କହିଲେ ତୁମ ସହ ସମ୍ପର୍କ ରଖିବା ପୂର୍ବରୁ ତୁମ ଭାଇଙ୍କ ସହ ତା ପୂର୍ବରୁ ରଖି ସାରିଥିବି ସେଥିପାଇଁ ସେ ଆଉ ସନ୍ଦେହ କରିବେ ନାହିଁ। ବରଂ ଅନେକ ଦିନ ହେଲା ସେ ଯେଉଁଥିପାଇଁ ଚିନ୍ତିତ ରହୁଥିଲେ। ତାର ସମାଧାନ ହୋଇ ଗଲା ଭାବି ଖୁସି ହେବେ। ଏ କଥା ଆମ ଦୁହିଁଙ୍କ ଛଡା ଆଉ କେହି ଜାଣିବେ ନାହିଁ କି ଭବିଷ୍ୟତରେ ତୁମ ଉପରେ କୌଣସି ଅଧିକାର ମଧ୍ୟ ସାବ୍ୟସ୍ତ କରିବି ନାହିଁ କହି କୁମାରକୁ କଥା ଦେଲେ ଭାଉଜ। ଦୁହେଁ କଥା ମୁତାବକ ସେ ଦିନ ସମ୍ପର୍କ ରଖିଲେ। ଭାଉଜ ବି ଖୁସି ହେଲେ। ସେଇ ମାସ ମଧ୍ୟରେ ପରୀକ୍ଷା ସରି ଯିବାରୁ କୁମାର ମଧ୍ୟ ରୁମ ଛାଡି ଘରକୁ ପଳେଇ ଆସିଲା। ରୁମ ଛାଡିବାକୁ ଇଛା ନଥିଲେ ମଧ୍ୟ ବାପାଙ୍କର ତାଗିଦ ଶୁଣି ବାଧ୍ୟ ହେଲା। 

  ସମୟ ଗଡି ଚାଲି ଥାଏ। ହଠାତ ଗୋଟେ ଦିନ ସନ୍ଧ୍ୟା ରେ ଭାଉଜ ଙ୍କ ର ଫୋନ ଆସିବାରୁ ଖୁସି ଖବର ଦେବେ ଭାବି କୁମାର ଫୋନ ଋଷିଭ କରିବାରୁ ଭାଉଜଙ୍କ ର କାନ୍ଦିବାର ସ୍ୱର ଶୁଣିବାକୁ ପାଇଲା। ଭାଉଜ କଣ ପାଇଁ କାନ୍ଦୁଛନ୍ତି ଜାଣିବାକୁ ଚେଷ୍ଟା କରିବାରୁ , ଭାଉଜ କହିଲେ ତୁମେ ଧୋକା ଦେଇ ଦେଲ କୁମାର। ତୁମ ଠାରୁ ମୋର କେତେ ଆଶା ଥିଲା। ମୋର ସର୍ବସ୍ୱ ତୁମକୁ ଦେଇ ଦେଲି, ପ୍ରତିବଦଳରେ ତୁମେ ବି ତୁମ ଭାଇଙ୍କ ପରି ସନ୍ତାନ ସୁଖ ଦେବାରୁ ମତେ ବଞ୍ଚିତ କଲ। ଚମକି ପଡିଲା କୁମାର । ଏ କଣ କହୁଛନ୍ତି ଭାଉଜ ? କେମିତି ଏ ସମ୍ଭବ ହେଲା ! ଭାଉଜ ଯାଇ ଡାକ୍ତରୀ ପରୀକ୍ଷା କରେଇବାକୁ କହିବାରୁ ,ଭାଉଜ କହିଲେ ମୋର ଗର୍ଭାଶୟ ଠିକ ଅଛି କୁମାର କିନ୍ତୁ ତୁମେ ତୁମର ପରୀକ୍ଷା କରାଇ ନିଅ, ଆଗକୁ ବାପ ହେବ କି ନାଇଁ ।

   ଭାଉଜ ବୋଧ ହୁଏ ମଜା କରୁଛନ୍ତି ଭାବି କୁମାର ଆଉ ଥରେ ଯେତେବେଳେ ପଚାରିବାକୁ ଚେଷ୍ଟା କରେ, ରାଗିକି ଭାଉଜ ଫୋନ କାଟି ଦିଅନ୍ତି। କଣ କରିବ ବୁଝି ପାରୁ ନ ଥିଲା କୁମାର। ସତରେ କଣ ଏମିତି ହୋଇ ପାରେ ! କୁମାରର ଟେନ୍ସନ ଏବେ ବଢି ଯାଇଥାଏ। ଲାଜରେ ଏ କଥା କାହାକୁ ବି କହି ପାରୁ ନ ଥାଏ। ଡାକ୍ତରୀ ପରୀକ୍ଷା କରେଇବା କୁ ବି ତାର ସାହାସ ହେଉ ନ ଥାଏ। ଏମିତି ଭାବିବା ଭିତରେ ଥରେ ହାଟରେ ତାର ଏକ ଆୟୁର୍ବେଦ ଡ଼ାକ୍ତର ସହ ପରିଚିତ ହୁଏ। ନିଜକୁ ବିବାହିତା କହି ମନରେ ଥିବା ଭୟକୁ ପରୋକ୍ଷରେ ପ୍ରକାଶ କରେ ,ଏବଂ ଡାକ୍ତର ସବୁ ଶୁଣି ସାରି କିଛି ଆୟୁର୍ବେଦ ଔଷଧ ଲେଖି ଖାଇବାକୁ ନିର୍ଦ୍ଦେଶ ଦେଲେ। ଏବଂ ଅଶ୍ୱଗରିଷ୍ଟ ପାନ କଲେ ଏ ରୋଗ ଦୂରୀଭୂତ ହୋଇ ଯିବ ବୋଲି କହି ସାନ୍ତ୍ୱନା ଦେଲେ। ତା ସହ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ସହ ଛଅ ମାସ ଯାଏ ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବାକୁ କହିଲେ। ଏବଂ ତା ସହ ହସ୍ତ- ମୋୖଥୁନ ଆଦି ନ କରିବାକୁ ପରାମର୍ଶ ଦେଲେ। ଡାକ୍ତର ଙ୍କର କଥା ମାନି କୁମାର ଔଷଧ ଖାଇବା ଆରମ୍ଭ କଲା। ଏବଂ ମନ ଭିତରେ ଜନ୍ମ ନେଇଥିବା ଗୁପ୍ତ ରୋଗକୁ କାହା ଆଗରେ ପ୍ରକାଶ କରିଲା ନାହିଁ। ସମୟ ଗଡି ଚାଲିଲା , ପରୀକ୍ଷା ର ଫଳ ପ୍ରକାଶ ପାଇବା ସହ କୁମାର ଭଲ ନମ୍ବର ରଖି ପାସ କଲା। ଏବଂ ପରେ ପରେ ସରକାରୀ ବିଦ୍ୟାଳୟରେ ଶିକ୍ଷକତା ପାଇଁ ଆବେଦନ କରି ଚାକିରୀ ମଧ୍ୟ ପାଇଲା। ଚାକିରୀ ପାଇବା ର କିଛି ମାସ ପରେ ଘର ଲୋକ କାମିନୀ ସହ ତାର ବାହାଘର ଠିକ କରି ଦେଲେ।  ସେଇ ଛଅ ମାସ ଭିତରେ ବାହାଘର ଠିକ ହେଲା । ଏବଂ ଛଅ ମାସ ପୂରଣ ହେବାର ଗୋଟେ ମାସ ଭିତରେ କୁମାରର ବାହାଘର ହୋଇ ଗଲା। 

     ଡାକ୍ତର ଙ୍କର ପରାମର୍ଶ କ୍ରମେ ଔଷଧ ଖାଇ ଚାଲିଥାଏ।ଏଇ କିଛି ମାସ ହେବ ସେ ଖାଇ ନାହିଁ। ଶାରୀରିକ ଦୁର୍ବଳ ମଧ୍ୟ ଅନୁଭବ ହେଉ ନାହିଁ। ମନର ଭୟ କୁ ମନରେ ଚାପି ଦେଇ କୁମାର ମନେ ମନେ କାମିନୀ ପରି ରୂପବତୀ ପତ୍ନୀ ପାଇ ଖୁସି ହେଉ ଥାଏ । ଆଜି ଯେତେବେଳେ ସେ ବାପା ହେବାର ସୁଖରୁ ବଞ୍ଚିତ ହେବାକୁ ଯାଉଛି ଜାଣିବାକୁ ପାଇଲା କୁମାର, ସେଦିନ ରେଣୁ ଭାଉଜ କହିଥିବା ଶେଷ କେଇ ପଦ କଥା ତାର ମନେ ପଡିଗଲା। ବାହାଘର ପୂର୍ବରୁ ତୁମେ ବାପା ହେବ କି ନାହିଁ ଡାକ୍ତରୀ ପରୀକ୍ଷା କରାଇ ନିଅ କୁମାର ? ଏତିକି ବେଳେ ସ୍କୁଲର ଶେଷ କ୍ଳାସ ପିରିୟଡ଼ ସମାପ୍ତ ହେବାର ବେଲ ବାଜି ଉଠିଲା। ଅତୀତରୁ ଫେରି ଆସିଲେ କୁମାର। ବାଇକ ଷ୍ଟାର୍ଟ କରି କୁମାର ଘର ଅଭିମୁଖେ ବହାରି ଯାଏ ।


    କ୍ରମଶଃ


Rate this content
Log in

Similar oriya story from Drama